ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପିଏମ୍ କେୟାର୍ସ ପାଣ୍ଠିରୁ ଅଣାଯିବ ଦେଢଲକ୍ଷ ୟୁନିଟ ଅକ୍ସିକେୟାର ସିଷ୍ଟମ । ଏ ବାବଦ ଖର୍ଚ୍ଚ ହେବ ୩୨୨.୫କୋଟି ଟଙ୍କା

ଅମ୍ଳଜାନ ନିୟନ୍ତ୍ରଣ ନିମନ୍ତେ ଡିଆରଡିଓର ନୂତନ ଉଦ୍‌ଭାବନ । ରୋଗୀଙ୍କ ଅମ୍ଳଜାନସ୍ତର ଅନୁସାରେ ପ୍ରଦାନ କରାଯିବ

ଦେଶରେ ଅକ୍ସିକେୟାର ସିଷ୍ଟମ ଆହରଣ ନିମନ୍ତେ ଡିଆରଡିଓ ଅନେକ ଶିଳ୍ପାନୁଷ୍ଠାନକୁ ହସ୍ତାନ୍ତର କରିଛି ପ୍ରଯୁକ୍ତିଜ୍ଞାନ

ଅକ୍ସିକେୟାର ସିଷ୍ଟମ ଦ୍ୱାରା ସ୍ୱାସ୍ଥ୍ୟ ଯତ୍ନ ନେଉଥିବା କର୍ମଚାରୀଙ୍କ କାର୍ଯ୍ୟଭାର ଲାଘବ ହେବ । ଏଥିରେ ଅମ୍ଳଜାନ ସ୍ତର ମାପ ସ୍ୱୟଂକ୍ରିୟଭାବେ ହୋଇପାରିବ ।

Posted On: 12 MAY 2021 6:16PM by PIB Bhubaneshwar

ପିଏମ୍ କେୟାର୍ସ ପାଣ୍ଠିରୁ ୩୨୨.୫କୋଟି ଟଙ୍କା ୧, ୫୦, ୦୦୦ ଅକ୍ସିକେୟାର ସିଷ୍ଟମ ଆହରଣ ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଛି । ରୋଗୀମାନଙ୍କୁ ଦିଆଯାଉଥିବା ଅମ୍ଳଜାନ ସ୍ତର ନିରୂପଣ ପାଇଁ ସ୍ୱୟଂକ୍ରିୟା ବିସ୍ତୁତ ବ୍ୟବସ୍ଥା  ପ୍ରତିରକ୍ଷା ଗବେଷଣା ବିକାଶ ସଂଗଠନ (ଡିଆରଡିଓ) ଦ୍ୱାରା କରାଯାଇଛି ।

ଏହି ପଦ୍ଧତି ଦୁଇଟି ଢାଞ୍ଚାଦ୍ୱାରା  ବିକଶିତ ହୋଇଛି । ମୌଳିକ ପଦ୍ଧତି ହେଉଛି ୧୦ଲିଟର ଅମ୍ଳଜାନ ସିଲିଣ୍ଡର ଗୋଟିଏ ପ୍ରେସର ରେଗୁଲେଟର ଓ ପରିବହନ ନିୟନ୍ତ୍ରକ, ଗୋଟିଏ ଆର୍ଦ୍ରତା ନିୟନ୍ତ୍ରକ ଓ ନାସା କାହାଳୀ । ଅମ୍ଳଜାନ ପରିମାଣ ଯାହା ଏହି ପଦ୍ଧତି ଜରିଆରେ ନିସୃତ ହେବ ତାହାକୁ ସ୍ୱାସ୍ଥ୍ୟକର୍ମଚାରୀମାନେ ଆଡଜଷ୍ଟ କରିବେ ଓ ଅମ୍ଳଜାନସ୍ତର ଏହି ପଦ୍ଧତି ଜରିଆରେ ନିୟନ୍ତ୍ରିତ ହେବାସହ ପ୍ରଦର୍ଶିତ ହେବ । ସ୍ୱଂୟକ୍ରିୟ ନିୟନ୍ତ୍ରଣ ଯୋଗୁଁ ମାନବ ସମ୍ବଳର ଉପଯୋଗ କମ୍ ହେବା ସହ ଆବଶ୍ୟକ ସ୍ଥଳେ ଟେଲି ପରାମର୍ଶ ହୋଇପାରିବ । ଏହି ସ୍ୱୟଂକ୍ରିୟା ପଦ୍ଧତି ଅଡିଓ  ଚେତାବନୀ ମଧ୍ୟ ଅମ୍ଳଜାନ କମ୍ ବେଶୀ ହେଲେ ଦେଇପାରିବ । ଏହି ଅକ୍ସିକେୟାର ପଦ୍ଧତି  ଘର, ସଙ୍ଗରୋଧ କେନ୍ଦ୍ର, କୋଭିଡ ସୁଧାର ଗୃହ ଓ ହସ୍‌ପିଟାଲରେ ବ୍ୟବହୃତ ହୋଇପାରିବ ।

