ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ

ସରକାର ଗୋପନୀୟତା ଅଧିକାରକୁ ସମ୍ମାନ କରନ୍ତି, ଏହାର ଉଲ୍ଳଂଘନ ନିମନ୍ତେ କୌଣସି ଉଦ୍ଦେଶ୍ୟ ମଧ୍ୟ ନାହିଁ

କୌଣସି ବାର୍ତ୍ତା ଉତ୍ସକୁ ଉନ୍ମୋଚନ କରିବାରେ ୱାଟ୍‌ସଆପର ଉପଯୋଗ ହୋଇପାରିବ, ତେବେ ଖବର ଦେଶର ସାର୍ବଭୌମତ୍ୱ ଓ ଅଖଣ୍ଡତା, ଅତି ଗୁରୁତର ଅପରାଧର ତଦନ୍ତ ଓ ଦଣ୍ଡ ସଂକ୍ରାନ୍ତ ହେବା ଦରକାର । ଏହା ବ୍ୟତୀତ ଦେଶର ସୁରକ୍ଷା, ବୈଦେଶିକ ରାଷ୍ଟ୍ର ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବା ଏସବୁ ଅପରାଧ ପାଇଁ ଉସୁକାଇବା କିମ୍ବା ଦୁଷ୍କର୍ମ, ଯୌନଦ୍ଦୀପକ ଖବର ଓ ଶିଶୁ ଯୌନ ଉତ୍ପୀଡନ ଜନିତ ଖବର ହୋଇଥିବା ଜରୁରୀ

ଗୋପନୀୟତା ଅଧିକାର ଏକ ମୌଳିକ ଅଧିକାର

Posted On: 26 MAY 2021 5:35PM by PIB Bhubaneshwar
  • ଭାରତ ସରକାର ଗୋପନୀୟତା ଅଧିକାରକୁ ମୌଳିକ ଅଧିକା ମାନ୍ୟତା ପ୍ରଦାନ କରିଛନ୍ତି ଓ ନାଗରିକମାନଙ୍କ ପାଇଁ ଏହା ସୁନିଶ୍ଚିତ କରିବାକୁ ଅଙ୍ଗୀକାରବଦ୍ଧ ।
  • ଏ ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ “ଭାରତ ସରକାର ଦେଶର ସମସ୍ତ ନାଗରିକଙ୍କୁ ଗୋପନୀୟତା ଅଧିକାର ପ୍ରଦାନ ପାଇଁ ଅଙ୍ଗୀକାରବଦ୍ଧ ଓ ତାହା ସହ ଦେଶର ସୁରକ୍ଷାକୁ ସୁନିଶ୍ଚିତ କରିବା ସହ ଆଇନ ଶୃଙ୍ଖଳା ରକ୍ଷା କରିବା ମଧ୍ୟ ରାଷ୍ଟ୍ରର ଦାୟିତ୍ୱ ।
  • ମନ୍ତ୍ରୀ ଶ୍ରୀ ରବିଶଙ୍କର ପ୍ରସାଦ ଆହୁରି କହିଛନ୍ତି ଯେ, “ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ପଦକ୍ଷେପ କୌଣସି ମତେ ମଧ୍ୟ ୱାଟସ୍‌ଆପର ସ୍ୱାଭାବିକ ପ୍ରକ୍ରିୟାକୁ ପ୍ରଭାବିତ କରିବ ନାହିଁ କି ସାଧାରଣ ବ୍ୟବହାରକାରୀଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ।
  • ଏକ ପ୍ରତିଷ୍ଠିତ ବିଚାରବିଭାଗୀୟ ଉକ୍ତି ଅନୁସାରେ ଗୋପନୀୟତା ଅଧିକାର ସମେତ କୌଣସି ମୌଳିକ ଅଧିକାର ସ୍ୱୟଂ ସମ୍ପୂର୍ଣ୍ଣ ନୁହେଁ ଓ ନ୍ୟାୟସଂଗତ କଟକଣାର ପରିସରଭୁକ୍ତ ଅଟେ । ସେ ଦୃଷ୍ଟିରୁ  ମଧ୍ୟବର୍ତ୍ତୀ ମାର୍ଗଦର୍ଶିକାର ଆବଶ୍ୟକତା ଅନୁସାରେ ପ୍ରଥମ ତଥ୍ୟ ପ୍ରଦାନକାରୀ ଏହି ନ୍ୟାୟିକ କଟକଣା ପରିସରଭୁକ୍ତ ଅଟନ୍ତି ।
  • ଯେତେବେଳେ ମଧ୍ୟବର୍ତ୍ତୀ ମାର୍ଗଦର୍ଶିକାର ନିୟମ ୪(୨)କୁ ତର୍ଜମା କରାଯାଏ ସେଥିରେ ମଧ୍ୟ ଏହି ଟେଷ୍ଟ ସ୍ପଷ୍ଟଭାବେ ଦର୍ଶାଯାଇଛି । ଏହି ଟେଷ୍ଟର ମୁଖ୍ୟ ହେଲା ଏ ବାବଦ କୌଣସି ନ୍ୟୂନତମ ଫଳପ୍ରଦ ବିକଳ୍ପ ପ୍ରତିକାର ଅଛି କି ନାହିଁ । ମଧ୍ୟବର୍ତ୍ତୀ ମାର୍ଗଦର୍ଶିକା ଅନୁସାରେ ତଥ୍ୟର ସୂତ୍ରଧରକୁ ପ୍ରଘଟ  କରିହେବ ଯେତେବେଳେ ଅନ୍ୟାନ୍ୟ ପ୍ରତିକାର ଅକାମୀ ହୋଇଯାଏ । ସେ ଦୃଷ୍ଟିରୁ ଅନେକ ଆଇନଗତ ସାବଧାନତା ଅନୁସରଣ କରାଯାଇ ଏହି ତଥ୍ୟ ଆହରଣ କରାଯାଇଥାଏ ।

