ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ

ମହିଳା ଟେକ୍ନୋଲୋଜି ପାର୍କ ଗ୍ରାମୀଣ ମହିଳାମାନଙ୍କ ଆତ୍ମର୍ନିଭରଶୀଳ ସ୍ୱପ୍ନରେ ଡେଣା ଲଗାଏ

ପ୍ରାୟ 10,000 ଗ୍ରାମୀଣ ମହିଳା ଗତ ପାଞ୍ଚବର୍ଷ ମଧ୍ୟରେ ଏହି ଯୋଜନାରେ ଉପକୃତ ହୋଇଛନ୍ତି

Posted On: 08 MAR 2021 9:09AM by PIB Bhubaneshwar

ଧ୍ୟାନ: ଆନ୍ତର୍ଜାତୀୟ ମହିଳା ଦିବସ

ଡେରାଡୁନ ସ୍ଥିତ ପେଟ୍ରୋଲିୟମ ଆଣ୍ଡ ଏନର୍ଜି ଷ୍ଟଡିଜ୍ (UPES) କମ୍ପ୍ୟୁଟର ବିଜ୍ଞାନ ବିଭାଗର ପ୍ରଫେସର ଡକ୍ଟର ନିଲୁ ଅହୁଜା, ଗ୍ରାମାଞ୍ଚଳର ମହିଳା ତଥା ସମାଜର ଅନ୍ୟାନ୍ୟ ବର୍ଗର ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଉତ୍ସାହିତ ଅଛନ୍ତି ସେ ନିଶ୍ଚିତ ଯେ ଉତ୍ତରାଖଣ୍ଡର ଗ୍ରାମୀଣ ମହିଳାମାନଙ୍କ ରୋଜଗାରରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ, ଯେଉଁ ରାଜ୍ୟରେ ସେ 20 ବର୍ଷର ବୃତ୍ତିଗତ ଜୀବନରେ ଏକ ଗଭୀର ସମ୍ପର୍କ ସ୍ଥାପନ କରିଛନ୍ତି

ତାଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ସେ ଅନେକଙ୍କ ଦ୍ୱାର ବାଡେଇ ସେ ଭାରତ ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଅଧୀନରେ ଥିବା ମହିଳା ଟେକ୍ନୋଲୋଜି ପାର୍କ (WTP) କାର୍ଯ୍ୟକ୍ରମ ଉପରେ ଧ୍ୟାନ ଦେଇଥିଲେ ଏହି ଯୋଜନା ମାଧ୍ୟମରେ ସେ ବିଭିନ୍ନ ସ୍ୱତନ୍ତ୍ର ଦ୍ରବ୍ୟ ଉତ୍ପାଦନ ତଥା ବିକ୍ରୟ କରି ଜୀବିକା ର୍ନିବାହ ପାଇଁ କୌଶଳ ତାଲିମ ଦେଇ ଡେରାଡୁନର 280 ଗ୍ରାମୀଣ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି ଏହି ପ୍ରକଳ୍ପ ଅଧୀନରେ ତାଲିମ ପ୍ରାପ୍ତ 480 ମହିଳାଙ୍କ ମଧ୍ୟରେ ସେମାନେ ସବୁଠାରୁ ଅଗ୍ରଣୀ ଉଦ୍ୟୋଗୀ ଅଟନ୍ତି ବୈଷୟିକ ତାଲିମ ମାଧ୍ୟମରେ ମହିଳାମାନେ ସ୍ଥାନୀୟ ଭାବରେ ଉପଲବ୍ଧ ପ୍ରାକୃତିକ ସମ୍ପଦ ଯଥା ବାଉଁଶ, ଝୋଟ, ଖଜୁରୀ ପତ୍ରକୁ ଅଳଙ୍କାର ସାମଗ୍ରୀ ଏବଂ ସାଜସଜ୍ଜା ଆକାରରେ ବ୍ୟବହାର କରିବାରେ ସକ୍ଷମ ହୋଇଥିଲେ ସେମାନେ ମଧ୍ୟ ଖବରକାଗଜରୁ ପେନ୍ସିଲ ତିଆରି କରି ବର୍ଜ୍ୟବସ୍ତୁକୁ ସମ୍ପଦରେ ପରିଣତ କଲେ ଏବଂ ଔଷଧିୟ ଉଦ୍ଭିଦ ଚାଷ କରିବାର ଦକ୍ଷତା ହାସଲ କଲେ

