ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସମ୍ପର୍କିତ ସଦ୍ୟତମ ସୂଚନା

Posted On: 07 JUL 2021 9:08AM by PIB Bhubaneshwar

ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ବର୍ତ୍ତମାନ ସୁଦ୍ଧା ମୋଟ 36.13 କୋଟି ଡୋଜ ଟିକା ବିନିଯୋଗ ହୋଇସାରିଲାଣି ।

ଗତ 24 ଘଣ୍ଟା ମଧ୍ୟରେ ଭାରତର ନୂତନ କରୋନା ମାମଲା ସଂଖ୍ୟା 43,733 ରହିଛି । 

ଭାରତର ସକ୍ରିୟ କରୋନା ମାମଲା ସଂଖ୍ୟା 4,59,920କୁ ହ୍ରାସ ପାଇଛି ।

ସକ୍ରିୟ ମାମଲା ମୋଟ ମାମଲାର 1.5 ପ୍ରତିଶତରେ ରହିଛି ।

ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ମୋଟ 2,97,99,534 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

ଗତ 24 ଘଣ୍ଟା ମଧ୍ୟରେ 47,240 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

କ୍ରମାଗତ 55 ଦିନ ମଧ୍ୟରେ ଦୈନିକ ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ଠାରୁ ଦୈନିକ ସୁସ୍ଥ ରୋଗୀଙ୍କ ସଂଖ୍ୟା ଅଧିକ ହେବାରେ ଲାଗିଛି ।

ସୁସ୍ଥତା ହାର 97.18 ପ୍ରତିଶତକୁ ବୃଦ୍ଧି ପାଇଛି ।

ସାପ୍ତାହିକ ପଜିଟିଭିଟି ହାର 5 ପ୍ରତିଶତ ତଳେ ରହିଛି, ବର୍ତ୍ତମାନ ଏହା 2.39 ପ୍ରତିଶତରେ ରହିଛି ।

ଦୈନିକ ପଜିଟିଭିଟି ହାର 2.29 ପ୍ରତିଶତରେ ରହିଛି, ଯାହା କ୍ରମାଗତ ଭାବେ 16 ଦିନ ମଧ୍ୟରେ 3 ପ୍ରତିଶତରୁ କମ୍ ରହିଛି ।

ପରୀକ୍ଷଣ କ୍ଷମତା ବହୁ ପରିମାଣରେ ବୃଦ୍ଧି ପାଇଛି – ବର୍ତ୍ତମାନ ସୁଦ୍ଧା ସମୁଦାୟ 42.33 କୋଟି ପରୀକ୍ଷା କରାଯାଇଛି ।

 

**********

TRP/



(Release ID: 1733456) Visitor Counter : 222