ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏଏମଏ ଅହମ୍ମଦାବାଦ ଠାରେ ଜେନ୍ ଉଦ୍ୟାନ ଏବଂ କାଇଜେନ୍ ଏକାଡେମୀ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଜାପାନରେ ‘ଜେନ୍’ ଯାହା ଭାରତରେ ‘ଧ୍ୟାନ’ ତାହା: ପ୍ରଧାନମନ୍ତ୍ରୀ
ମାନସିକ ଶାନ୍ତି ତଥା ବାହ୍ୟ ପ୍ରଗତି ଏବଂ ବିକାଶ ହେଉଛି ଦୁଇ ଦେଶର ସଂସ୍କୃତିର ପରିଚୟ: ପ୍ରଧାନମନ୍ତ୍ରୀ
କେନ୍ଦ୍ର ସରକାରଙ୍କ ଅନେକ ବିଭାଗ, ପ୍ରତିଷ୍ଠାନ ଏବଂ ଯୋଜନାରେ କାଇଜେନର ବ୍ୟବହାର କରାଯାଉଛି: ପ୍ରଧାନମନ୍ତ୍ରୀ
ଗୁଜରାଟରେ ଏକ ମିନି ଜାପାନ ସୃଷ୍ଟି କରିବାର ପରିକଳ୍ପନାକୁ ସବିଶେଷ ବ୍ୟାଖ୍ୟା କଲେ ପ୍ରଧାନମନ୍ତ୍ରୀ
ଅଟୋମୋବାଇଲ୍, ବ୍ୟାଙ୍କିଙ୍ଗ୍ ଠାରୁ ନେଇ ନିର୍ମାଣ ଓ ଫାର୍ମା ପର୍ଯ୍ୟନ୍ତ ୧୩୫ରୁ ଅଧିକ କମ୍ପାନୀ ଗୁଜରାଟକୁ ସେମାନଙ୍କର ମୂଳ ଆଧାର ବନାଇଛନ୍ତି: ପ୍ରଧାନମନ୍ତ୍ରୀ
ଆମର ପାରସ୍ପରିକ ଆସ୍ଥା ଶତାବ୍ଦୀ ଶତାବ୍ଦୀ ଧରି ପୁରୁଣା ଏବଂ ଏକ ସମାନ ଭବିଷ୍ୟତର ଚିନ୍ତାଧାରାରେ ଆମେ ପରିଚାଳିତ: ପ୍ରଧାନମନ୍ତ୍ରୀ
ପିଏମଓରେ ଆମେ ଜାପାନ ପ୍ଲସ୍ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛୁ: ପ୍ରଧାନମନ୍ତ୍ରୀ
କରୋନା ମହାମାରୀ କାଳରେ ଭାରତ- ଜାପାନ ବନ୍ଧୁତା ବୈଶ୍ୱିକ ସ୍ଥିରତା ଓ ସମୃଦ୍ଧି ସକାଶେ ଆହୁରି ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି: ପ୍ରଧାନମନ୍ତ୍ରୀ
ଟୋକିଓ ଅଲମ୍ପିକ୍ ପାଇଁ ଜାପାନ ଓ ଜାପାନର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
Posted On:
27 JUN 2021 1:29PM by PIB Bhubaneshwar
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଯୋଗେ ଏଏମଏ, ଅହମ୍ମଦାବାଦ ଠାରେ ଜେନ୍ ଉଦ୍ୟାନ ଏବଂ କାଇଜେନ୍ ଏକାଡେମୀ ଉଦ୍ଘାଟନ କରିଛନ୍ତି ।
ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଜେନ୍ ଉଦ୍ୟାନ ଓ କାଇଜେନ୍ ଏକାଡ଼େମୀର ଉତ୍ସର୍ଗ କାର୍ଯ୍ୟକ୍ରମକୁ ଭାରତ- ଜାପାନ ସମ୍ପର୍କର ସହଜତା ଓ ଆଧୁନିକତାର ସଂକେତ ରୂପେ ଅଭିହିତ କରିଛନ୍ତି । ସେଥବପାଇଁ ସେ ହିଓଗୋ ପ୍ରିଫେକ୍ଚର୍ର ନେତୃବର୍ଗ ଏବଂ ବିଶେଷ କରି ହିଓଗୋ ଇଣ୍ଟରନ୍ୟାସନାଲ ଆସୋସିସନର ଗଭର୍ଣ୍ଣର ତୋଶିଜୋଲ୍ଡୋଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ସେମାନଙ୍କର ଅବଦାନ ଯୋଗୁ ହିଁ ଅହମ୍ମଦାବାଦର ଏଏମଏ ଠାରେ ଏହି ଜେନ୍ ଉଦ୍ୟାନ ଓ କାଇଜେନ୍ ଏକାଡ଼େମୀ ପ୍ରତିଷ୍ଠା ହୋଇପାରିଛି ବୋଲି ସେ କହିଥିଲେ । ଗୁଜରାଟର ଭାରତ- ଜାପାନ ବନ୍ଧୁତା ସଂଘ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ନୂତନ ଶକ୍ତି ପ୍ରଦାନ କରିଥିବା ଯୋଗୁ ପ୍ରଧାନମନ୍ତ୍ରୀ ସେମାନଙ୍କ ଭୂମିକାକୁ ମଧ୍ୟ ପ୍ରଶଂସା କରିଥିଲେ ।
‘ଜେନ୍ ଏବଂ ଭାରତୀୟ ‘ଧ୍ୟାନ’ ମଧ୍ୟରେ ସାମଞ୍ଜସ୍ୟର ଅବତାରଣା କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ମାନସିକ ଶାନ୍ତ ତଥା ବାହ୍ୟ ପ୍ରଗତି ଓ ବିକାଶ ହେଉଛି ଭାରତ ଏବଂ ଜାପାନ ସଂସ୍କୃତିର ମୂଳ ଆଧାର । ଭାରତୀୟମାନେ ସେହି ଶାନ୍ତି, ସ୍ଥିରତା ଏବଂ ସରଳତା ଜେନ୍ ଉଦ୍ୟାନରେ ପାଇଥାନ୍ତି ଯାହା ସେମାନେ ଯୁଗ ଯୁଗ ଧରି ଯୋଗ ମାଧ୍ୟମରେ ଅନୁଭବ କରିଆସିଛନ୍ତି । ବୁଦ୍ଧ ଏହି ‘ଧ୍ୟାନ’କୁ ବିଶ୍ୱର ଦିବ୍ୟଜ୍ଞାନ ପ୍ରାପ୍ତି ନିମନ୍ତେ ପ୍ରଦାନ କରି ଯାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମତ ପୋଷଣ କରିଥିଲେ । ‘କାଇଜେନ’ର ଉଭୟ ବାହ୍ୟ ଏବଂ ଆଭ୍ୟନ୍ତରୀଣ ଅର୍ଥ ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ କହିଲେ ଯେ ତାହା କେବଳ ନିଜର ‘ଉନ୍ନତି’ କରିନଥାଏ ଅପରନ୍ତୁ ‘ନିରବଚ୍ଛିନ୍ନ ଭାବେ ଉନ୍ନତିର ଧାରାକୁ ଜାରି ରଖିଥାଏ’ ।
ପ୍ରଧାନମନ୍ତ୍ରୀ କହିଲେ ସମସ୍ତଙ୍କୁ ସ୍ମରଣ କରାଇ ଦେଇଥିଲେ ଯେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ଗୁଜରାଟ ପ୍ରଶାସନରେ କାଇଜେନ୍ର ପ୍ରବର୍ତ୍ତନ କରିଥିଲେ । ୨୦୦୪ ମସିହାରେ ଗୁଜରାଟ ପ୍ରଶାସନିକ ତାଲିମରେ ଏହାର ପ୍ରବର୍ତ୍ତନ କରାଯାଇଥିଲା ଏବଂ ୨୦୦୫ ମସିହାରେ ଟପ୍ ସିଭିଲ ସର୍ଭିସ ପାଇଁ ଏହାର ସ୍ୱତନ୍ତ୍ର ତାଲିମ ଶିବିରର