ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବିପର୍ଯ୍ୟୟ ଅଦମ୍ୟ ଭିତିଭୂମୀ ମେଂଟର ତୃତୀୟ ବାର୍ଷିକ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

Posted On: 17 MAR 2021 4:59PM by PIB Bhubaneshwar

ଫିଜିର ପ୍ରଧାନମନ୍ତ୍ରୀ,

ଇଟାଲୀର ପ୍ରଧାନମନ୍ତ୍ରୀ,

ବ୍ରିଟେନର ପ୍ରଧାନମନ୍ତ୍ରୀ,

ମାନ୍ୟଗଣ୍ୟ ବ୍ୟକ୍ତି,

ବିଭିନ୍ନ ରାଷ୍ଟ୍ରର ସରକାରଙ୍କ ଅଂଶଗ୍ରହଣକାରୀ,

ଆନ୍ତର୍ଜାତୀୟ ସଂଗଠନ, ଶିକ୍ଷାନୁଷ୍ଠାନ ଏବଂ ଘରୋଇ କ୍ଷେତ୍ରର ବିଶେଷଜ୍ଞଗଣ ।

ବିପର୍ଯ୍ୟୟ ଅଦମ୍ୟ ଭିତିଭୂମୀ ମେଂଟ ବା ସିଡିଆରଆଇର ତୃତୀୟ ବାର୍ଷିକ ସମ୍ମିଳନୀ ଏକ ଅଭୂତପୂର୍ବ ସମୟରେ ଅନୁଷ୍ଠିତ ହେଉଛି । ଆମେ ଏଭଳି ଏକ ଘଟଣାର ସମ୍ମୁଖୀନ ହେଉଛୁ, ଯାହାକୁ ଶହେ ବର୍ଷରେ ଥରେ ଘଟୁଥିବା ବିପର୍ଯ୍ୟୟ ଭାବେ ଅଭିହିତ କରାଯାଉଛି । କୋଭିଡ୍‌-୧୯ ମହାମାରୀ ଆମକୁ ଶିକ୍ଷା ଦେଇଛି ଯେ ଏକ ଆନ୍ତଃନିର୍ଭରଶୀଳ ଏବଂ ଆନ୍ତଃସଂଯୁକ୍ତ ବିଶ୍ୱରେ, କୌଣସି ଧନୀ ବା ଗରିବ ଦେଶ, ପୂର୍ବ ବା ପଶ୍ଚିମରେ, ଉତର ବା ଦକ୍ଷିଣରେ, ବିଶ୍ୱ ବିପର୍ଯ୍ୟୟର ପ୍ରଭାବରୁ ମୁକ୍ତ ନୁହେଁ । ଖ୍ରୀଷ୍ଟାଦ୍ଦ ଦ୍ୱିତୀୟ ଶତାଦ୍ଦୀରେ, ଭାରତୀୟ ବିଦ୍ୱାନ୍ ନାଗାର୍ଜୁନ ଲେଖିଥିଲେ, “ଭର୍ସେସ ଅନ ଡିପେଣ୍ଡେଂଟ ଆରାଇଜିଂପ୍ରତୀତ୍ୟସମୁତ୍ପାଦ । ସେ ମନୁଷ୍ୟ ସମେତ ପ୍ରତିଟି ଉପାଦାନର ସମସ୍ତ ଜିନିଷର ପାରସ୍ପରିକ-ସଂଯୋଗକୁ ଦର୍ଶାଇଥିଲେ । ପ୍ରାକୃତିକ ଓ ସାମାଜିକ ବିଶ୍ୱରେ ମାନବ ଜୀବନ କିପରି ଭାବରେ ପ୍ରକଟିତ ହେଉଛି ଏହି ଲେଖା ତାହା ଦର୍ଶାଉଛି । ଯଦି ଆମେ ଏହି ପ୍ରାଚୀନ ଜ୍ଞାନକୁ ଅତି ଗଭୀର ଭାବରେ ହୃଦୟଙ୍ଗମ କରିବା, ତାହାହେଲେ ଆମେ ବର୍ତମାନର ବିଶ୍ୱ ବ୍ୟବସ୍ଥାର ସହଜଭେଦ୍ୟତାକୁ ହ୍ରାସ କରିପାରିବା । ଗୋଟିଏପଟେ କୌଣସି ପ୍ରଭାବ କିପରି କ୍ଷୀପ୍ର ବେଗରେ ସାରା ବିଶ୍ୱକୁ ପରିବ୍ୟାପ୍ତ ହୋଇପାରେ ଏହି ମହାମାରୀ ଆମକୁ ତାହା ଦେଖାଇଛି । ଅନ୍ୟପକ୍ଷରେ ବିଶ୍ୱ କିପରି ଏକଜୁଟ ହୋଇ ସମାନ ବିପତି ବିରୁଦ୍ଧରେ ଲଢେଇ କରିପାରେ ତାହା ମଧ୍ୟ ଶିଖାଇଛି । ମାନବୀୟ ନିପୁଣତା କିଭଳି ସବୁଠାରୁ କଠିନ ସମସ୍ୟାର ସମାଧାନ କରିପାରେ ତାହା ମଧ୍ୟ ଆମେ ଦେଖିଲୁ । ଆମେ ରେକର୍ଡ ସମୟ ମଧ୍ୟରେ ପ୍ରତିଷେଧକ ବିକଶିତ କରିପାରିଛୁ ।

