ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜୁନ ୨୪ରେ ଟୟକାଥନ-୨୦୨୧ ପ୍ରତିଯୋଗୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ
Posted On:
22 JUN 2021 12:15PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ ୨୪ ସକାଳ ୧୧ ବେଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଟୟକାଥନ-୨୦୨୧ ପ୍ରତିଯୋଗୀମାନଙ୍କ ସହ ଆଲୋଚନା କରିବେ ।
ଶିକ୍ଷା ମନ୍ତ୍ରଣାଳୟ, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ, ଏମଏସଏମଇ ମନ୍ତ୍ରଣାଳୟ, ଡିପିଆଇଆଇଟି, ବୟନ ଶିଳ୍ପ ମନ୍ତ୍ରଣାଳୟ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଓ ଏଆଇସିଟିଇ ମିଳିତ ଭାବେ ଜାନୁୟାରୀ ୫, ୨୦୨୧ରେ ଟୟକାଥନ-୨୦୨୧ର ଶୁଭାରମ୍ଭ କରିଥିଲେ । ଅଭିନବ ଖେଳନା ଓ ଗେମ୍ସ ପାଇଁ ନୂଆ ଚିନ୍ତାଧାରା କ୍ରାଉଡସୋର୍ସ ଦ୍ୱାରା ଆମନ୍ତ୍ରିତ କରିବା ଏହାର ଉଦ୍ଦେଶ୍ୟ ଥିଲା । ଟୟକାଥନ-୨୦୨୧ରେ ସାରା ଭାରତରୁ ପ୍ରାୟ ୧.୨ ଲକ୍ଷ ପ୍ରତିଯୋଗୀ ପଞ୍ଜିକୃତ ହୋଇ ୧୭୦୦୦ରୁ ଅଧିକ ବିଚାରଧାରା ଉପସ୍ଥାପନ କରିଥିଲେ । ଏଥିରୁ ୧୫୬୭ ବିଚାରକୁ ଜୁନ ୨୨ରୁ ଜୁନ ୨୪ ଯାଏଁ ଆୟୋଜିତ ହେବାକୁ ଥିବା ତିନିଦିନିଆ ଅନଲାଇନ ଟୟକାଥନ ଗ୍ରାଣ୍ଡ ଫିନାଲେ ପାଇଁ ଚୟନ କରା ଯାଇଥିଲା । କୋଭିଡ- ୧୯ କଟକଣା ଯୋଗୁଁ ଏହି ଗ୍ରାଣ୍ଡ ଫିନାଲେରେ ଟିମଗୁଡିକ ଡିଜିଟାଲ ଖେଳନା ବିଚାର (ଟୟ ଆଇଡିଆ) ଉପସ୍ଥାପନ କରିବେ । ତେବେ ନନ-ଡିଜିଟାଲ ଖେଳନା ଅବଧାରଣା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବ ।
ଭାରତର ଘରୋଇ ବଜାର ସହିତ ବିଶ୍ୱ ଖେଳନା ବଜାର ଆମ ଔଦ୍ୟୋଗିକ କ୍ଷେତ୍ରକୁ ବିପୁଳ ସୁଯୋଗ ପ୍ରଦାନ କରିଛି ।
SR
(Release ID: 1729566)
Read this release in:
Assamese
,
English
,
Urdu
,
Marathi
,
Hindi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam