କ୍ୟାବିନେଟ

ବିଦେଶୀ ରାଷ୍ଟ୍ର/ସଂଗଠନଗୁଡ଼ିକ ସହିତ ଇନଷ୍ଟିଚ୍ୟୁଟ୍ ଅଫ୍ କଷ୍ଟ ଆକାଉଣ୍ଟାଣ୍ଟ୍ସ ଅଫ ଇଣ୍ଡିଆ (ଆଇସିଓଏଆଇ) ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ କମ୍ପାନୀ ସେକ୍ରେଟାରିଜ୍ ଅଫ ଇଣ୍ଡିଆ (ଆଇସିଏସଆଇ) ପକ୍ଷରୁ ସ୍ବାକ୍ଷରିତ ବୁଝାମଣାପତ୍ର (ଏମଓୟୁ)କୁ କ୍ୟାବିନେଟ ମଞ୍ଜୁରି

Posted On: 25 MAY 2021 1:17PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ବିଦେଶୀ ରାଷ୍ଟ୍ର/ସଂଗଠନଗୁଡ଼ିକ ସହିତ ଇନଷ୍ଟିଚ୍ୟୁଟ୍ ଅଫ କଷ୍ଟ ଆକାଉଣ୍ଟାଣ୍ଟ୍ସ ଅଫ୍ ଇଣ୍ଡିଆ (ଆଇସିଓଏଆଇ) ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ କମ୍ପାନୀ ସେକ୍ରେଟାରିଜ୍ ଅଫ ଇଣ୍ଡିଆ (ଆଇସିଏସଆଇ) ପକ୍ଷରୁ କରାଯାଇଥିବା ବୁଝାମଣାପତ୍ର (ଏମଓୟୁ)କୁ ପିଛିଲା ଭାବେ ମଞ୍ଜୁର କରାଯାଇଛି।

ଇନଷ୍ଟିଚ୍ୟୁଟ୍ ଅଫ କଷ୍ଟ ଆକାଉଣ୍ଟାଣ୍ଟ୍ସ ଅଫ ଇଣ୍ଡିଆ (ଆଇସିଓଏଆଇ) ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ କମ୍ପାନୀ ସେକ୍ରେଟାରୀଜ୍ ଅଫ୍ ଇଣ୍ଡିଆ (ଆଇସିଏସଆଇ) ପକ୍ଷରୁ ବିଦେଶୀ ସଂଗଠନ ଯଥା ଅଷ୍ଟ୍ରେଲିଆର ଇନଷ୍ଟିଚ୍ୟୁଟ୍ ଅଫ ପବ୍ଲିକ ଆକାଉଣ୍ଟାଣ୍ଟ୍ସ (ଆଇପିଏ), ବ୍ରିଟେନର ଚାର୍ଟାର୍ଡ ଇନଷ୍ଟିଚ୍ୟୁଟ ଫର ସିକ୍ୟୁରିଟିଜ୍ ଆଣ୍ଡ ଇନଭେଷ୍ଟମେଣ୍ଟ (ସିଆଇଏସଆଇ), ବ୍ରିଟେନର ଚାର୍ଟାର୍ଡ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ ଫାଇନାନ୍ସ ଆଣ୍ଡ ଆକାଉଣ୍ଟାନ୍ସି (ସିଆଇପିଏଫଏ), ଶ୍ରୀଲଙ୍କାର ଇନଷ୍ଟିଚ୍ୟୁଟ ଅଫ୍ ସାର୍ଟିଫାଏଡ ମ୍ୟାନେଜମେଣ୍ଟ ଆକାଉଣ୍ଟାଣ୍ଟ୍ସ ଏବଂ ବ୍ରିଟେନର ଇନଷ୍ଟିଚ୍ୟୁଟ ଅଫ ଚାର୍ଟାର୍ଡ ସେକ୍ରେଟାରିଜ ଆଣ୍ଡ ଆଡମିନିଷ୍ଟ୍ରେଟର୍ସ (ଆଇସିଏସଏ) ସହିତ ଏମ୍ଓୟୁ ସ୍ବାକ୍ଷର କରାଯାଇଥିଲା।

ଏସବୁ ବୁଝାମଣାପତ୍ରଗୁଡ଼ିକର ଉଦ୍ଦେଶ୍ୟ ହେଉଛି ଜ୍ଞାନ ଓ ଅଭିଜ୍ଞତା ବିନିମୟ କରିବା ଏବଂ ବାର୍ଷିକ ସମ୍ମିଳନୀ/ପ୍ରଶିକ୍ଷଣ କାର୍ଯ୍ୟକ୍ରମ/କର୍ମଶାଳା, ସେମିନାର ଓ ଯୁଗ୍ମ ଗବେଷଣା ପ୍ରକଳ୍ପ ଆଦି ଆୟୋଜନ କରିବା ଉଦ୍ଦେଶ୍ୟରେ ଯୋଗ୍ୟତାକୁ ଆପୋସ ମାନ୍ୟତା ପ୍ରଦାନ କରିବା ଏବଂ ବ୍ୟାପକ ସମ୍ମିଳିତ କାର୍ଯ୍ୟ କରିବା, ଯାହାକି ସେମାନଙ୍କ କ୍ଷେତ୍ରାଧିକାର ପାଇଁ ପ୍ରାସଙ୍ଗିକ ହୋଇଥିବ।

ପ୍ରଭାବ :

ଏହି ଏମଓୟୁ ଫଳରେ ଲାଭାର୍ଥୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ନିରପେକ୍ଷତା, ସାର୍ବଜନୀନ ଉତ୍ତରଦାୟିତ୍ବ ଏବଂ ନବୋନ୍ମେଷ ସହ ଜଡ଼ିତ ଲକ୍ଷ୍ୟର ବୃଦ୍ଧିରେ ସହାୟତା ମିଳିପାରିବ।

 

*******

P.S



(Release ID: 1721657) Visitor Counter : 178