ରସାୟନ ଓ ସାର ମନ୍ତ୍ରଣାଳୟ

୨୦୨୧ ମେ ୨୩ ତାରିଖ ସୁଦ୍ଧା ସାରା ଦେଶରେ ସର୍ବତ୍ର ପର୍ଯ୍ୟାପ୍ତ ରେମଡେସିଭିର ଇଞ୍ଜେକସନ୍‍ ଉପଲବ୍ଧ କରାଯିବାର ସ୍ଥିତି –ଶ୍ରୀ ଡି ଭି ସଦାନନ୍ଦ ଗୌଡ଼ା

ଦେଶର ପରିବର୍ତ୍ତିତ ଆବଶ୍ୟକତାକୁ ବିଚାରକୁ ନେଇ ଆବଣ୍ଟନରେ ଏଭଳି ପରିବର୍ତ୍ତନ ଘଟାଯାଇଛି

ଏହି ସମୟ ମଧ୍ୟରେ ଓଡ଼ିଶାକୁ ଯୋଗାଇ ଦିଆଯାଇଛି ୧,୪୧,୦୦୦ ଇଞ୍ଜେକସନ୍‍

Posted On: 16 MAY 2021 12:36PM by PIB Bhubaneshwar

ଦେଶର ପ୍ରତ୍ୟେକ ରାଜ୍ୟର ଆବଶ୍ୟକତାକୁ ବିଚାରକୁ ନେଇ ଏବଂ ଏହି ଇଞ୍ଜେକସନ୍‍ ପର୍ଯ୍ୟାପ୍ତ ମାତ୍ରାରେ ଉପଲବ୍ଧ ହେବାକୁ ସୁନିଶ୍ଚିତ କରିବା ସକାଶେ କେନ୍ଦ୍ର ସରକାର ଆସନ୍ତା ମେ ୨୩, ୨୦୨୧ ପର୍ଯ୍ୟନ୍ତ ଏହାର ଆବଣ୍ଟନ ସଂପର୍କରେ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ଡି ଭି ସଦାନନ୍ଦ ଗୌଡ଼ା ଆଜି ଘୋଷଣା କରିଛନ୍ତି । ଏହି ଆବଣ୍ଟନରେ ଓଡ଼ିଶାକୁ  ୧,୪୧,୦୦୦ ଭାଏଲ ରେମଡ଼େସିଭିର ଇଞ୍ଜେକସନ୍‍ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।  ମନ୍ତ୍ରୀ ଶ୍ରୀ ଗୌଡ଼ା କହିଛନ୍ତି ଯେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଇଞ୍ଜେକସନର ସାମଗ୍ରିକ ଉତ୍ପାଦନ ଏବଂ ଯୋଗାଣକୁ ବଢ଼ାଇ ଦିଆଯାଇଛି ।

Considering the requirement of Remdesivir in various states & UT's and to ensure its adequate availability substantial increase has been made in overall production and allocation.

State-wise allocation of #Remdesivir for the period of 21st April to 23rd May 2021👇 pic.twitter.com/gI94Wn8zNk

— Sadananda Gowda (@DVSadanandGowda) May 16, 2021

ଏହି ପରିପ୍ରେକ୍ଷୀରେ ଫାର୍ମାସିଉଟିକାଲ୍ସ ବିଭାଗ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟଙ୍କୁ ଲେଖାଯାଇଥିବା ଏକ ପତ୍ରରେ ଏହି ବିଷୟ ସୂଚୀତ କରାଯାଇଛି ଯେ ରେମଡେସିଭିର ଔଷଧର ଆବଣ୍ଟନ ସଂପର୍କରେ ଏପ୍ରିଲ ୨୧ ଠାରୁ ମେ ୧୬, ୨୦୨୧ ପର୍ଯ୍ୟନ୍ତ ରାଜ୍ୟମାନଙ୍କୁ ପୂର୍ବରୁ ଏକ ଡି ଓ ପତ୍ର ମାମଧ୍ୟମରେ ସୂଚୀତ କରାଯାଇଥିଲା । ମେ ୭,୨୦୨୧ ତାରିଖ ପର୍ଯ୍ୟନ୍ତ ଜାରି ଏହି ପତ୍ରରେ ରାଜ୍ୟମାନଙ୍କୁ ଅବଗତ କରାଯାଇଥିଲା ଯେ ଏପ୍ରିଲ ୨୧ ଠାରୁ ମେ ୨୩, ୨୦୨୧ ତାରିଖ ପର୍ଯ୍ୟନ୍ତ ଆବଣ୍ଟନରେ ସଂଶୋଧନ କରାଯାଇଛି ଯାହାକି ଫାର୍ମାସିଉଟିକାଲ୍ସ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମିଳିତ ଭାବେ ପ୍ରସ୍ତୁତ କରାଯାଇଛି ।

