ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ

ଡିବିଟି-ଆଇଏଲ୍‌ଏସ୍ ପକ୍ଷରୁ ‘ଆନିମାଲ ଚାଲେଞ୍ଜ’ ଷ୍ଟଡି ଷ୍ଟାର୍ଟଫର୍ମ ପ୍ରତିଷ୍ଠା

Posted On: 07 JUN 2021 5:54PM by PIB Bhubaneshwar

  କୋଭିଡ-୧୯ ଦ୍ୱାରା ସୃଷ୍ଟି ହୋଇଥିବା ବୈଶ୍ୱିକ ମହାମାରୀର ସଫଳ ଚିକିତ୍ସା ଓ ନିରାକରଣ ପାଇଁ ବୈଜ୍ଞାନିକ ଓ ଚିକିତ୍ସାବିଜ୍ଞାନୀ ସମୁଦାୟ ସକ୍ରିୟତାର ସହିତ କାର୍ଯ୍ୟ କରୁଛନ୍ତି । ମଣିଷଙ୍କୁ ଏହି କରୋନା ଭୂତାଣୁରୁ ସୁରକ୍ଷିତ କରିବାର ବଡ ରଣନୀତି  ହେଲା ସଫଳ ଟିକା ଓ ଚିକିତ୍ସା ବ୍ୟବସ୍ଥାର ବିକାଶ କରିବା  । ଏବେ ବିଭିନ୍ନ କ୍ଲିନିକାଲ (ଡାକ୍ତରୀ) ପରୀକ୍ଷଣ ଚାଲିଥିବାବେଳେ ସମାନ୍ତରାଳ ଭାବେ ପରୀକ୍ଷାଗାରରେ ଇନ୍ ଭିଟ୍ରୋ ମଡେଲ ଓ ଅର୍ଗାନିଜିମ୍‌ର ଆଦର୍ଶ ପ୍ରି-କ୍ଲିନିକାଲ ପରୀକ୍ଷା ନିରୀକ୍ଷାର ଆବଶ୍ୟକତା ରହିଛି । ଉଭୟ ଭୂତାଣୁ ଏବଂ ଏଥିପାଇଁ ନିୟୋଜିତ ଉପାଦାନ (ଥେରାପେଟିକ୍ ଏଜେଣ୍ଟ)ଙ୍କ ଦକ୍ଷତା ଓ ନିରାପତ୍ତାକୁ ବୁଝିବା ଓ ଅନୁଧ୍ୟାନ କରିବାର ବିଶେଷ ଆବଶ୍ୟକତା ରହିଛି ।

          ପକ୍ଷୀଙ୍କ ଦ୍ୱାରା ସାର୍ସ ଜାତୀୟ ଭୂତାଣୁ  ସହିତ ପ୍ରାଣୀଙ୍କ ଠାରୁ ସୃଷ୍ଟି ହେଉଥିବା ସଂକ୍ରମଣକାରୀ ଭୂତାଣୁଙ୍କର ଯଥେଷ୍ଟ ସାମଞ୍ଜସ୍ୟ ରହିଛି । ସାର୍ସ କୋଭ-୨ ଭୂତାଣୁ ମଣିଷକୁ ସଂକ୍ରମିତ କରୁଛି । ଏହି ପ୍ରାଣୀ (ଆନିମାଲ) ମଡେଲକୁ ଅନୁଧ୍ୟାନ ଓ ଅନୁଶୀଳନ କରି ଉପଯୁକ୍ତ ଟିକା ଏବଂ ଔଷଧ ବିକାଶିତ କରି ହେବ । ମୂଷା, ସିରିୟାନ ହାମଷ୍ଟର (ଏକପ୍ରକାର ଛୋଟ ଶଶା) ଭଳି କ୍ଷୁଦ୍ର କ୍ଷୁଦ୍ର ପ୍ରାଣୀଙ୍କୁ ସାର୍ସ-କୋଭ-୨ (ସାମ୍ପ୍ରତିକ କରୋନା) ପରୀକ୍ଷାରେ ବ୍ୟବହାର କରିବାରେ ସୁବିଧା ହେଉଛି । ଏହି ଜାତୀୟ ପ୍ରାଣୀ, ମଣିଷ ଶରୀରରେ ବିଶ୍ୱସନୀୟଭାବେ ଏବଂ ତ୍ୱରିତ ବେଗରେ କୋଭିଡ-୧୯ର ନିଦାନ ପ୍ରକ୍ରିୟାକୁ ସମ୍ପନ୍ନ  କରିଥାନ୍ତି । ଏବେ ଉପଲବ୍ଧ ହେଉଥିବା ବିଭିନ୍ନ ଆନିମଲ ମଡେଲ ମଧ୍ୟରୁ ହାମଷ୍ଟାରଙ୍କୁ ସାର୍ସ-କୋଭ-୨ ସଂକ୍ରମଣ ଅନୁଧ୍ୟାନ କରିବାକୁ ଅଧିକ ବ୍ୟବହାର କରାଯାଉଛି । ଏହା ମଣିଷକୁ ସଂକ୍ରମଣରୁ ମୁକ୍ତ କରିବାରେ ଅଧିକ ସହାୟକ ହେଉଛି । ଏହା ଏକ ସହଜ ମଡେଲ ।

