ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତ ରତ୍ନ ଡଃ ଭୀମରାଓ ସ୍ମାରକୀ ଏବଂ ସାଂସ୍କୃତିକ କେନ୍ଦ୍ର ପାଇଁ ଉତ୍ତରପ୍ରଦେଶ ସରକାରଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ଡଃ ବାବାସାହେବ ଆମ୍ବେଦକରଙ୍କ ଆଦର୍ଶକୁ ଲୋକପ୍ରିୟ କରିବ ଏହି କେନ୍ଦ୍ର : ପ୍ରଧାନମନ୍ତ୍ରୀ

Posted On: 29 JUN 2021 7:19PM by PIB Bhubaneshwar

ସମ୍ମାନୀୟ ଡଃ ବାବାସାହେବ ଆମ୍ବେଦକରଙ୍କ ଆଦର୍ଶକୁ ଯୁବକମାନଙ୍କ ମଧ୍ୟରେ ଲୋକପ୍ରିୟ କରିବାରେ ନେତୃତ୍ୱ ନେଇଥିବାରୁ ଉତ୍ତରପ୍ରଦେଶ ସରକାରଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ ‘ଭାରତ ରତ୍ନ ଡଃ ଭୀମରାଓ ସ୍ମାରକୀ ଏବଂ ସାଂସ୍କୃତିକ କେନ୍ଦ୍ର, ଲକ୍ଷ୍ନୌ’ ଯୁବକମାନଙ୍କ ମଧ୍ୟରେ ସମ୍ମାନନୀୟ ଡଃ ବାବାସାହେବ ଆମ୍ବେଦକରଙ୍କ ଆଦର୍ଶକୁ ଆହୁରି ଲୋକପ୍ରିୟ କରିବ ।

ଏହି ପ୍ରୟାସର ନେତୃତ୍ୱ ନେଇଥିବାରୁ ମୁଁ ଉତ୍ତରପ୍ରଦେଶ ସରକାରଙ୍କୁ ପ୍ରଶଂସା କରୁଛି” ।

 

**********

TRP/



(Release ID: 1731286) Visitor Counter : 184