ଏହି ଅକ୍ସିକେୟାର ପଦ୍ଧତିରେ ନନ୍‌ରିବ୍ରିଡର ମାସ୍କ (ଏନଆରଏମ୍‌) ସମନ୍ୱିତ ହୋଇ ରହୁଥିବାରୁ ଏଥିରେ ଶତକଡା ୩୦ରୁ ୪୦ଗୁଣ ଅମ୍ଳଜାନ ମଧ୍ୟ ବଞ୍ଚାଯାଇପାରିବ । ଡିଆରଡିଓ ମଧ୍ୟ ଏହି ଆକ୍ସିକେୟାର ବୈଷୟିକ ଜ୍ଞାନ ଅନ୍ୟାନ୍ୟ ଶିଳ୍ପ ପ୍ରତିଷ୍ଠାନଗୁଡିକୁ ମଧ୍ୟ ପ୍ରଦାନ କରିଛି ଯାହା ଫଳରେ ଦେଶବ୍ୟାପୀ ସେମାନେ ମଧ୍ୟ ଏହି ପଦ୍ଧତିର ବିକାଶ କରିପାରିବେ ।

ବର୍ତ୍ତମାନର ମେଡିକାଲ ମାର୍ଗଦର୍ଶିକା ପ୍ରତ୍ୟେକ ସଙ୍କଟାପନ୍ନ ଓ ଅତ୍ୟଧିକ ସଂକ୍ରମିତ କୋଭିଡ ରୋଗୀଙ୍କ ପାଇଁ ଅମ୍ଳଜାନ ବ୍ୟବହାର ସୁପାରିଶ କରିଛି । ବର୍ତ୍ତମାନର ଅମ୍ଳଜାନ ଉତ୍ପାଦନ ପରିବହନ ଏବଂ ଭଣ୍ଡାରଣ ବିଷୟ ବିଚାରକୁ ନେଲେ ଅମ୍ଳଜାନ ସିଲିଣ୍ଡର ସବୁଠାରୁ ଉପଯୋଗୀ । ବର୍ତ୍ତମାନ ଅଧିକରୁ ଅଧିକ କୋଭିଡ ମହାମାରୀରେ ସଂକ୍ରମିତ ହେଉଥିବା ଦୃଷ୍ଟିରୁ ଗୋଟିଏ ପଦ୍ଧତି ଦ୍ୱାରା ଅମ୍ଳଜାନର ଉପଯୋଗ ଠିକ୍ ନୁହେଁ । ଏହାର ମୁଖ୍ୟ କାରଣ ହେଉଛି  ଅଧିକାଂଶ  ଉତ୍ପାଦନକାରୀ  ସେମାନଙ୍କ ସର୍ବାଧିକ ସାମର୍ଥ୍ୟ ଉପଯୋଗ କରୁଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ଏକାଧିକ ପଦ୍ଧତି ପରିସ୍ଥିତିକୁ ସୁଧାରିବାରେ ବେଶ ସହାୟକ ହେବ । ବର୍ତ୍ତମାନ କାର୍ବନ -ମାଙ୍ଗାନିଜ ସିଲିଣ୍ଡର  ସଂଖ୍ୟା ସୀମିତ ଥିବାରୁ ଡିଆରଡିଓ ହାଲୁକା ବସ୍ତୁ ତିଆରି  ଓ ସହଜ ପରିବହନକ୍ଷମ ସିଲିଣ୍ଡର ପାଇଁ ପ୍ରସ୍ତାବ ମଧ୍ୟ ଦେଇଛି ।

 

*****

SM /SLP



(Release ID: 1718177) Visitor Counter : 230