ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ ଏବଂ ତାମିଲନାଡ଼ୁରେ କ୍ରମାଗତ ଭାବେ ଦୈନିକ କରୋନା ମାମଲାରେ ବୃଦ୍ଧି
ଭାରତରେ ମୋଟ ଟିକାକରଣ ୩ କୋଟି ନିକଟତର
Posted On:
15 MAR 2021 11:58AM by PIB Bhubaneshwar
ପାଞ୍ଚଟି ରାଜ୍ୟ – ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ ଏବଂ ତାମିଲନାଡ଼ୁରେ ଦୈନିକ କରୋନା ମାମଲା କ୍ରମାଗତ ଭାବେ ବଢ଼ି ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆସିଥିବା ନୂଆ ମାମଲା ମଧ୍ୟରୁ ୭୮.୪୧% ଏହି ପାଞ୍ଚଟି ରାଜ୍ୟରୁ ଆସିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬,୨୯୧ ଟି ନୂଆ କରୋନା ମାମଲା ଆସିଛି ।
ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୧୬,୬୨୦ (ଦୈନିକ ନୂଆ ମାମଲାର ୬୩.୨୧%) ମାମଲା ଆସିଛି । ଏହା ପଛକୁ କେରଳରୁ ୧୭୯୨ ଏବଂ ପଞ୍ଜାବରୁ ୧୪୯୨ଟି ମାମଲା ଆସିଛି ।
ଆଠଟି ରାଜ୍ୟରେ ଦୈନିକ କରୋନା ମାମଲା ବୃଦ୍ଧିର ସ୍ପଷ୍ଟ ତଥ୍ୟ ଆସୁଛି । ଏସବୁ ରାଜ୍ୟ ହେଲା ମହାରାଷ୍ଟ୍ର, ତାମିଲନାଡ଼ୁ, ପଞ୍ଜାବ, ମଧ୍ୟପ୍ରଦେଶ, ଦିଲ୍ଲୀ, ଗୁଜରାଟ, କର୍ଣ୍ଣାଟକ ଏବଂ ହରିଆନା ।
ଗତ ଏକ ମାସ ହେଲା କେରଳରେ ନୂଆ ମାମଲାର ଧାରା ନିମ୍ନମୁଖୀ ରହିଛି ।
ଭାରତରେ ଏବେ ମୋଟ ସକ୍ରିୟ କରୋନା ମାମଲା ରହିଛି ୨,୧୯,୨୬୨ । ମୋଟ ପଜିଟିଭ୍ ମାମଲାର ଏହା ୧.୯୩% ।
ବର୍ତ୍ତମାନ ଦେଶରେ ଥିବା ମୋଟ ସକ୍ରିୟ ମାମଲାର ୭୭% ରହିଛି ତିନୋଟି ରାଜ୍ୟ ମହାରାଷ୍ଟ୍ର, କେରଳ ଏବଂ ପଞ୍ଜାବରେ ।
ଦେଶର ମୋଟ ସକ୍ରିୟ ମାମଲାର ୫୮% କେବଳ ଅଛି ଏକାକୀ ମହାରାଷ୍ଟ୍ରରେ ।
୧୮ ଜାନୁଆରୀ ୨୦୨୧ରୁ ଦିନ ୱାରୀ ପରିବର୍ତ୍ତନ ହେଉଥିବା ସକ୍ରିୟ ମାମଲାର ଗ୍ରାଫ ନିମ୍ନରେ ଦିଆଯାଇଛି ।
ଅପରପକ୍ଷରେ ଭାରତ ଟିକାକରଣକୁ ୩ କୋଟିରେ ପହଞ୍ଚାଇବା ଦିଗରେ ଦ୍ରୁତଗତିରେ ଚାଲିଛି ।
ଆଜି ସକାଳ ୭ଟା ସୁଦ୍ଧା ୫,୧୩,୦୬୫ ସେସନରେ ମୋଟ ୨,୯୯,୦୮,୦୩୮ ଡୋଜ୍ ଟିକା ପ୍ରଦାନ କରାଯାଇଛି ।
ଏହା ମଧ୍ୟରେ ରହିଛି, ୭୩,୫୫,୭୫୫ ଏଚସିଡବ୍ଲୁ (ପ୍ରଥମ ଡୋଜ୍), ୪୩,୦୫,୧୧୮ ଏଚସିଡବ୍ଲୁ (ଦ୍ୱିତୀୟ ଡୋଜ୍), ୭୩,୪୦,୪୨୩ ଏଫଏଲଡବ୍ଲୁ (ପ୍ରଥମ ଡୋଜ୍) ଏବଂ ୧୧,୫୦,୫୩୫ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ୍), ୪୫ ବର୍ଷରୁ ଅଧିକ ବୟସର ରୋଗାକ୍ରାନ୍ତ ୧୪,୬୪,୦୧୪ ହିତାଧିକାରୀ ଓ ୬୦ ବର୍ଷରୁ ଅଧିକ ବୟସର ୮୨,୯୨,୧୯୩ ଜଣ ହିତାଧିକାରୀ ।
HCWs
|
FLWs
|
45 to < 60 years with Co-morbidities
|
Over 60 years
|
Total
|
1st Dose
|
2nd Dose
|
1st Dose
|
2nd Dose
|
1st Dose
|
1st Dose
|
73,55,755
|
43,05,118
|
