ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ ଟିକାର ଉପଲବ୍ଧତା ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ନିରବଚ୍ଛିନ୍ନ ପ୍ରୟାସ

ଦେଶରେ ଟିକା ଯୋଗାଣ ବୃଦ୍ଧି ପାଇଁ ଦୃଢ଼ ପଦକ୍ଷେପ ନେଉଛନ୍ତି ସରକାର

Posted On: 13 MAY 2021 5:41PM by PIB Bhubaneshwar

ଦେଶରେ କୋଭାକ୍ସିନ ଟିକାର ବୈଷୟିକ ଜ୍ଞାନ ହସ୍ତାନ୍ତରଣ ତଥା ଲାଇସେନ୍ସ ପ୍ରଦାନରେ ବିଳମ୍ବ ନେଇ କେତେକ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ସହ ଟ୍ୱିଟ ଯୋଗେ ମଧ୍ୟ ଅଭିଯୋଗ ହେଉଛି ।

ତେବେ ଏହି ଖବର ଓ ଟ୍ୱିଟ୍‌ରରେ ପ୍ରଚାରିତ ତଥ୍ୟ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ଭୂଲ ତଥ୍ୟ ଉପରେ ପର୍ଯ୍ୟବସିତ ।

କେନ୍ଦ୍ର ସରକାର ଟିକା ଆହରଣ ଓ ଉପଲବ୍ଧତା ବୃଦ୍ଧି ପାଇଁ ନିରବଚ୍ଛିନ୍ନ ପ୍ରୟାସ ଜାରି ରଖିଛନ୍ତି । ଭାରତ ସରକାର କୋଭିଡ-୧୯ ପାଇଁ ବିଦେଶରେ ପ୍ରସ୍ତୁତ ତଥା ଆପଦ୍‌କାଳୀନ ବ୍ୟବହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା, ଜାପାନ, ଯୁକ୍ତରାଜ୍ୟ ଓ ୟୁରୋପୀୟ ସଂଘର ଜାତୀୟ ନିୟନ୍ତ୍ରକଙ୍କ ଦ୍ୱାରା ଅନୁମୋଦିତ ତଥା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତାଲିକାଭୁକ୍ତ ଟିକା ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ କରିଛନ୍ତି । ଏହାଛଡା ନୂତନ ଔଷଧ ଓ କ୍ଲିନିକାଲ ପରୀକ୍ଷଣ ନିୟମ ୨୦୧୯ର ଦ୍ୱିତୀୟ ସୂଚୀ ଅନୁସାରେ କ୍ଲିନିକାଲ ବ୍ୟବହାର ପରବର୍ତ୍ତୀ ଅନୁମୋଦନ ମଧ୍ୟ ପ୍ରଦାନ କରିଛନ୍ତି । ବିଦେଶୀ ଟିକାକୁ ଭାରତୀୟ ଔଷଧ ମହାନିର୍ଦ୍ଦେଶକ ଅନୁମତି ଦେବା ନେଇ ଦୃଢ ଓ ସରଳ ପଦ୍ଧତିଗତ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ବାହାରୁ କୋଭିଡ-୧୯ ଟିକା ଆମଦାନୀ ସହଜ ହେବା ସହ ଦେଶରେ ଏହାର ଉପଲବ୍ଧତା ମଧ୍ୟ ବୃଦ୍ଧି ପାଇବ ।

 ଏହି ନୂତନ ‘କୋହଳ ମୂଲ୍ୟ ଓ ତ୍ୱରାନ୍ୱିତ ଜାତୀୟ କୋଭିଡ-୧୯ ଟିକାକରଣ ରଣନୀତି’ ଯୋଗୁଁ ଦେଶରେ ଟିକାର ମୂଲ୍ୟରେ କୋହଳତା ଆସିବା ସହ ଦେଶରେ ଅଧିକ ଟିକାରକରଣ ହୋଇପାରିବ ।ଏହା ବ୍ୟତୀତ ଟିକା ଉତ୍ପାଦନକାରି ଅଧିକ ପ୍ରୋତ୍ସାହିତ ହେବା ସହ ନୂତନ ଉତ୍ପାଦନକାରୀ ମଧ୍ୟ ଏ କ୍ଷେତ୍ରକୁ ଆସିବେ । ଏହି ବ୍ୟବସ୍ଥା ଯୋଗୁଁ ଦେଶରେ ଟିକା ସହଜ ଲବ୍ଧ, କମ୍ ବ୍ୟୟସାପେକ୍ଷ ହେବା ସହ ଉତ୍ପାଦନ ମଧ୍ୟ ବୃଦ୍ଧି ପାଇବ ।

କୋଭିଡ-୧୯ ଟିକାର ଘରୋଇ ଉତ୍ପାଦନ ବୃଦ୍ଧି ଭାରତ  ସରକାରଙ୍କ ନୀତିର ଅଂଶବିଶେଷ ହୋଇଥିବାରୁ ସରକାର ବିଭିନ୍ନ ସରକାରୀ ଉଦ୍ୟୋଗ ଓ ଘରୋଇ କମ୍ପାନୀମାନଙ୍କୁ ଦେଶରେ ଟିକା ଉତ୍ପାଦନକାରୀ ସଂସ୍ଥାଙ୍କ ସହ ବୈଷୟିକ ଜ୍ଞାନ ହସ୍ତାନ୍ତରଣ ନିମନ୍ତେ ପ୍ରୋତ୍ସାହିତ କରୁଛନ୍ତି । ଦୁଇଟି କେନ୍ଦ୍ରୀୟ  ସରକାରୀ ଉଦ୍ୟୋଗ ଭାରତୀୟ ଇମ୍ୟୁନୋଲୋଜିକାଲ ଲିମିଟେଡ ଓ ବିବ୍‌ବୋଲ ବୈଷୟିକଜ୍ଞାନ ହସ୍ତାନ୍ତରଣ ପାଇଁ ଭାରତ ବାୟୋଟେକ ସହ ରାଜିନାମା କରିଛନ୍ତି । ଏହି ହସ୍ତାନ୍ତରଣ ପ୍ରକ୍ରିୟାରେ ଭାରତ ସରକାର ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି । ସରକାରଙ୍କ କୋହଳ ନୀତି ଯୋଗୁଁ ଭାରତୀୟ ଇମ୍ୟୁନୋଲଜିକାଲ ଲିମିଟେଡ ଆସନ୍ତା ସେପ୍ଟେମ୍ବର ମାସରେ କୋଭାକ୍ସିନ ଟିକା ଉତ୍ପାଦନ ଆରମ୍ଭ କରିବେ  ଓ ବିବ୍‌ବୋଲ ଏହା ନଭେମ୍ବର ମାସରୁ ଆରମ୍ଭ କରିବ ।

ଭାରତ ସରକାର ଭାରତ ବାୟୋଟେକ ଓ ଅନ୍ୟାନ୍ୟ ସରକାରୀ ଉଦ୍ୟୋଗ ଓ ଘରୋଇ କମ୍ପାନୀମାନଙ୍କ ସହ ବୈଷୟିକ ଜ୍ଞାନ ହସ୍ତାନ୍ତରଣ ରାଜିନାମା ସ୍ୱାକ୍ଷର କରିବା ପାଇଁ ଉଦ୍ୟମ କରୁଛନ୍ତି । ଏହା ଦେଶରେ ଅଧିକ କୋଭାକ୍ସିନ ଉତ୍ପାଦନର ମାର୍ଗ ପ୍ରଶସ୍ତ କରିବ ।

ନୂତନ ନୀତି ଅନୁସାରେ ବିଦେଶରୁ ଶତପ୍ରତିଶତ ଟିକା ସରକାରଙ୍କ ମାଧ୍ୟମ ବ୍ୟତୀତ ରାଜ୍ୟ ସରକାର, ଘରୋଇ ହସ୍‌ପିଟାଲ ଓ ଅନ୍ୟାନ୍ୟ ଶିଳ୍ପ ପ୍ରତିଷ୍ଠାନ   ନିଜେ ମଗାଇପାରିବେ । ସରକାର ନୂତନ କୋଭିଡ-୧୯ ଟିକା ରଣନୀତି ଅନୁସାରେ ପ୍ରତିଯୋଗିତା ଭିତିରେ ଦେଶବିଦେଶରେ ଟିକା ପ୍ରସ୍ତୁତକର୍ତ୍ତା ଭାରତ ବଜାରରେ ପ୍ରବେଶ କରିପାରିବେ ।

ଭାରତ ସରକାର ମଧ୍ୟ ଜରୁରୀକାଳୀନ ଆବଶ୍ୟକତା ଅନୁଯାୟୀ ବ୍ୟବହାର ପାଇଁ ବିଦେଶୀ ଟିକା ପ୍ରସ୍ତୁତକାରୀ ମଡେର୍ଣ୍ଣା, ଫାଇଜର ଇତ୍ୟାଦି ସହ ଆଲୋଚନା ଜାରି ରଖିଛନ୍ତି । ଏହା ଫଳରେ ଟିକା ସହଜରେ ଆମଦାନୀ କରାଯାଇ ଭାରତରେ ଉପଲବ୍ଧ କରାଯାଇପାରିବ । ଏହାଛଡା ଭାରତ ସରକାର ଅନ୍ୟାନ୍ୟ ସମଭାବାପନ୍ନ ଦେଶଗୁଡିକ ସହ କୋଭିଡ-୧୯ ଟିକା ଉପରୁ ଆଇପିଆର ଛାଡ ପାଇଁ ମଧ୍ୟ ଉଦ୍ୟମ କରୁଛନ୍ତି ।

*****

SM/SLP

 



(Release ID: 1718522) Visitor Counter : 178