ରାଷ୍ଟ୍ରପତିଙ୍କ ସଚିବାଳୟ

ବୁଦ୍ଧ ପୂର୍ଣ୍ଣିମା ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 25 MAY 2021 6:57PM by PIB Bhubaneswar

ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ବୁଦ୍ଧ ପୂର୍ଣ୍ଣିମାର ପୂର୍ବ ସନ୍ଧ୍ୟାରେ ତାଙ୍କ ବାର୍ତ୍ତାରେ କହିଛନ୍ତି:-

“ବୁଦ୍ଧ ପୂର୍ଣ୍ଣିମାର ଶୁଭ ଅବସରରେ, ଦେଶବାସୀ ଏବଂ ବିଶ୍ଵର ସମସ୍ତ ଭଗବାନ ବୁଦ୍ଧଙ୍କ ଅନୁଗାମୀଙ୍କୁ ମୋର ଶୁଭକାମନା ଜଣାଉଛି ।

ଭଗବାନ ବୁଦ୍ଧଙ୍କ ଶିକ୍ଷା ଆମକୁ ଦୁଃଖ ଓ କଷ୍ଟରୁ ମୁକ୍ତିର ବାଟ ଆଡକୁ ଅଗ୍ରସର କରାଇଥାଏ । ହିଂସା ଏବଂ ଅନ୍ୟାୟ ଠାରୁ ଦୂରେଇ ରହିବାକୁ ସେ ଲୋକଙ୍କୁ ଶିକ୍ଷା ଦେଇଥିଲେ ଏବଂ ଏହି ମନ୍ତ୍ର ଆମକୁ ଶତାବ୍ଦୀ ଧରି ଆଦର୍ଶ ମଣିଷ ହେବାକୁ ପ୍ରେରଣା ଯୋଗାଇ ଆସୁଛି । ଅହିଂସା, ଶାନ୍ତି, କରୁଣା ଏବଂ ମାନବ ସେବାର ନିଦର୍ଶନ ଭଗବାନ ବୁଦ୍ଧଙ୍କ ଜୀବନ ଏବଂ ତାଙ୍କର ଚିରନ୍ତନ ଶିକ୍ଷା ସମଗ୍ର ବିଶ୍ୱରେ ମାନବ ସଭ୍ୟତାର ବିକାଶକୁ ଗଭୀର ଭାବରେ ପ୍ରଭାବିତ କରିଛି । 

କୋଭିଡ-19 ମହାମାରୀ ଆକାରରେ ଆମେ ଏକ ଅଦୃଶ୍ୟ ସଙ୍କଟର ସମ୍ମୁଖୀନ ହେଉଛୁ । ବୁଦ୍ଧ ପୂର୍ଣ୍ଣିମାର ଏହି ଶୁଭ ପର୍ବ ଅବସରରେ ଆମର ଏକତା ଏବଂ ସାମୂହିକ ସଂକଳ୍ପ ମାଧ୍ୟମରେ ଆମେ ଏହି ମହାମାରୀରୁ ସଫଳତାର ସହ ବାହାରକୁ ଆସିପାରିବା ଏବଂ ସାଧାରଣ ଲୋକଙ୍କ କଲ୍ୟାଣ ଦିଗରେ ସ୍ଥିର ଭାବରେ ଆଗକୁ ବଢିବା ନେଇ ମୁଁ ପ୍ରାର୍ଥନା କରୁଛି” ।

 

**********

TRP/


(ରିଲିଜ ଆଡି: 1721759) ପରିଦର୍ଶକ କାଉଣ୍ଟର : 224
ଏହି ରିଲିଜ ପଢନ୍ତୁ : English , Urdu , Marathi , हिन्दी , Punjabi , Tamil