ବିଶ୍ୱସ୍ତରର ଆହ୍ୱାନଗୁଡିକର ମୁକାବିଲା ନିମନ୍ତେ ଅଭିନବତା କୌଣସି ସ୍ଥାନରେ ମଧ୍ୟ ଜନ୍ମ ନେଇପାରେ ବୋଲି ମହାମାରୀ ଆମକୁ ଶିଖାଇ ଦେଇଛି । ଆମକୁ ଏକ ବିଶ୍ୱସ୍ତରରର ବାତାବରଣ ସୃଷ୍ଟି କରିବାର ଆବଶ୍ୟକତା ରହିଛି ଯାହା ବିଶ୍ୱର ପ୍ରତ୍ୟେକ ଭାଗରେ ଅଭିନବତାକୁ ସମର୍ଥନ ଯୋଗାଇବା ସହ ଯେଉଁସବୁ ସ୍ଥାନରେ ଏହାର ସର୍ବାଧିକ ଆବଶ୍ୟକତା ରହିଛି, ସେଠାରେ ଏହାକୁ ପହଂଚାଇପାରିବ ।

୨୦୨୧ ବର୍ଷ ମହାମାରୀରୁ ଦୃତ ଆରୋଗ୍ୟଲାଭ କରିହେବ ତାହା ସୁନିଶ୍ଚିତ କରିବାକୁ ଯାଉଛି । ତେବେ ଏହି ମହାମାରୀରରୁ ଯେଉଁ ଶିକ୍ଷା ମିଳିଛି ତାହାକୁ କେବେବି ଭୁଲିବା ଉଚିତ୍ ହେବ ନାହିଁ । ଏହା କେବଳ ସାର୍ବଜନିକ ସ୍ୱାସ୍ଥ୍ୟ ବିପର୍ଯ୍ୟୟ ପାଇଁ ନୁହେଁ ବରଂ ଅନ୍ୟାନ୍ୟ ବିପର୍ଯ୍ୟୟ କ୍ଷେତ୍ର ପାଇଁ ମଧ୍ୟ ପ୍ରଯୁଜ୍ୟ । ଆମେ ଏକ ଜଳବାୟୁ ସଙ୍କଟର ସମ୍ମୁଖୀନ ହେବାକୁ ଯାଉଛୁ । ଜାତିସଂଘ ପରିବେଶ ମୁଖ୍ୟ ନିିକଟରେ ଏହା କହିଥିଲେ ଯେ, “ଜଳବାୟୁ ସଙ୍କଟ ପାଇଁ କୌଣସି ପ୍ରତିଷେଧକ ନାହିଁ । ଜଳବାୟୁ ପରିବର୍ତନର ମୁକାବିଲା ନିମନ୍ତେ ଏକ ସାମୁହିକ ଏବଂ ଦୀର୍ଘସ୍ଥାୟୀ ଉଦ୍ୟମର ଆବଶ୍ୟକତା ରହିଛି । ଯେଉଁ ପରିବର୍ତନ ସବୁ ଘଟି ସାରିଲାଣି ଏବଂ ବିଶ୍ୱର ପ୍ରତ୍ୟେକ ଗୋଷ୍ଠୀକୁ ଏହା ମଧ୍ୟ ପ୍ରଭାବିତ କରିସାରିଲାଣି । ଏହି ପରିବର୍ତନ ସହିତ ଆମକୁ ଖାପ ଖୁଆଇବା