ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଟିକାକରଣ ଅଭିଯାନରେ ୬ କୋଟି ଟିକା ପ୍ରଦାନର ମାଇଲଖୁଣ୍ଟକୁ ଭାରତ ଅତିକ୍ରମ କରିଛି

ଦେଶରେ ୨୪ କୋଟିରୁ ଅଧିକ କୋଭିଡ ପରୀକ୍ଷା କରାଯାଇଛି

ମହାରାଷ୍ଟ୍ର, ଛତିଶଗଡ଼, କର୍ଣ୍ଣାଟକ, ପଞ୍ଜାବ, ଗୁଜରାଟ, ମଧ୍ୟପ୍ରଦେଶ ଏବଂ ତାମିଲନାଡ଼ୁରେ ଦୈନିକ ନୂଆ କରୋନା ମାମଲା ବୃଦ୍ଧି ପାଉଛି

କଣ୍ଟେନମେଣ୍ଟ ଦିଗରେ କଡ଼ା ପଦକ୍ଷେପ ନେବାକୁ କରୋନା ପ୍ରବଣ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କେନ୍ଦ୍ରର ପରାମର୍ଶ

Posted On: 28 MAR 2021 11:24AM by PIB Bhubaneshwar

କୋଭିଡ-୧୯ ଲଢ଼େଇରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି । ଆଜି ଦେଶରେ ମୋଟ ଟିକାକରଣ ସଂଖ୍ୟା ୬ କୋଟିକୁ ଅତିକ୍ରମ କରିପାରିଛି ।

ଆଜି ସକାଳ ୭ଟା ସୁଦ୍ଧା ୯,୮୫,୦୧୮ ସେସନରେ ମୋଟ ୬,୦୨,୬୯,୭୮୨ ଡୋଜ୍ ଟିକା ଦିଆସରିଛି ।

ଏଡା ମଧ୍ୟରେ ରହିଛି; ୮୧,୫୨,୮୦୮ ଏଚସିଡବ୍ଲୁ (ପ୍ରଥମ ଡୋଜ୍‌), ୫୧,୭୫,୫୯୭ ଏଚସିଡବ୍ଲୁ (ଦ୍ୱିତୀୟ ଡୋଜ୍‌), ୮୮,୯୦,୦୪୬ ଏଫଏଲଡବ୍ଲୁ (ପ୍ରଥମ ଡୋଜ୍‌) ଏବଂ ୩୬,୫୨,୭୪୯ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ୍‌), ୪୫ ବର୍ଷରୁ ଅଧିକ ବୟସର ଦୁରାରୋଗ୍ୟରେ ଆକ୍ରାନ୍ତ ୬୬,୭୩,୬୬୨ ଜଣ ହିତାଧିକାରୀ (ପ୍ରଥମ ଡୋଜ୍‌) ଏବଂ ୬୦ ବର୍ଷରୁ ଅଧିକ ବୟସର ୨,୭୭,୨୪,୯୨୦ ହିତାଧିକାରୀ ଅଛନ୍ତି ।

ଏପର୍ଯ୍ୟନ୍ତ ଦିଆଯାଇଥିବା ମୋଟ ଟିକାରୁ ୬୦% ଆଠଟି ରାଜ୍ୟରେ ଦିଆଯାଇଛି । ଏହି ଆଠଟି ରାଜ୍ୟରୁ ପ୍ରତ୍ୟେକରେ ୩୦ ଲକ୍ଷ ଲେଖାଏଁରୁ ଅଧିକ ଡୋଜ୍ ଦିଆଯାଇଛି । 

ଟିକାକରଣ ଅଭିଯାନର ୭୧ତମ ଦିବସ (୨୭ ମାର୍ଚ୍ଚ ୨୦୨୧)ରେ ୨୧,୫୪,୧୭୦ ଡୋଜ୍ ଟିକା ଦିଆଯାଇଛି ।

ଏଥିରୁ ୩୯,୭୭୮ ସେସନରେ ୨୦,୦୯,୮୦୫ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଏବଂ ୧,୪୪,୩୬୫ ଏଚସିଡବ୍ଲୁ ଓ ଏଫଏଲଡବ୍ଲୁ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି ।

ସାତଟି ରାଜ୍ୟ; ମହାରାଷ୍ଟ୍ର, ଛତିଶଗଡ଼, କର୍ଣ୍ଣାଟକ, ପଞ୍ଜାବ, ଗୁଜରାଟ, ମଧ୍ୟପ୍ରଦେଶ ଏବଂ ତାମିଲନାଡ଼ୁରେ ଦୈନିକ ନୂଆ କରୋନା ମାମଲା ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ମାମଲା (୬୨,୭୧୪)ର ୮୧.୪୬% ଏସବୁ ରାଜ୍ୟରୁ ଆସିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ହୋଇଥିବା ନୂଆ ମାମଲାରୁ ୮୪.୭୪% ଆସିଛି ଆଠ ରାଜ୍ୟରୁ ।

ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୩୫,୭୨୬ ନୂଆ ମାମଲା ଚିହ୍ନଟ ହୋଇଛି । ଏହା ପଛକୁ ଛତିଶଗଡ଼ରେ ୩୧୬୨ ଏବଂ କର୍ଣ୍ଣାଟକରେ ୨୮୮୮୬ ମାମଲା ଆସିଛି ।