ଆୟୋଜନ କରାଯାଇଥିଲା । ‘ନିରବଚ୍ଛିନ୍ନ ଉନ୍ନତି’ ଶୁଦ୍ଧିକରଣ ପ୍ରକ୍ରିୟାରେ ପ୍ରତିଫଳିତ ହୋଇଥିଲା ଯାହାକି ପ୍ରଶାସନ ଉପରେ ସକାରାତ୍ମକ ପ୍ରଭାବ ପକାଇଥିଲା । ଜାତୀୟ ପ୍ରଶାସନିକ ପ୍ରଗତିରେ ଏହାର ଗୁରୁତ୍ୱକୁ ମଧ୍ୟ ଜାରି ରଖାଯାଇଛି ବୋଲି ସୂଚାଇ ପ୍ରଧାନମନ୍ତ୍ରୀ କହିଥେିଲେ ଯେ ସେ ପ୍ରଧାନମନ୍ତ୍ରୀ ହେବା ପରେ ପିଏମଓ କାର୍ଯ୍ୟାଳୟକୁ ସେ ଗୁଜରାଟର ଅନୁଭୂତିକୁ ଆଣିଥିଲେ । ଏବଂ କେନ୍ଦ୍ର ସରକାରଙ୍କ ଅନ୍ୟାନ୍ୟ ବିଭାଗରେ ମଧ୍ୟ ତାହା ପ୍ରବର୍ତ୍ତିତ ହୋଇଥିଲା । ଏହା ପ୍ରଶାସନିକ ପ୍ରକ୍ରିୟାକୁ ସରଳ କରିଛି ଏବଂ ଅଫିସ୍ କାର୍ଯ୍ୟ ଅବସର ସର୍ବାଧିକ ହୋଇପାରିଛି । କାଇଜେନକୁ କେନ୍ଦ୍ର ସରକାରଙ୍କ ଅନେକ ବିଭାଗ, ପ୍ରତିଷ୍ଠାନ ଏବଂ ଯୋଜନାରେ ପ୍ରବର୍ତ୍ତନ କରାଯାଇଛି ବୋଲି ସେ ସୂଚାଇଥିଲେ ।
ପ୍ରଧାନମନ୍ତ୍ରୀ କହିଲେ ଗୁରୁତ୍ୱର ସହ କହିଥିଲେ ଯେ ଜାପାନ ସହିତ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ଏବଂ ଜାପାନ ଲୋକମାନଙ୍କ ପ୍ରତି ତାଙ୍କ ମନରେ ରହିଥିବା ଶ୍ରଦ୍ଧା, ସେମାନଙ୍କର କର୍ମ ସଂସ୍କୃତି, କୌଶଳ ଓ ଶୃଙ୍ଖଳା ସମସ୍ତଙ୍କ ପାଇଁ ଅନୁକରଣୀୟ । ଏହା ଉପରେ ଦୃଢ଼ତା ବ୍ୟକ୍ତ କରି ସେ କହିଲେ ଯେ ‘ଗୁଜରାଟରେ ମୁଁ ଏକ ମିନି ଜାପାନ ସୃଷ୍ଟି କରିବାକୁ ଚାହେଁ’ ଯଦ୍ୱାରା ଏଠାକୁ ଜାପାନର ଲୋକମାନେ ସେମାନଙ୍କର ଆଶା ଆକାଂକ୍ଷାର ଉଷ୍ମତା ନେଇ ଆସିବେ ।
‘ଭାଇବ୍ରାଣ୍ଟ୍ ଗୁଜରାଟ ସମ୍ମିଳନା’ରେ ଯେଉଁ ଆଗ୍ରହର ସହ ଜାପାନ ଅଂଶଗ୍ରହଣ କରେ ତାହାର ଅବତାରଣା କରି ପ୍ରଧାନମନ୍ତ୍ରୀ କହିଲେଯେ ତାହା ବର୍ଷ ପରେ ବର୍ଷ ସଭିଏଁ ଦେଖି ଆସିଛନ୍ତି । ସେହ କହିଲେ ଯେ ୧୩୫ରୁ ଅଧିକ ଜାପାନୀ କମ୍ପାନୀ, ଯେଉଁଥିରେ କି ଅଟୋମୋବାଇଲ ଠାରୁ ନେଇ ବ୍ୟାଙ୍କିଙ୍ଗ୍, ନିର୍ମାଣ ଓ ଫାର୍ମା କମ୍ପାନୀ ସାମିଲ୍, ସେମାନେ ଗୁଜରାଟକୁ ସେମାନଙ୍କର ଆଧାର ଭାବେ ଗ୍ରହଣ କରିଛନ୍ତି । ସୁଜୁକି ମୋଟର୍ସ, ହୋଣ୍ଡା ମୋଟର ସାଇକେଲ, ମିତସୁବିଶି, ଟୋୟୋଟା, ହିତାଚି ଭଳି ଜାପାନୀ କମ୍ପାନୀମାନେ ଗୁଜରାଟରୁ ହିଁ ସେମାନଙ୍କର ସାମଗ୍ରୀ ଉତ୍ପାଦନ କରୁଛନ୍ତି । ସେମାନେ ସ୍ଥାନୀୟ ଯୁବକମାନଙ୍କ କୌଶଳ ବିକାଶ କରୁଛନ୍ତି । ଗୁଜରାଟରେ, ତିନୋଟି ଜାପାନ- ଭାରତ ଉତ୍ପାଦନ ପ୍ରତିଷ୍ଠାନ କୌଶଳ ବିକାଶ ତାଲିମ ପ୍ରଦାନ କରୁଛନ୍ତି ଯଦ୍ୱାରା ଶହ ଶହ ଯୁବକଯୁବତୀ ଉପକୃତ ହୋଇପାରୁଛନ୍ତି । ଏହି ପ୍ରତିଷ୍ଠାନ ଆଇଆଇଟି ଭଳି ପ୍ରଯୁକ୍ତି ପ୍ରତିଷ୍ଠାନ ଓ ବିଶ୍ୱବିଦ୍ୟାଳୟ ସହିତ ଅନୁବନ୍ଧିତ ହୋଇଛନ୍ତି । ଅଧିକନ୍ତୁ, ଜେଇଟିଆରଓର ଅହମ୍ମଦାବାଦ ବ୍ୟବସାୟିକ ସହାୟତା କେନ୍ଦ୍ର ଏଥିପାଇଁ ସହାୟକ ସାଜିଛି ଏବଂ ଏକାସାଙ୍ଗରେ ପାଞ୍ଚଟି କମ୍ପାନୀକୁ ୱାର୍କ- ସ୍ପେସନ୍ ଫାସିଲିଟି ଯୋଗାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ।
ଅନେକ ଜାପାନୀ କମ୍ପାନୀ ଏହା ଦ୍ୱାରା ଉପକୃତ ହୋଇପାରୁଛନ୍ତି । ପ୍ରଧାନମନ୍ତ୍ରୀ ଏହି ଅବସରରେ ସମସ୍ତଙ୍କୁ ସ୍ମରଣ କରାଇ କହିଥିଲେ ଯେ ଏହା ଖୁସିର କଥା, ଏହାର ସବିଶେଷ ବିସ୍ତୃତ କାର୍ଯ୍ୟାବଳୀ ନିମନ୍ତେ, ସେ ଗୁଜରାଟରେ ଗଳ୍ଫ ସୁବିଧାର ଉନ୍ନତି ନିମନ୍ତେ ବିଶେଷ ପ୍ରୟାସ କରିଥିଲେ । କାରଣ ଯେତେବେଳେ ଏକ ଅନୌପଚାରିକ ଆଲୋଚନା ବେଳେ ସେ ଅନୁଭବ କରିଥିଲେ ଜାପାନୀ ଲୋକମାନେ ଗଲ୍ଫ କ୍ରୀଡ଼ାକୁ ବେଶ୍ ଭଲ ପାଆନ୍ତି । ସେ ସମୟରେ ଗୁଜରାଟରେ ଗଲ୍ଫ କୋର୍ସ ବିଶେଷ ଚର୍ଚ୍ଚାରେ ନଥିଲା । ଆଜି ଗୁଜରାଟରେ ଅନେକ ଗଲ୍ଫ କୋର୍ସ ହୋଇଗଲାଣି । ସେହିଭଳି ଗୁଜରାଟସାରା ଅନେକ ଜାପାନୀ ରେସ୍ତୋରାଁ ଏବଂ ଜାପାନୀ ଶିକ୍ଷାକେନ୍ଦ୍ର ଖୋଲିସାରିଛି ବୋଲି ପ୍ରଧାନମନ୍ତ୍ରୀ ସୂଚାଇଥିଲେ ।
ପ୍ରଧାନମନ୍ତ୍ରୀ ଏହି ଅବସରରେ ସୂଚାଇଥିଲେ ଯେ ଗୁଜରାଟରେ ଜାପାନ ସ୍କୁଲ ବ୍ୟବସ୍ଥା ଆଧାରରେ ଏକ ବିଦ୍ୟାଳୟ ପ୍ରତିଷ୍ଠା ହେବା ତାଙ୍କର ଇଚ୍ଛା । ଏହା ଉପରେ ଗୁରୁତ୍ୱ ଆରୋପ କରି ସେ ଜାପାନ ସ୍କୁଲ ଶିକ୍ଷାପଦ୍ଧତିରେ ଆଧୁନିକତା ତଥା ଆଦର୍ଶ ମୂଲ୍ୟବୋଧର ମିଶ୍ରଣର ସେ ମୁଗ୍ଧ ପ୍ରଶଂସକ । ଟୋକିଓର ତାଇମେଇ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନର ଅନୁଭୂତିକୁ ସେ ଅତି ଆଗ୍ରହର ସହ ଅବତାରଣା କରିଥିଲେ ।
