ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କ୍ୱାଡ୍ ନେତାମାନଙ୍କର ପ୍ରଥମ ଶିଖର ସମ୍ମିଳନୀ

ପୋଷ୍ଟ କରାଯିବା ଦିନାଙ୍କ: 11 MAR 2021 11:03PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୨ ମାର୍ଚ୍ଚ ୨୦୨୧ରେ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହେବାକୁ ଥିବା କ୍ାଡ୍ରିଲାଟେରାଲ ଫ୍ରେମର୍କ ନେତାମାନଙ୍କର ପ୍ରଥମ ବୈଠକରେ ଅଂଶଗ୍ରହଣ କରିବେ । ଏଥିରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ, ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା ଏବଂ ଆମେରିକା ରାଷ୍ଟ୍ରପତି ଜୋଶେଫ ଆର. ବାଇଡେନ  ମଧ୍ୟ ସାମିଲ ହେବେ ।

 

ନେତାମାନେ ପାରସ୍ପରିକ ସ୍ାର୍ଥ ଆଧାରିତ କ୍ଷେତ୍ରୀୟ ଏବଂ ବୈଶ୍ିକ ପ୍ରସଙ୍ଗରେ ଆଲୋଚନା କରିବା ସହିତ ଏକ ମୁକ୍ତ, ଖୋଲା ଏବଂ ସମାବେଶୀ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ବଜାୟ ରଖିବା ଦିଗରେ ସହଯୋଗର ବାସ୍ତବ କ୍ଷେତ୍ର ସଂକ୍ରାନ୍ତରେ ମତବିନିମୟ କରିବେଏହି ଶିଖର ସମ୍ମିଳନୀରେ ସହନଶୀଳ ଯୋଗାଣ ଶୃଙ୍ଖଳ, ଉଦୀୟମାନ ଏବଂ ଜରୁରି ପ୍ରଯୁକ୍ତି, ସାମୁଦ୍ରିକ ନିରାପତ୍ତା ଏବଂ ଜଳବାୟୁ ପରିବର୍ତ୍ତନ ଭଳି ସମସାମୟିକ ଆହ୍ାନ ସଂକ୍ରାନ୍ତରେ ସେମାନେ ମତ ବିନିମୟ କରିବେ ।

 

କୋଭିଡ-୧୯ ମହାମାରୀ ମୁକାବିଲା ପାଇଁ ଜାରି ରହିଥିବା ପ୍ରୟାସ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ନିରାପଦ, ସମାନୁପାତିକ ଏବଂ ସୁଲଭ ଟୀକା ଯୋଗାଣ ସୁନିଶ୍ଚିତ କରିବା କ୍ଷେତ୍ରରେ ସହଯୋଗର ସମ୍ଭାବନା ଉଜାଗର କରିବା ନେଇ ନେତାମାନେ ଆଲୋଚନା କରିବେ ।

 

*******

 

P.S


(ରିଲିଜ ଆଡି: 1704278) ପରିଦର୍ଶକ କାଉଣ୍ଟର : 291