ଆବଶ୍ୟକ । ଏହି ପରିପ୍ରେକ୍ଷୀରେ ଏହି ମେଂଟର ଗୁରୁତ୍ୱ ଆହୁରି ମହତ୍ୱପୂର୍ଣ୍ଣ ହୋଇପଡିଛି । ଯଦି ଆମେ ଅଦମ୍ୟ ଭିତିଭୂମୀ ନିର୍ମାଣରେ ପୁଞ୍ଜିନିବେଶ କରିପାରିବା ତାହାହେଲେ ଆମ ଅନୁକୂଳ ଉଦ୍ୟମର ଏହା କେନ୍ଦ୍ରବିନ୍ଦୁ ପାଲଟିବ । ଭାରତ ଭଳି ଭିତିଭୂମୀ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ କରୁଥିବା ଦେଶଗୁଡିକ ଏହା ସୁନିଶ୍ଚିତ କରିବା ଉଚିତ ଯେ ଏହି ନିବେଶ ବିପଦ ପାଇଁ ନୁହେଁ ବରଂ ବିପଦର ମୁକାବିଲା ପାଇଁ ଉଦ୍ଦିଷ୍ଟ । କିନ୍ତୁ ଗତ କିଛି ସପ୍ତାହର ଘଟଣାକ୍ରମରୁ ଆମେ ଜାଣିବାକୁ ପାଇଛୁ ଯେ ଏହା କେବଳ ବିକଶିତ ରାଷ୍ଟ୍ରମାନଙ୍କର ସମସ୍ୟା ନୁହେଁ । ଗତ ମାସରେ ହିଁ ଉରୀ ଶୀତକାଳୀନ ଝଡ ଆମେରିକାର ଟେକ୍ସାସ ସହରର ପ୍ରାୟ ଏକ-ତୃତୀୟାଂଶ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କ୍ଷମତାକୁ ନଷ୍ଟ କରିଦେଇଥିଲା । ପ୍ରାୟ ୩ ନିୟୁତ ଲୋକ ବିଦ୍ୟୁତଶକ୍ତି ବନା ରହିବାକୁ ବାଧ୍ୟ ହୋଇଥିଲେ । ଏଭଳି ଘଟଣା କୌଣସି ସ୍ଥାନରେ ବି ଘଟିପାରେ । ଯେତେବେଳେ ବିଦ୍ୟୁତ୍ ସରବରାହ ବିଛିନ୍ନ ହେବାର ଜଟିଳ କାରଣ ସମ୍ପର୍କରେ ଏବେ ମଧ୍ୟ ଗବେଷଣା ଜାରି ରହିଛି, ସେତେବେଳେ ଅତୀତରୁ ଶିକ୍ଷା ଲାଭ କରି ଏଭଳି ଘଟଣା ଯେପରି ନଘଟୁ ସେଥିପାଇଁ ଆମକୁ ପୂର୍ବରୁ ପ୍ରସ୍ତୁତ ରହିବାକୁ ପଡିବ ।