ଶ୍ରୀ ମୋଦୀ କହିଲେ ଯେ ଜାପାନ ସହିତ ଆମର ଶତାବ୍ଦୀ ଶତାବ୍ଦୀ ପୁରୁଣା ସାଂସ୍କୃତିକ ସମ୍ପର୍କ ରହିଆସିଛି ଏବଂ ଭବିଷ୍ୟତ ପାଇଁ ଉଭୟ ରାଷ୍ଟ୍ରଙ୍କ ଦୃଷ୍ଟିଭଙ୍ଗୀ ମଧ୍ୟ ସମାନ । ତେଣୁ ଉଭୟ ରାଷ୍ଟ୍ରଙ୍କ ମଧ୍ୟରେ ଥିବା ବିଶେଷ ରଣନୀତିକ ସମ୍ପର୍କ ତଥା ବୈଶ୍ୱିକ ସହଭାଗୀତାକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ସେ ସୂଚାଇଥିଲେ ।
ଜାପାନ ନେତୃବର୍ଗଙ୍କ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କର ଅବତାରଣା କରି ପ୍ରଧାନମନ୍ତ୍ରୀ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଗୁଜରାଟ ଗସ୍ତ ସମ୍ପର୍କରେ ସୂଚାଇଥିଲେ । ଏହି ଗସ୍ତ ଭାରତ ଜାପାନ ସମ୍ପର୍କକୁ ଏକ ନୂତନ ଗତି ପ୍ରଦାନ କରିଥିଲା । ବର୍ତ୍ତମାନର ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଡ଼େ ସୁଗାଥାଟଙ୍କ ସହିତ ତାଙ୍କର ସମାନ ଚିନ୍ତାଧାର ଓ ବିଶ୍ୱାସ କରୋନା ମହାମାରୀ କାଳରେ ଭାରତ- ଜାପାନ ସମ୍ପର୍କକୁ ବୈଶ୍ୱିକ ସ୍ଥିରତା ଏବଂ ସମୃଦ୍ଧି ନିମନ୍ତେ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରିଥିଲେ । ବର୍ତ୍ତମାନ ବିଶ୍ୱ ସମ୍ମୁଖୀନ ହେଉଥିବା ଚାଲେଞ୍ଜଗୁଡ଼ିକ ସକାଶେ ଆମର ବନ୍ଧୁତା ଓ ସହଭାଗୀତାକୁ ଅଧିକ ନିବିଡ଼ କରାଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ଭାରତରେ କାଇଜେନ୍ ସମେତ ଜାପାନୀ କାର୍ଯ୍ୟ ସଂସ୍କୃତିର ଅଧିକରୁ ଅଧିକ ପ୍ରସାର ହେବା ଆବଶ୍ୟକ । ଏବଂ ଭାରତ ଓ ଜାପାନ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ଉପରେ ଅଧିକ ଗୁରୁତ୍ୱ ଦିଆଯିବା ଉପରେ ସେ ପ୍ରାଧାନ୍ୟ ଆରୋପ କରିଥିଲେ ।
ଟୋକିଓ ଅଲମ୍ପିକ କ୍ରୀଡ଼ା ଆୟୋଜନ କରୁଥିବାରୁ ଏହି ଅବସରରେ ଜାପାନ ତଥା ଜାପାନବାସୀଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜ୍ଞାପନ କରିଥିଲେ ।
*****
SS
(Release ID: 1730775)
Visitor Counter : 236
Read this release in:
English
,
Urdu
,
Marathi
,
Hindi
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam