ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
ଗତ ୨୪ ଘଣ୍ଟାରେ ଭାରତରେ ୧.୨୦ ନୂଆ କରୋନା ମାମଲା ଆସିଛି, ପ୍ରାୟ ଦୁଇ ମାସ ମଧ୍ୟରେ ଏହା ସର୍ବନିମ୍ନ
କ୍ରମାଗତ ନବମ ଦିନରେ ଦୈନିକ ସଂକ୍ରମଣ ୨ ଲକ୍ଷରୁ କମ୍ ରହିଛି
ଦେଶରେ ଏବେ ସକ୍ରିୟ ମାମଲା ଅଛି ୧୫,୫୫,୨୪୮, କ୍ରମାଗତ ପଞ୍ଚମ ଦିନରେ ସକ୍ରିୟ ମାମଲା ୨୦ ଲକ୍ଷ ତଳେ ରହିଛି
କ୍ରମାଗତ ୨୩ ଦିନ ଧରି ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ନୂଆ ସଂକ୍ରମଣକୁ ପଛରେ ପକାଇଛି
ସୁସ୍ଥତା ହାର ୯୩.୩୮%କୁ ବୃଦ୍ଧି
େଦୈନିକ ପଜିଟିଭିଟି ହାର ୫.୭୮%କୁ ହ୍ରାସ, କ୍ରମାଗତ ୧୨ ଦିନ ଧରି ଏହି ହାର ୧୦% ତଳେ ରହିଛି
ଗତ ୨୪ ଘଣ୍ଟା ମଧ୍ୟରେ ୩୬.୫ ଲକ୍ଷ ଡୋଜ୍ ଟିକା ଦିଆଯାଇଛି
ପୋଷ୍ଟ କରାଯିବା ଦିନାଙ୍କ:
05 JUN 2021 10:16AM by PIB Bhubaneswar
ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୧,୨୦,୫୨୯ ନୂଆ କରୋନା ମାମଲା ଚିହ୍ନଟ ହୋଇଛି, ପ୍ରାୟ ଦୁଇ ମାସ (୫୮ ଦିନ) ମଧ୍ୟରେ ଏହା ସର୍ବନିମ୍ନ । କ୍ରମାଗତ ନବମ ଦିନରେ ମଧ୍ୟ ଦେଶରେ ନୂଆ କରୋନା ମାମଲା ୨ ଲକ୍ଷ ତଳେ ରହିଛି । କେନ୍ଦ୍ର ଓ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକର ମିଳିତ ପ୍ର୍ରଚେଷ୍ଟାରେ ଏହା ସମ୍ଭବ ହୋଇପାରିଛି ।

ଭାରତରେ ସକ୍ରିୟ କରୋନା ମାମଲା କ୍ରମାଗତ ଭାବେ ହ୍ରାସ ପାଇଚାଲିଛି । ଆଜି ସକ୍ରିୟ ମାମଲା ରହିଛି ୧୫,୫୫,୨୪୮ । କ୍ରମାଗତ ପଞ୍ଚମ ଦିନରେ ବି ସକ୍ରିୟ ମାମଲା ୨୦ ଲକ୍ଷ ତଳେ ରହିପାରିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ୮୦,୭୪୫ ହ୍ରାସ ହୋଇଛି ଏବଂ ସକ୍ର୍ରିୟ ମାମଲା ଏବେ ଦେଶର ମୋଟ ପଜିଟିଭ୍ ମାମଲାର ମାତ୍ର ୫.୪୨% ରହିଛି ।

କ୍ରମାଗତ ୨୩ ଦିନ ଧରି ଭାରତରେ ଦୈ÷ନିକ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ଦୈ÷ନିକ ନୂଆ ସଂକ୍ରମଣ ସଂଖ୍ୟାକୁ ପଛରେ ପକାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୯୭,୮୯୪ ଜଣ ସୁସ୍ଥ ହୋଇଛନ୍ତି ।
ଗତ ୨୪ ଘଣ୍ଟାରେ ଦୈନିକ ନୂଆ ସଂକ୍ରମଣ ତୁଳନାରେ ଅଅଧିକ ୭୭,୩୬୫ ଜଣ ସୁସ୍ଥ ହୋଇପାରିଛନ୍ତି ।

ଦେଶରେ ଏହି କରୋନା ମହାମାରୀ ଆରମ୍ଭ ହେବା ପରେ ଏ ପର୍ଯ୍ୟନ୍ତ କୋଭିଡ-୧୯ରୁ ୨,୬୭,୯୫,୫୪୯ ଜଣ ସୁସ୍ଥ ହେଲେଣି ଏବଂ ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୧,୯୭,୮୯୪ ଜଣ । ବୃଦ୍ଧି ପାଇବା ଧାରାରେ ଏବେ ସୁସ୍ଥତା ହାର ୯୩.୩୮%ରେ ପହଞ୍ଚିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୦,୮୪,୪୨୧ ଟେଷ୍ଟ କରାଯାଇଛି ଏବଂ ଭାରତରେ ଏ ପର୍ଯ୍ୟନ୍ତ ମୋଟ ୩୬.୧ କୋଟି (୩୬,୧୧,୭୪,୧୪୨)ରୁ ଅଧିକ ଟେଷ୍ଟ କରାଯାଇପାରିଛି ।
ଦେଶରେ ଏକ ପକ୍ଷରେ ଟେଷ୍ଟିଂ ବୃଦ୍ଧି କରାଯାଇଥିବା ବେଳେ ଅନ୍ୟ ପକ୍ଷରେ ସାପ୍ତାହିକ ପଜିିଟିଭିଟି ହାର ହ୍ରାସ ପାଉଥିବା ପରିଲକ୍ଷିତ ହୋଇଛି । ସାପ୍ତାହିକ ପଜିଟିଭିଟି ହାର ଏବେ ୬.୮୯% ଅଛି ଏବଂ ଦୈନିକ ପଜିଟିଭିଟି ହାର ରହିଛି ୫.୭୮% । କ୍ରମାଗତ ୧୨ ଦିନ ଧରି ଏହା ୧୦% ତଳେ ରହିଛି ।

ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ଏ ପର୍ଯ୍ୟନ୍ତ ୨୨.୭୮ କୋଟି ଡୋଜରୁ ଅଧିକ ଟିକା ଦିଆଯାଇଛି । ଗତ ୨୪ ଘଣ୍ଟାରେ ୩୬,୫୦,୦୮୦ ଡୋଜ୍ ଟିକା ଦିଆଯାଇଛି ।
ଆଜି ସକାଳ ୭ଟା ସୁଦ୍ଧା ମୋଟ ୩୨,୦୦,୬୭୭ ସେସନରେ ୨୨,୭୮,୬୦,୩୧୭ ଡୋଜ୍ ଟିକା ଦିଆଯାଇଛି ।
|
HCWs
|
1st Dose
|
99,45,863
|
|
2nd Dose
|
68,41,480
|
|
FLWs
|
1st Dose
|
1,60,57,349
|
|
2nd Dose
|
86,38,798
|
|
Age Group 18-44 years
|
1st Dose
|
2,59,69,460
|
|
2nd Dose
|
1,19,137
|
|
Age Group 45 to 60 years
|
1st Dose
|
6,97,94,194
|
|
2nd Dose
|
1,11,93,705
|
|
Over 60 years
|
1st Dose
|
6,01,85,472
|
|
2nd Dose
|
1,91,14,859
|
|
Total
|
22,78,60,317
|
*****
SR
(ରିଲିଜ ଆଡି: 1724666)
ପରିଦର୍ଶକ କାଉଣ୍ଟର : 231