ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସମ୍ପର୍କିତ ସଦ୍ୟତମ ସୂଚନା

Posted On: 17 JUN 2021 9:03AM by PIB Bhubaneshwar

ଭାରତର ସକ୍ରିୟ କରୋନା ମାମଲା 8,26,740କୁ ହାସ ପାଇଛି; ଯାହା 71 ଦିନ ମଧ୍ୟରେ ସର୍ବନିମ୍ନ

ଗତ 24 ଘଣ୍ଟା ମଧ୍ୟରେ ଭାରତର ଦୈନିକ ନୂତନ କରୋନା ମାମଲା ସଂଖ୍ୟା 67,208 ରହିଛି । 

ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ମୋଟ 2,84,91,670 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି

ଗତ 24 ଘଣ୍ଟା ମଧ୍ୟରେ 1,03,570 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

କ୍ରମାଗତ 35 ଦିନ ମଧ୍ୟରେ ଦୈନିକ ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ଠାରୁ ଦୈନିକ ସୁସ୍ଥ ରୋଗୀଙ୍କ ସଂଖ୍ୟା ଅଧିକ ହେବାରେ ଲାଗିଛି ।

ସୁସ୍ଥତା ହାର 95.93 ପ୍ରତିଶତକୁ ବୃଦ୍ଧି ପାଇଛି ।

ସାପ୍ତାହିକ ପଜିଟିଭିଟି ହାର 5 ପ୍ରତିଶତ ତଳେ ରହିଛି, ବର୍ତ୍ତମାନ ଏହା 3.99 ପ୍ରତିଶତରେ ରହିଛି ।

ଦୈନିକ ପଜିଟିଭିଟି ହାର 3.48 ପ୍ରତିଶତରେ ରହିଛି, ଯାହା କ୍ରମାଗତ ଭାବେ 10 ଦିନ ମଧ୍ୟରେ ଏହା 5 ପ୍ରତିଶତ ତଳେ ରହିଛି ।

ପରୀକ୍ଷଣ କ୍ଷମତା ବହୁ ପରିମାଣରେ ବୃଦ୍ଧି ପାଇଛି – ବର୍ତ୍ତମାନ ସୁଦ୍ଧା ସମୁଦାୟ 38.52 କୋଟି ପରୀକ୍ଷା କରାଯାଇଛି ।

ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ଏପର୍ଯ୍ୟନ୍ତ ମୋଟ 26.55 କୋଟି ଡୋଜ ଟୀକା ଦିଆଯାଇଛି ।

 

**********

TRP/

 



(Release ID: 1727938) Visitor Counter : 157