ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ଼ ୧୯ ପ୍ରତିଷେଧକ ଟିକାର ନିରାପତ୍ତା ଓ କାର୍ଯ୍ୟକାରୀତା

Posted On: 09 MAR 2021 1:16PM by PIB Bhubaneshwar

ଔଷଧ ଓ ପ୍ରସାଧନ ଆଇନ, ୧୯୪୦ ଅଧୀନରେ ନୂତନ ଔଷଧ ଓ କ୍ଲିନିକାଲ ପରୀକ୍ଷଣ ନିୟମ  (ଏନଡି ଏଣ୍ଡ ସିଟିରୁଲ୍ସ, ୨୦୧୯) ଅନୁସାରେ ଏବଂ ଦେଶରେ କୋଭିଡ଼ ମହାମାରୀ ବ୍ୟାପିଥିବା କାରଣରୁ ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଔଷଧ ମାନ ନିୟନ୍ତ୍ରଣ ସଂସ୍ଥା (ସିଡିଏସସିଓ) ପ୍ରସଙ୍ଗ ବିଶେଷଜ୍ଞ କମିଟି (ଏସଇସି)ଙ୍କ ସହିତ ପରାମର୍ଶ ପୂର୍ବକ ନିମ୍ନଲିଖିଥ କୋଭିଡ଼ ୧୯ ପ୍ରତିଷେଧକ ଟିକା ଉତ୍ପାଦନ ନିମନ୍ତେ ଅନୁମତି ପ୍ରଦାନ କରିଛନ୍ତି ।

          ଏବେ ମେସର୍ସ ଭାରତ ବାୟୋଟେକ୍ ଇଣ୍ଟର ନ୍ୟାସନାଲ ଲିମିଟେଡ଼ଙ୍କ ଦ୍ୱାରା କୋଭାକ୍ସିନ୍ ପ୍ରତିଷେଧକ ଟିକାଉତ୍ପାଦନ କରାଯାଉଛି। ଏହି ସଂସ୍ଥା ତରଫରୁ କ୍ଲିନିକାଲ ପରୀକ୍ଷଣ ଯାହାକି ଦେଶରେ ସଂପାଦନ କରାଯାଇଛି ତାହାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଅନ୍ତରୀଣ ନିରାପତ୍ତା ତଥା ଇମୁନୋଜେନେସିଟି ତଥ୍ୟାବଳୀ ତଥା ବର୍ତ୍ତମାନ ଚାଲିଥିବାତୃତୀୟ ପର୍ଯ୍ୟାୟ ପରୀକ୍ଷାମୂଳକ ଟିକା ପ୍ରଦାନ ଗୁରୁତର ପ୍ରତିକୂଳ ପ୍ରଭାବ ଘଟଣା (ଏସଏଇ) ତଥ୍ୟାବଳୀ ସରକାରଙ୍କୁ ପ୍ରଦାନ କରାଯାଇଛି ।ଏହି ଡାଟାକୁ କେନ୍ଦ୍ରୀୟ ଔଷଧ ମାନ ନିୟନ୍ତ୍ରଣ ସଂସ୍ଥା (ସିଡିଏସସିଓ) ପ୍ରସଙ୍ଗ କମିଟି (ଏସଇସି) ଯେଉଁଥିରେ କି ବିଭିନ୍ନ ଡେମେନ୍‌ ବିଶେଷଜ୍ଞମାନେ ସଦସ୍ୟ ଅଛନ୍ତି ସେମାନଙ୍କ ସହ ପରାମର୍ଶକ୍ରମେ ତାହାର ସମୀକ୍ଷା କରାଯାଇଛି। ଏହି କମିଟି ମନ୍ତବ୍ୟ ପ୍ରଦାନ କରିଛନ୍ତି ଯେ ଏହି ପ୍ରତିଷେଧକ ଟିକା ଇନ ଆକ୍ଟିଭେ ଟେଡ଼୍‌ ଭିରିଓନ୍‌ କୋରୋନା ଭୂତାଣୁ ପ୍ରତିଷେଧକଯାହାର ନିର୍ଦ୍ଦିଷ୍ଟ ପରିବର୍ତ୍ତନଶୀଳ କରୋନା ଭୂତାଣୁ ଷ୍ଟ୍ରେନ୍‌କୁ ପ୍ରତିହତ କରିବାର ସାମର୍ଥ୍ୟ ରହିଛି । ଏହି ଡାଟା ଦର୍ଶାଇଛି ଯେ ଏହି ଟିକାର ଏକ ସୁଦୃଢ଼ ପ୍ରତିରୋଧୀ ଶକ୍ତି ପ୍ରଦର୍ଶନ (ଉଭୟ ଆଣ୍ଟିବଡ଼ି ତଥା ଟିସେଲ୍‌) ଏବଂ ଇନ୍‌-ଭିଟ୍ରୋ ଭୂତାଣୁ ଅକାମୀକରଣ କ୍ଷମତା ରହିଛି । ବର୍ତ୍ତମାନ ଚାଲିଥିବା କ୍ଲିନିକାଲ ପରୀକ୍ଷଣ ଏକ ବିରାଟ ପରୀକ୍ଷଣ ଯେଉଁଥିରେ ପ୍ରାୟ ୨୫,୮୦୦ ଭାରତୀୟ ଲୋକଙ୍କଠାରେ ତାହା ପରୀକ୍ଷା କରାଯାଉଛି ଏବଂ ସେଥିପାଇଁ ସମସ୍ତ ୨୫,୮୦୦ ଲୋକଙ୍କ ନାମ ପଞ୍ଜୀକରଣ କରାଯାଇ ସାରିଛି । ଅଧିକନ୍ତୁ, ଏହିସଂସ୍ଥା ଅଣ- ମାନବୀୟ ପ୍ରାଇମେଟ୍‌ ଚାଲେଞ୍ଜ ଅଧ୍ୟୟନ ନିରାପତ୍ତା ତଥା କାର୍ଯ୍ୟକାରୀତା ତଥ୍ୟାବଳୀ ମଧ୍ୟ ସିଡିଏସସିଓକୁ ପ୍ରଦାନ କରିଛି ଓ ସେହିକ୍ଷେତ୍ରରେଏହିଟିକାସଂପୂର୍ଣ୍ଣ ନିରାପଦ ଓ କାର୍ଯ୍ୟକାରୀ ବୋଲି ପ୍ରାପ୍ତ ପରୀକ୍ଷଣରୁ ଜଣାପଡ଼ିଛି ।

