ରସାୟନ ଓ ସାର ମନ୍ତ୍ରଣାଳୟ

ସରକାରଙ୍କ ନୀତି ଯୋଗୁଁ ଅମ୍ଳଜାନ ସାନ୍ଦ୍ରକ ଦର ଶତକଡା ୫୪ ପ୍ରତିଶତ ହ୍ରାସ

ଅମ୍ଳଜାନ ସାନ୍ଦ୍ରକ ଟିଏମଆର ଯୋଗୁଁ ଖାଉଟିଙ୍କ ବୋଝ ହାଲୁକା

ସଂଶୋଧିତ ସହାୟକ ମୂଲ୍ୟ ୯ଜୁନ ୨୦୨୧ରୁ ଲାଗୁ

Posted On: 11 JUN 2021 6:41PM by PIB Bhubaneshwar

ଜାତୀୟ ଫର୍ମାସ୍ୟୁଟିକାଲ ପ୍ରାଇସିଂ କର୍ତ୍ତୃପକ୍ଷ (ଏନପିପିଏ) ଏହାର ଜୁନ ୩ତାରିଖ ବିଜ୍ଞପ୍ତି ଅନୁସାରେ ଅମ୍ଳଜାନ ସାନ୍ଦ୍ରକର ଟ୍ରେଡ ମାର୍ଜିନ ଆବଣ୍ଟନ ସ୍ତରରେ ଶତକଡା ୭୦ଭାଗ ହ୍ରାସ କରିଛନ୍ତି । ତଦନୁସାରେ ୧୦୪ଜଣ ଅମ୍ଳଜାନ ସାନ୍ଦ୍ରକ ପ୍ରସ୍ତୁତକାରୀ/ ଆମଦାନୀକାରୀ ୨୫୨ଟି ସାମଗ୍ରୀର ସଂଶୋଧିତ ଏମଆରପି ତାଲିକା ଦାଖଲ କରିଛନ୍ତି ।

 ସଂଶୋଧିତ ଦର ହ୍ରାସ ୭୦ଟି ସାମଗ୍ରୀ ଉପରେ ପ୍ରାୟ ଶତକଡା ୫୪ଭାଗ ହୋଇଥିବାବେଳେ, ୟୁନିଟ୍ ପିଛା ଏମଆରପି ୫୪ହଜାର ୩୩୭ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି । ସେହିପରି ୫୮ଟି ସାମଗ୍ରୀ ବ୍ରାଣ୍ଡ ଉପରେ ଶତକଡା ୨୫ ଓ ଏଗାରଟି ବ୍ରାଣ୍ଡ ଉପରେ ଶତକଡା ୨୬ରୁ ୫୦ପ୍ରତିଶତ ପର୍ଯ୍ୟନ୍ତ ଏମଆରପି ହ୍ରାସ ପାଇଛି । ୨୫୨ଟି ସାମଗ୍ରୀ ମଧ୍ୟରୁ ଘରୋଇ ର୍ନିମାଣକର୍ତ୍ତାଙ୍କ ଦ୍ୱାରା ପ୍ରସ୍ତୁତ ୧୮ଟି ସାମଗ୍ରୀ ବ୍ରାଣ୍ଡ ଉପରେ କୌଣସି ମୂଲ୍ୟ ହ୍ରାସ କରାଯାଇନାହିଁ । ସେ ଦୃଷ୍ଟିରୁ ଟ୍ରେଡ ମାର୍ଜିନ ର‌୍ୟାସନାଲଜେସନ (ଟିଏମଆର) ଅମ୍ଳଜାନ ସାନ୍ଧ୍ରକ କ୍ଷେତ୍ରରେ ଲାଗୁ ଯୋଗୁଁ ଖାଉଟିମାନଙ୍କ ଅର୍ଥ ଖର୍ଚ୍ଚ ହ୍ରାସ ପାଇବ । 

ନିମ୍ନଲିଖିତ ଶ୍ରେଣୀରେ ସର୍ବାଧିକ ହ୍ରାସ ଏମଆରପିରେ ପରିଲକ୍ଷିତ ହୋଇଛି ।

ପରିବହନକ୍ଷମ ୫ ଏଲପିଏମ୍‌(୮୦ ସାମଗ୍ରୀରୁ ୧୯)

ପରିବହନକ୍ଷମ ୧୦ ଏଲପିଏମ (୩୨ ସାମଗ୍ରୀରୁ ୦୭)

ଷ୍ଟେସନାରୀ ୫ ଏଲପିଏମ(୪୬ଟି ସାମଗ୍ରୀରୁ ୧୯)

ଷ୍ଟେସନାରୀ ୧୦ ଏଲପିଏମ (୨୭ଟି ସାମଗ୍ରୀରୁ ୧୩)

ସମସ୍ତ ବ୍ରାଣ୍ଡରେ ଏହି ଏମଆରପି ଜୁନ ୯ ତାରିଖଠାରୁ ଲାଗୁ ହୋଇଛି । ଏହାକୁ କଡାକଡି ପାଳନ ପାଇଁ ସମସ୍ତ ରାଜ୍ୟ ଔଷଧ ନିୟନ୍ତ୍ରକଙ୍କୁ ମଧ୍ୟ ଜଣାଇ ଦିଆଯାଇଛି । ଆବଶ୍ୟକ ନିର୍ଦ୍ଦେଶାବଳୀ ଏନପିପିଏ ୱେବସାଇଟ୍ (www.nppa.gov.in)ରେ ଉପଲବ୍ଧ ଅଛି । ଉପଲବ୍‌ଧତା ତଦାରଖ ନିମନ୍ତେ ଅମ୍ଳଜାନ ସାନ୍ଧ୍ରକର ପ୍ରସ୍ତୁତକାରୀ /ଆମଦାନୀକାରୀଙ୍କୁ ସେମାନଙ୍କ ମାସିକ ଷ୍ଟକ ତାଲିକା ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

 

*****

SM 



(Release ID: 1726412) Visitor Counter : 155