ନିୟମିତ ରୋଜଗାର ସେମାନଙ୍କୁ ଆତ୍ମବିଶ୍ୱାସୀ କରିପାରିଛି ଏବଂ ବର୍ତ୍ତମାନ ସେମାନେ ରୋଜଗାର ବୃଦ୍ଧି ପାଇଁ ଅଧିକ ଉପାୟ ଖୋଜୁଥିବା ଡକ୍ଟର ଅହୁଜା କହିଛନ୍ତି

ଆନ୍ଧ୍ରପ୍ରଦେଶର ବହୁ ଦୂରରେ ଆଉ ଏକ WTP ପ୍ରାୟ 350 ଗ୍ରାମୀଣ ମହିଳାଙ୍କୁ ଔଷଧିୟ ବୃକ୍ଷ ଠାରୁ ଆରମ୍ଭ କରି ଖାଦ୍ୟ ଏବଂ ପ୍ରସାଧନ ସାମଗ୍ରୀ ପର୍ଯ୍ୟନ୍ତ ଉତ୍ପାଦର ବିକାଶ ପାଇଁ ତାଲିମ ଦେଇଛି ତିରୁପତି ସ୍ଥିତ ଶ୍ରୀ ପଦ୍ମାବତୀ ମହିଳା ବିଶ୍ୱବିଦ୍ୟାଳୟମର ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ଜ୍ୟୋଥି, ଯିଏକି WTP ଟିମ୍ ଜଣେ ସଦସ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାର ଉଦ୍ୟୋଗୀ ଗ୍ରାମୀଣ ମହିଳା ତଥା ବିଦ୍ୟାଳୟ କଲେଜ ଯାଉଥିବା ବାଳିକାମାନଙ୍କୁ ଜାଣିବା ପାଇଁ ଟିମ୍କିପରି ଘରକୁ ଘର ସର୍ଭେ କରିଥିଲେ ଏବଂ ସେମାନଙ୍କର ଜ୍ଞାନକୌଶଳ ବୃଦ୍ଧି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଅଧିକ ରୋଜଗାର ପାଇଁ ତାଲିମ ଦେଇଥିଲେ ସେ ସଂକ୍ରାନ୍ତରେ ବର୍ଣ୍ଣନା କରିଥିଲେ

 

ଆମେ 30 ଟି ଉତ୍ପାଦ ବିକଶିତ କରିଛୁ ଯେଉଁଥିରେ ଖାଦ୍ୟ ସାମଗ୍ରୀ ଏବଂ ପ୍ରସାଧନ ସାମଗ୍ରୀ ଅନ୍ତର୍ଭୁକ୍ତ ଏବଂ ପ୍ରଦର୍ଶନୀ--ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାମାନଙ୍କୁ ତାଲିମ ଦିଆଯାଇଛି ସେମାନଙ୍କ ମଧ୍ୟରୁ ଅଧିକାଂଶ ଭଲ କାମ କରୁଛନ୍ତି ଏବଂ ବିଭିନ୍ନ ଉତ୍ପାଦ ପ୍ରସ୍ତୁତ ଏବଂ ବିକ୍ରୟ କରି ରୋଜଗାର କରୁଛନ୍ତି ବୋଲି ଡକ୍ଟର ଜ୍ୟୋତି କହିଛନ୍ତି

