ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ ରିଲିଫ ସହାୟତା ସମ୍ପର୍କିତ ସୂଚନା

କୋଭିଡ ମୁକାବିଲା ପାଇଁ ଆସୁଥିବା ଆନ୍ତର୍ଜାତିକ ସହାୟତା ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ନିୟମିତ ଭାବେ ପଠାଯାଉଛି

ଏପର୍ଯ୍ୟନ୍ତ ପ୍ରାୟ ୧୧,୦୦୦ ଅକ୍ସିଜେନ କନସେଂଟ୍ରେଟର, ୧୩,୦୦୦ରୁ ଅଧିକ ଅକ୍ସିଜେନ ସିଲିଣ୍ଡର, ୧୯ ଅକ୍ସିଜେନ ଜେନେରେସନ ପ୍ଳାଣ୍ଟ, ୬,୮୦୦ରୁ ଅଧିକ ଭେଣ୍ଟିଲେଟର/ ବିଆଇ ପିଏପି, ୪.୯ ଲକ୍ଷରୁ ଅଧିକ ଭାଏଲ ରେମଡେସିଭିର ଇଞ୍ଜେକ୍ସନ ବିତରଣ କରାଗଲାଣି

Posted On: 15 MAY 2021 2:54PM by PIB Bhubaneshwar

କୋଭିଡ-୧୯ ବିରୋଧୀ ଲଢେଇରେ ଭାରତ ସରକାର ‘ପୂର୍ଣ୍ଣ ସରକାର’ ଆଭିମୁଖ୍ୟ ନେଇ ଏପ୍ରିଲ ୨୭,୨୦୨୧ରୁ ବିଭିନ୍ନ ଦେଶ/ସଂଗଠନ ପକ୍ଷରୁ ମିଳୁଥିବା ଦାନ ଓ ଡାକ୍ତରୀ ଉପକରଣ ଗ୍ରହଣ କରି ଅହେତୁକ ସଂକ୍ରମଣ ବୃଦ୍ଧିର ମୁକାବିଲା କରୁଛନ୍ତି ।  ବ୍ୟବସ୍ଥିତ ଓ ସୁନିୟୋଜିତ ଉପାୟରେ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ/ବିଭାଗଗୁଡିକ ଅନ୍ତର୍ଜାତିକ ସହାୟତାଗୁଡିକୁ ତ୍ୱରିତ ଭାବେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପହଞ୍ଚାଉଛନ୍ତି ।

ଏପ୍ରିଲ ୨୭,୨୦୨୧ରୁ ମଇ ୧୪,୨୦୨୧ ମଧ୍ୟରେ ୧୦, ୯୫୩ ଅକ୍ସିଜେନ କନସେଣ୍ଟଟ୍ରେଟର, ୧୩,୧୬୯ ଅକ୍ସିଜେନ ସିଲିଣ୍ଡର, ୧୯ ଅକ୍ସିଜେନ ଜେନେରେସନ ପ୍ଳାଣ୍ଟ, ୬,୮୩୫ ଭେଣ୍ଟିଲେଟର/ ବିଆଇ ପିଏପି, ପ୍ରାୟ ୪.୯ ଲକ୍ଷ ଭାଏଲ ରେମଡେସିଭିର ଇଞ୍ଜେକ୍ସନ ସଡକ ଓ ଆକାଶ ମାର୍ଗରେ ବିତରଣ କରାଯାଇଛି/ପଠାଯାଇଛି ।

ଯୁକ୍ତରାଷ୍ଟ୍ର ଆମେରିକା, ଇଟାଲି, କାନାଡା, ଦକ୍ଷିଣ କୋରିଆ, ଓମାନ, ବ୍ରିଟିଶ ଅକ୍ସିଜେନ କମ୍ପାନୀ (ୟୁକେ), କୋହାରୁ 3ଏସପି (ଜାପାନ) ଓ ଗିଲିଆଡ (ୟୁଏସଏ)ରୁ ମେ ୧୩/୧୪,୨୦୨୧ ସୁଦ୍ଧା ମିଳିଥିବା ପ୍ରମୁଖ ରିଲିଫ ସାମଗ୍ରୀ ମଧ୍ୟରେ ସାମିଲ ରହିଛି:

-ରେମଡେସିଭିର : ୬୮,୮୧୦

-ଟୋସିଲିଜୁମାବ : ୧,୦୦୦

-ଭେଣ୍ଟିଲେଟର/ ବିଆଇ ପିଏପି/ସିପିଏପି : ୩୩୮

-ଅକ୍ସିଜେନ ସିଲିଣ୍ଡର : ୯୦୦

-ଅକ୍ସିଜେନ କନସେଣ୍ଟଟ୍ରେଟର : ୧୫୭

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଓ ସଂସ୍ଥାନଗୁଡିକୁ ଏହି ସହାୟତା ସାମଗ୍ରୀ ପ୍ରଭାବଶାଳୀ ଢଙ୍ଗରେ ଶୀଘ୍ର ଆବଣ୍ଟନ ଓ ବିତରଣ ଏକ ନିୟମିତ ପ୍ରକ୍ରିୟା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ନିୟମିତ ଭାବେ ଏହି ପ୍ରକ୍ରିୟାକୁ ନୀରିକ୍ଷଣ କରୁଛି । ଅନୁଦାନ, ସହାୟତା ଓ ଦାନ ଭାବେ ମିଳୁଥିବା ବିଦେଶୀ ସହାୟତା ସାମଗ୍ରୀ ଗ୍ରହଣ ଓ ଆବଂଟନ ମଧ୍ୟରେ ସମନ୍ୱୟ ରଖିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏକ ସ୍ୱତନ୍ତ୍ର ସମନ୍ୱୟ ସେଲ୍ ଗଠନ କରିଛି । ଏହି ସେଲ୍ ଏପ୍ରିଲ ୨୬,୨୦୨୧ରୁ କାମ କରିବା ଆରମ୍ଭ କରିଛି । ମଇ ୨, ୨୦୨୧ରୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଏକ ମାନକ ସଂଚାଳନ ପ୍ରକ୍ରିୟା ପ୍ରସ୍ତୁତ ହୋଇ କାର୍ଯ୍ୟକାରୀ ହେଉଛି ।

 

 

ଫଟୋ ୧- ବ୍ରିଟେନରୁ ମିଳିଥିବା ଅକ୍ସିଜେନ ସିଲିଣ୍ଡର ଗୁଜୁରାଟ ପଠାଯାଉଛି

SR



(Release ID: 1718913) Visitor Counter : 168