ଏହିସବୁ ପ୍ରାଣୀଙ୍କ ଉପରେ ପରୀକ୍ଷାନିରୀକ୍ଷା କରୁଥବା ଲୋକଙ୍କର ବହୁବିଧ ଜ୍ଞାନ ଓ ବିଶେଷତ୍ୱ ଦରକାର । ସେମାନେ ଏହି ପରୀକ୍ଷା ସ୍ୱତନ୍ତ୍ର ଆନିମଲ ବାୟୋ ସେଫ୍ଟି ଲେବଲ-୩ସ୍ତରର ଲାବରେଟୋରୀରେ ଏସବୁ ପରୀକ୍ଷା କରିବା ଉଚିତ । ଏହି ଲ୍ୟାବ ଏବିଏସଏଲ-୩ନାମରେ ପରିଚିତ ।

          ଏହି ଆବଶ୍ୟତକାର ଗୁରୁତ୍ୱ ଉପଲବ୍ଧି କରି ଭୁବନେଶ୍ୱରସ୍ଥିତ ଜୀବବିଜ୍ଞାନ ପ୍ରତିଷ୍ଠାନ (ଭାରତ ସରକାରଙ୍କ ଜୈବପ୍ରଯୁକ୍ତି ବିଭାଗର ଏକ ସ୍ୱଂୟଶାସିତ ଗବେଷଣା ପ୍ରତିଷ୍ଠାନ) ଆଣ୍ଟିଭାଇରାଲ ଓ ଟିକା ବିକାଶିତ କରିବା ପାଇଁ ଏହି ଆନିମାଲ ମଡେଲ ଓ ଏକ ଏବିଏସ୍‌ଏଲ୍ -୩ ଲ୍ୟାବ ପ୍ରତିଷ୍ଠା କରିଛି । ଆଇଏଲ୍‌ଏସ୍‌ରେ ତିଆରି ହୋଇଥିବା ଏହି ପ୍ଲାଟଫର୍ମ ମିଶନ କୋଭିଡ ସୁରକ୍ଷା କାର୍ଯ୍ୟକ୍ରମରେ ବାୟୋଟେକ୍‌ନୋଲୋଜି ଇଣ୍ଡଷ୍ଟ୍ରି ରିସର୍ଚ୍ଚ ଆସିଷ୍ଟାଂଟ କାଉନସିଲ ବା ବିଆଇଏଆରସି ଦ୍ୱାରା କରାଯାଇଛି ।

