ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସମ୍ପର୍କିତ ସଦ୍ୟତମ ସୂଚନା

Posted On: 15 JUN 2021 9:33AM by PIB Bhubaneshwar

ଭାରତର ସକ୍ରିୟ କରୋନା ମାମଲା 9,13,378କୁ ହ୍ରାସ ପାଇଛି ।

ଗତ 24 ଘଣ୍ଟା ମଧ୍ୟରେ ଭାରତରେ ନୂଆ କରୋନା ମାମଲା ସଂଖ୍ୟା 60,471 ରହିଛି; ଯାହା 75 ଦିନରେ ସର୍ବନିମ୍ନ ।

ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ମୋଟ 2,82,80,472 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

ଗତ 24 ଘଣ୍ଟା ମଧ୍ୟରେ 1,17,525 ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।

କ୍ରମାଗତ 33 ଦିନ ମଧ୍ୟରେ ଦୈନିକ ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ଠାରୁ ଦୈନିକ ସୁସ୍ଥ ରୋଗୀଙ୍କ ସଂଖ୍ୟା ଅଧିକ ହେବାରେ ଲାଗିଛି ।

ସୁସ୍ଥତା ହାର 95.64 ପ୍ରତିଶତକୁ ବୃଦ୍ଧି ପାଇଛି ।

ସାପ୍ତାହିକ ପଜିଟିଭିଟି ହାର 5 ପ୍ରତିଶତରୁ ତଳକୁ ହ୍ରାସ ପାଇଛି, ବର୍ତ୍ତମାନ ଏହା 4.39 ପ୍ରତିଶତରେ ରହିଛି ।

ଦୈନିକ ପଜିଟିଭିଟି ହାର 3.45 ପ୍ରତିଶତ, ଯାହା କ୍ରମାଗତ ଭାବେ 8 ଦିନ ମଧ୍ୟରେ ଏହା 5 ପ୍ରତିଶତ ତଳେ ରହିଛି ।

ପରୀକ୍ଷଣ କ୍ଷମତା ବହୁ ପରିମାଣରେ ବୃଦ୍ଧି ପାଇଛି – ବର୍ତ୍ତମାନ ସୁଦ୍ଧା ସମୁଦାୟ 38.13 କୋଟି ପରୀକ୍ଷା କରାଯାଇଛି ।

ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ଏପର୍ଯ୍ୟନ୍ତ ମୋଟ 25.90 କୋଟି ଡୋଜ ଟିକା ଦିଆଯାଇଛି ।

 

**********

TRP/



(Release ID: 1727298) Visitor Counter : 134