ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ ଦିନକରେ ନୂଆ କରୋନା ମାମଲା ୧ ଲକ୍ଷ ଆସିଛି, ୬୧ ଦିନରେ ସର୍ବନିମ୍ନ

କ୍ରମାଗତ ୧୧ ଦିନରେ ଦୈନିକ ସଂକ୍ରମଣ ୨ ଲକ୍ଷ ତଳେ ରହିଛି

ଭାରତରେ ଆଜି ସକ୍ରିୟ କରୋନା ମାମଲା ଅଛି ୧୪,୦୧,୬୦୯

କ୍ରମାଗତ ୨୫ ଦିନ ହେଲା ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ସଂକ୍ରମଣକୁ ପଛରେ ପକାଇଛି

ଜାତୀୟ ସୁସ୍ଥତା ହାରରେ ବୃଦ୍ଧି, ସୁସ୍ଥତା ହାର୯୩.୯୪%କୁ ବୃଦ୍ଧି

ଦୈନିକ ପଜିଟିଭିଟି ହାର ଅଛି ୬.୩୪%, କ୍ରମାଗତ ୧୪ ଦନି ଧରି ଏହା ୧୦%ରୁ କମ୍ ରହିଛି

ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ୨୩.୨୭ କୋଟି ଡୋଜ୍ ଟିକା ଦିଆଯାଇଛି

Posted On: 07 JUN 2021 11:02AM by PIB Bhubaneshwar

ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ଦୈନିକ ନୂଆ କରୋନା ମାମଲା ୧,୦୦,୬୩୬ ଆସିଛି  । ଗତ ଦୁଇ ମାସ ମଧ୍ୟରେ ଏହା ସର୍ବନିମ୍ନ । କ୍ରମାଗତ ୧୧ ଦିନ ଧରି ଦୈନିକ ନୂଆ ସଂକ୍ରମଣ ୨ ଲକ୍ଷ ତଳେ ରହିଛି । କେନ୍ଦ୍ର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ମିଳିତ ପ୍ରଚେଷ୍ଟାରେ ଏହା ସମ୍ଭବ ହୋଇପାରିଛି ।

https://static.pib.gov.in/WriteReadData/userfiles/image/image001KSXM.jpg

ଭାରତରେ ସକ୍ରିୟ କରୋନା ମାମଲା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । କ୍ରମାଗତ ଦ୍ୱିତୀୟ ଦିନରେ ଦେଶରେ ସକ୍ରିୟ କରୋନା ମାମଲା ୧୫ ଲକ୍ଷ ତଳେ ରହିଛି; ଆଜି ଏହା ୧୪,୦୧,୬୦୯ ରହିଛି । କ୍ରମାଗତ ୭ ଦିନ ଧରି ସକ୍ରିୟ କରୋନା ମାମଲା ୨୦ ଲକ୍ଷ ତଳେ ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ୭୬,୧୯୦ ହ୍ରାସ ହୋଇଛି । ଏବେ ସକ୍ରିୟ ମାମଲା ଦେଶର ମୋଟ ପଜିଟିଭ୍ ମାମଲାର ମାତ୍ର ୪.୮୫% ରହିଛି ।

https://static.pib.gov.in/WriteReadData/userfiles/image/image0025SBB.jpg

କୋଭିଡ-୧୯ରୁ ଅଧିକରୁ ଅଧିକ ଲୋକ ସୁସ୍ଥ ହେଉଥିବାରୁ, ଭାରତରେ କ୍ରମାଗତ ୨୫ ଦିନ ଧରି ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ସଂକ୍ରମଣ ସଂଖ୍ୟାକୁ ପଛରେ ପକାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧,୭୪,୩୯୯ ଜଣ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ମାମଲା ତୁଳନାରେ ଅଧିକ ୭୩,୭୬୩ ଜଣ ସୁସ୍ଥ ହୋଇଛନ୍ତି ।

https://static.pib.gov.in/WriteReadData/userfiles/image/image003C8MK.jpg

ଦେଶରେ କରୋନା ମହାମାରୀ ଆରମ୍ଭ ହେବା ପରେ ଏ ପର୍ଯ୍ୟନ୍ତ ମୋଟ ୨,୭୧,୫୯,୧୮୦ ଜଣ ଲୋକ କୋଭିଡ-୧୯ରୁ ସୁସ୍ଥ ହୋଇପାରିଛନ୍ତି । ଏହା ଫଳରେ ଭାରତରେ ମୋଟ ସୁସ୍ଥତା ହାର ରହିଛି ୯୩.୯୪%, ଯାହାକି କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫,୮୭,୫୮୯ ଟେଷ୍ଟ କରାଯାଇଛି ଏବଂ ଭାରତରେ ଏ ପର୍ଯ୍ୟନ୍ତ ମୋଟ ୩୬.୬ କୋଟି (୩୬,୬୩,୩୪,୧୧୧)ରୁ ଅଧିକ ଟେଷ୍ଟ ହୋଇଛି ।

ଦେଶରେ ଏକ ପକ୍ଷଷର ଟେଷ୍ଟିଂ ବୃଦ୍ଧି କରାଯାଇଥିବା ବେଳେ ପଜିଟିଭିଟି ହାର କ୍ରମାଗତ ଭାବେ ହ୍ରାସ ପାଉଥିବା ପରିଲକ୍ଷିତ ହୋଇଛି । ଆଜି ଦୈନିକ ପଜିଟିଭିଟି ହାର ରହିଛି ୬.୩୪% । କ୍ରମାଗତ ୧୪ ଦିନ ଧରି ଏହା ୧୦% ତଳେ ରହିଛି ।

https://static.pib.gov.in/WriteReadData/userfiles/image/image004W5V1.jpg

ଟିକାକରଣ କ୍ଷେତ୍ରରେ ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ଏ ପର୍ଯ୍ୟନ୍ତ ୨୩.୨୭ କୋଟି ଡୋଜ୍ ଟିକା ଦିଆଯାଇଛି ।

ଆଜି ସକାଳ ୭ଟା ସୁଦ୍ଧା ୩୨,୬୮,୯୬୯ ସେସନରେ ମୋଟ ୨୩,୨୭,୮୬,୪୮୨ ଡୋଜ୍ ଟିକା ଦିଆଯାଇଛି ।

HCWs

1st Dose

99,68,836

2nd Dose

68,62,013

FLWs

1st Dose

1,62,06,661

2nd Dose

86,71,758

Age Group 18-44 years

1st Dose

2,86,18,514

2nd Dose

1,68,302

Age Group 45 to 60 years

1st Dose

7,10,44,966

2nd Dose

1,13,34,356

Over 60 years

1st Dose

6,06,75,796

2nd Dose

1,92,35,280

Total

23,27,86,482

SR



(Release ID: 1725129) Visitor Counter : 204