ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ

ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମ/ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା -୩ ଅନ୍ତର୍ଗତ ଖାଦ୍ୟାନ୍ନକୁ ସୁରକ୍ଷିତ ତଥା ସମୟୋଚିତ ବିତରଣ ସୁନିଶ୍ଚିତ କରିବା ନିମନ୍ତେ ସମସ୍ତ ପଡ଼ି ଦୋକାନକୁ ଅଧିକ ସମୟ ପର୍ଯ୍ୟନ୍ତ ଏବଂ ବିଶେଷକରି ସପ୍ତାହର ପ୍ରତ୍ୟେକ ଦିନ ଖୋଲ ରଖିବା ନିମନ୍ତେ କେନ୍ଦ୍ର ସରକାର ଦେଲେ ନିର୍ଦ୍ଦେଶ

प्रविष्टि तिथि: 16 MAY 2021 1:12PM by PIB Bhubaneshwar

କେତେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶରେ ଏବେ ଲକ୍‍ ଡାଉନ୍‍ ଜାରି ରହିଛି ଯେଉଁଥିପାଇଁ ଉଚିତ ମୂଲ୍ୟ ଦୋକାନ (ଫେୟାର ପ୍ରାଇସ୍‍ ସପ୍‍)ର କାର୍ଯ୍ୟ ଅବଧି ହ୍ରାସ ପାଇବାର ଆଶଙ୍କା ରହିଛି । ଏହି ଆଶଙ୍କାକୁ ବିଚାରକୁ ନେଇ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ଦ୍ୱାରା ମେ ୧୫, ୨୦୨୧ ଦିନ ଏକ ଉପଦେଶିକା ଜାରି କରାଯାଇଛି । ଏହି ଉପଦେଶିକାରେ ଦିଆଯାଇଥିବା ପରାମର୍ଶ ଅନୁସାରେ ଦେଶର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ମାସର ସମସ୍ତ ଦିନରେ ଉଚିତ ମୂଲ୍ୟ ଦୋକାନ ଖୋଲା ରଖିବା ଏବଂ ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା- ପିଏମଜିକେଏୱାଇ-୩ ତଥା ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମ- ଏନଏଫଏସଏ ଖାଦ୍ୟାନ୍ନ ବିତରଣ ସାରା ଦିନ କ୍ରମବଦ୍ଧ ଢଙ୍ଗରେ କରିବା ଆବଶ୍ୟକ । ଏହି ଅବଧିରେ ପଡ଼ି ଦୋକାନମାନଙ୍କର ଉପଯୁକ୍ତ ସୁରକ୍ଷିତ ଦୂରତ୍ୱ ରକ୍ଷା ତଥା କୋଭିଡ଼ ୧୯ ପ୍ରୋଟୋକଲର ଅନୁପାଳନ ହେବାକୁ ସୁନିଶ୍ଚିତ କରିବା ସକାଶେ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରର ସରକାରମାନଙ୍କୁ  ପରାମର୍ଶ ଦିଆଯାଇଛି । ଏହାକୁ ସୁବିଧାଜନକ କରିବା ନିମନ୍ତେ ରାଜ୍ୟ ତଥା କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ଏକଥା ମଧ୍ୟ ସୁନିଶ୍ଚିତ କରିବା ଲାଗି ଅନୁରୋଧ କରାଯାଇଛି ଯେ ପଡ଼ି ଦୋକାନମାନଙ୍କୁ ନିୟମିତ ବଜାର ଖୋଲା ଉପରେ ଲଗାଯାଇଥିବା ପ୍ରତିବନ୍ଧିତ ଘଣ୍ଟାରୁ ପୃଥକ୍‍ ରଖାଯିବା ଆବଶ୍ୟକ ।

