କ୍ୟାବିନେଟ

ଭାରତୀୟ ପ୍ରତିସ୍ପର୍ଦ୍ଧା ଆୟୋଗ (ସିସିଆଇ) ଏବଂ ଜାପାନ ଫେୟାର ଟ୍ରେଡ଼୍‍ କମିଶନ (ଜେଏଫଟିସି) ମଧ୍ୟରେ ସହଯୋଗ ଜ୍ଞାପନ (ଏମଓସି)କୁ କେନ୍ଦ୍ର କ୍ୟାବିନେଟ୍‍ର ମଞ୍ଜୁରୀ ପ୍ରଦାନ

Posted On: 08 JUL 2021 7:33PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟର ବୈଠକରେ ପ୍ରତିସ୍ପର୍ଦ୍ଧା ଆଇନ ଏବଂ ନୀତି ପ୍ରସଙ୍ଗରେ ପାରସ୍ପରିକ ସହଯୋଗ ବୃଦ୍ଧି ନିମନ୍ତେ ଏବଂ ଏହାକୁ ଶକ୍ତି ପ୍ରଦାନ କରିବା ଲାଗି ଭାରତୀୟ ପ୍ରତିସ୍ପର୍ଦ୍ଧା ଆୟୋଗ (ସିସିଆଇ) ଏବଂ ଜାପାନ ଫେୟାର ଟ୍ରେଡ୍‍ କମିଶନ (ଜେଏଫଟିସି) ମଧ୍ୟରେ ସ୍ୱାକ୍ଷରିତ ସହଯୋଗ ଜ୍ଞାପନ (ଏମଓସି)କୁ ମଂଜୁରୀ ପ୍ରଦାନ କରାଯାଇଛି ।

ପ୍ରଭାବ: ଏହି ସ୍ୱୀକୃତି ଦ୍ୱାରା ଉଭୟ ରାଷ୍ଟ୍ର ମଧ୍ୟରେ ସ୍ୱାକ୍ଷରିତ ଏମଓସି ଆବଶ୍ୟକ ସୂଚନା ଆଦାନ ମାଧ୍ୟମରେ ସିସିଆଇକୁ ଜାପାନର ନିଜ ସମକକ୍ଷ ପ୍ରତିସ୍ପର୍ଦ୍ଧା ଏଜେନ୍ସିର ଅନୁଭବ ଏବଂ ଉଦାହରଣମାନ ଶିକ୍ଷାଲାଭ କରିବା ଏବଂ ନେୁକରଣ କରିବାକୁ ସକ୍ଷମ କରିବ । ଏହା ଫଳରେ ସିସିଆଇର ଦକ୍ଷତା ବୃଦ୍ଧି ପାଇବ । କେବଳ ଏହା ନୁହେଁ, ଏହା ଦ୍ୱାର ସିସିଆଇକୁ ପ୍ରତିସ୍ପର୍ଦ୍ଧା ଅଧିନିୟମ, ୨୦୦୨କୁ ଉପଯୁକ୍ତ ଭାବେ ପ୍ରବର୍ତ୍ତନ କରିବା ଦିଗରେ ମଧ୍ୟ ସହାୟକ ହେବ । ଏହାର ପରିଣାମ ସ୍ୱରୂପ, ଉପଭୋକ୍ତାମାନେ ବ୍ୟାପକ ମାତ୍ରାରେ ଲାଭାନ୍ୱିତ ହୋଇପାରିବେ ଏବଂ ଏଥି ସହିତ ସମାନତା ତଥା ସମାଯୋଜନକୁ ମଧ୍ୟ ପ୍ରୋତ୍ସାହନ ମିଳିବ ।

ବିବରଣ:

ଏହା ଅଧୀନରେ ସୂଚନାର ଆଦାନ ପ୍ରତାନ ସହିତ ପ୍ରଯୁକ୍ତିଗତ ସହଯୋଗ, ଅନୁଭବକୁ ଗ୍ରହଣ  କରିବା ତଥା ପ୍ରବର୍ତ୍ତନ କରିବା ନିମନ୍ତେ ସହଯୋଗ ମିଳିପାରିବ । ଏହି କ୍ଷେତ୍ରରେ ବିଭିନ୍ନ କ୍ଷମତା ନିର୍ମାଣ ଉପାୟ ମାଧ୍ୟମରେ ପ୍ରତିସ୍ପର୍ଦ୍ଧା ନିୟମ ଏବଂ ନୀତି ପ୍ରସଙ୍ଗରେ ପାରସ୍ପରିକ ସହଯୋଗକୁ ମଧ୍ୟ ଏହା ବୃଦ୍ଧି କରିବ ତଥା ଶକ୍ତି ଯୋଗାଇବାର ପରିକଳ୍ପନା କରାଯିବ ।

ପୃଷ୍ଠାଭୂମି:

ପ୍ରତିସ୍ପର୍ଦ୍ଧା ଅଧିନିୟମ, ୨୦୦୨ର ଧାରା ୧୮ ଅଧୀନରେ ସିସିଆଇକୁ ଅଧିନିୟମ ଅଧୀନରେ ନିଜର କର୍ତ୍ତବ୍ୟ ନିର୍ବାହନ କରିବା କିମ୍ବା ନିଜର କାର୍ଯ୍ୟକୁ ସଫଳତାପୂର୍ବକ ସଂପୂର୍ଣ୍ଣ କରିବା ଉଦ୍ଦେଶ୍ୟରେ କୌଣସି ପ୍ରକାର ଏଜେନ୍ସି ସହିତ ଯେକୌଣସି ପ୍ରକାର ବୁଝାମଣା କିମ୍ବା ବ୍ୟବସ୍ଥା କରିବାକୁ ଅନୁମତି ପ୍ରଦାନ କରାଯାଇଛି ।

*****

 

SS



(Release ID: 1734200) Visitor Counter : 173