ଅର୍ଥ ମନ୍ତ୍ରଣାଳୟ

ସ୍ୱିଜରଲାଣ୍ଡରେ ଭାରତୀୟଙ୍କ ଦ୍ୱାରା ରଖାଯାଇଥିବା ତଥାକଥିତ କଳାଧନ ସଂକ୍ରାନ୍ତ ଗଣମାଧ୍ୟମ ରିପୋର୍ଟକୁ ଖଣ୍ଡନ କଲା ଅର୍ଥ ମନ୍ତ୍ରଣାଳୟ

ଜମାରାଶିର ବୃଦ୍ଧି/ହ୍ରାସକୁ ଯାଞ୍ଚ ଲାଗି ସ୍ୱିସ୍ କର୍ତ୍ତୃପକ୍ଷଙ୍କ ଠାରୁ ମଗାଯାଇଛି ତଥ୍ୟ

Posted On: 19 JUN 2021 9:32AM by PIB Bhubaneshwar

ଗଣମାଧ୍ୟମରେ ୧୮-୬-୨୦୨୧ରେ ପ୍ରକାଶ ପାଇଥିବା କିଛି ରିପୋର୍ଟ ଦର୍ଶାଇଥିଲା ଯେ ସ୍ୱିସ୍ ବ୍ୟାଙ୍କଗୁଡ଼ିକରେ ଭାରତୀୟଙ୍କ ଜମାରାଶି ପାଣ୍ଠି ପରିମାଣ ୨୦୧୯ ଶେଷ ସୁଦ୍ଧା ଥିବା ୬,୬୨୫ କୋଟି ଟଙ୍କା (ସିଏଚଏଫ୍ ୮୯୯ ମିଲିୟନ୍)ରୁ ୨୦୨୦ ଶେଷ ବେଳକୁ ୨୦,୭୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ (ସିଏଚଏଫ୍ ୨.୫୫ ବିଲିୟନ୍)କୁ ବୃଦ୍ଧି ପାଇଛି, ଯାହା ୨ ବର୍ଷ ହ୍ରାସ ଧାରାର ବିପରୀତ ଦିଗରେ ଯାଉଛି । ବିଗତ ୧୩ ବର୍ଷ ମଧ୍ୟରେ ଏହା ସର୍ବାଧିକ ଜମାରାଶି ବୋଲି ମଧ୍ୟ ରିପୋର୍ଟରେ ଦର୍ଶାଯାଇଥିଲା ।

ଗଣମାଧ୍ୟମ ରିପୋର୍ଟ ଗୁଡ଼ିକରେ ଏହା ମଧ୍ୟ ଦର୍ଶାଯାଇଥିଲା ଯେ ସ୍ୱିସ୍ ନ୍ୟାସନାଲ ବ୍ୟାଙ୍କ (ଏସଏନବି)କୁ ବ୍ୟାଙ୍କଗୁଡ଼ିକ ଦ୍ୱାରା ଦିଆଯାଇଥିବା ଜମାରାଶି ତଥ୍ୟକୁ ଆଧାର କରି ଏହି ରିପୋର୍ଟ ପ୍ରକାଶ ପାଇଛି ଏବଂ ସ୍ୱିଜରଲାଣ୍ଡରେ ଭାରତୀୟଙ୍କ ଦ୍ୱାରା ଧାରଣ କରାଯାଇଥିବା ବହୁ ଆଲୋଚିତ ତଥାକଥିତ କଳାଧନ ପରିମାଣର ସଂକେତ ଦେଉନାହିଁ । ଏହାବ୍ୟତୀତ, ଏହି ପରିସଂଖ୍ୟାନରେ ସେହି ଅର୍ଥରାଶିକୁ ସାମିଲ କରାଯାଇ ନାହିଁ, ଯାହା ଭାରତୀୟ, ପ୍ରବାସୀ ଭାରତୀୟ ଓ ଅନ୍ୟ ଲୋକମାନେ ସ୍ୱିସ୍ ବ୍ୟାଙ୍କଗୁଡ଼ିକରେ ତୃତୀୟ- ରାଷ୍ଟ୍ର ସଂସ୍ଥାଗୁଡ଼ିକ ନାମରେ ରଖିଥାଇ ପାରନ୍ତି ।

ତଥାପି, ୨୦୧୯ ଶେଷରୁ ଗ୍ରାହକ ଜମାରାଶି ପ୍ରକୃତରେ ହ୍ରାସ ପାଇଛି । ୨୦୧୯ ଶେଷରୁ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ଜରିଆରେ ଧାରଣ କରାଯାଇଥିବା ପାଣ୍ଠିଗୁଡ଼ିକ ଅଧାରୁ ଅଧିକ ହୋଇଛି । ଗ୍ରାହକଙ୍କଠାରୁ ଅନ୍ୟ ଦେୟ ରାଶିରେ ସବୁଠୁ ଅଧିକ ବୃଦ୍ଧି ହୋଇଛି । ଏଗୁଡ଼ିକ ବଣ୍ଡ୍, ସିକ୍ୟୁରିଟି ଓ ବିଭିନ୍ନ ଅନ୍ୟ ଆର୍ଥିକ ସାଧନ ଆକାରରେ ହୋଇଛି ।

