ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
କୋଭିଡ-19 ଟିକାକରଣ ସମ୍ପର୍କିତ ସଦ୍ୟତମ ତଥ୍ୟ
ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଦିଆଯାଇଛି 25 କୋଟି ଡୋଜରୁ ଅଧିକ ଟିକା
ଏବେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ପାଖରେ ଉପଲବ୍ଧ ଅଛି 1.33 କୋଟିରୁ ଅଧିକ ଡୋଜ
Posted On:
09 JUN 2021 12:18PM by PIB Bhubaneshwar
ଦେଶବ୍ୟାପୀ ଟିକାକରଣ ଅଭିଯାନର ଅଂଶସ୍ୱରୂପ ଭାରତ ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସହାୟତା ରୂପେ ମାଗଣାରେ କୋଭିଡ ଟିକା ଉପଲବ୍ଧ କରାଉଛନ୍ତି । ଏଥିସହ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ଯେପରି ସିଧାସଳଖ ଟିକା କ୍ରୟ କରିପାରିବେ ସେନେଇ ମଧ୍ୟ ଭାରତ ସରକାର ସୁବିଧା କରାଇଛନ୍ତି । ଟିକାକରଣ, ପରୀକ୍ଷଣ, ଚିହ୍ନଟ, ଚିକିତ୍ସା ଓ କୋଭିଡ ନିୟମାବଳୀ ପାଳନ ମହାମାରୀ ନିୟନ୍ତ୍ରଣ ଓ ପରିଚାଳନା ପାଇଁ ଭାରତ ସରକାରଙ୍କ ବିସ୍ତୃତ ରଣନୀତିର ଅଂଶବିଶେଷ ।
କୋଭିଡ-19 ଟିକାକରଣର ଉଦାର ଓ ତ୍ୱରିତ ପର୍ଯ୍ୟାୟ-3 ମେ 01, 2021ରୁ ଆରମ୍ଭ ହୋଇଛି ।
ଏହି ରଣନୀତି ଅନୁଯାୟୀ, ଭାରତ ସରକାର ପ୍ରତ୍ୟେକ ମାସରେ କେନ୍ଦ୍ରୀୟ ଔଷଧ ଗବେଷଣାଗାର (ସିଡିଏଲ) ମଞ୍ଜୁରୀ ପ୍ରାପ୍ତ ଯେକୌଣସି ନିର୍ମାତାଙ୍କ ଦ୍ୱାରା ପ୍ରସ୍ତୁତ ଟିକାର 50% କ୍ରୟ କରିବେ । ଭାରତ ସରକାର ପୂର୍ବଭଳି ଏହି ଟିକାର ଡୋଜ ଗୁଡ଼ିକୁ ବିନା ମୂଲ୍ୟରେ ରାଜ୍ୟ ସରକାରମାନଙ୍କୁ ଯୋଗାଇ ଦେବେ ।
ବର୍ତ୍ତମାନ ସୁଦ୍ଧା ଭାରତ ସରକାର ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଉଭୟ ବିନା ମୂଲ୍ୟରେ ଏବଂ ରାଜ୍ୟମାନଙ୍କ ଦ୍ୱାରା ପ୍ରତ୍ୟକ୍ଷ କ୍ରୟ ପ୍ରକ୍ରିୟାରେ 25 କୋଟି ଡୋଜରୁ ଅଧିକ (25,06,41,440) ଟିକା ଉପଲବ୍ଧ କରାଇଛନ୍ତି ।
ଏଥିମଧ୍ୟରୁ ନଷ୍ଟ ହୋଇଥିବା ଡୋଜକୁ ମିଶାଇ ମୋଟ 23,74,21,808 ଡୋଜ ଟିକା (ଆଜି ସକାଳ 8ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ) ବିନିଯୋଗ ହୋଇଛି ।
ଏବେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ନିକଟରେ 1.33 କୋଟି (1,33,68,727) ଡୋଜରୁ ଅଧିକ କୋଭିଡ ଟିକା ବିନିଯୋଗ ହେବା ପାଇଁ ଉପଲବ୍ଧ ରହିଛି ।
ଏହା ବ୍ୟତୀତ, ବର୍ତ୍ତମାନ 3 ଲକ୍ଷରୁ ଅଧିକ (3,81,750) ଡୋଜ ଟିକା ପାଇପଲାଇନରେ ଅଛି ଏବଂ ଆସନ୍ତା 3 ଦିନ ମଧ୍ୟରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଏହାକୁ ଗ୍ରହଣ କରିବେ ।
**********
TRP/
(Release ID: 1725580)
Visitor Counter : 292