ଶକ୍ତି ମନ୍ତ୍ରଣାଳୟ
ଓଡ଼ିଶାରେ କୋଭିଡ ମୁକାବିଲା ପାଇଁ ପାୱାରଗ୍ରିଡର ପଦକ୍ଷେପ
ପୋଷ୍ଟ କରାଯିବା ଦିନାଙ୍କ:
22 MAY 2021 4:05PM by PIB Bhubaneswar
ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଅନ୍ତର୍ଗତ ଏକ ମହାରତ୍ନ କମ୍ପାନୀ ପାୱାର ଗ୍ରିଡ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ (ପାୱାରଗ୍ରିଡ)ପକ୍ଷରୁ ସାରା ଦେଶରେ ଥିବା ଏହାର କାର୍ଯ୍ୟାଳୟର କର୍ମଚାରୀ ଓ ଶ୍ରମିକମାନଙ୍କୁ ଠିକଣା ସମୟରେ ସହାୟତା ଯୋଗାଇ ଦେବା ଲାଗି ସକ୍ରିୟତାପୂର୍ବକ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି।
ରାଉରକେଲା ସବଷ୍ଟେସନ ପ୍ରକଳ୍ପ କ୍ୟାମ୍ପସକୁ 100% କୋଭିଡ-19 ମୁକ୍ତ ରଖିବା ଲାଗି କୋଭିଡ-19 ସଂକ୍ରମିତଙ୍କ ସଂଖ୍ୟା ଅଧିକ ବୃଦ୍ଧିକୁ ପ୍ରତିହତ କରିବା ଦିଗରେ ସକ୍ରିୟ ପଦକ୍ଷେପ ଗ୍ରହଣ କରାଯାଇଛି। 19 ମେ, 2021ରେ ସବଷ୍ଟେସନର କର୍ମଚାରୀ, ଶ୍ରମିକ ଓ ରାଉରକେଲା ସବଷ୍ଟେସନ ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ଏକ ରାପିଡ୍ ଆଣ୍ଟିଜେନ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଳା।
ସେହିପରି ଅନୁଗୁଳ ସବଷ୍ଟେସନ ଠାରେ ଏକ ଗଣ ଟିକାକରଣ ଶିବିର ଆୟୋଜନ କରାଯାଇଥିଲା ଯେଉଁଥିରେ କର୍ମଚାରୀ, ପରିବାର ସଦସ୍ୟ, ଏଏମସି ଫିଟ୍ଟର, ଡ୍ରାଇଭର ଆଦିଙ୍କ ସମେତ ପ୍ରାୟ ଶତାଧିକ ଲୋକଙ୍କ ଟିକାକରଣ କରାଯାଇଥିଲା। ସେହିପରି ବାରିପଦା, କଣିହାଁ ଓ ବଲାଙ୍ଗିର ସବଷ୍ଟେସନରେ ମଧ୍ୟ ଏପରି ଶିବିର ଆୟୋଜନ କରାଯାଇଥିଲା।
*********
P.S
(ରିଲିଜ ଆଡି: 1720918)
ପରିଦର୍ଶକ କାଉଣ୍ଟର : 230