          ଏ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ପରେ ଏସଇସି ଜରୁରୀ ପରିସ୍ଥିତିରେ ଜନ ହିତକୁ ଦୃଷ୍ଟିରେ ରଖି ତଥା ପର୍ଯ୍ୟାପ୍ତ ସତର୍କତା ଅବଲମ୍ବନ ପୂର୍ବକ କ୍ଲିନିକାଲ ପରୀକ୍ଷଣ ମୋଡ଼ରେ ଏହି ଟିକାର ସୀମିତ ବ୍ୟବହାର ନିମନ୍ତେ ଅନୁମତି ପ୍ରଦାନ କରିଛନ୍ତି । ବିଶେଷକରି ପରିବର୍ତ୍ତିତ ଷ୍ଟ୍ରେନ୍‌ ଜନିତ ସଂକ୍ରମଣ କ୍ଷେତ୍ରରେ ଟିକାକରଣର ଅଧିକ ବିକଳ୍ପ ମଧ୍ୟ ଉପଲବ୍ଧ ଅଛି ।

          ଏହାବ୍ୟତୀତ ଏସଇସିର ସୁପାରିଶକ୍ରମେ, ସିଡିଏସସି ଓ ଭାରତ ବାୟୋଟେକ୍ ଇଣ୍ଟର ନ୍ୟାସନାଲ ଲିମିଟେଡ଼, ହାଇଦ୍ରାବାଦକୁ କୋଭାକ୍ସିନ୍‌ ଟିକାର ଉତ୍ପାଦନ ନିମନ୍ତେ ଅନୁମତି ପ୍ରଦାନ କରିଛନ୍ତି ଯାହାକି ସୀମିତ ଭାବେ ଜରୁରୀ ପରିସ୍ଥିତିରେ ଜନ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବ୍ୟବହାର କରାଯିବ ଏବଂ ସେଥିରେ ପର୍ଯ୍ୟାପ୍ତ ସତର୍କତା ଅବଲମ୍ବନ କରାଯିବ ସେହିସବୁ ଟିକା ବିଭିନ୍ନ ପରିସ୍ଥିତିରେ/ ନିୟନ୍ତ୍ରିତଭାବେ କ୍ଲିନିକାଲ ପରୀକ୍ଷଣ ମୋଡ଼ରେ ହିଁ ପ୍ରଦାନ କରାଯିବ ।

