ରସାୟନ ଓ ସାର ମନ୍ତ୍ରଣାଳୟ

ରେମଡିସିଭିର ଉତ୍ପାଦନ ବୃଦ୍ଧିକୁ ସରକାରଙ୍କ ଅନୁମୋଦନ

Posted On: 14 APR 2021 4:54PM by PIB Bhubaneshwar

ଦେଶରେ ରେମଡିସିଭିର ଉପଲବ୍ଧତା ସମୀକ୍ଷା କରିଛନ୍ତି ଭାରତ ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ (ସ୍ବାଧୀନ ଦାୟିତ୍ବ) ଏବଂ ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭ୍ୟ। 12 ଏବଂ 13 ଏପ୍ରିଲ 2021ରେ ବର୍ତ୍ତମାନ ରେମଡିସିଭିର ଔଷଧ ଉତ୍ପାଦନ କରୁଥିବା ସମସ୍ତ ଉତ୍ପାଦନକାରୀ ଏବଂ ଅନ୍ୟ ଅଂଶୀଦାରମାନଙ୍କୁ ନେଇ ଏହି ବୈଠକ କରାଯାଇଥିଲା। ଯେଉଁଠି ରେମଡିସିଭିର ମୂଲ୍ୟ ହ୍ରାସ ନିମନ୍ତେ ଏହାର ଉତ୍ପାଦନ ଓ ଯୋଗାଣ ବଢ଼ାଇବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ବର୍ତ୍ତମାନର ମୋଟ ଉତ୍ପାଦନ କ୍ଷମତା ଅନୁଯାୟୀ, ସାତ ନିର୍ମାତା ମାସିକ 38.80 ଲକ୍ଷ ଶିଶି ଉତ୍ପାଦନ କରୁଛନ୍ତି। ସାତଟି ଅତିରିକ୍ତ କ୍ଷେତ୍ରରେ ମାସିକ ଅଧିକ 10 ଲକ୍ଷ ଶିଶି ଉତ୍ପାଦନ ନିମନ୍ତେ ଛଅ ନିର୍ମାତାମାନଙ୍କୁ ଅନୁମୋଦନ କରାଯାଇଛି। ମାସିକ ଆହୁରି ଅତିରିକ୍ତ 30 ଲକ୍ଷ ଶିଶି ଉତ୍ପାଦନ ଲାଗି ଯୋଜନା କରାଯାଇଛି। ଏହା ଫଳରେ ମାସିକ ଉତ୍ପାଦନ କ୍ଷମତା ପାଖାପାଖି 78 ଲକ୍ଷ ଶିଶିରେ ପହଞ୍ଚିବ।

ଅତିରିକ୍ତ ପଦକ୍ଷେପ ସ୍ବରୂପ, ଘରୋଇ ବଜାରରେ ରେମଡିସିଭିର ଯୋଗାଣ ବୃଦ୍ଧି କରିବା ନିମନ୍ତେ ଡିଜିଏଫଟି ଦ୍ବାରା ରେମଡିସିଭିର, ଏପିଆଇ ଓ ଏହାର ଫର୍ମୁଲେସନର ରପ୍ତାନି ଉପରେ ନିଷିଦ୍ଧାଦେଶ ଲାଗୁ କରାଯାଇଛି। ସରକାରଙ୍କ ହସ୍ତକ୍ଷେପ ଫଳରେ, ଉତ୍ପାଦନକାରୀଙ୍କ ଦ୍ବାରା ରପ୍ତାନି ଲାଗି ଉଦ୍ଦିଷ୍ଟ ରେମଡିସିଭିରର 4 ଲକ୍ଷ ଶିଶିକୁ ଘରୋଇ ଆବଶ୍ୟକତା ପୂରଣ ନିମନ୍ତେ ଯୋଗାଇ ଦିଆଯାଇଛି। ଇଓୟୁ/ଏସଇଜେଡ୍ ୟୁନିଟଗୁଡ଼ିକୁ ମଧ୍ୟ ଘରୋଇ ବଜାରରେ ଯୋଗାଣ କରିବା ଲାଗି ସକ୍ଷମ କରାଯାଉଛି।

କୋଭିଡ ମୁକାବିଲାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରୟାସକୁ ସମର୍ଥନ କରିବା ଲାଗି ରେମଡିସିଭିର ନିର୍ମାତାମାନେ ନିଜ ଇଚ୍ଛାରେ ଚଳିତ ସପ୍ତାହର ଶେଷ ସୁଦ୍ଧା ଏହାର ମୂଲ୍ୟ 3500 ଟଙ୍କାରୁ କମ କରିବା କଥା କହିଛନ୍ତି। ଅନ୍ୟପଟେ ରେମଡିସିଭିର ନିର୍ମାତାମାନଙ୍କୁ ଡାକ୍ତରଖାନା/ସଂସ୍ଥାଗତ ସ୍ତରର ଯୋଗାଣ ପୂରଣ କରିବା ଲାଗି ପ୍ରାଥମିକତା ଦେବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପଟେ ଡିସିଜିଆଇ ଦ୍ବାରା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରବର୍ତ୍ତନ ଅଧିକାରୀମାନଙ୍କୁ ରେମଡିସିଭିର କଳାବଜାରୀ, ଜମାଖୋରୀ ଏବଂ ଅଧିକ ଦରରେ ବିକ୍ରି ଭଳି ଘଟଣା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିର୍ଦ୍ଦେଶ ଦିଆଯାଇଛି।

ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ (ଏନପିପିଏ) ରେମେଡିସିଭର ଉପଲବ୍ଧତା ପ୍ରତି ଅନୁଧ୍ୟାନ କରାଯାଉଛି।

*********

P.S



(Release ID: 1711882) Visitor Counter : 276