ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ୟେଶୋରେଶ୍ୱରୀ କାଳୀ ଶକ୍ତିପୀଠରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Posted On: 27 MAR 2021 11:16AM by PIB Bhubaneshwar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ନରେନ୍ଦ୍ର ମୋଦୀ ବାଂଲାଦେଶର ସାତଖିରାସ୍ଥିତ ୟେଶୋରେଶ୍ୱାରୀ କାଳୀ ଶକ୍ତିପୀଠଠାରେ ପୂଜାର୍ଚ୍ଚନା କରିଛନ୍ତି । ବାଂଲାଦେଶ ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଜି ସକାଳେ ୟେଶୋରେଶ୍ୱରୀ ଶକ୍ତିପୀଠ ଯାଇ ସେଠାରେ ପୂଜାର୍ଚ୍ଚନା କରିଥିଲେ । ପୌରାଣିକ ପରମ୍ପରା ଅନୁସାରେ ଏହ ସାତଖିରା ହେଉଛି ୫୧ ଶକ୍ତିପୀଠମାନଙ୍କ ମଧ୍ୟରୁ ଅନ୍ୟତମ । ଏହି ଅବସରରେ ପ୍ରଧାନମନ୍ତ୍ରୀ ହସ୍ତନିର୍ମିତ ସୁନାଛାଉଟିକରା ଏକ ରୁପା ମୁକୁଟ ଦେବୀ କାଳୀଙ୍କ ଠାରେ ଅର୍ପଣ କରିଥିଲେ । ସ୍ଥାନୀୟ ଜଣେ କଳାକାର ଦୀର୍ଘ ତିନି ସପ୍ତାହ ଧରି ଶ୍ରମସ୍ୱୀକାର କରି ଏହି ମୁକୁଟକୁ ନିର୍ମାଣ କରିଥିଲେ ।

ବନ୍ଧୁତାର ହସ୍ତ ପ୍ରସାରଣ କରି ପ୍ରଧାନମନ୍ତ୍ରୀ ସ୍ଥାନୀୟ ଗୋଷ୍ଠୀଙ୍କ ମନ୍ଦିରକୁ ଲାଗି ଏ ହଲ୍ ତଥା ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ନିମନ୍ତେ ସକଳ ପ୍ରକାର ସାହାଯ୍ୟ ଦେବାକୁ ଘୋଷଣା କରିଥିଲେ । ବାର୍ଷିକ କାଳୀପୂଜା ତଥା ମନ୍ଦିରରେ ଅନୁଷ୍ଠିତ ସାମ୍ବତ୍ସରିକ ମେଳା ଅବସରରେ ଶ୍ରଦ୍ଧାଳୁମାନ ନିମନ୍ତେ ଏହି ହଲ୍ ବିଶେଷ ଭାବେ ସହାୟକ ହୋଇପାରିବ । ଏହା ବ୍ୟତୀତ ବର୍ଷା ବିତ୍ପାତ ବେଳେ ସୀମାନ୍ତର ଯେକୌଣସି ସମ୍ପ୍ରଦାୟର ଲୋକେ ଏଠାରେ ଆଶ୍ରୟ ଗ୍ରହଣ କରିପାରିବେ ।

 

*****

 SS

 



(Release ID: 1708114) Visitor Counter : 235