ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଶ୍ରୀ ମନସୁଖ ମାଣ୍ଡଭିୟ

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ଡ. ଭାରତୀ ପ୍ରବୀଣ ପାୱାର

Posted On: 08 JUL 2021 12:11PM by PIB Bhubaneshwar

ଶ୍ରୀ ମନସୁଖ ମାଣ୍ଡଭିୟ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଡ. ଭାରତୀ ପ୍ରବୀଣ ପାୱାର କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ସେମାନଙ୍କୁ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଯଥା ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ, ଅତିରିକ୍ତ ସଚିବ ତଥା ମିଶନ ନିର୍ଦ୍ଦେଶକ, ଏନଏଚଏମ୍ (ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ) ବନ୍ଦନା ଗୁରନାମୀ, ଅତିରିକ୍ତ ସଚିବ (ସ୍ୱାସ୍ଥ୍ୟ) ଡ. ମନୋହର ଅଗ୍ନାନି, ଅତିରିକ୍ତ ସଚିବ (ସ୍ୱାସ୍ଥ୍ୟ) ଶ୍ରୀ ବିକାଶ ଶିଲ, ଅତିରିକ୍ତ ସଚିବ ଶ୍ରୀ ଆଲୋକ ସାକ୍ସେନା, ଡିଜିଏଚଏସ୍ (ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ)ର ଡ. ସୁନୀଲ କୁମାର ଏବଂ ଅନ୍ୟ ପ୍ରମୁଖ ଅଧିକାରୀମାନେ ସ୍ୱାଗତ ଜଣାଇଥିଲେ ।

SR


(Release ID: 1733676) Visitor Counter : 282