ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଗତ ୨୪ ଘଣ୍ଟାରେ ୨୬ ଲକ୍ଷ ଡୋଜରୁ ଅଧିକ ଟିକା ଦିଆଯାଇଥିବା ବେଳେ ଭାରତରେ ମୋଟ ଟିକାକରଣ ୧୨ କୋଟିକୁ ଟପିଯାଇଛି

ଭାରତ ମାତ୍ର ୯୨ ଦିନ ମଧ୍ୟରେ ୧୨ କୋଟିର ଟିକାକରଣ ଲକ୍ଷ୍ୟ ହାସଲ କରିଛି, ବିଶ୍ୱରେ ଏହା ଦ୍ରୁତତମ

ଗୁଜରାଟ, ମହାରାଷ୍ଟ୍ର, ରାଜସ୍ଥାନ, ଉତ୍ତର ପ୍ରଦେଶ ପ୍ରତ୍ୟେକ ରାଜ୍ୟରେ ଏକ କୋଟି ଲେଖାଏଁରୁ ଅଧିକ ଟିକାକରଣ ହୋଇଛି

ମୋଟ ନୂଆ କରୋନା ମାମଲାରୁ ୭୯% ଚିହ୍ନଟ ହୋଇଛି ୧୦ ରାଜ୍ୟରେ

Posted On: 18 APR 2021 11:32AM by PIB Bhubaneshwar

ବିଶ୍ୱର ବୃହତମ ଟିକାକରଣ ଅଭିଯାନ କ୍ରମରେ ଭାରତରେ ମୋଟ ୧୨ କୋଟିରୁ ଅଧିକ କୋଭିଡ-୧୯ ଡୋଜ୍ ଟିକାକରଣ ହୋଇପାରିଛି ।

ଆଜି ସକାଳ ୭ଟା ସୁଦ୍ଧା ୧୮,୧୫,୩୨୫ ସେସନରେ ମୋଟ ୧୨,୨୬,୨୨,୫୯୦ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ, ୯୧,୨୮,୧୪୬ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୫୭,୦୮,୨୨୩ ଜଣ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ,୧୨,୩୩,୪୧୫ ଜଣ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୫୫,୧୦,୨୩୮ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୬୦ ବର୍ଷରୁ ଅଧିକ ବୟସର ୪,୫୫,୯୪,୫୨୨ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍, ୩୮,୯୧,୨୯୪ ହିତାଧିକାରୀଙ୍କୁ ଦ୍ୱିତୀୟ ଡୋଜ୍ ଏବଂ ୪୫ ବର୍ଷରୁ ୬୦ ବର୍ଷ ବୟସ ମଧ୍ୟରେ ୪,୦୪,୭୪,୯୯୩ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୧୦,୮୧,୭୫୯ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି ।

 

 

HCWs

FLWs

Age Group 45 to 60 years

Over 60 years

 

Total

1st Dose

2nd Dose

1st Dose

2nd Dose

1st Dose

2nd Dose

1st Dose

2nd Dose

91,28,146

57,08,223

1,12,33,415

55,10,238

4,04,74,993

10,81,759

4,55,94,522

38,91,294

12,26,22,590

 

ଦେଶରେ ଦିଆଯାଇଥିବା ମୋଟ ଟିକାକରଣର ୫୯.୫% ଦିଆଯାଇଛି ଆଠଟି ରାଜ୍ୟରେ । ଗୁଜରାଟ (୧,୦୩,୩୭,୪୪୮), ମହାରାଷ୍ଟ୍ର (୧,୨୧,୧୨,୭୩୯), ରାଜସ୍ଥାନ (୧,୦୬,୯୮,୭୭୧) ଏବଂ ଉତ୍ତର ପ୍ରଦେଶ (୧,୦୭,୧୨,୭୩୯)ରେ ଏକ କୋଟି ଲେଖାଏଁ ରୁ ଅଧିକ ଡୋଜ୍ ଟିକା ଦିଆଯାଇଛି । ଏପ୍ରିଲ ୧୬ ତାରିଖରେ ଗୁଜରାଟରେ ଏକ କୋଟି ଟିକାକରଣ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଅନ୍ୟ ତିନୋଟି ରାଜ୍ୟରେ ଏହି ଲକ୍ଷ୍ୟ ଏପ୍ରିଲ ୧୪ ତାରିଖରେ ହାସଲ ହୋଇଛି ।

ଭାରତ ମାତ୍ର ୯୨ ଦିନରେ ୧୨ କୋଟି ଡୋଜ୍ ଟିକାକରଣର ଲକ୍ଷ୍ୟ ହାସଲ କରିଛି, ଯାହାକି ବିଶ୍ୱରେ ଦ୍ରୁତତମ । ଏହା ପଛକୁ ଯୁକ୍ତରାଷ୍ଟ୍ର ଆମେରିକା ୯୭ ଦିନରେ ଏବଂ ଚୀନ ୧୦୮ ଦିନରେ ଏହି ଲକ୍ଷ୍ୟ ହାସଲ କରିଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬ ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଯାଇଛି ।

ଟିକାକରଣ ଅଭିଯାନର ୯୨ ତମ ଦିବସ (୧୭ ଏପ୍ରିଲ ୨୦୨୧)ରେ ୨୬,୮୪,୯୫୬ ଡୋଜ୍ ଟିକା ଦିଆଯାଇଛି । ୩୯,୯୯୮ ସେସନରେ ୨୦,୨୨,୫୯୯ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଏବଂ ୬,୬୨,୩୫୭ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି ।

