ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ

ବନ ଧନ ଯୋଜନା ମାଧ୍ୟମରେ ଓଡ଼ିଶାର ଆଦିବାସୀ ଲୋକଙ୍କ ଜୀବନଜୀବିକାକୁ ମିଳିଥିବା ପ୍ରୋତ୍ସାହନ

Posted On: 04 MAY 2021 4:22PM by PIB Bhubaneshwar

ଟ୍ରାଇଫେଡର “ସଂକଳ୍ପରୁ ସିଦ୍ଧି” ଗ୍ରାମମାନଙ୍କୁ ଡିଜିଟାଲ ସୁବିଧା ସହ ସଂଯୋଗ କରିବା ପାଇଁ ଉଦ୍ଦିଷ୍ଟ (ଟ୍ରାଇଫେଡ଼ ଏବଂ ରାଜ୍ୟ ପ୍ରବର୍ତ୍ତନ ଏଜେନ୍ସି/ ମେଣ୍ଟରିଂ ଏଜେନ୍ସି/ ସହଭାଗୀମାନଙ୍କୁ ନେଇ ଗଠିତ) । ଏହି ଯୋଜନା ମାଧ୍ୟମରେ ଏବେ ଗ୍ରାମମାନଙ୍କୁ ଗସ୍ତ କରି ଅଧିକାରୀମାନେ ବନ ଧନ ବିକାଶ କେନ୍ଦ୍ରଗୁଡ଼ିକୁ ସକ୍ରିୟ କରିବା ସହିତ ଏହାର ସ୍ଥିତି ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରୁଛନ୍ତି। ସାରା ଦେଶରେ ଗ୍ରାମମାନଙ୍କୁ ଏଭଳି ଗସ୍ତ କରାଯାଉଛି ଏବଂ ଟ୍ରାଇଫେଡ଼ ପ୍ରତିନିଧି ଦଳ ଗ୍ରାମାଞ୍ଚଳରେ ବନ ଧନ ବିକାଶ କେନ୍ଦ୍ରଗୁଡ଼ିକ କିଭଳି ଭାବେ କାର୍ଯ୍ୟ କରୁଛନ୍ତି ତଥା ସରକାରୀ ଯୋଜନାର ସୁଫଳ କେତେ ମାତ୍ରାରେ ଲୋକମାନଙ୍କ ନିକଟରେ ପହଞ୍ଚି ପାରିଛି ତାହାର ବାସ୍ତବ ସ୍ଥିତି ଆକଳନ କରିପାରୁଛନ୍ତି ।

ଯେଉଁସବୁ ରାଜ୍ୟମାନଙ୍କରେ ବନ ଧନ ବିକାଶ ଯୋଜନା ଖୁବ୍‍ ଶୀଘ୍ର ଲୋକମାନଙ୍କ ନିକଟରେ ପହଞ୍ଚି ପାରୁଛି ତାହା ମଧ୍ୟରେ ଓଡ଼ିଶା ପ୍ରମୁଖ ରାଜ୍ୟ ରହିଛି । ଏବେସୁଦ୍ଧା ରାଜ୍ୟରେ ୬୬୦ଟି ବନ ଧନ ବିକାଶ କେନ୍ଦ୍ର ଯାହାକୁ ୨୨ଟି ବନ ଧନ ବିକାଶ କେନ୍ଦ୍ର କ୍ଲଷ୍ଟର ଭାବେ ବର୍ଗୀକୃତ କରାଯାଇଛି, ତାହା ମାଧ୍ୟମରେ ୬୩୦୦ରୁ ଅଧିକ ଆଦିବାସୀ ଲୋକ ସକାରାତ୍ମକ ଭାବେ ଉପକୃତ ହୋଇପାରିଛନ୍ତି ।

ଗତ କିଛି ମାସ  ମଧ୍ୟରେ ଏହିସବୁ କ୍ଲଷ୍ଟରମାନଙ୍କରେ ପ୍ରକ୍ରିୟାକରଣ, ବ୍ରାଣ୍ଡିଂ ଏବଂ ପ୍ୟାକେଜିଂ ପାଇଁ ଆବଶ୍ୟକ ଯନ୍ତ୍ରପାତି ଆହରଣ କରାଯିବା ସହ ଲୋକମାନଙ୍କୁ ଆବଶ୍ୟକ ତାଲିମ ପ୍ରଦାନ କରାଯାଇଛି । ଏହିସବୁ କ୍ଲଷ୍ଟରଗୁଡ଼ିକ ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, ସୁନ୍ଦରଗଡ଼ ଏବଂ କୋରାପୁଟ ଭଳି ଜିଲ୍ଲାର ବିଭିନ୍ନ ସ୍ଥାନରେ ରହିଛି । ଆଦିବାସୀ ଲୋକମାନଙ୍କ ଦ୍ୱାରା ସେହିସବୁ କେନ୍ଦ୍ରମାନଙ୍କରେ ଚଳିତ ମାସ ପ୍ରାରମ୍ଭରେ ଆବଶ୍ୟକ କଞ୍ଚାମାଲ ଆହରଣ, ପ୍ରକ୍ରିୟାକରଣ ତଥା ଉତ୍ପାଦନ ଆରମ୍ଭ ହୋଇଛି ।