ଏହା ସୂଚାଇବା ଉଚିତ ଯେ ଭାରତ ଓ ସ୍ୱିଜରଲାଣ୍ଡ ଟିକସ ମାମଲାରେ ଆପୋସ ପ୍ରଶାସନିକ ସହାୟତା ସଂକ୍ରାନ୍ତ ବହୁପାକ୍ଷିକ ସମ୍ମିଳନୀ(ଏମଏଏସି)ରେ ସ୍ୱାକ୍ଷରକାରୀ ରହିଛନ୍ତି ଏବଂ ଉଭୟ ରାଷ୍ଟ୍ର ବହୁପକ୍ଷୀୟ ସକ୍ଷମ ପ୍ରାଧିକରଣ ବୁଝାମଣା (ଏମସିଏଏ) ମଧ୍ୟ ସ୍ୱାକ୍ଷର କରିଛନ୍ତି, ଯାହା ଅନୁଯାୟୀ, ୨୦୧୮ କ୍ୟାଲେଣ୍ଡର ବର୍ଷରୁ ଆଗାମୀ ବର୍ଷଗୁଡ଼ିକ ପାଇଁ ବାର୍ଷିକ ଆର୍ଥିକ ଆକାଉଣ୍ଟ ସୂଚନା ବିନିମୟ ନିମନ୍ତେ ଦୁଇ ରାଷ୍ଟ୍ର ମଧ୍ୟରେ ସ୍ୱୟଂକ୍ରିୟ ତଥ୍ୟ ଆଦାନପ୍ରଦାନ (ଏଇଓଆଇ) ସକ୍ରିୟ ହୋଇଯାଇଛି ।

୨୦୧୯ ଏବଂ ୨୦୨୦ରେ ଉଭୟ ରାଷ୍ଟ୍ର ମଧ୍ୟରେ ପ୍ରତ୍ୟେକ ରାଷ୍ଟ୍ରର ନିବାସୀଙ୍କ ବାବଦରେ ଆର୍ଥିକ ଆକାଉଣ୍ଟ ସୂଚନାର ବିନିମୟ ହୋଇଥିଲା । ଆର୍ଥିକ ଆକାଉଣ୍ଟଗୁଡ଼ିକର ସୂଚନା ବିନିମୟ ନିମନ୍ତେ ପ୍ରଚଳିତ ନ୍ୟାୟିକ ବ୍ୟବସ୍ଥା ପରିପ୍ରେକ୍ଷୀରେ (ଯାହାର ଟିକସ ଫାଙ୍କି ଉପରେ ଏକ ମହତ୍ତ୍ୱପୂର୍ଣ୍ଣ ନିବାରଣ ପ୍ରଭାବ ରହିଛି), ସ୍ୱିସ୍ ବ୍ୟାଙ୍କଗୁଡ଼ିକରେ ଜମାରାଶିର କୌଣସି ସମ୍ଭାବ୍ୟ ଆଖିଦୃଶିଆ ବୃଦ୍ଧି ହୋଇଥିବା ଦର୍ଶାଉ ନାହିଁ, ଯାହା ଭାରତୀୟ ନାଗରିକଙ୍କ ଅଘୋଷିତ ଆୟରୁ ବାହାରେ ଥିବ ।

ଏହାଛଡ଼ା, ନିମ୍ନଲିଖିତ କାରଣଗୁଡ଼ିକ ଜମାରାଶିରେ ସମ୍ଭାବ୍ୟ ବୃଦ୍ଧି ବାବଦରେ ବ୍ୟାଖ୍ୟା କରିପାରେ:

ବ୍ୟବସାୟିକ କାରବାରରେ ବୃଦ୍ଧି କାରଣରୁ ସ୍ୱିଜରଲାଣ୍ଡରେ ଭାରତୀୟ କମ୍ପାନିଗୁଡ଼ିକ ଦ୍ୱାରା ଜମାରାଶିରେ ବୃଦ୍ଧି

ଭାରତରେ ସ୍ଥାପିତ ସ୍ୱିସ୍ ବ୍ୟାଙ୍କ ଶାଖାଗୁଡ଼ିକର କାରବାର ଯୋଗୁ ଜମାରେ ବୃଦ୍ଧି

ଭାରତରେ ଏକ ସ୍ୱିସ୍ କମ୍ପାନିର ଏକ ସହଯୋଗୀ ସଂସ୍ଥା ପାଇଁ ପୁଞ୍ଜି ବୃଦ୍ଧି ଏବଂ

ବକେୟା ଡେରିଭେଟିଭ୍ ଆର୍ଥିକ ସାଧନ ସହ ଜଡ଼ିତ ଦେଣନେଣରେ ବୃଦ୍ଧି

ଗଣମାଧ୍ୟମ ଦ୍ୱାରା ଦର୍ଶାଯାଇଥିବା ରିପୋର୍ଟ ଆଧାରରେ ପ୍ରାସଙ୍ଗିକ ତଥ୍ୟ ସମେତ ଜମାରାଶି ବୃଦ୍ଧି/ହ୍ରାସ ପାଇଁ ଉଦ୍ଦିଷ୍ଟ ସମ୍ଭାବ୍ୟ କାରଣ ସଂକ୍ରାନ୍ତରେ ସ୍ୱିସ୍ କର୍ତ୍ତୃପକ୍ଷଙ୍କୁ ସେମାନଙ୍କ ମତାମତ ଦେବା ପାଇଁ ଅନୁରୋଧ କରାଯାଇଛି ।

 

SR



(Release ID: 1728566) Visitor Counter : 301