ଭାରତରେ ଦୈନିକ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୬୧,୫୦୦ କରୋନା ମାମଲା ଚିହ୍ନଟ ହୋଇଛି ।

ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଦିଲ୍ଲୀ, ଛତିଶଗଡ଼, କର୍ଣ୍ଣାଟକ, ମଧ୍ୟ ପ୍ରଦେଶ, କେରଳ, ଗୁଜରାଟ, ତାମିଲନାଡ଼ୁ ଏବଂ ରାଜସ୍ଥାନରେ ନୂଆ ମାମଲା ମଧ୍ୟରୁ ୭୮.୫୬% ମାମଲା ଚିହ୍ନଟ ହୋଇଛି ।

ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୬୭,୧୨୩ ମାମଲା ଆସିଛି । ଏହା ପଛକୁ ଉତ୍ତର ପ୍ରଦେଶରେ ୨୭,୩୩୪ ଏବଂ ଦିଲ୍ଲୀରେ ୨୪,୩୭୫ ମାମଲା ଆସିଛି ।

ନିମ୍ନରେ ସୂଚିତ ହୋଇଥିବା ୧୬ଟି ରାଜ୍ୟରେ ଦୈନିକ କରୋନା ମାମଲା ବୃଦ୍ଧି ହେଉଥିବା ଗ୍ରାଫ ଦିଆଯାଇଛି ।

ନିମ୍ନରେ ଦିଆଯାଇଥିବା ଗ୍ରାଫ ଭାରତରେ ଦୈନିକ କରୋନା ମାମଲା ଓ ଦୈନିକ ପଜିଟିଭିଟି ହାରକୁ ସୂଚାଉଛି । ଗତ ୧୨ ଦିନ ମଧ୍ୟରେ ଦୈନିକ ପଜିଟିଭିଟି ହାର ୮.୦୦%ରୁ ୧୬.୬୯%କୁ ବୃଦ୍ଧି ପାଇଛି ।

ଜାତୀୟ ସାପ୍ତାହିକ ପଜିଟିଭିଟି ହାର ଗତ ଏକ ମାସ ମଧ୍ୟରେ ୩.୦୫%ରୁ ୧୩.୫୪%କୁ ବୃଦ୍ଧି ପାଇଛି ।  ଛତିଶଗଡ଼ରେ ସର୍ବର୍ାଧିକ ସାପ୍ତାହିକ ପଜିଟିଭିଟି ହାର ୩୦.୩୮% ରହିଛି ।

ଭାରତରେ ମୋଟ କରୋନା ସକ୍ରିୟ ମାମଲା ୧୮,୦୧,୩୧୬ରେ ପହଞ୍ଚିଛି । ଏହା ଏବେ ଦେଶର ମୋଟ ପଜିଟିଭ୍ ମାମଲାର ୧୨.୧୮% । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସକ୍ରିୟ କରୋନା ମାମଲାରେ ସିଧାସଳଖ ୧,୨୧,୫୭୬ ମାମଲା ବୃଦ୍ଧି ହୋଇଛି ।

ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତର ପ୍ରଦେଶ, କର୍ଣ୍ଣାଟକ ଏବଂ କେରଳ ଆଦି ପାଞ୍ଚଟି ରାଜ୍ୟରେ ଦେଶର ମୋଟ ସକ୍ରିୟ ମାମଲାର ୬୫.୦୨% ମାମଲା ରହିଛି । ଦେଶର ମୋଟ ସକ୍ରିୟ ମାମଲାର ୩୮.୦୯% ମାମଲା କେବଳ ମହାରାଷ୍ଟ୍ରରେ ରହିଛି ।

ଭାରତରେ କରୋନାରୁ ମୋଟ ସୁସ୍ଥଙ୍କ ସଂଖ୍ୟା ୧,୨୮,୦୯,୬୪୩ରେ ପହଞ୍ଚିଛି । ଜାତୀୟ ସୁସ୍ଥତା ହାର ଏବେ ଅଛି ୮୬.୬୨% ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୩୮,୪୨୩ ଜଣ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫୦୧ ଜଣଙ୍କର କରୋନାରେ ମୃତୁ୍ୟ ହୋଇଛି ।

ଏହି ନୂଆ ମୃତୁ୍ୟରୁ ୮୨.୯୪% ମୃତୁ୍ୟ ହୋଇଛି ୧୦ଟି ରାଜ୍ୟରେ । ମହାରାଷ୍ଟ୍ରରେ ସର୍ବାଧିକ ୪୧୯ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ଦିଲ୍ଲୀରେ ୧୬୭ ଜଣଙ୍କ ମୃତୁ୍ୟ ହୋଇଛି ।

୯ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ କୌଣସି କରୋନା ମୃତୁ୍ୟ ହୋଇନାହିଁ । ଏସବୁ ହେଲା ଦାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଲି, ମେଘାଳୟ, ତ୍ରିପୁରା, ସିକିମ, ମିଜୋରାମ, ମଣିପୁର, ଲାକ୍ଷାଦ୍ୱୀପ, ନାଗାଲାଣ୍ଡ ଏବଂ ଅରୁଣାଚଳ ପ୍ରଦେଶ ।

 

SR



(Release ID: 1712574) Visitor Counter : 203