ୟୂରଭଞ୍ଜ ଜିଲ୍ଲାରେ, ତିନୋଟି କ୍ଲଷ୍ଟର ମାଧ୍ୟମରେ ଆଦିବାସୀ ହିତାଧିକାରମାନେ ଉପକୃତ ହୋଇପାରୁଛନ୍ତି । ସେହିସବୁ କ୍ଲଷ୍ଟରଗୁଡ଼ିକ ହେଲା, ଲୁଗୁବୁରୁ ଭିଡିଭିକେସି, ମା’ ଧରିତ୍ରୀ ଭିଡ଼ିଭିକେସି ଏବଂ ଭୀମକୁଣ୍ଡ ଭିଡ଼ିଭିକେସି। ଏହିସବୁ କେନ୍ଦ୍ରମାନଙ୍କରେ ଶାଳପତ୍ର, ଶାଳ ମଞ୍ଜି, କୁସୁମ ମଞ୍ଜି ଏବଂ ଜଙ୍ଗଲରୁ ସଂଗୃହୀତ ମହୁକୁ ପ୍ରକ୍ରିୟାକରଣ କରାଯାଉଛି । ସେହିଭଳି ଶାଳପତ୍ରରୁ ଖାଇବା ଥାଳି, ଦନା ପ୍ରସ୍ତୁତ କରାଯିବା ସହିତ କୁସୁମ ତେଲ ଓ ମହୁକୁ ପ୍ରକ୍ରିୟାକରଣ କରାଯାଉଛି । କେନ୍ଦୁଝର ଜିଲ୍ଲାରେ ଆଦିବାସୀ ହିତାଧିକାରୀମାନେ ଆଞ୍ଚଳିକ ଖଣ୍ଡାଧାର ଭିଡ଼ିଭିକେସି ମାଧ୍ୟମରେ କଞ୍ଚା ଆମ୍ବ, ସୋରିଷ ଓ ହଳଦୀରୁ ଆମ୍ବ ପାମ୍ପଡ଼, ଆମ୍ବ ଆଚାର, ହଳଦୀ ଗୁଣ୍ଡ ଏବଂ ସୋରିଷ ତେଲ ପ୍ରସ୍ତୁତ କରୁଛନ୍ତି । ବନ ଦୁର୍ଗା ଭିଡ଼ିଭିକେସି କ୍ଲଷ୍ଟରରେ ଏମଏଫପିମାନେ ତେନ୍ତୁଳି, ଶାଳ ମଞ୍ଜି ଓ ଚାର ମଞ୍ଜକୁ ପ୍ରକ୍ରିୟାକୃତ ତଥା ମୂଲ୍ୟଯୁକ୍ତ କରୁଛନ୍ତି । ସେଠାରେ ହିତାଧିକାରୀମାନେ ତେନ୍ତୁଳିରୁ ମଞ୍ଜି ଛଡ଼ାଇବା, ତେନ୍ତୁଳି ଗୁଳା ପ୍ରସ୍ତୁତ କରିବ, ଶାଳ ସାମ୍ପୁ ପ୍ରସ୍ତୁତ କରିବା ସହ ଚାର ମଞ୍ଜି ପ୍ୟାକେଟ ଆଦି ପ୍ରସ୍ତୁତ କରୁଛନ୍ତି ।

କୋରାପୁଟ, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଭିଡ଼ିଭିକେ କ୍ଲଷ୍ଟରମାନଙ୍କରେ ସେହିଭଳି ଅନ୍ୟାନ୍ୟ ମୂଲ୍ୟଯୁକ୍ତ ସାମଗ୍ରୀ ଉତ୍ପାଦନ କରାଯାଉଛି । ସେଥି ମଧ୍ୟରେ ତେନ୍ତୁଳି ଗୁଳା, ମହୁଆ ତେଲ, ଜୈବ ଚାଉଳ ପ୍ୟାକେଟ୍‍, ମହୁଆ ତେଲ, ନିମ ତେଲ, ଚିରୋଞ୍ଜି ମଞ୍ଜିଛଡ଼ା ଓ ହଳଦୀ ଗୁଣ୍ଡ ଆଦି ସାମିଲ ।

 

TextDescription automatically generated A group of people standing in front of a green tentDescription automatically generated with low confidence 

