ରସାୟନ ଓ ସାର ମନ୍ତ୍ରଣାଳୟ

ଦେଶରେ ସୁଲଭ ମୂଲ୍ୟରେ ଅତ୍ୟାବଶ୍ୟକ ଔଷଧ ଏବଂ ଅନ୍ୟାନ୍ୟ ସାମଗ୍ରୀ ଉପଲବ୍ଧ କରାଇବା ନିମନ୍ତେ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ର (ପିଏମବିଜେକେ), ବିପିପିଆଇ ଏବଂ ଅନ୍ୟାନ୍ୟ ହିତଧାରକମାନେ ମିଳାଇଲେ ହାତ

ସାରା ଦେଶରେ ଏବେ ୭୭୩୩ଟି ପିଏମବିଜେକେ କାର୍ଯ୍ୟକ୍ଷମ ରହିଛି

Posted On: 14 MAY 2021 4:41PM by PIB Bhubaneshwar

ଦେଶରେ ସୁଲଭ ମୂଲ୍ୟରେ ଅତ୍ୟାବଶ୍ୟକ ଔଷଧ ଏବଂ ଅନ୍ୟାନ୍ୟ ସାମଗ୍ରୀ ଉପଲବ୍ଧ କରାଇବା ନିମନ୍ତେ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ର (ପିଏମବିଜେକେ), ବିପିପିଆଇ ଏବଂ ଅନ୍ୟାନ୍ୟ ହିତଧାରକମାନେ ଏବେ ପରସ୍ପର ସହ ହାତ ମିଳାଇଛନ୍ତି ଏବଂ କରୋନା ମହାମାରୀ ବିରୋଧରେ ସେମାନଙ୍କର ମିଳିତ ସଂଗ୍ରାମ ପାଇଁ ନିଜ ନିଜର କର୍ତ୍ତବ୍ୟ ପାଳନ କରିବାକୁ ଅଣ୍ଟା ଭିଡ଼ିଛନ୍ତି ।

୧୩.୦୫. ୨୦୨୧ ତାରିଖ ସୁଦ୍ଧା ଦେଶର ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରରେ ୭୭୩୩ଟି ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ର (ପିଏମବିଜେକେ) କାର୍ଯ୍ୟ କରୁଛନ୍ତି । ସେହିସବୁ କେନ୍ଦ୍ରଗୁଡ଼ିକ ଦେଶର ପ୍ରତ୍ୟେକ ଜିଲ୍ଲାରେ ରହିଛି । ଏହିସବୁ କେନ୍ଦ୍ରମାନଙ୍କରେ ମୋଟ ୧୪୪୯ ପ୍ରକାର ବିଭିନ୍ନ ଅତ୍ୟାବଶ୍ୟକ ଏବଂ ୨୦୪ ପ୍ରକାରର ସର୍ଜିକାଲ ଓ ସେବନୀୟ ଔଷଧ ପିଏବବିଜେପି ବାସ୍କେଟରେ ରହିଛି ଯାହାକି ପିଏମବିଜେକେ ମାଧ୍ୟମରେ ହିତାଧିକାରୀମାନଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯାଉଛି । ଅତ୍ୟାବଶ୍ୟକ ଔଷଧ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯଥା ଫେସ୍‍ ମାସ୍କ ଏବଂ ସାନିଟାଇଜରମାନ ସାରା ଦେଶର ପିଏମବିଜେକେ କେନ୍ଦ୍ରମାନଙ୍କରେ ଉପଲବ୍ଧ ରହିଛି । ପିଏମବିଜେପି ଅଧୀନରେ, ଅତି ଉତ୍ତମ ମାନର ଏନ-୯୫ ଧରଣର ଅତି ଗୁଣାତ୍ମକ ମାନଯୁକ୍ତ ଫେସ୍‍ ମାସ୍କ ମାତ୍ର ୨୫ ଟଙ୍କାରେ ଉପଲବ୍ଧ ଯାହାକି ପ୍ରତ୍ୟେକ ପିଏମବିଜେକେରେ ସାଧାରଣ ଲୋକମାନଙ୍କୁ ମିଳିପାରୁଛି ।

ଚଳିତ ଆର୍ଥିକ ବର୍ଷରେ (୨୦୨୧-୨୦୨୨) ୧୩. ୦୫. ୨୦୨୧ ତାରିଖ ସୁଦ୍ଧା ବିପିପିଆଇ ମୋଟ ୮୦.୮୧ କୋଟି ଟଙ୍କାର ଏହିସବୁ ସାମଗ୍ରୀ ବିକ୍ରି କରିପାରିଛି ଯାହା ଫଳରେ ସାଧାରଣ ଲୋକମାନେ ପ୍ରାୟ ୫୦୦ କୋଟି ଟଙ୍କା ସଞ୍ଚୟ କରିପାରିଛନ୍ତି ।

ଏଥିପାଇଁ ସମସ୍ତ ପ୍ରକାର ଲଜିଷ୍ଟିକ୍ସ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି । ବର୍ତ୍ତମାନ ଗୁରୁଗ୍ରାମ, ଗୁଆହାଟୀ ଏବଂ ଚେନ୍ନାଇ ଠାରେ ସଂରକ୍ଷଣ ଏବଂ ବିତରଣ ନିମନ୍ତେ ତିନୋଟି ଅତ୍ୟାଧୁନିକ ୱେରହାଉସ୍‍ କାର୍ଯ୍ୟ କରୁଛି ଯେଉଁଠାରୁ ସାରା ଦେଶରୁ ଏହିସବୁ ଔଷଧ ବିତରଣ କରାଯାଉଛି । ସେହିଭଳି ସୁରଟ ଠାରେ ଚତୁର୍ଥ ୱେରହାଉସ୍‍ ଏବେ ନିର୍ମାଣାଧୀନ ରହିଛି । ଅଧିକନ୍ତୁ, ସାରା ଦେଶରେ ଏବେ ୩୭ଜଣ ବିତରକଙ୍କୁ ନିଯୁକ୍ତ କରାଯାଇଛି ଯାହା ମାଧ୍ୟମରେ ଦେଶର ଅତି ଉପାନ୍ତ ଅଞ୍ଚଳ ଓ ଗ୍ରାମାଞ୍ଚଳରେ ଔଷଧ ପହଞ୍ଚାଯାଉଛି ।

୨୦୨୦-୨୧ ଆର୍ଥିକ ବର୍ଷରେ ଯେତେବେଳେ କୋଭିଡ଼ ୧୯ ସମସ୍ୟା ଆରମ୍ଭ ହେଲା, ସେତେବେଳେ ପ୍ରଧାନମନ୍ତ୍ରୀ ଭାରତ ଜନଔଷଧି ପରିଯୋଜନା (ପିଏମବିଜେପି) ସାରା ଦେଶକୁ ଅତ୍ୟାଧୁନିକ ସେବା ଯୋଗାଇ ଦେଇଛି । ଲକ୍‍ ଡାଉନ୍‍ ସମୟରେ ସୁଦ୍‍ଧା ସେହି ସବୁ କେନ୍ଦ୍ରଗୁଡ଼ିକ କାର୍ଯ୍ୟ କରୁଛନ୍ତି ଏବଂ ଜନସାଧାରଣଙ୍କୁ ନିରବଚ୍ଛିନ୍ନ ଭାବେ ଅତ୍ୟାବଶ୍ୟକ ଔଷଧ ଯୋଗାଇବା ଦିଗରେ ସେମାନଙ୍କର ପ୍ରତିବଦ୍ଧତା ପ୍ରକଟ କରିଛନ୍ତି ।

ପିଏମବିଜେପି ଅଧୀନରେ ଯେକୌଣସି ଔଷଧକୁ ପ୍ରମୁଖ ତିନୋଟି କମ୍ପାନୀ ଦ୍ୱାରା ପ୍ରସ୍ତୁତ ସେହି ଧରଣର ଔଷଧର ମୂଲ୍ୟର ସର୍ବାଧିକ ୫୦ ପ୍ରତିଶତ ମୂଲ୍ୟ ରଖାଯାଇଥାଏ । ତେଣୁ ଜନ ଔଷଧି ଔଷଧ ବଜାରରେ ଉଲବବ୍ଧ ଅନ୍ୟ ଔଷଧ ତୁଳନାରେ କମ୍‍ ମୂଲ୍ୟରେ ହିଁ ଉପଲବ୍ଧ ହୋଇଥାଏ । କେତେକ କ୍ଷେତ୍ରରେ ବ୍ରାଣ୍ଡେଡ଼ କମ୍ପାନୀର ଔଷଧମାନଙ୍କ ତୁଳନରେ ଜନ ଔଷଧିର ମୂଲ୍ୟ ୮୦%ରୁ ୯୦% ପର୍ଯ୍ୟନ୍ତ କମ୍‍ ହୋଇଥାଏ ।