ମହିଳା ଟେକ୍ନୋଲୋଜି ପାର୍କଗୁଡିକ ଗ୍ରାମାଞ୍ଚଳ ଏବଂ ସହରତଳି ଅଞ୍ଚଳରେ ଜ୍ଞାନକୌଶଳ ପରିବର୍ତ୍ତନ, ଉପଯୋଗୀକରଣ ଏବଂ ତାଲିମ କେନ୍ଦ୍ର ଭାବରେ ସ୍ଥାପନ କରାଯାଇଛି ଏବଂ କୃଷି ସମ୍ପ୍ରଦାୟର ମହିଳା ଗୋଷ୍ଠୀକୁ ତାଲିମ ଦେଇଛନ୍ତି ଏହି ତାଲିମ କେନ୍ଦ୍ରଗୁଡ଼ିକ ଉପଯୁକ୍ତ ଜ୍ଞାନକୌଶଳର ବିକାଶ ଏବଂ ଗ୍ରହଣ, ପ୍ରମାଣିତ ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର ଏବଂ ମହିଳା ନିଯୁକ୍ତି କ୍ଷେତ୍ରରେ ସାମାଜିକ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଯୁକ୍ତିବିଦ୍ୟା ମଡେଲଗୁଡିକର ପ୍ରଦର୍ଶନ ଉପରେ ଗୁରୁତ୍ୱାରୋପ କରେ ଏହି ତାଲିମ କେନ୍ଦ୍ରଗୁଡ଼ିକ ଏକ ପରିବେଶ ସୃଷ୍ଟି କରନ୍ତି ଯେଉଁଠାରେ ବିଭିନ୍ନ ସଂଗଠନର ବୈଜ୍ଞାନିକ ଏବଂ ବୈଷୟିକ ବିଶେଷଜ୍ଞମାନେ ଏହି ମହିଳା ଗୋଷ୍ଠୀକୁ ଉପଯୁକ୍ତ କୌଶଳ ଯୋଗାଇ ପାରିବେ, ଯାହାକି ସେମାନେ ନିଜ କ୍ଷେତ୍ର କିମ୍ବା କାର୍ଯ୍ୟକ୍ଷେତ୍ରକୁ ଆଣିପାରିବେ

ଏହି ମହିଳା ଗୋଷ୍ଠୀଗୁଡିକ ଯେଉଁ ଅଭିନବ କୌଶଳ ତାଲିମ ଦିଆଯାଇଛି, ସେଥିରେ ଶ୍ରେଡର୍ ଏବଂ ପୁନଃଉତ୍ପାଦନ ପାଇଁ ନିର୍ଦ୍ଦିଷ୍ଟ -ଆବର୍ଜନା ଉପାଦାନ, ସିଏନ୍ସି ହଟୱାୟାର କାଟିବା ଯନ୍ତ୍ର, ଭାକ୍ୟୁମ୍ ଜରିଆରେ ଫୁଲ ଶୁଖାଇବା ଏବଂ ଥ୍ରୀଡି ଚକୋଲେଟ୍ ପ୍ରିଣ୍ଟିଂ ଯନ୍ତ୍ର ଇତ୍ୟାଦି ଅନ୍ତର୍ଭୁକ୍ତ ଏଥିସହ, ଶୀଘ୍ର ନଷ୍ଟ ହେଉଥିବା କଞ୍ଚାମାଲ ଯେପରିକି ଫଳ, ପନିପରିବା, କ୍ଷୀର, ମାଂସ, କୁକୁଡ଼ା ଏବଂ ମାଛର ପ୍ରକ୍ରିୟାକରଣ ଉପରେ ତାଲିମ ଦିଆଯାଉଛି, ଏଥି ସହିତ ବଜାରର ଆବଶ୍ୟକତା, ବିଶେଷକରି ଶୁଦ୍ଧ ନଡ଼ିଆ ତେଲ, ପ୍ରାକୃତିକ ନଡ଼ିଆ ଭିନେଗାର, ନଡିଆ କତା ପ୍ରସ୍ତୁତ ମ୍ୟାଟ୍‍, ଔଷଧିୟ ବୃକ୍ଷ, ଫଳ ଏବଂ ପନିପରିବା, ମୋଜାରେଲା ପନିର, କ୍ଷୀର ପାନୀୟ, ମାଂସ ଏବଂ ମାଛ ସ୍ନାକ୍ସ ଇତ୍ୟାଦି ରହିଛି ଏଭଳି ଜ୍ଞାନକୌଶଳ କେବଳ ବିକ୍ରିରୁ ଆୟ ବୃଦ୍ଧି କରିବନାହିଁ ବରଂ ଏହା ମାଧ୍ୟମରେ ସେମାନେ ଉତ୍ପାଦର ଗଚ୍ଛିତ ସମୟ କାର୍ଯ୍ୟକାରିତାକୁ ମଧ୍ୟ ବୃଦ୍ଧି କରିପାରିବେ