          ସେହିଭଳି ପୁନେର ମେସର୍ସ ସେରମ୍‌ ଇନଷ୍ଟିଚୁଟ ଅଫ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ତାଙ୍କର ଆସ୍ତ୍ରା ଜେନେକାଟିକା ଯାହାକି ବ୍ରିଟେନ, ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକାରେ ପରୀକ୍ଷଣ କରାଯାଇଥିଲା ତାହାର ଦ୍ୱିତୀୟ/ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷ।।  ନିରାପତ୍ତା ଜନିତ ଇମୁନୋଜେନେ ସିଟି ତଥା ସକ୍ରିୟତା ଡାଟା ପ୍ରଦାନ କରିଛନ୍ତି । ଏହି ତଥ୍ୟାବଳୀକୁ ସିଡିଏସସିଓର ବିଷୟ ବିଶେଷଜ୍ଞ କମିଟି (ଏସଇସି) ତର୍ଜମା କରି ଦେଖୁଛନ୍ତି ଯାହାକି ଆପାତ ସ୍ଥିତିରେ ଉପର ବର୍ଣ୍ଣିତ ବିସ୍ତୃତ ତଥ୍ୟାବଳୀ ମିଳିବା ପରେ ନିୟନ୍ତ୍ରିତଭାବେ ବ୍ୟବହାର କରାଯାଇପାରିବ । ଔଷଧ ଓ ସ୍ୱାସ୍ଥ୍ୟ ସେବା ଉତ୍ପାଦ ନିୟନ୍ତ୍ରକ ଏଜେନ୍ସି (ଏମଏଚଆରଏ) ଆସ୍ତ୍ରାଜେନେକା ଟିକାକୁ ୩୦.୧୨.୨୦୨୦ ତାରିଖ ଦିନ ତାଙ୍କରସର୍ତ୍ତ/ ନିୟନ୍ତ୍ରଣ ସହସ୍ୱୀକୃତି ପ୍ରଦାନ କରିଥିଲେ ଏବଂ ଏହାକୁ କମିଟି ସମୀକ୍ଷା କରି  ଦେଖୁଛନ୍ତି ।

          କମିଟି ଦର୍ଶାଇଛନ୍ତି ଯେ ଏହିସଂସ୍ଥା ପକ୍ଷରୁ ପ୍ରଦାନ କରାଯାଇଥିବା  ନିରାପତ୍ତା ତଥା ଇମୁନୋଜେନେସିଟି ଭାରତୀୟ ଅନୁଧ୍ୟାନ ତଥ୍ୟାବଳୀ ଦରିଆପାରି କ୍ଲିନିକାଲ ପରୀକ୍ଷଣ ତଥ୍ୟାବଳୀ ସଙ୍ଗେ ସମାନ ।

          ସିଡିଏସସିଓଙ୍କ ଏସଇସିଙ୍କ ସୁପାରିଶ ଆଧାରରେ ସେରମ୍‌ଇନଷ୍ଟିଚୁଟ୍ ଅଫ୍ ଇଣ୍ଡିଆକୁ କୋଭିସିଲ୍ଡ ଟିକା ଉତ୍ପାଦନ ନିମନ୍ତେ ତଥା ଆପାତ ପରିସ୍ଥିତିରେ ବିଭିନ୍ନ ସର୍ତ୍ତାବଳୀ/ ନିୟନ୍ତ୍ରଣ ସହ ଏହାର ସୀମିତବ୍ୟବହାର ନିମନ୍ତେ ଅନୁମତି ପ୍ରଦାନ କରାଯାଇଛି ।

          କେନ୍ଦ୍ର ସ୍ୱାସ୍ଥ୍ୟରାଷ୍ଟ୍ର (ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ) ମନ୍ତ୍ରୀ, ଶ୍ରୀ ଅଶ୍ୱିନୀ କୁମାର ଚୌବେ ଆଜି ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନରଉତ୍ତରରେ ଏହି ସୂଚନା ପ୍ରଦାନ କରିଛନ୍ତି ।

 

******

 SS

 



(Release ID: 1703508) Visitor Counter : 250