ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

କୋଭିଡ-19 ମୁକାବିଲାରେ ସହାୟତା ଲାଗି ଜରୁରି ଚିକିତ୍ସା ସାମଗ୍ରୀର ବାଧାମୁକ୍ତ ଯୋଗାଣ ସୁନିଶ୍ଚିତ କରୁଛି ଭୁବନେଶ୍ୱର ବିମାନବନ୍ଦର

ମୋଟ 156 ଖାଲି ଅକ୍ସିଜେନ ଟ୍ୟାଙ୍କର, 526 ଅକ୍ସିଜେନ କନସେଣ୍ଟ୍ରେଟର ଓ 140 ଅକ୍ସିଜେନ ସିଲିଣ୍ଡର ପରିବହନ

କୋଭିଡ ଟିକାକରଣ ଶିବିର ଆୟୋଜିତ

Posted On: 13 MAY 2021 12:50PM by PIB Bhubaneshwar

କୋଭିଡ-19 ବିରୋଧରେ ଦେଶର ଲଢ଼େଇକୁ ସୁଦୃଢ଼ କରିବା ଲାଗି ଦୈନିକ ଦେଶର ବିଭିନ୍ନ ବିମାନ ବନ୍ଦର ଜରିଆରେ ଜରୁରି ଚିକିତ୍ସା ସାମଗ୍ରୀ ଓ ସରଞ୍ଜାମ ପରିବହନ କରାଯାଉଛି। ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ)ର ଭୁବନେଶ୍ୱର ବିମାନ ବନ୍ଦର ଏବଂ ଏହାର ଅଂଶୀଦାରମାନେ ଚିକିତ୍ସା ସାମଗ୍ରୀ ଓ ସରଞ୍ଜାମର 24 ଘଣ୍ଟିଆ ବାଧାମୁକ୍ତ ପରିବହନ ସୁବିଧା ଯୋଗାଇ ଦେବା କ୍ଷେତ୍ରରେ ଏକ ସକ୍ରିୟ ଭୂମିକା ଗ୍ରହଣ କରୁଛନ୍ତି।

ଭୁବନେଶ୍ୱର ବିମାନବନ୍ଦର ଦେଇ 9 ମେ 2021 ସୁଦ୍ଧା ବିଭିନ୍ନ ଏୟାରଲାଇନ୍ସ ଜରିଆରେ ମୋଟ 669 ବାକ୍ସ (20.53 ଏମଟି) କୋଭିଡ ଟିକା ପରିବହନ କରାଯାଇସାରିଲାଣି। ଦେଶରେ ଦେଖାଦେଇଥିବା ଅକ୍ସିଜେନ ସଙ୍କଟକୁ ଦୂର କରିବା ଲାଗି, 23 ଏପ୍ରିଲ 2021 ଠାରୁ 11 ମେ 2021 ସୁଦ୍ଧା ଭାରତୀୟ ବାୟୁସେନାର ସି 17, ସି130 ଜେ, ସି 130 ଜେ, ଏଏନ 32 ଆଦି 75ଟି ବିମାନ ଜରିଆରେ ମୋଟ 156 ଖାଲି ଅକ୍ସିଜେନ ଟ୍ୟାଙ୍କର, 526 ଅକ୍ସିଜେନ କନସେଣ୍ଟ୍ରେଟର, 140 ଅକ୍ସିଜେନ ସିଲିଣ୍ଡର ପରିବହନ କରାଯାଇ ସାରିଲାଣି। 3500ଟି 10ଲିଟର ସିମଲେସ ସିଲିଣ୍ଡର ଏବଂ 1520 ଟି 46.7 ଲିଟର ସିମଲେସ ସିଲିଣ୍ଡର ପରିବହନ ଖୁବଶୀଘ୍ର କରାଯିବ ଏବଂ ଏହା ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ବିଦେଶରୁ ଆସିବାର ଯୋଜନା ରହିଛି।

ଏହାଛଡ଼ା, ଯାତ୍ରୀମାନଙ୍କର ନିରାପଦ ଯାତ୍ରା ସୁନିଶ୍ଚିତ କରିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଭୁବନେଶ୍ୱର ବିମାନ ବନ୍ଦର ପକ୍ଷରୁ ସମସ୍ତ କୋଭିଡ-19 ମାର୍ଗଦର୍ଶିକା ପାଳନ କରାଯାଉଛି। ସମସ୍ତ ଯାତ୍ରୀ, ଅଂଶୀଦାର, ଆଗନ୍ତୁକ, କର୍ମଚାରୀ ଆଦିକୁ ବିମାନ ବନ୍ଦରର କର୍ମଚାରୀମାନେ ନିରନ୍ତର ଭାବେ କୋଭିଡ ଉପଯୁକ୍ତ ଅଭ୍ୟାସ ମାନିବା ଏବଂ ଭିଡ଼ା ଏଡ଼ାଇବା ଲାଗି ସମୟ ବ୍ୟବଧାନ ବଜାୟ ରଖିବା ନିମନ୍ତେ ଅନୁରୋଧ କରୁଛନ୍ତି।

କୋଭିଡ ଉପଯୁକ୍ତ ବ୍ୟବହାର ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ଯାତ୍ରୀଙ୍କ ନିରାପତ୍ତା ସୁନିଶ୍ଚିତ କରିବା ଲାଗି ଟର୍ମିନାଲର ବିଭିନ୍ନ ଇଲେକ୍ଟ୍ରୋନିକ ଓ  ସ୍ଥାୟୀ ଡିସପ୍ଲେ ମାଧ୍ୟମରେ ମାର୍ଗଦର୍ଶିକା ପ୍ରଦର୍ଶିତ କରାଯାଉଛି।

ସମସ୍ତ ବିମାନ ବନ୍ଦରଗୁଡ଼ିକ ପକ୍ଷରୁ ଚେଷ୍ଟା ଜାରି ରହିଛି ଏବଂ ସେମାନେ ନିଜର ସାମର୍ଥ୍ୟ ଅନୁଯାୟୀ ଏହି ଲଢ଼େଇରେ ଯୋଗ ଦେଉଛନ୍ତି। ଭୁବନେଶ୍ୱର ବିମାନ ବନ୍ଦର ପକ୍ଷରୁ ସମସ୍ତ ସୁରକ୍ଷା ପଦକ୍ଷେପ ସୁନିଶ୍ଚିତ କରାଯାଇ, ଓଡ଼ିଶା ସରକାରଙ୍କ ସହାୟତାରେ ଏବଂ ସହଭାଗିତାରେ ଏଏଆଇର କର୍ମଚାରୀ ଓ ଅନ୍ୟ ଅଂଶୀଦାରମାନଙ୍କ ପାଇଁ କୋଭିଡ ଟିକାକରଣ କ୍ୟାମ୍ପ ଆୟୋଜନ କରାଯାଇଛି।

 

*******

P.S

 



(Release ID: 1718328) Visitor Counter : 249