ଜନସ୍ୱାର୍ଥ ଦୃଷ୍ଟିରୁ ନିୟମ

  • ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଆଇନତଃ ପ୍ରଥମ ଖବରଦାତାଙ୍କୁ ଚିହ୍ନଟ କରିବାକୁ ହେଲେ ମାର୍ଗଦର୍ଶିକାର ନିୟମ ୪(୨) ଅନୁସାରେ ଏହାର ନିରାକରଣ, ତଦନ୍ତ ଓ ଦଣ୍ଡ ଇତ୍ୟାଦି ଓ ଅନ୍ୟ ବିଷୟଗୁଡିକ ମଧ୍ୟରେ ଦେଶର ସାର୍ବଭୌମତ୍ୱ, ଅଖଣ୍ଡତା, ଭାରତର ସୁରକ୍ଷା, ବଳାତ୍କାର, ଯୌନ ଅପରାଧ ଜନିତ ତଥ୍ୟ ବା ଶିଶୁ ଯୌନ ଉତ୍ପୀଡନ ସଂକ୍ରାନ୍ତ ଅପରାଧ ଯେଉଁଥିରେ କି ଅନ୍ୟୁନ ପାଞ୍ଚବର୍ଷ କାରାଦଣ୍ଡ ବ୍ୟବସ୍ଥା ରହିଛି ।
  • ଜନସ୍ୱାର୍ଥ ଦୃଷ୍ଟିରୁ ଯାହାର ବଦମାସୀ ଯୋଗୁଁ ଅପରାଧ ଘଟିଛି ତାହାକୁ ଚିହ୍ନଟ କରି ଦଣ୍ଡ ପ୍ରଦାନ କରିବାକୁ ହେବ । ଆମେ ଅସ୍ୱୀକାର କରି ପାରିବା ନାହିଁ ଯେ ସର୍ବସାଧାରଣଙ୍କ ସମ୍ମୁଖରେ ହତ୍ୟା ଓ ଦଙ୍ଗା ଇତ୍ୟାଦି କ୍ଷେତ୍ରରେ ୱାଟର ଆପ୍ ବାର୍ତାଗୁଡିକ ବାରମ୍ବାର ପ୍ରସାରିତ ଓ ପୁନଃ ପ୍ରସାରିତ ହୋଇଥାଏ ଯଦିଓ ଘଟଣା ସାର୍ବଜନୀନ ହୋଇସାରିଥାଏ । ତେବେ ଯାହା ଏହି ଘଟଣାର ଉତ୍ସ ଥାଏ ତାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।

ଦେଶର ଆଇନ ଅନୁସାରେ ନିୟମ

  • ମଧ୍ୟବର୍ତ୍ତୀ ମାର୍ଗଦର୍ଶିକାର ନିୟମ ୪(୨) ଏକଚାଟିଆ ପଦକ୍ଷେପ ନୁହେଁ । ବିଭିନ୍ନ ଅଂଶୀଦାର,ସାମାଜିକ ଗଣମାଧ୍ୟମ, ମଧ୍ୟସ୍ଥି ଇତ୍ୟାଦିଙ୍କ ସହ ଆଲୋଚନା ପରେ ଏହି ନିୟମ ପ୍ରସ୍ତୁତ ହୋଇଛି ।
  • ଅକ୍ଟୋବର ୨୦୧୮ ପରଠାରୁ ୱାଟସ୍‌ଆପ୍ ପକ୍ଷରୁ ଭାରତ ସରକାରଙ୍କ ନିକଟରେ ଗୁରୁତର ଅପରାଧ କ୍ଷେତ୍ରରେ ପ୍ରଥମ ବିଷୟ ଆରମ୍ଭକାରୀଙ୍କୁ ଚିହ୍ନଟ କରିବା ନେଇ, କୌଣସି ଲିଖିତ ଆପତି  ରୁଜୁ କରାଯାଇନାହିଁ । ସେମାନେ ସାଧାରଣତଃ ମାର୍ଗଦର୍ଶିକା ଲାଗୁ ନେଇ ଅଧିକ ସମୟ ଲୋଡିଥାନ୍ତି, ମାତ୍ର ଚିହ୍ନଟ ସମ୍ଭବ ନୁହେଁ ବୋଲି କୌଣସି ବିଧିବଦ୍ଧ ପସନ୍ଦ  ଉଠାଇନାହାନ୍ତି ।
  • ବିଚାର ବିମର୍ଶ ପାଇଁ ଆଗରୁ ଅନେକ ସୁଯୋଗ ଓ ସମୟ ଥିବା ସତ୍ତ୍ୱେ ଶେଷ ମୁହୂର୍ତ୍ତରେ ନିୟମ ପ୍ରଣୟନ ପରେ ୱାର୍ଟସ ଆପ୍ ପକ୍ଷରୁ ଏହାକୁ ବିରୋଧ କରାଯିବା ମଧ୍ୟବର୍ତ୍ତୀକାଳୀନ ମାର୍ଗଦର୍ଶିକା ଲାଗୁ କରିବାରେ ଅନ୍ତରାୟ ସୃଷ୍ଟି କରିବାରେ ଉଦ୍ୟମ ବୋଲି କୁହାଯାଇପାରେ ।
  • ଦେଶରେ ଯାହା କିଛି ଚାଲିଛି ସବୁ ଦେଶର ଆଇନ ପରିସରଭୁକ୍ତ । ୱାଟସଆପ୍ ପକ୍ଷରୁ ମାର୍ଗଦର୍ଶିକା ଅମାନ୍ୟ କରାଯିବା ବାସ୍ତବିକ ଦୁର୍ଭାଗ୍ୟଜନକ ।
  • ଗୋଟିଏ ପକ୍ଷରେ ୱାଟସ ଅପ୍ ଏକ ବ୍ୟକ୍ତିଗତ ନୀତି ଚାହୁଁଛି ଯାହାଫଳରେ ଏହା ତା’ର ତଥ୍ୟ ବ୍ୟବହାରକାରୀଙ୍କ ଡାଟା ସେୟାର କରିବା ନିଜ କମ୍ପାନୀ ସହ ଫେସବୁକ ବିପଣନ ଓ ଅନ୍ୟାନ୍ୟ ବିଜ୍ଞପନ ସହ ।