73,40,423
|
11,50,535
|
14,64,014
|
82,92,193
|
2,99,08,038
|
ଟିକାକରଣ ଅଭିଯାନର ୫୮ତମ ଦିବସ (୧୪ ମାର୍ଚ୍ଚ ୨୦୨୧)ରେ ୧,୪୦,୮୮୦ ଡୋଜ୍ ଟିକା ପ୍ରଦାନ କରାଯାଇଛି । ରବିବାର ଥିବାରୁ ଅନେକ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଗତକାଲି ଟିକାକରଣ ପ୍ରକ୍ରିୟା ବନ୍ଦ ରହିଥିଲା ।
ଏହା ମଧ୍ୟରେ ୨୨୧୧ ସେସନରେ ୧,୨୦୮୮୫ ଜଣ ଏଚସିଡବ୍ଲୁ ଓ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍ ଏବଂ ୧୯,୯୯୫ ଏଚସିଡବ୍ଲୁ ଓ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।
Date: 14th March,2021
|
HCWs
|
FLWs
|
45to<60yearswithCo-morbidities
|
Over60years
|
Total Achievement
|
1stDose
|
2ndDose
|
1stDose
|
2nd Dose
|
1stDose
|
1stDose
|
1stDose
|
2ndDose
|
7,141
|
8,771
|
7,201
|
11,224
|
16,884
|
89,659
|
1,20,885
|
19,995
|
ଭାରତରେ ମୋଟ ୧,୧୦,୦୭,୩୫୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏବେ ଜାତୀୟ ସୁସ୍ଥତା ହାର ରହିଛି ୯୬.୬୮% ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୭,୪୫୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ନୂଆ ସୁସ୍ଥଙ୍କ ମଧ୍ୟରୁ ୮୪.୧୦% ଅଛନ୍ତି ୬ ରାଜ୍ୟରେ ।
ମହାରାଷ୍ଟ୍ରରେ ସର୍ବାଧିକ ୮୮୬୧ ଜଣ ସୁସ୍ଥ ହୋଇଛନ୍ତି ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧୮ ଜଣ କରୋନାରେ ପ୍ରାଣ ହରାଇଛନ୍ତି ।
ଏମାନଙ୍କ ମଧ୍ୟରୁ ୮୨.୨୦% ପ୍ରାଣ ହରାଇଛନ୍ତି ୬ଟି ରାଜ୍ୟରେ । ମହାରାଷ୍ଟ୍ରରେ ସର୍ବାଧିକ ୫୦ ଜଣ ପ୍ରାଣ ହରାଇଛନ୍ତି । ଏହା ପଛକୁ ପଞ୍ଜାବରେ ୨୦ ଜଣ ଏବଂ କେରଳରେ ୧୫ ଜଣ ପ୍ରାଣ ହରାଇଛନ୍ତି।
ଗତ ୨୪ ଘଣ୍ଟା ମଧ୍ୟରେ ୧୬ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି କରୋନା ମୃତ୍ୟୁ ହୋଇନାହିଁ । ଏଗୁଡ଼ିକ ହେଲା ଆସାମ, ଚଣ୍ଡିଗଡ଼, ଜମ୍ମୁ ଏବଂ କାଶ୍ମୀର (କେନ୍ଦ୍ରଶାସିତ ଅଞ୍ଚଳ), ଓଡ଼ିଶା, ଝାଡ଼ଖଣ୍ଡ, ଲାକ୍ଷାଦ୍ୱୀପ, ସିକିମ, ଲଦାଖ (କେନ୍ଦ୍ରଶାସିତ ଅଞ୍ଚଳ), ମଣିପୁର, ଦାଦ୍ରା ଓ ନଗର ହାବେଲି ଏବଂ ଦାମନ ଓ ଡିଉ, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ତ୍ରିପୁରା, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଅରୁଣାଚଳ ପ୍ରଦେଶ।
SR
(Release ID: 1704884)
Visitor Counter : 242
Read this release in:
English
,
Urdu
,
Marathi
,
Hindi
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Malayalam