ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19ର ମୁକାବିଲା ନିମନ୍ତେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ସେମାନଙ୍କ ଅଧୀନରେ ଥିବା ସରକାରୀ ଉଦ୍ୟୋଗର ହସ୍ପିଟାଲ ଶଯ୍ୟା ଉପଯୋଗ ପାଇଁ ପରାମର୍ଶ

ଏହି ହସ୍ପିଟାଲ ଓ ବ୍ଲକ ଗୁଡିକ ସମ୍ପର୍କରେ ସବିଶେଷ ତଥ୍ୟ ଜନସାଧାରଣଙ୍କୁ ଅବଗତ କରାଯିବ

Posted On: 16 APR 2021 11:53AM by PIB Bhubaneshwar

କୋଭିଡ-19 ସଂକ୍ରମଣ ତଥା ତଦଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ଗତ କିଛି ସପ୍ତାହ ମଧ୍ୟରେ ଦେଶର ଅନେକ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳରେ ପରିଲକ୍ଷିତ ହୋଇଛି ରାଜ୍ୟଗୁଡିକ ସହ ସହଯୋଗ ରକ୍ଷା କରି କେନ୍ଦ୍ର ସରକାର କୋଭିଡ-19 ମୁକାବିଲା ରୁଛନ୍ତି ଏଥିରେ ସମର୍ଥନ ପୂର୍ବକ ଭାରତ ସରକାରଙ୍କ ଅନେକ ମନ୍ତ୍ରଣାଳୟ, କ୍ଷମତାପ୍ରାପ୍ତ ସଂସ୍ଥା କେନ୍ଦ୍ରୀୟ ସଚିବମାନେ ପରିସ୍ଥିତିର ସଫଳ ମୁକାବିଲା ନିମନ୍ତେ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଆବଶ୍ୟକ ସହାୟତା ଯୋଗାଇବା ନେଇ ଲାଗିପଡ଼ିଛନ୍ତି

ଦେଶବ୍ୟାପୀ ଗୁରୁତର କୋଭିଡ-19 ରୋଗୀମାନଙ୍କ ଆନୁଷ୍ଠାନିକ ଚିକିତ୍ସା ନିମନ୍ତେ ହସ୍ପିଟାଲ ଭିତ୍ତିଭୂମି ବୃଦ୍ଧି ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ ରୋଗୀମାନଙ୍କ ଚିକିତ୍ସା ନିମନ୍ତେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନ୍ୟାନ୍ୟ ମନ୍ତ୍ରଣାଳୟ ଗୁଡିକୁ ସେମାନଙ୍କ ଅଧୀନ ତଥା ନିୟନ୍ତ୍ରଣରେ ଥିବା ହସ୍ପିଟାଲ ବ୍ଲକ ଗୁଡିକୁ ଚିକିତ୍ସା ପାଇଁ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେବାପାଇଁ ପରାମର୍ଶ ଦେଇଛି

ଏହା ବ୍ୟତୀତ ଏହି ଉତ୍ସର୍ଗୀକୃତ ହସ୍ପିଟାଲ ବ୍ଳକ ଗୁଡିକରେ ସମସ୍ତ ଆନୁସଙ୍ଗିକ ସୁବିଧା ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ସେଗୁଡିକ ମଧ୍ୟରେ ଅମ୍ଳଜାନ ସୁବିଧାଯୁକ୍ତ ଶଯ୍ୟା, ଆଇସିୟୁ ଶଯ୍ୟା, ଭେଣ୍ଟିଲେଟର, ସ୍ୱତନ୍ତ୍ର ସାଂଘାତିକ ଯତ୍ନ ୟୁନିଟ୍ (ଯେଉଁଠି ସମ୍ଭବ), ପରୀକ୍ଷା ସୁବିଧା, ଇମେଜିଂ ସେବା, ରୋଷେଇ ଘର, ଲଣ୍ଡ୍ରୀ ସହ ସ୍ୱାସ୍ୱ୍ୟ ସେବା ଦଳ ଇତ୍ୟାଦି ଅନ୍ତର୍ଭୁକ୍ତ

 

କେନ୍ଦ୍ରୀୟ ମନ୍ତ୍ରଣାଳୟଗୁଡିକୁ ଲେଖାଯାଇଥିବା ପତ୍ରରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଲେଖିଛନ୍ତି ଯେ ଯେପରି କୋଭିଡ ମାମଲା ଦେଶବ୍ୟାପୀ ବୃଦ୍ଧି ପାଇଛି ତାହାକୁ ଆଖି ଆଗରେ ରଖି ଗତ ବର୍ଷ ଭଳି ସମସ୍ତ କେନ୍ଦ୍ରୀୟ ମନ୍ତ୍ରଣାଳୟ/ବିଭାଗ ସେମାନଙ୍କ ଅଧୀନରେ ଥିବା ସରକାରୀ ଉଦ୍ୟୋଗ ହସ୍ପିଟାଲ ଗୁଡିକରୁ ସହଯୋଗ ଆଶା କରାଯାଉଛି

ଏହିସବୁ ହସ୍ପିଟାଲ/ବ୍ଲକରୁ ଚିକିତ୍ସା ସୁବିଧା ପାଇବା ନିମନ୍ତେ କେନ୍ଦ୍ରୀୟ ମନ୍ତ୍ରଣାଳୟଗୁଡିକୁ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ଏହି ହସ୍ପିଟାଲ ଗୁଡିକର ଅବସ୍ଥିତି ଅନୁସାରେ ବିଭିନ୍ନ ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳରେ ସ୍ୱାସ୍ଥ୍ୟ ବିଭାଗ ବା ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ସହ ଆବଶ୍ୟକ ସହଯୋଗ ନିମନ୍ତେ ମଧ୍ୟ ପରାମର୍ଶ ଦିଆଯାଇଛି ମନ୍ତ୍ରଣାଳୟ ବା ବିଭାଗ ପକ୍ଷରୁ ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳ ପ୍ରଶାସନ ସହ ସମନ୍ୱୟ ରକ୍ଷା ପାଇଁ ଜଣେ ଲେଖାଏଁ ନୋଡାଲ ଅଫିସର ନିଯୁକ୍ତ କରିବାକୁ ମଧ୍ୟ କୁହାଯାଇଛି

 

************

SM


(Release ID: 1712240)