ଅନେକ ଭିତିଭୂମୀ ବ୍ୟବସ୍ଥା- ଡିଜିଟାଲ ଭିତିଭୂମୀ, ଜାହଜ ଚଳାଚଳ ଏବଂ ବେସାମରିକ ବିମାନ ଚଳାଚଳ ନେଟୱର୍କ ଉପରେ ବିଶ୍ୱ ଯୋଗାଯୋଗ ବ୍ୟବସ୍ଥା ଆଧାରିତ । ବିଶ୍ୱର ଗୋଟିଏ ଭାଗରେ ବିପର୍ଯ୍ୟୟର ପ୍ରଭାବ ସମଗ୍ର ବିଶ୍ୱକୁ ତତକ୍ଷଣାତ୍ ବ୍ୟାପୀ ଯାଇପାରେ । ବିଶ୍ୱବ୍ୟବସ୍ଥାର ଅଦମ୍ୟତା ସୁନିଶ୍ଚିତ କରିବା ପାଇଁ ହେଲେ ସ୍ୱାଭାବିକତା ଅପରିହାର୍ଯ୍ୟ । ଦୀର୍ଘସ୍ଥାୟିତ୍ୱ ନିମନ୍ତେ ଭିତିଭୂମୀର ବିକାଶ କରାଯାଇଥାଏ । ଯଦି ଆମେ ଏହାକୁ ଅଦମ୍ୟ କରିବା ତାହାହେଲେ ଆମେ କେବଳ ନିଜପାଇଁ ନୁହେଁ ଆଗାମୀ ପିଢୀ ପାଇଁ ମଧ୍ୟ ବିପର୍ଯ୍ୟୟକୁ ପ୍ରତିହତ କରିପାରିବା । ଯେତେବେଳେ ଗୋଟିଏ ପୋଲ ଧୋଇ ହୋଇଯାଏ, ଟେଲିକମ୍ ଟାୱାର ଭୁଷୁଡି ପଡେ, ଶକ୍ତି ବ୍ୟବସ୍ଥା ବିପର୍ଯ୍ୟସ୍ତ ହୁଏ କିମ୍ବା ସ୍କୁଲ କ୍ଷତିଗ୍ରସ୍ତ ହୁଏ, ଏହି କ୍ଷତି କେବଳ ଏକ ପ୍ରତ୍ୟକ୍ଷ କ୍ଷତି ନୁହେଁ । ଏହି କ୍ଷତିକୁ ସାମଗ୍ରିକ ଭାବେ ଦେଖିବା ଉଚିତ୍ । ଏହାଦ୍ୱାରା ପରୋକ୍ଷଭାବରେ କ୍ଷୁଦ୍ର ବ୍ୟବସାୟ ଓ ପିଲାମାନଙ୍କ ଶିକ୍ଷା ବାଧାପ୍ରାପ୍ତ ହେବା ଭଳି ବଡଧରଣର କ୍ଷତି ହୋଇଥାଏ । ପରିସ୍ଥିତିର ଏକ ସାମଗ୍ରିକ ମୂଲ୍ୟାଙ୍କନ ନିମନ୍ତେ ଆମକୁ ସଠିକ୍ ପ୍ରଣାଳୀରେ ହିସାବ କରିବାକୁ ପଡିବ । ଯଦି ଆମେ ଆମର ଭିତିଭୂମିକୁ ଅଦମ୍ୟ କରିପାରିବା, ତାହାହେଲେ ଆମେ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ କ୍ଷତି ହ୍ରାସ କରିବା ସହିତ ଲକ୍ଷ ଲକ୍ଷ ଲୋକଙ୍କ ଜୀବିକାକୁ ସୁରକ୍ଷା ଦେଇପାରିବା ।

ସିଡିଆରଆଇର ଗଠନ ଚାଲିଥିବା ବର୍ଷଗୁଡିକରେ, ବ୍ରିଟେନ୍ ଓ ଭାରତର ନେତୃତ୍ୱ ଲାଭ କରିଥିବାରୁ ଆମେ କୃତଜ୍ଞ । ୨୦୨୧ ବର୍ଷ ନିର୍ଦ୍ଦିଷ୍ଟଭାବେ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ । ଆମେ ପ୍ୟାରିସ୍ ଚୁକ୍ତି ଓ ସେଣ୍ଡାଇ ଫ୍ରେମୱାର୍କ ଆଧାରରେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର ମଧ୍ୟସ୍ଥଳରେ ପହଂଚିବାକୁ ଯାଉଛୁ । ବ୍ରିଟେନ୍ ଓ ଇଟାଲୀ ଦ୍ୱାରା ଚଳିତବର୍ଷ ଆୟୋଜିତ ହେବାକୁ ଯାଉଥିବା କୋପ୍‌-୨୬ରୁ ଆମର ଅନେକ ଆଶା ରହିଛି ।