ଉପରୋକ୍ତ ଉପାୟ କରିବା ଦ୍ୱାରା ଏହା ନିର୍ଦ୍ଧାରିତ ହେବ ଯେ ବିଭାଗ ସ୍ୱାରା ଜାରି କରାଯାଇଥିବା ପରାମର୍ଶ ଅନୁସାରେ ହିଁ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କ ଦ୍ୱାରା ପିଏମଜିକେୱାଇ- ୩ ଏବଂ ଏନଏଫଏସଏ ଅଧୀନରେ ଖାଦ୍ୟାନ୍ନକୁ ସମସ୍ତ ଏନଏଫଏସଏ ହିତାଧିକାରୀମାନଙ୍କୁ କୋଭିଡ଼ ୧୯ ପ୍ରୋଟୋକଲକୁ ବିଧିବଦ୍ଧ ଭାବେ ପାଳନ କରିବା ସହିତ ସୁରକ୍ଷିତ ତଥା ସମୟବଦ୍ଧ ଢଙ୍ଗରେ ଉପଲବ୍ଧ କରାଯାଇପାରିବ । ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶଙ୍କୁ ଏହା ଅନୁରୋଧ କରାଯାଇଛି ଯେ ସେମାନେ ହିତାଧିକାରୀମାନଙ୍କୁ କୌଣସି ଜଟିଳତା ବିନା ପଡ଼ି ଦୋକାନମାନଙ୍କରୁ ଖାଦ୍ୟାନ୍ନର ସମୟୋଚିତ ବିତରଣ ସୁନିଶ୍ଚିତ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ ଏବଂ ଏ ସଂପର୍କରେ ଗ୍ରହଣ କରାଯାଇଥିବା ପ୍ରାବଧାନକୁ ବ୍ୟାପକ ଭାବେ ପ୍ରଚାର ପ୍ରସାର କରନ୍ତୁ ।

ଏଭଳି ସହାୟତା ଦ୍ୱାରା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ-ଜିକେୱାଇ-୩)ର କାର୍ଯ୍ୟାନ୍ୱୟନ ବର୍ତ୍ତମାନ ଦୁଇ ମାସ ପାଇଁ ଅର୍ଥାତ୍‍ ଜୁନ ୨୦୨୧ ପର୍ଯ୍ୟନ୍ତ ଏହିଭଳି ଭାବେ ଆରମ୍ଭ କରାଯାଇଛି । ପୂର୍ବରୁ ଯେଉଁଭଳି ଭାବେ ମାଗଣା ଖାଦ୍ୟାନ୍ନର ଏକ ଅତିରିକ୍ତ କୋଟା ଅନୁସାରେ ପ୍ରତି ବ୍ୟକ୍ତିଙ୍କ ପାଇଁ ମାସିକ ୫ କିଲୋଗ୍ରାମ ରାସନ ପ୍ରଦାନ କରାଯାଉଥିଲା ତାହା ଜାରି ରହିବ । ଏଭଳି ଖାଦ୍ୟାନ୍ନ ବିତରଣ କାର୍ଯ୍ୟ ଦ୍ୱାରା ଏନଏଫଏସଏର ଉଭୟ ଶ୍ରେଣୀ ଅର୍ଥାତ୍‍, ଅନ୍ତ୍ୟୋଦୟ ଅନ୍ନ ଯୋଜନା (ଏଏୱାଇ) ଏବଂ ପ୍ରାଥମିକତାଯୁକ୍ତ ପରିବାର (ପିଏଚଏଚ) ଅଧୀନରେ ପ୍ରଦାନ ନିମନ୍ତେ ଉଦ୍ଦିଷ୍ଟ ପ୍ରାୟ ୮୦ କୋଟି ଲାଭାର୍ଥୀଙ୍କୁ ସେମାନଙ୍କର ନିୟମିତ ମାସିକ ଏନଏଫଏସଏ ଯୋଗ୍ୟତା ଠାରୁ ଅଧିକ ଖାଦ୍ୟାନ୍ନ ମିଳିପାରିବ ।

 

*****

ss


(रिलीज़ आईडी: 1719190) आगंतुक पटल : 234
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Punjabi , Tamil , Telugu , Kannada , Malayalam