A large pile of pineapplesDescription automatically generated with low confidence A group of people seated in a roomDescription automatically generated with low confidence A picture containing dishDescription automatically generated

 

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟରତ ଟ୍ରାଇଫେଡ଼୍‍ର ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଆଦିବାସୀ ଲୋକମାନଙ୍କୁ ବନ ଧନ ଆଦିବାସୀ ଷ୍ଟାର୍ଟ ଅପ୍‍ କାର୍ଯ୍ୟକ୍ରମ ମାଧ୍ୟମରେ କର୍ମନିଯୁକ୍ତି ପ୍ରଦାନ କରିବା ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ପ୍ରବର୍ତ୍ତନ କରାଯାଉଛି ।  ଲଘୁ ବନଜାତ ସାମଗ୍ରୀ ବିପଣନ ବ୍ୟବସ୍ଥା (ଏମଏଫପି)କୁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଏବଂ ଏମଏଫପି ଯୋଜନା ପାଇଁ ମୂଲ୍ୟ ଚେନ୍‍ର ବିକାଶ ମାଧ୍ୟମରେ ପ୍ରବର୍ତ୍ତନ କରାଯାଉଛି ।

ବନ ଧନ ଆଦିବାସୀ ଷ୍ଟାର୍ଟ ଅପ୍‍ଗୁଡ଼ିକ ମଧ୍ୟ ଏହି ଯୋଜନାର ଅଂଶବିଶେଷ ଏବଂ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଲଘୁ ବନଜାତ ସାମଗ୍ରୀକୁ ମୂଲ୍ୟଯୁକ୍ତ, ବ୍ରାଣ୍ଡିଂ ଓ ବିପଣନ କରାଯିବାର ବ୍ୟବସ୍ଥା କରାଯାଇଛି । ସେଥି ପାଇଁ ବନ ଧନ କେନ୍ଦ୍ରମାନ ପ୍ରତିଷ୍ଠା କରାଯାଉଛି ଯଦ୍ୱାରା ଜଙ୍ଗଲରେ ବସବାସ କରୁଥିବା ଆଦିବାସୀ ଲୋକମାନଙ୍କ ପାଇଁ ପୋଷଣୀୟ ଜୀବନଜୀବିକାର ସୁବିଧା ସୃଷ୍ଟି କରାଯାଇପାରିବ ।

ଗତ ୧୮ ମାସ ମଧ୍ୟରେ, ବନ ଧନ ବିକାଶ ଯୋଜନା ବେଶ୍‍ ଲୋକପ୍ରିୟତା ହାସଲ କରିଛି ଏବଂ ଆଦିବାସୀ ବର୍ଗର ଲୋକମାନେ ଏହାର ବ୍ୟାପକ ପ୍ରବର୍ତ୍ତନକୁ ସହଜରେ ଗ୍ରହଣ କରିନେଇଛନ୍ତି । ରାଜ୍ୟମାନଙ୍କ ନୋଡାଲ ଏଜେନ୍ସିମାନଙ୍କ ଜରିଆରେ ଏହା ପ୍ରବର୍ତ୍ତନ କରାଯାଉଛି ଏବଂ ସାରା ଦେଶରେ ଏଭଳି ପ୍ରବର୍ତ୍ତନ ଏଜେନ୍ସି କାର୍ଯ୍ୟରତ ଅଛନ୍ତି ।

ଭିଡ଼ିଭିକେସିର ଲୋକପ୍ରିୟତା ଦିନକୁ ଦିନ ଓଡ଼ିଶାରେ ବୃଦ୍ଧି ପାଇ ଚାଲିଛି ଏବଂ ସେହିସବୁ କ୍ଲଷ୍ଟରଗୁଡ଼ିକ ଏବେ ବିଭିନ୍ନ ବନଜାତ ସାମଗ୍ରୀର ପ୍ରକ୍ରିୟାକରଣ ଓ ବ୍ରାଣ୍ଡିଂ ତଥା ସେଗୁଡ଼ିକୁ ମୂଲ୍ୟଯୁକ୍ତ କରିବା ଆରମ୍ଭ କରିଛନ୍ତି ।ଏହା ଦ୍ୱାର ଏହି ପୂର୍ବାଞ୍ଚଳ ରାଜ୍ୟର ଆଦିବାସୀମାନେ ଖୁବ୍‍ ଉପକୃତ ହେଉଛନ୍ତି ଯାହାକି ସେମାନଙ୍କ ଜୀବନଜୀବିକା ବୃଦ୍ଧିରେ ବିଶେଷ ଭାବେ ସହାୟକ ହୋଇପାରିଛି ।

 *****

SS



(Release ID: 1716031) Visitor Counter : 227