ଏହିସବୁ ଆଶା ମଧ୍ୟରୁ କିଛିଟାର ପୂରଣ ନିମନ୍ତେ ଅଦମ୍ୟ ଭିତିଭୂମୀ ପାଇଁ ଏହି ଭାଗିଦାରୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଉଚିତ୍ । ଏହି ପରିପ୍ରେକ୍ଷୀରେ ମୁଁ କିଛି କ୍ଷେତ୍ର ଉପରେ ଆଲୋଚନା କରିବାକୁ ଚାହୁଁଛି, ଯେଉଁଗୁଡିକୁ ଅଗ୍ରାଧିକାର ଦିଆଯିବା ଉଚିତ୍‌: ସିଡିଆରଆଇ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ପାଇଁ ସିଡିଆରଆଇର ଯେଉଁ ଅଙ୍ଗୀକାରବଦ୍ଧତା ରହିଛି ତାହାକୁ ପାଳନ କରିବା ଉଚିତ, ତାହା ହେଉଛି, “କାହାକୁ ପଛରେ ଛାଡନାହିଁ। ଏହାର ଅର୍ଥ ହେଉଛି ପ୍ରଥମେ ସବୁଠାରୁ ଅଧିକ ସହଜଭେଦ୍ୟ ରାଷ୍ଟ୍ର ଓ ସମ୍ପ୍ରଦାୟର ଚିନ୍ତାକୁ ଆମକୁ ଦୂର କରିବା ଦିଗରେ କାର୍ଯ୍ୟ କରିବାକୁ ପଡିବ । ଏହି ପରିପ୍ରେକ୍ଷୀରେ କ୍ଷୁଦ୍ର ଦ୍ୱୀପ ବିକାଶଶୀଳ ରାଷ୍ଟ୍ର ଯେଉଁମାନେ ବିପର୍ଯ୍ୟୟର କୁପ୍ରଭାବକୁ ଅନୁଭବ କରୁଛନ୍ତି ସେମାନଙ୍କୁ ଜ୍ଞାନକୌଶଳ, ଜ୍ଞାନ ଏବଂ ଯେଉଁ ସହାୟତାକୁ ସେମାନେ ଜରୁରୀ ମନେ କରୁଛନ୍ତି ସେସବୁ ସହଜରେ ଉପଲବଧ ହେବା ଆବଶ୍ୟକ । ସ୍ଥାନୀୟ ପ୍ରସଙ୍ଗ ନିମନ୍ତେ ଆମକୁ ବିଶ୍ୱସ୍ତରୀୟ ସମାଧାନର ପନ୍ଥା ଅବଲମ୍ବନ ନିମନ୍ତେ ଆମର କ୍ଷମତା ଓ ସହଯୋଗ ରହିବା ଉଚିତ୍ । ଦ୍ୱିତୀୟରେ, ବିଶେଷକରି ମହାମାରୀ ସମୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଡିଜିଟାଲ ଭିତିଭୂମୀ ସ୍ୱାସ୍ଥ୍ୟ ଭିତିଭୂମୀ ଭଳି କେତେକ ଗୁରୁତ୍ୱପୂର୍ଣ୍ଣ ଭିତିଭୂମୀ କ୍ଷେତ୍ରର ପ୍ରଦର୍ଶନ ଉପରେ ସମୀକ୍ଷା କରିବାକୁ ପଡିବ । ଏହି କ୍ଷେତ୍ରଗୁଡିକରୁ କି କି ଶିକ୍ଷା ମିଳିଛି ଏବଂ ଭବିଷ୍ୟତ ନିମନ୍ତେ ଆମେ ସେସବୁକୁ କିପରି ଅଧିକ ଅଦମ୍ୟ କରିପାରିବା? ଜାତୀୟ ଏବଂ ଉପ-ଜାତୀୟ ସ୍ତରରେ ସମନ୍ୱିତ ଯୋଜନାର କ୍ଷମତା ବୃଦ୍ଧି, ଢାଂଚାଗତ ନିର୍ମାଣ, ଆଧୁନିକ ଉପକରଣ ତଥା ପ୍ରତ୍ୟେକ ଭିତିଭୂମୀ କ୍ଷେତ୍ରରେ ବହୁସଂଖ୍ୟାର କୁଶଳୀ ବ୍ୟକ୍ତିଙ୍କ ଉପଲବଧତା ଦିଗରେ ଆମକୁ ପୁଞ୍ଜିନିବେଶ କରିବାକୁ ପଡିବ । ଏହି ସମସ୍ତ କ୍ଷେତ୍ରରେ ଗବେଷଣା ଓ ବିକାଶର ଆବଶ୍ୟକତା ରହିଛି । ତୃତୀୟରେ, ଅଦମ୍ୟତାର ଅନ୍ୱେଷଣରେ ଆମକୁ କୌଣସି ପ୍ରଯୁକ୍ତି ବ୍ୟବସ୍ଥାକୁ ଖୁବ୍ ଅଧିକ ମୌଳିକ ବା ଅଧିକ ଉନ୍ନତ ବୋଲି ବିବେଚନା କରିବା ଉଚିତ୍ ହେବନାହିଁ । ପ୍ରଯୁକ୍ତିର ପ୍ରୟୋଗର ପ୍ରଦର୍ଶନ ପ୍ରଭାବକୁ ସିଡିଆରଆଇ ବ୍ୟାପକ କରିବା ଆବଶ୍ୟକ । ଗୁଜରାଟରେ ଆମେ ଭାରତର ପ୍ରଥମ ଭୂକମ୍ପ ପ୍ରତିରୋଧ ବ୍ୟବସ୍ଥା ଥିବା ହସପିଟାଲ ନିର୍ମାଣ କରିଥିଲୁ । ବର୍ତମାନ ଭୂକମ୍ପ ନିରାପତା ନିମନ୍ତେ ଭାରତରେ ହିଁ ଏହି ବେସ୍ ଆଇସୋଲେଟର ନିର୍ମାଣ କରାଯାଉଛି । ବର୍ତମାନ ଏଦିଗରେ ଆମର ଆହୁରି ଅଧିକ ସୁଯୋଗ ରହିଛି । ଆମକୁ ଭୂ-ସ୍ଥାନୀକ ଜ୍ଞାନକୌଶଳ, ମହାକାଶ ଭିତିକ କ୍ଷମତା, ଡାଟା ବିଜ୍ଞାନ, ଆର୍ଟିଫିସିଆଲ୍ ଇଂଟେଲିଜେନସ୍‌, ବସ୍ତୁ ବିଜ୍ଞାନର ସମସ୍ତ ସମ୍ଭାବ୍ୟ ଦିଗକୁ କାର୍ଯ୍ୟରେ ଲଗାଇବା ସହିତ ଅଦମ୍ୟତା ବୃଦ୍ଧି ନିମନ୍ତେ ସ୍ଥାନୀୟ ଜ୍ଞାନ ସହିତ ଏହାକୁ ସଂଯୋଗ କରିବାକୁ ପଡିବ । ଏବଂ ପରିଶେଷରେ, “ଅଦମ୍ୟ ଭିତିଭୂମୀର ଅବଧାରଣାକୁ ଏକ ଗଣ ଆନ୍ଦୋଳନରେ ପରିବର୍ତିତ କରିବା ନିମନ୍ତେ କେବଳ ବିଶେଷଜ୍ଞ ଓ ପ୍ରତିଷ୍ଠାନଗୁଡିକର ଶକ୍ତି ନୁହେଁ ବରଂ ଗୋଷ୍ଠୀ ଓ ବିଶେଷକରି ଯୁବପିଢୀର ସାମର୍ଥ୍ୟକୁ ଆମକୁ ଅଧିକ ତତ୍ପର କରିବାକୁ ପଡିବ । ଅଦମ୍ୟ ଭିତିଭୂମୀର ଉନ୍ନତି ଦିଗରେ ସାମାଜିକ ଦାବିମାନଙ୍କ ଅନୁପାଳନ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ । ଜନ ସଚେତନତା ଏବଂ ଶିକ୍ଷାରେ ପୁଞ୍ଜିନିବେଶ ଏହି ପ୍ରକ୍ରିୟାର ଏକ ପ୍ରମୁଖ ଦିଗ । ଆମର ଶିକ୍ଷାବ୍ୟବସ୍ଥାକୁ ଅଂଚଳ ଭିତିକ ବିପଦ ଏବଂ ଭିତିଭୂମୀ ଉପରେ ସେଗୁଡିକର ସମ୍ଭାବ୍ୟ ପ୍ରଭାବ ନେଇ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ପଡିବ ।

