ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସମ୍ପର୍କିତ ସଦ୍ୟତମ ସୂଚନା

Posted On: 13 JUL 2021 10:34AM by PIB Bhubaneshwar

ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ବର୍ତ୍ତମାନ ସୁଦ୍ଧା ମୋଟ 38.14 କୋଟି ଡୋଜ ଟିକା ବିନିଯୋଗ ହୋଇସାରିଲାଣି ।

ଗତ 24 ଘଣ୍ଟା ମଧ୍ୟରେ ଭାରତର ନୂତନ କରୋନା ମାମଲା ସଂଖ୍ୟା 31,443 ରହିଛି, ଯାହା 118 ଦିନ ମଧ୍ୟରେ ସର୍ବନିମ୍ନ ରହିଛି ।

ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ମୋଟ 3,00,63,720 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

ସୁସ୍ଥତା ହାର 97.28 ପ୍ରତିଶତକୁ ବୃଦ୍ଧି ପାଇଛି ।

ଗତ 24 ଘଣ୍ଟା ମଧ୍ୟରେ 49,007 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

ବର୍ତ୍ତମାନ ଭାରତର ସକ୍ରିୟ କରୋନା ମାମଲା ସଂଖ୍ୟା 4,31,315 ରହିଛି, ଯାହା 109 ଦିନ ମଧ୍ୟରେ ସର୍ବନିମ୍ନ

ସକ୍ରିୟ ମାମଲା ମୋଟ ମାମଲାର 1.40 ପ୍ରତିଶତରେ ରହିଛି ।

ସାପ୍ତାହିକ ପଜିଟିଭିଟି ହାର 5 ପ୍ରତିଶତ ତଳେ ରହିଛି, ବର୍ତ୍ତମାନ ଏହା 2.28 ପ୍ରତିଶତରେ ରହିଛି ।

ଦୈନିକ ପଜିଟିଭିଟି ହାର 1.81 ପ୍ରତିଶତରେ ରହିଛି, ଯାହା କ୍ରମାଗତ ଭାବେ 22 ଦିନ ମଧ୍ୟରେ 3 ପ୍ରତିଶତରୁ କମ୍ ରହିଛି ।

ପରୀକ୍ଷଣ କ୍ଷମତା ବହୁ ପରିମାଣରେ ବୃଦ୍ଧି ପାଇଛି – ବର୍ତ୍ତମାନ ସୁଦ୍ଧା ସମୁଦାୟ 43.40 କୋଟି ପରୀକ୍ଷା କରାଯାଇଛି ।

 

**********

TRP/


(Release ID: 1735100) Visitor Counter : 173