ଗୃହ ନିର୍ମାଣ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ
ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ଦ୍ବାରା ଲାଗୁ ହେବାକୁ ଥିବା ମଡେଲ ଟେନାନ୍ସି ଆଇନକୁ କ୍ୟାବିନେଟ ମଞ୍ଜୁରି
ପୋଷ୍ଟ କରାଯିବା ଦିନାଙ୍କ:
02 JUN 2021 12:50PM by PIB Bhubaneshwar
ପ୍ରଧନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି ଘର ଭଡ଼ା ଦିଆଯିବା ସଂକ୍ରାନ୍ତ ଆଇନରେ ଆବଶ୍ୟକ ପରିବର୍ତ୍ତନ ଆଣିବା ଲାଗି ମଡେଲ ଟେନାନ୍ସି ଆଇନ ଲାଗୁ କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହାକୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ଲାଗି ଜାରି କରାଯାଇଛି। ଯାହାଫଳରେ ସେମାନେ ବର୍ତ୍ତମାନର ଆଇନ ଅନୁସାରେ ନୂଆ ଆଇନ ପ୍ରସ୍ତୁତ କରିପାରିବେ କିମ୍ବା ବର୍ତ୍ତମାନର ଆଇନରେ ସଂଶୋଧନ କରିପାରିବେ।
ଏହାଫଳରେ ସାରା ଦେଶରେ ଭଡ଼ାରେ ଘର ଦିଆଯିବା ସଂକ୍ରାନ୍ତ ଆଇନଗତ ଢାଞ୍ଚାକୁ ସୁଦୃଢ଼ କରିବାରେ ସହାୟତା ମିଳିପାରିବ, ଯାହାଫଳରେ ଆଗାମୀ ଦିନରେ ବିକାଶର ମାର୍ଗ ପ୍ରଶସ୍ତ ହେବ। ମଡେଲ ଟେନାନ୍ସି ଆଇନର ଉଦ୍ଦେଶ୍ୟ ହେଉଛି ଦେଶରେ ଘର ଭଡ଼ା ଦିଆଯିବା ମାଧ୍ୟମରେ ଏକ ଜୀବନ୍ତ, ଦୀର୍ଘସ୍ଥାୟୀ ଏବଂ ସମାବେଶୀ ଢାଞ୍ଚା ପ୍ରସ୍ତୁତ କରିବା। ଏହାଫଳରେ ପ୍ରତ୍ୟେକ ଆୟ ବର୍ଗର ଲୋକମାନଙ୍କ ପାଇଁ ଭଡ଼ା ଘର ଉପଲବ୍ଧ ହୋଇପାରିବ ଓ ବେଘର ହେବାର ସମସ୍ୟା ସମାଧାନ ହୋଇପାରିବ। ମଡେଲ ଟେନାନ୍ସି ଆଇନ ଫଳରେ ଘର ଭଡ଼ା ଦେବା ପ୍ରକ୍ରିୟା ଧୀରେ ଧୀରେ ଔପଚାରିକ ବଜାରରେ ପରିବର୍ତ୍ତିତ ହୋଇ ଏହାକୁ ସଂସ୍ଥାଗତ ରୂପ ଦିଆଯାଇପାରିବ।
ମଡେଲ ଟେନାନ୍ସି ଆଇନ ଲାଗୁ ହେବା ଫଳରେ ଖାଲି ପଡ଼ିଥିବା ଘରକୁ ଭଡ଼ାରେ ଦେବା ଲାଗି ଖୋଲା ଯାଇପାରିବ। ଆଶା କରାଯାଉଛି ଯେ ଏହା ଜରିଆରେ ଭଡ଼ା ଦେବାର ବଜାରକୁ ବ୍ୟବସାୟ ରୂପରେ ବିକଶିତ କରିବାରେ ଘରୋଇ ଭାଗିଦାରୀ ବଢ଼ିବ, ଯାହାଫଳରେ ଆବାସିକ ବାସଗୃହର ବ୍ୟାପକ ଅଭାବକୁ ଦୂର କରାଯାଇପାରିବ।
*******
P.S
(ରିଲିଜ ଆଡି: 1723882)
ପରିଦର୍ଶକ କାଉଣ୍ଟର : 246
ଏହି ରିଲିଜ ପଢନ୍ତୁ :
Malayalam
,
English
,
Urdu
,
Marathi
,
हिन्दी
,
Bengali
,
Assamese
,
Punjabi
,
Gujarati
,
Telugu
,
Kannada