୨୦୨୦-୨୧ ଆର୍ଥିକ ବର୍ଷରେ, ଲକ୍‍ ଡାଉନ୍‍ ଏବଂ ଏଭଳି ସଂକଟ ସମୟ ସତ୍ତ୍ୱେ ବିପିପିଆଇର ମୋଟ ଔଷଧ ବିକ୍ରୟ ୬୬୫.୮୩ କୋଟି ଟଙ୍କା ହୋଇପାରିଛି । ଏହା ଫଳରେ ଦେଶର ସାଧାରଣ ଜନତା ସେମାନଙ୍କର ଔଷଧ କ୍ରୟ ବାବଦକୁ ପ୍ରାୟ ୪୦୦୦ କୋଟି ଟଙ୍କା ସଞ୍ଚୟ କରିପାରିଛନ୍ତି । ଯେଉଁସବୁ ଔଷଧର ସାଧାରଣ ଲୋକଙ୍କ ମଧ୍ୟରେ ଅଧିକ ଚାହିଦା ରହିଛି ସେହିସବୁ ଔଷଧକୁ ବିପିପିଆଇ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖିଛି । ସେହି ସବୁ ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟରେ ଫେସ୍‍ ମାସ୍କ, ହାଇଡ୍ରୋକ୍ସିକ୍ଲୋରୋକୁଇନ୍‍, ପାରାସିଟାମଲ ଏବଂ ଆଜିଥ୍ରୋମାଇସିନ୍‍ । ୨୦୨୦-୨୧ ଆର୍ଥିକ ବର୍ଷରେ ବିପିପିଆଇ ୨୫ ଲକ୍ଷ ଫେସ୍‍ ମାସ୍କ, ୧.୨୫ ଲକ୍ଷ ୟୁନିଟ୍‍ ସାନିଟାଇଜର, ୧୩୭ ଲକ୍ଷ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‍ ଏବଂ ୩୨୩ ଲକ୍ଷ ପାରାସିଟାମଲ ଟାବଲେଟ୍‍ ବିକ୍ରି କରିଛି । ସେସବୁ ୭୫୦୦ ଜନ ଔଷଧି କେନ୍ଦ୍ର ମାଧ୍ୟମରେ ସୁଲଭ ମୂଲ୍ୟରେ ବିତରଣ କରାଯାଉଛି । ବିପିପିଆଇ ମଧ୍ୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ୩୦ କୋଟି ଟଙ୍କାର ଔଷଧ ଯୋଗାଇଛି ଯାହା ଭାରତର ବନ୍ଧୁ ରାଷ୍ଟ୍ରମାନଙ୍କୁ ବିତରଣ କରାଯାଇଛି । ସେଥି ମଧ୍ୟରୁ ଅନେକ ଔଷଧ ଏବଂ ଓଟିସି ସାମଗ୍ରୀ ରହିଛି ଯାହାକି କୋଭିଡ଼ ୧୯ ମହାମାରୀର ଚିକିତ୍ସା ପାଇଁ ବ୍ୟବହାର କରାଯାଇଛି ଏବଂ ସେସବୁ ପିଏମବିଜେପି ବାସ୍କେଟରେ ଉପଲବ୍ଧ ।

ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ପରିଯୋଜନା ଅନେକ ପୌଷ୍‍ଯିକ ଉତ୍ପାଦ ମଧ୍ୟ ନିଜ ବାସ୍କେଟରେ ଯୋଡ଼ିଛି ଯାହାକି ଲୋକମାନଙ୍କ ଠାରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି (ମହିଳା ଓ ଶିଶୁମାନଙ୍କ ସମେତ)ରେ ସହାୟକ ହେଉଛି । ପିଏମବିଜେପିର ସେହିସବୁ ଉତ୍ପାଦ ବଜାରରେ ଉପଲବ୍ଧ ସମାନ ସାମଗ୍ରୀ ଠାରୁ ପ୍ରାୟ ୫୦ରୁ ୯୦ ପ୍ରତିଶତ ପର୍ଯ୍ୟନ୍ତ କମ୍‍ ମୂଲ୍ୟରେ ଉବଲବ୍ଧ ।

ଗତ ବର୍ଷ, ଲକ୍‍ ଡାଉନ୍‍ ସମୟରେ, ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ର (ପିଏମବିଜେକେ) ଏହାର ଅତ୍ୟାବଶ୍ୟକ ଗୁଣାତ୍ମକ ସେବା ବଜାରରେ ଉପଲବ୍ଧ କରାଇଥିଲା । ସେସବୁ ଜେନେରିକ୍‍ ଔଷଧ ମାଧ୍ୟମରେ ଏବଂ ସୁଲଭ ମୂଲ୍ୟରେ ସାଧାରଣ ଜନତାଙ୍କୁ ମିଳିପାରିଥିଲା ।  କେନ୍ଦ୍ରର ଫାର୍ମାସିଷ୍ଟମାନେ, ଯେଉଁମାନଙ୍କୁ କି “ସ୍ୱାସ୍ଥ୍ୟ କେ ସିପାହୀ” ବୋଲି ସମ୍ବୋଧନ କରାଯାଇଥାଏ ସେମାନେ ରୋଗୀ ତଥା ବରିଷ୍ଠ ନାଗରିକଙ୍କ ଘର ଦୁଆରମୁହଁରେ ତାହା ଉପଲବ୍ଧ କରାଇଥିଲେ ।

 

*****

SS

 



(Release ID: 1718746) Visitor Counter : 177