ଦୈନିକ ନୂଆ ମାମଲା ଚିହ୍ନଟ ଦଶଟି ରାଜ୍ୟରେ ଉର୍ଦ୍ଧ୍ୱମୁଖୀ ରହିଛି ।

ଦେଶବ୍ୟାପୀ ବଢ଼ୁଥିବା କରୋନା ମାମଲାର ଗ୍ରାଫ ନିମ୍ନରେ ସୂଚିତ ହୋଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକରେ ୧୨ଟି ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁୁଖ ସଚିବ ଏବଂ ସଚିବ, କରୋନା ପ୍ରଭାବିତ ୪୬ଟି ଜିଲ୍ଲାର ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ କମିଶନରଙ୍କ ସହ ପରିସ୍ଥିତିର ସମୀକ୍ଷା କରିଛନ୍ତି । କୋଭିଡ-୧୯ ସଂକ୍ରମଣ ଏବଂ ମୃତ୍ୟୁହାର ରୋକିବାକୁ ପାଞ୍ଚସୂତ୍ରୀ ରଣନୀତି ଆପଣେଇବାକୁ ପରାମର୍ଶ ଦିଆଯାଇଛି । ଏସବୁ ରାଜ୍ୟ ହେଲା ମହାରାଷ୍ଟ୍ର, ଗୁଜରାଟ, ହରିଆନା, ତାମିଲନାଡ଼ୁ, ଛତିଶଗଡ଼, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଦିଲ୍ଲୀ, ଜମ୍ମୁ ଓ କାଶ୍ମୀର, କର୍ଣ୍ଣାଟକ, ପଞ୍ଜାବ ଏବଂ ବିହାର ।

ଅନ୍ୟ ଏକ ସଫଳତା କ୍ରମରେ ଭାରତରେ ମୋଟ ଟେଷ୍ଟ ୨୪ କୋଟିକୁ ଅତିକ୍ରମ କରିଥିବା ବେଳେ ପଜିଟିଭିଟି ହାର ୫%ରୁ କମ୍ ରହିଛି ।

୧୫ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପ୍ରତି ଦଶ ଲକ୍ଷ ଜନସଂଖ୍ୟାରେ ଜାତୀୟ ହାରାହାରି (୧,୭୪,୬୦୨) ତୁଳନାରେ କମ୍ ଟେଷ୍ଟ କରୁଛନ୍ତି ।

ଦୈନିକ ପଜିଟିଭିଟି ହାର ୫% (୫.୦୪%)ରୁ ସାମାନ୍ୟ ଅଧିକ ବୃଦ୍ଧି ପାଇଛି । ଆଠଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସାପ୍ତାହିକ ପଜିଟିଭିଟି ହାର ଜାତୀୟ ହାର ୫.୦୪% ଠାରୁ ଅଧିକ ରହିଛି । ଏହି ତାଲିକାର ଶୀର୍ଷରେ ରହିଛି ମହାରାଷ୍ଟ୍ର ଏବଂ ଏଠାରେ ସାପ୍ତାହିକ ପଜିଟିଭିଟି ହାର ରହିଛି ୨୨.୭୮% ।

ଭାରତର ମୋଟ ସକ୍ରିୟ କରୋନା ମାମଲା ଆଜି ୪,୮୬,୩୧୦ରେ ପହଞ୍ଚିଛି, ଯାହାକି ମୋଟ ପଜିଟିଭର ୪.୦୬% । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ସକ୍ରିୟ ମାମଲାରେ ସିଧାସଳଖ ୩୩,୬୬୩ ବୃଦ୍ଧି ଘଟିଛି ।

ଭାରତରେ ମୋଟ ସୁସ୍ଥଙ୍କ ସଂଖ୍ୟା ହୋଇଛି ୧,୧୩,୨୩,୭୬୨ । ଜାତୀୟ ସୁସ୍ଥତା ହାର ୯୪.୫୯% ।

ଗତ ୨୪ ଘଣ୍ଟା ମଧ୍ୟରେ ୨୮,୭୩୯ ଜଣ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୧୪,୫୨୩ ଜଣ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୧୨ ଜଣଙ୍କର କରୋନାରେ ପ୍ରାଣ ଯାଇଛି । ଏହି ମୃତ୍ୟୁ୍ୟରୁ ୮୨.୬୯% ହୋଇଛି ୬ଟି ରାଜ୍ୟରେ । ମହାରାଷ୍ଟ୍ରରେ ସର୍ବାଧିକ ୧୬୬ ମୃତ୍ୟୁ ଗତ ୨୪ ଘଣ୍ଟା ମଧ୍ୟରେ ହୋଇଛି । ଏହା ପଛକୁ ପଞ୍ଜାବରେ ୪୫ ଓ କେରଳରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି ।

୧୪ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ କୌଣସି କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇନାହିଁ । ଏସବୁ ରାଜ୍ୟ ହେଲା, ରାଜସ୍ଥାନ, ଆନ୍ଧ୍ର ପ୍ରଦେଶ, ଆସାମ, ଲାକ୍ଷାଦ୍ୱୀପ, ଲଦାଖ (କେନ୍ଦ୍ରଶାସିତ ଅଞ୍ଚଳ), ଦାଦ୍ରା ଓ ନଗର ହାବେଲି ଏବଂ ଦାମନ ଓ ଡିଉ, ମଣିପୁର, ମେଘାଳୟ, ମିଜୋରାମ, ସିକିମ, ତ୍ରିପୁରା, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ନାଗାଲାଣ୍ଡ ଏବଂ ଅରୁଣାଚଳ ପ୍ରଦେଶ ।

SR

 



(Release ID: 1708328) Visitor Counter : 243