ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସମ୍ପର୍କିତ ସଦ୍ୟତମ ସୂଚନା

Posted On: 25 JUN 2021 9:21AM by PIB Bhubaneshwar

ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନ ଅଧୀନରେ ଏ ପର୍ଯ୍ୟନ୍ତ ମୋଟ 30.79 କୋଟି ଡୋଜ ଟିକା ବିନିଯୋଗ ହୋଇସାରିଲାଣି ।

ଗତ 24 ଘଣ୍ଟା ମଧ୍ୟରେ ଭାରତରେ 60.73 ଲକ୍ଷ ଟିକା ଡୋଜ ବିନିଯୋଗ ହୋଇଛି ।

ଗତ 24 ଘଣ୍ଟା ମଧ୍ୟରେ ଭାରତର ସକ୍ରିୟ କରୋନା ମାମଲା ସଂଖ୍ୟା 51,667 ରହିଛି ।

ଭାରତର ମୋଟ ସକ୍ରିୟ କରୋନା ମାମଲା ସଂଖ୍ୟା 6,12,868କୁ ହ୍ରାସ ପାଇଛି ।

ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ମୋଟ 2,91,28,267 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

ଗତ 24 ଘଣ୍ଟା ମଧ୍ୟରେ 64,527 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

କ୍ରମାଗତ 43 ଦିନ ମଧ୍ୟରେ ଦୈନିକ ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ଠାରୁ ଦୈନିକ ସୁସ୍ଥ ରୋଗୀଙ୍କ ସଂଖ୍ୟା ଅଧିକ ହେବାରେ ଲାଗିଛି ।

ସୁସ୍ଥତା ହାର 96.66 ପ୍ରତିଶତକୁ ବୃଦ୍ଧି ପାଇଛି ।

ସାପ୍ତାହିକ ପଜିଟିଭିଟି ହାର 5 ପ୍ରତିଶତ ତଳେ ରହିଛି, ବର୍ତ୍ତମାନ ଏହା 3.00 ପ୍ରତିଶତରେ ରହିଛି ।

ଦୈନିକ ପଜିଟିଭିଟି ହାର 2.98 ପ୍ରତିଶତରେ ରହିଛି, ଯାହା କ୍ରମାଗତ ଭାବେ 18 ଦିନ ମଧ୍ୟରେ 5 ପ୍ରତିଶତରୁ କମ୍ ରହିଛି ।

ପରୀକ୍ଷଣ କ୍ଷମତା ବହୁ ପରିମାଣରେ ବୃଦ୍ଧି ପାଇଛି – ବର୍ତ୍ତମାନ ସୁଦ୍ଧା ସମୁଦାୟ 39.95 କୋଟି ପରୀକ୍ଷା କରାଯାଇଛି ।

 

**********

TRP/

 



(Release ID: 1730401) Visitor Counter : 196