ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପୂର୍ବତନ କ୍ରିକେଟିୟର ୟଶପାଲ ଶର୍ମାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ
ପୋଷ୍ଟ କରାଯିବା ଦିନାଙ୍କ:
13 JUL 2021 2:22PM by PIB Bhubaneswar
ପୂର୍ବତନ କ୍ରିକେଟିୟର ତଥା ୧୯୮୩ ମସିହା ବିଶ୍ୱକପ୍ ବିଜୟୀ ଦଳର ସଦସ୍ୟ ୟଶପାଲ ଶର୍ମାଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ତାଙ୍କ ଟୁଇଟ୍ରେ କହିଛନ୍ତି ଯେ, ୧୯୮୩ ମସିହା ବିଶ୍ୱକପ ବିଜେତା ଭାରତୀୟ କ୍ରିକେଟ ଟିମ୍ ସଦସ୍ୟ ୟଶପାଲ ଶର୍ମାଜୀ ଅତ୍ୟନ୍ତ ଆଦରଣୀୟ ଥିଲେ । ସେ କ୍ରିକେଟ ଦଳର ସଦସ୍ୟ, ପ୍ରଶଂସକ ଏବଂ ଉଦୀୟମାନ କ୍ରିକେଟ ଖେଳାଳୀମାନଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ । ପ୍ରଧାନମନ୍ତ୍ରୀ ଶୋକାଭିଭୂତ ହୋଇ ୟଶପାଲଙ୍କ ପ୍ରଶଂସା ସହିତ ତାଙ୍କ ପରିବାରବର୍ଗଙ୍କୁ ଶୋକବାର୍ତ୍ତା ପ୍ରେରଣ କରିଛନ୍ତି ।
‘ଓମ୍ ଶାନ୍ତିଃ’
****
SSD/ SLP
(ରିଲିଜ ଆଡି: 1735102)
ପରିଦର୍ଶକ କାଉଣ୍ଟର : 182
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam