ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତ ସରକାର ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଏପର୍ଯ୍ୟନ୍ତ ୧୭.୩୫ କୋଟି ଟିକା ଡୋଜ ବିନା ମୂଲ୍ୟରେ ପ୍ରଦାନ କରିଛନ୍ତି

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ନିକଟରେ ୯୦ ଲକ୍ଷରୁ ଅଧିକ ଡୋଜ ଟିକାକରଣ ପାଇଁ ଉପଲବ୍ଧ ଅଛି

ଆଗାମୀ ତିନି ଦିନରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ୧୦ ଲକ୍ଷରୁ ଅଧିକ ଡୋଜ ଅତିରିକ୍ତ ଟିକା ପ୍ରଦାନ କରାଯିବ

Posted On: 07 MAY 2021 10:24AM by PIB Bhubaneshwar

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହାୟତାରେ ଭାରତ ସରକାର ‘ସର୍ବାଙ୍ଗୀନ ସରକାର’ ଆଭିମୁଖ୍ୟ ନେଇ କୋଭିଡ-୧୯ ମହାମାରୀ ବିରୋଧୀ ଲଢେଇରେ ନେତୃତ୍ୱ ନେଉଛନ୍ତି । ପରୀକ୍ଷଣ, ଟ୍ରେସିଂ, ଚିକିତ୍ସା ଓ କୋଭିଡ ନିୟମାବଳୀ ପାଳନ ଆଦି ସହ ଟିକାକରଣ ମହାମାରୀ ନିୟନ୍ତ୍ରଣ ଓ ପ୍ରବନ୍ଧନ ପାଇଁ ଭାରତ ସରକାରଙ୍କ ପଂଚ ସୂତ୍ରୀ ରଣନୀତିର ଅଭିନ୍ନ ଅଙ୍ଗ ।

କୋଭିଡ-୧୯ ଟୀକାକରଣର ଉଦାର ଓ ତ୍ୱରିତ ତୃତୀୟ ପର୍ଯ୍ୟାୟ ରଣନୀତି ମଇ ୧,୨୦୨୧ରୁ ଆରମ୍ଭ ହୋଇଛି । ସମ୍ଭାବ୍ୟ ହିତାଧିକାରୀମାନେ ସିଧାସଳଖ କୋୱିନ ପୋର୍ଟାଲ (cowin.gov.in) କିମ୍ବା ଆରୋଗ୍ୟ ସେତୁ ଆପ୍‌ରେ ପଞ୍ଜୀକରଣ କରିପାରିବେ ।

ଭାରତ ସରକାର ଏପର୍ଯ୍ୟନ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ବିନାମୂଲ୍ୟରେ ୧୭.୩୫ କୋଟିରୁ ଅଧିକ (୧୭,୩୫,୦୭,୭୭୦) ଟିକା ଡୋଜ ପ୍ରଦାନ କରି ସାରିଲେଣି । ଆଜି ସକାଳ ୮ଟା ପର୍ଯ୍ୟନ୍ତ ହସ୍ତଗତ ତଥ୍ୟ ଅନୁଯାୟୀ ଏଥିରୁ ସମୁଦାୟ ୧୬,୪୪,୭୭,୧୦୦ ଡୋଜ (ଏଥିରେ ନଷ୍ଟ ହୋଇଥିବା ଡୋଜ ମଧ୍ୟ ସାମିଲ ଅଛି) ପ୍ରଦାନ କରାଯାଇଛି ।

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ନିକଟରେ ୯୦ ଲକ୍ଷରୁ ଅଧିକ (୯୦,୩୦,୬୭୦) ଡୋଜ ଟିକାକରଣ ପାଇଁ ଉପଲବ୍ଧ ଅଛି । କିଛି ରାଜ୍ୟ ଯୋଗାଣ ତୁଳନାରେ ଅଧିକ ଟିକା ଉପଯୋଗ (ନଷ୍ଟ ହୋଇଥିବା ଡୋଜ ସମେତ) ହୋଇଥିବା ଦର୍ଶାଇଛନ୍ତି । ତେବେ ସେମାନେ ସଶସ୍ତ୍ର ସେନାକୁ ଯୋଗାଇ ଦିଆଯାଇଥିବା ଟୀକା ହିସାବକୁ ନେଇ ନାହାନ୍ତି ।

ଏହାସହିତ, ଆଗାମୀ ତିନ ଦିନ ମଧ୍ୟରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅତିରିକ୍ତ ୧୦ ଲକ୍ଷ (୧୦,୨୫,୦୦୦) ଟିକା ଡୋଜ ପ୍ରଦାନ କରାଯିବ ।

https://static.pib.gov.in/WriteReadData/userfiles/image/image001CWBW.jpg

https://static.pib.gov.in/WriteReadData/userfiles/image/image002UGSO.jpg

https://static.pib.gov.in/WriteReadData/userfiles/image/image00320BR.jpg

https://static.pib.gov.in/WriteReadData/userfiles/image/image004C2U4.jpg

*****

SR

 



(Release ID: 1716915) Visitor Counter : 192