  • ଅପରପକ୍ଷରେ ୱାଟସଆପ୍ ମଧ୍ୟବର୍ତ୍ତୀକାଳୀନ ମାର୍ଗଦର୍ଶିକା ପାଳନ କରିବାକୁ ମନା କରୁଛି । ଏହା ଆଇନତଃ ଠିକ୍‌, ଉଦ୍ଦେଶ୍ୟ ପ୍ରଣୋଦିତ ଓ ଅମୂଳକ ଖବର ପ୍ରଚାରକୁ ବନ୍ଦ କରିପାରିବ ।
  • -ୱାଟସ ଆପ୍ ଯୁକ୍ତି ବାଢୁଛି ଯେ ତାର ମାର୍ଗଦର୍ଶିକା ଅମାନ୍ୟ ଯଥାର୍ଥ ଓ ପ୍ଲାଟଫର୍ମରେ ଥିବା ଖବର ଆମୂଳଚୂଳ କଟକଣାଯୁକ୍ତ । ।
  • -ସମସ୍ତ ଗଣମାଧ୍ୟମର କାର୍ଯ୍ୟପଦ୍ଧତି ଯାହା ହେଉ ନା କାହିଁକି ତଥ୍ୟର ଉତ୍ସ ବିଷୟ ଜଣାଇବା ବାଧ୍ୟତାମୂଳକ ସମସ୍ତ ସାମାଜିକ ଗଣମାଧ୍ୟମ ପାଇଁ ।
  • -ମନ୍ତ୍ରୀ ଶ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ “ କଟକଣା ବା କଟକଣା ରହିତ ବିଷୟକୁ ଠିକ୍ ଭାବରେ ବୁଝାଯାଇନାହିଁ । ଗୋପନୀୟତା ଅଧିକାରକୁ କଟକଣା ଯୁକ୍ତ କରିବା  ଓ ନ କରିବା ସମ୍ପୂର୍ଣ୍ଣ ଭାବେ ସାମାଜିକ ଗଣମାଧ୍ୟମ ମଧ୍ୟସ୍ଥିଙ୍କ ବ୍ୟାପାର । ଭାରତ ସରକାର ସମସ୍ତ ନାଗରିକଙ୍କ ଗୋପନୀୟତା ଅଧିକାର ସହ ଜାତୀୟ ସୁରକ୍ଷା ପାଇଁ ଅଙ୍ଗୀକାରବଦ୍ଧ । କଟକଣାଯୁକ୍ତ ବା କଟକଣା ମୁକ୍ତ  ବୈଷୟିକ ଜ୍ଞାନ ଉପଯୋଗ କାର୍ଯ୍ୟ ବା ଦାୟିତ୍ୱ ୱାଟସଆପ୍ ଯାହାଫଳରେ ଜନସାଧାରଣଙ୍କ ଅଧିକାର ଓ ଦେଶର ସୁରକ୍ଷା ଉଭୟ ରକ୍ଷା କରାଯାଇପାରିବ ବୋଲି ଶ୍ରୀ ପ୍ରସାଦ କହିଛନ୍ତି ।”
  • -ଗୋଟିଏ ମହତ୍ୱପୂର୍ଣ୍ଣ ସାମାଜିକ ଗଣମାଧ୍ୟମ ମଧ୍ୟସ୍ଥିଭାବେ ୱାର୍ଟସଆପ ସୂଚନା ପ୍ରଯୁ୍‌କ୍ତି ଆଇନର ବ୍ୟବସ୍ଥାରେ ଏକ ନିରାପଦ ସ୍ଥିତି ଚାହୁଁଛି । ମାତ୍ର ସେମାନେ ଆଇନର ପରିଧି ମଧ୍ୟରେ ରହି ମଧ୍ୟ ଉତ୍ତରଦାୟୀ ହେବାରେ ସେ ପଛଘୁଞ୍ଚା ଦେଉଛନ୍ତି ।

ଆନ୍ତର୍ଜାତିକ ଗ୍ରହଣ ଯୋଗ୍ୟତା

  • ଭାରତ ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ନିୟମ ଜନସ୍ୱାର୍ଥ ଦୃଷ୍ଟିରୁ ହୋଇଛି ଓ କେବଳ ଭାରତରେ ନୁହଁ, ବରଂ ଏହାର ବୈଶ୍ୱିକ ନଜିର ରହିଛି ।
  • ଜୁଲାଇ ୨୦୧୯ରେ ଇଂଲଣ୍ଡ, ଆମେରିକା, ଅଷ୍ଟ୍ରେଲିଆ, କାନାଡା ଓ ନ୍ୟୁଜିଲାଣ୍ଡ ସରକାର ଏକ ଇସ୍ତାହାରରେ ପ୍ରକାଶ କରିଥିଲେ ଯେ ଟେକ କମ୍ପାନୀଗୁଡିକ ସେମାନଙ୍କ କଟକଣାଯୁକ୍ତ ବିଷୟ ଏପରି କରିବେବ ଯାହାଫଳରେ ସରକାରେ ତାଙ୍କ ଆଇନ କର୍ତ୍ତପକ୍ଷଙ୍କ ଜରିଆରେ ତଥ୍ୟ ବିଶ୍ଳେଷଣ କରିପାରିବେ ।
  • ବ୍ରାଜିଲ ସରକାର ୱାଟସଆପରେ କେତେକଙ୍କ ଆଇପି ଠିକଣା, ଗ୍ରାହକ  ତଥ୍ୟ ଓ ଅବସ୍ଥିତି ଗତ ତଥ୍ୟ ଓ ମେସେଜ ମଧ୍ୟ ମାଗୁଛନ୍ତି ।
  • ଅନ୍ୟ ଦେଶ ତୁଳନାରେ ଭାରତ ସେପରି ଅଧିକ ତଥ୍ୟ ମାଗୁନାହିଁ ।
  • ସେ ଦୃଷ୍ଟିରୁ ୱାର୍ଟସ ଆପ୍ ଭାରତର ମାର୍ଗଦର୍ଶିକାକୁ ବିରୋଧାଭାଷ ଦୃଷ୍ଟିରୁ ଦେଖିବା ଅନୁଚିତ ।
  • ଭାରତର ନିୟମ ୪(୨) ଅନୁସାରେ ଗୋପନୀୟତା ଅଧିକାର, ମୌଳିକ ଆକାର ଓ ଆଇନ କଟକଣା ପରିସରଭୁକ୍ତ । ଏହା ଆଇନ ଶୃଙ୍ଖଳା ରକ୍ଷା ପାଇଁ ଉଦ୍ଦିଷ୍ଟ ।

ଆଇନରେ ସମସ୍ତ ସୁରକ୍ଷା ପ୍ରଦାନ କରାଯାଇଛି । କୌଣସି ବ୍ୟକ୍ତି ମୂଳଉତ୍ସକୁ ଠାବ କରିପାରିବ ନାହିଁ । ଏହା କେବଳ ଆଇନଗତ ଢାଂଚାରେ ହୋଇପାରିବ । ଏହା ଅତି ଆବଶ୍ୟକ ହେଲେ ହେଁ ଅନ୍ୟ ଉପାୟ ବା ପଦ୍ଧତି ସଫଳ ନ ହେଲେ କରାଯିବ ।

*****

SM/ SLP


(Release ID: 1722065) Visitor Counter : 377