ଏବେ ଆବଶ୍ୟକତା ବୃଦ୍ଧିକୁ ବିଚାରକୁ ନେଇ ଏହି ଔଷଧର ଯୋଗାଣ ପରିମାଣକୁ ବୃଦ୍ଧି କରାଯାଇଛି ଏବଂ ରାଜ୍ୟ ତଥା କେନ୍ଦ୍ରଶାସିତ କ୍ଷେତ୍ରକୁ ତାହା ଯୋଗାଇ ଦିଆଯାଉଛି ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ଏହି ଇଞ୍ଜେକସନର ଉପଯୁକ୍ତ ବିତରଣକୁ ମନିଟର କରିବା ସକାଶେ ପରାମର୍ଶ ଦିଆଯାଇଛି । ଏହି ବିତରଣରେ ଉଭୟ ସରକାରୀ ଓ ଘରୋଇ ହସପିଟାଲଗୁଡ଼ିକୁ ଯେଉଁମାନେ କି ସଂପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କରେ ରହି କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ସମାନ ଦୃଷ୍ଟିରେ ବିଚାର ପୂର୍ବକ ଯୋଗାଇ ଦେବାକୁ କୁହାଯାଇଛି ।

ଏଥିପାଇଁ ରାଜ୍ୟ ସରକାର/ କେନ୍ଦ୍ରଶାସିତ କ୍ଷେତ୍ରମାନେ ମାର୍କେଟିଂ କମ୍ପାନୀମାନଙ୍କ ନିକଟରେ ତୁରନ୍ତ ପର୍ଯ୍ୟାପ୍ତ ମାତ୍ରାରେ ଏହି ଔଷଧ କ୍ରୟ କରିବାକୁ ଅର୍ଡ଼ର ପେଶ କରିବାକୁ ପରାମର୍ଶ ଦିଆଯାଇଛି । ଯଦି ସେମାନେ ଏଭଳି କ୍ରୟ ଅର୍ଡ଼ର ଦେଇ ନାହାନ୍ତି ତେବେ ସେମାନେ ତାହା ତୁରନ୍ତ ଦେବା ଆବଶ୍ୟକ । ସେମାନଙ୍କୁ ଆବଣ୍ଟନ କରାଯାଇଥିବା ମୋଟ ପରିମାଣରୁ ରାଜ୍ୟ ଓ କେନ୍ଦ୍ର ଶାସିତ କ୍ଷେତ୍ରମାନେ  କେତେ ପରିମାଣର ରେମଡ଼େସିଭିର ଇଞ୍ଜେକସନ୍‍ କିଣିବାକୁ ଚାହାନ୍ତି ସେ ସଂପର୍କରେ ସେମାନେ ଔଷଧ କମ୍ପାନୀମାନଙ୍କ ଲିଆସନ୍‍ ଅଫିସରମାନଙ୍କ ସହ ଘନିଷ୍ଠ ସଂପର୍କ ରକ୍ଷା କରି ସାକାର କରିପାରିବେ । ରାଜ୍ୟମାନଙ୍କରେ ଘରୋଇ ବିତରଣ ଚାନେଲରେ ମଧ୍ୟ ଏହି ସମ୍ପର୍କ ରକ୍ଷା କରାଯାଇପାରିବ ।

 

*****

SS

 



(Release ID: 1719187) Visitor Counter : 201