ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କୋଭିଡ ପରିଚାଳନା ନିମନ୍ତେ ସଶସ୍ତ୍ର ସେନା ଦ୍ୱାରା କରାଯାଇଥିବା ପ୍ରସ୍ତୁତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

Posted On: 26 APR 2021 3:29PM by PIB Bhubaneshwar

ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ ରାୱତ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । କରୋନା ମହାମାରୀ ପରିଚାଳନା ନେଇ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନ ଓ  ପ୍ରସ୍ତୁତି ସମ୍ପର୍କରେ ଉଭୟେ ସମୀକ୍ଷା କରିଥିଲେ ।

ପ୍ରତିରକ୍ଷା ମୁଖ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ଯେ ସଶସ୍ତ୍ର ସେନାର ସମସ୍ତ ସେଚ୍ଛାକୃତ ଅବସର ନେଇଥିବା ତଥା ଗତ ଦୁଇବର୍ଷ ମଧ୍ୟରେ ଅବସର ଗ୍ରହଣ କରିଥିବା ସମସ୍ତ ଡାକ୍ତରଙ୍କୁ ସେମାନଙ୍କ ବାସସ୍ଥାନ ନିକଟବର୍ତ୍ତୀ କୋଭିଡ ଚିକିତ୍ସାକେନ୍ଦ୍ରରେ କାର୍ଯ୍ୟ କରିବାକୁ କୁହାଯାଇଛି । ପୂର୍ବରୁ ଅବସର ଗ୍ରହଣ କରିଥିବା ଚିକିତ୍ସକମାନଙ୍କୁ ମଧ୍ୟ ଜରୁରୀକାଳୀନ ଡାକ୍ତରସେବା ଅଧୀନରେ ପରାମର୍ଶଦାତା ଭାବେ କାର୍ଯ୍ୟ କରିବାକୁ ଅନୁରୋଧ କରାଯାଇଛି ।

ସମସ୍ତ ମେଡିକାଲ ଅଧିକାରୀ ବା ଷ୍ଟାଫ ସେନାର କମାଣ୍ଡ ମୁଖ୍ୟାଳୟ, କୋର ମୁଖ୍ୟାଳୟ, ଡିଭିଜନ ମୁଖ୍ୟାଳୟ ଓ ସେହିପରି ନୌସେନା ଓ ବାୟୁସେନା ମୁଖ୍ୟାଳୟକୁ ହସ୍‌ପିଟାଲରେ ନିୟୋଜିତ ରହିବାକୁ କୁହାଯାଇଛି ।

ହସପିଟାଲରେ ଡାକ୍ତରଙ୍କ ସହାୟତା ନିମନ୍ତେ ସେବିକାମାନଙ୍କୁ ମଧ୍ୟ ବହୁ ସଂଖ୍ୟାରେ  ମୁତୟନ କରାଯାଇଛି । ସେନାର ବିଭିନ୍ନ ସ୍ଥାନରେ ନିୟୋଜିତ ଅମ୍ଳଜାନ ସିଲିଣ୍ଡର ହସ୍‌ପିଟାଲ ପାଇଁ ପଠାଯାଇଛି  ।

ପ୍ରତିରକ୍ଷା ମୁଖ୍ୟ ଆହୁରି କହିଥିଲେ ଯେ, ଯେଉଁଠାରେ ଦରକାର ସାମରିକ ମେଡିକାଲ ସୁବିଧା ସେ ସ୍ଥାନରେ ଉପଲବ୍ଧ ହେବ ।

ଦେଶ ଓ ଦେଶ ବାହାରେ ଆବଶ୍ୟକ ସ୍ଥଳେ ଅମ୍ଳଜାନ ପରିବହନ ପାଇଁ ବାୟୁସେନାର ପ୍ରସ୍ତୁତି ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ ।

କେନ୍ଦ୍ରୀୟ ଓ ରାଜ୍ୟ ସୈନିକ କଲ୍ୟାଣ ବୋର୍ଡ ଓ ଅଧିକାରୀ ଯେଉଁ ମୁଖ୍ୟାଳୟ ଗୁଡିକରେ ଅଛନ୍ତି ସେମାନେ ମଧ୍ୟ ଅଗମ୍ୟ ଅଞ୍ଚଳରେ ଯଥା ସମ୍ଭବ ଭେଟ୍ରାନ ସେଲ ପକ୍ଷରୁ ସେବା ଯୋଗାଇ ଦିଆଯିବ ସେଥିନେଇ ଦେଖିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପ୍ରତିରକ୍ଷା ମୁଖ୍ୟଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।

 

*****

SM/SLP



(Release ID: 1714197) Visitor Counter : 214