          ଏହି ପ୍ରତିଷ୍ଠାନର କୋଭିଡ-୧୯ ଗବେଷକ ଦଳ ନିକଟରେ ଏକ ହାମଷ୍ଟର ମଡେଲ ବିକଶିତ କରିଛନ୍ତି । ଏଥିରେ ସ୍ଥାନୀୟ ଏକ ଭୂତାଣୁକୁ ବ୍ୟବହାର କରାଯାଇଛି ଯାହା ଆଇଏଲ୍‌ଏସ୍ ଦ୍ୱାରା କଲଚର ପଦ୍ଧତିରେ ବିଶେଷଭାବେ ସୃଷ୍ଟି କରାଯାଇଛି ।  ଏହି ଅନୁଷ୍ଠାନରେ କରାଯାଇଥିବା ପ୍ରୋଟୋମିକ୍ ଅନୁଧ୍ୟାନରୁ ଜଣାପଡିଛି ଯେ ହାମ୍‌ଷ୍ଟରର କୋଭିଡ ସଂକ୍ରମଣ ମଣିଷ ପ୍ରକ୍ରିୟା ସଂକ୍ରମଣ ସହ ସମାନ । ପାଥୋଫିଜିଓଲୋଜିକାଲ କୋଭିଡ ସଂକ୍ରମଣ ସ୍ଥିତି କରୋନାର ଆକ୍ରାନ୍ତ ମଣିଷଙ୍କ ସହ ଏକାଭଳି । ଏଥିରୁ ପ୍ରମାଣିତ ହେଉଛି ଯେ କୋଭିଡ-୧୯ ଗବେଷଣାର  ଏହି  ମଡେଲର ଯଥେଷ୍ଟ ଗୁରୁତ୍ୱ ରହିଛି । ଏହି ଗବେଷଣାର ତଥ୍ୟ ଆମେରିକାର ପ୍ରତିଷ୍ଠିତ ପତ୍ରିକା ଫାସେବରେ ପ୍ରକାଶିତ ହୋଇଛି । ଆଇଏଲଏସ୍ ପ୍ଲାଟଫର୍ମକୁ ବ୍ୟବହାର କରୁଥିବା ଏବଂ କରିବାକୁ ଥିବା ସଂସ୍ଥାମାନଙ୍କ  ମଧ୍ୟରେ ଅଛନ୍ତି-ମୁମ୍ବାଇର ଏନ୍‌ଆଇଆରଆରଏଚ, ଆଇଆଇଟି ଇନ୍ଦୋର, ବାଙ୍ଗାଲୋରର ଏନ୍‌ସିବିଏସ୍‌-ଇନଷ୍ଟେମ୍‌, ପୁଣେର ଏନ୍‌ସିଏଲ୍ ଏବଂ ମୋହାଲିର ସିଆଇଏବି ।

ଡକ୍ଟର ଶଶିଭୂଷଣ ସେନାପତି ଓ ଡକ୍ଟର ଗୁଲାମ ସୟଦଙ୍କ ନେତୃତ୍ୱରେ ଏକ ଟିମ୍ ଏହି ଗବେଷଣା କରିଛି । ପ୍ରତିଷ୍ଠାନର ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡା କହିଛନ୍ତି ଯେ ଏହି ଆନିମାଲ ମଡେଲ ଓ ଏବିଏସ୍‌ଏଲ୍ ୩ ସୁବିଧା ସାଂପ୍ରତିକ କରୋନା ଟିକା ଓ ଔଷଧର ବିକାଶ ଏବଂ ପରୀକ୍ଷାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ଏହି କାମକୁ ଆହୁରି ବଢାଇବାକୁ ପ୍ରତିଷ୍ଠାନ ପକ୍ଷରୁ ଟ୍ରାନ୍ସଜେନିକ ମାଇସ୍ କଲୋନୀ ଳ୧୮-ଷ ଇଉଉ-୨ ତିଆରି କରାଯାଇଛି । ଏହି ସୁବିଧା ସେବା ପାଇଁ ମୁକ୍ତ ଭିତ୍ତିରେ କିମ୍ବା ଅଂଶୀଦାରୀରେ ଉପଲବ୍ଧ ହେବ । ଦେଶ ବିଦେଶର ଗବେଷକ ଓ ଶିକ୍ଷାବିତ୍  ଓ ଷ୍ଟାଟଅପ୍‌ମାନେ ଏହାର ସୁଯୋଗ ଲାଭ କରିପାରିବେ ।

****

 TKM/SLP



(Release ID: 1725324) Visitor Counter : 239