ଶେଷରେ ମୁଁ କହିବାକୁ ଚାହିଁବି ଯେ ସିଡିଆରଆଇ ନିଜ ପାଇଁ ଏକ ଆହ୍ୱାନପୂର୍ଣ୍ଣ ଓ ଜରୁରୀ କାର୍ଯ୍ୟକ୍ରମ ସ୍ଥିର କରିଛି ଏବଂ ଖୁବଶୀଘ୍ର ଏହାର ଫଳାଫଳ ପ୍ରଦର୍ଶନ ନିମନ୍ତେ ଆଶା କରାଯାଉଛି । ଆଗାମୀ ବାତ୍ୟା, ବନ୍ୟା, ଏବଂ ଭୂମିକମ୍ପ ସମୟରେ ଆମର ଭିତିଭୂମୀ ବ୍ୟବସ୍ଥା ପୂର୍ବଠାରୁ ଅଧିକ ଉନ୍ନତ ଭାବେ ପ୍ରସ୍ତୁତ ଏବଂ କ୍ଷୟକ୍ଷତିକୁ ହ୍ରାସ କରିପାରିଛୁ ବୋଲି କହିବା ଭଳି ସ୍ଥିତିରେ ପହଂଚିଛୁ ବୋଲି କହିପାରିବା । ଯଦି କ୍ଷୟକ୍ଷତି ଘଟେ ଆମେ ତୁରନ୍ତ ଜରୁରୀ ସେବାଗୁଡିକୁ ପୁନଃସ୍ଥାପନ କରିବା ଏବଂ ଉନ୍ନତମାନର ପୁନଃନିର୍ମାଣ ନିମନ୍ତେ ସକ୍ଷମ ହୋଇପାରିବା । ଆମର ଅଦମ୍ୟତା ଅନ୍ୱେଷଣରେ ଆମେ ସମସ୍ତେ ସେହି ଗୋଟିଏ ଭେଳାରେ ବସିଛୁ । ସମସ୍ତେ ନିରାପଦ ନହେବା ପର୍ଯ୍ୟନ୍ତ କେହିବି ନିରାପଦ ନୁହେଁ ବୋଲି ମହାମାରୀ ଆମକୁ ସ୍ମରଣ କରାଇ ଦେଇଥିବାବେଳେ କୌଣସି ଅର୍ଥନୀତି, କୌଣସି ପରିବେଶ, କୌଣସି ସ୍ଥାନ, କୌଣସି ସମ୍ପ୍ରଦାୟ ପଛରେ ରହିଯାଇନାହିଁ ସେକଥା ଆମକୁ ସୁନିଶ୍ଚିତ କରିବାକୁ ପଡିବ । ଯେଭଳି ମହାମାରୀ ବିରୁଦ୍ଧରେ ସଂଗ୍ରାମ ବିଶ୍ୱର ୭୦୦ କୋଟି ଲୋକଙ୍କ ଶକ୍ତିକୁ ଗତି ପ୍ରଦାନ କରୁଥିଲା ସେହିପରି ଆମର ଅଦମ୍ୟତାର ଅନ୍ୱେଷଣ ଏହି ଗ୍ରହର ପ୍ରତ୍ୟେକ ବ୍ୟକ୍ତିର ପଦକ୍ଷେପ ଓ ପରିକଳ୍ପନା ଉପରେ ପର୍ଯ୍ୟବେଶିତ ହେବା ଆବଶ୍ୟକ ।

ଧନ୍ୟବାଦ ।

***

JP



(Release ID: 1705740) Visitor Counter : 191