ପ୍ରତିରକ୍ଷା ମନ୍ତ୍ରଣାଳୟ
କୋଭିଡ-19 ମୁକାବିଲା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ଅନ୍ତର୍ଗତ ସେନାବାହିନୀକୁ ଜରୁରିକାଳୀନ ଆର୍ଥିକ କ୍ଷମତା ପ୍ରଦାନ କଲେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ
Posted On:
30 APR 2021 6:01PM by PIB Bhubaneshwar
ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ 30 ଏପ୍ରିଲ 2021ରେ ସ୍ବତନ୍ତ୍ର ବ୍ୟବସ୍ଥାର ଉପଯୋଗ କରି ସେନାବାହିନୀକୁ ଜରୁରିକାଳୀନ ଆର୍ଥିକ କ୍ଷମତା ପ୍ରଦାନ କରିଛନ୍ତି। ଯାହାଫଳରେ ବର୍ତ୍ତମାନ ଦେଶରେ ଦେଖାଦେଇଥିବା କୋଭିଡ-19 ମହାମାରୀ ମୁକାବିଲା ଲାଗି ସେନାବାହିନୀ ଅଧିକ ସଶକ୍ତ ହୋଇପାରିବ। ଏହି କ୍ଷମତା ଫର୍ମେସନ କମାଣ୍ଡରମାନଙ୍କୁ ମହାମାରୀ ବିରୋଧରେ ଜାରି ରହିଥିବା ପ୍ରୟାସ ନିମନ୍ତେ ବିଭିନ୍ନ ସେବା ଓ କାର୍ଯ୍ୟ ବ୍ୟବସ୍ଥା ଅତିରିକ୍ତ କ୍ବାରେଣ୍ଟାଇନ ସୁବିଧା/ଡାକ୍ତରଖାନା ପ୍ରତିଷ୍ଠା ଓ ପରିଚାଳନା କରିବା, ଉପକରଣ/ସାମଗ୍ରୀ/ଷ୍ଟୋର କ୍ରୟ ଏବଂ ଉପକରଣ ମରାମତି କାର୍ଯ୍ୟ ସମ୍ବନ୍ଧୀୟ ଗତିବିଧିରେ ସହାୟକ ହେବ।
ଚିଫ ଅଫ ଇଣ୍ଟିଗ୍ରେଟେଡ ଡିଫେନ୍ସ ଷ୍ଟାଫ ଟୁ ଦ ଚେୟାରମ୍ୟାନ ଚିଫ୍ସ ଅଫ ଷ୍ଟାଫ କମିଟି (ସିଆଇଏସସି), ଜେନେରାଲ ଅଫିସର କମାଣ୍ଡିଂ ଇନ ଚିଫ୍ସ ଓ ତିନୋଟି ସେନାବାହିନୀର ସମକକ୍ଷ ପଦବୀଧାରୀ ଆଦି ସେନାବାହିନୀର ଉପମୁଖ୍ୟମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଏହି କ୍ଷମତା ପ୍ରଦାନ କରାଯାଇଛି। ସେହିପରି କୋର କମାଣ୍ଡର/ଏରିଆ କମାଣ୍ଡରମାନଙ୍କୁ ପ୍ରତି ମାମଲାରେ 50 ଲକ୍ଷ ଟଙ୍କା ଏବଂ ଡିଭିଜନ କମାଣ୍ଡର/ସବ ଏରିଆ କମାଣ୍ଡର ଏବଂ ସେମାନଙ୍କ ସମକକ୍ଷମାନଙ୍କୁ ପ୍ରତି ମାମଲାରେ 20 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଧିକାର ପ୍ରଦାନ କରାଯାଇଛି। ଏହି କ୍ଷମତା ପ୍ରାରମ୍ଭିକ ପର୍ଯ୍ୟାୟରେ 1 ମଇ ଠାରୁ 31 ଜୁଲାଇ 2021 ପର୍ଯ୍ୟନ୍ତ ତିନି ମାସର ଅବଧି ନିମନ୍ତେ ପ୍ରଦାନ କରାଯାଇଛି। ବିଗତ ସପ୍ତାହରେ ସେନାବାହିନୀର ଚିକିତ୍ସା ଅଧିକାରୀମାନଙ୍କୁ ଦିଆଯାଇଥିବା ଦାୟିତ୍ବ ଅତିରିକ୍ତ ଏହି କ୍ଷମତା ପ୍ରଦାନ କରାଯାଇଛି।
ବିଗତ ବର୍ଷ କୋଭିଡ-19 ମହାମାରୀ ଆସିବା ସମୟରେ ମଧ୍ୟ ସେନାବାହିନୀକୁ ଜରୁରିକାଳୀନ କ୍ଷମତା ପ୍ରଦାନ କରାଯାଇଥିଲା। ଏହା ସେନାବାହିନୀରକୁ ଦ୍ରୁତ ଓ ପ୍ରଭାବୀ ଢଙ୍ଗରେ ସ୍ଥିତିର ମୁକାବିଲା କରିବାରେ ସହାୟତା କରିଥିଲା।
***********
P.S
(Release ID: 1715203)
Visitor Counter : 187