ଏହି WTPs ମାଧ୍ୟମରେ ପ୍ରଶିକ୍ଷଣ ଗ୍ରହଣ କରୁଥିବା ମହିଳାମାନେ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିପାରିବେ ଏବଂ ଆତ୍ମର୍ନିଭରଶୀଳ ହେବା ପାଇଁ ନିଜସ୍ୱ କ୍ଷୁଦ୍ର ଉଦ୍ୟୋଗ ଗଠନ କରିପାରିବେ WTP ମଧ୍ୟ ଗ୍ରାମାଞ୍ଚଳର ମହିଳାଙ୍କ ଉତ୍ପାଦିତ ସାମଗ୍ରୀର ନିଶ୍ଚିତ ବଜାର ବ୍ୟବସ୍ଥା ପାଇଁ ନାବାର୍ଡ, ଜିଲ୍ଲା ସ୍ତରୀୟ ଅଗ୍ରଣୀ ବ୍ୟାଙ୍କ ଇତ୍ୟାଦି ଆର୍ଥିକ ଅନୁଷ୍ଠାନ ସହାୟତା ଯୋଗାଇବା ସହ ଜିଲ୍ଲା କର୍ତ୍ତୃପକ୍ଷ, ଗ୍ରାମ ପଞ୍ଚାୟତ ଏବଂ ଅନ୍ୟାନ୍ୟ ସରକାରୀ ଯୋଜନା ସହିତ ରାଜ୍ୟ ଗ୍ରାମ୍ୟ ଜୀବିକା ମିଶନ ଦ୍ୱାରା ସହାୟତା ଯୋଗାଇ ଦେଇଥାନ୍ତି

ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ମହିଳା ସଶକ୍ତିକରଣରେ ଡବ୍ଲ୍ୟୁଟିପି କାର୍ଯ୍ୟକ୍ରମର ସଫଳତା ମହିଳା ସଶକ୍ତିକରଣ ପାଇଁ ଥିବା ସଂସଦୀୟ କମିଟି ଦ୍ୱାରା ତାହାର ରିପୋର୍ଟକମିଟି ବିଶ୍ୱାସ କରେ ଯେ ସରକାରୀ ଏଜେନ୍ସି ସହାୟତାରେ ପ୍ରତିଷ୍ଠିତ ମହିଳା ଟେକ୍ନୋଲୋଜି ପାର୍କ (WTP) ଗ୍ରାମାଞ୍ଚଳର ଗରିବଙ୍କ ପାଇଁ ଲାଭଦାୟକ ହେବ ସମ୍ଭାବ୍ୟ ପ୍ରକଳ୍ପର ପ୍ରଦର୍ଶନ ଏବଂ ପ୍ରମାଣିତ ପ୍ରଯୁକ୍ତିବିଦ୍ୟାକୁ ସମାଜକୁ ସ୍ଥାନାନ୍ତର କରିବା ଅବଶ୍ୟକୀୟ ଉଦ୍ୟୋଗୀ ଦକ୍ଷତା ପ୍ରଦାନ କରି ଗ୍ରାମାଞ୍ଚଳର ମହିଳାମାନଙ୍କର ଜୀବିକା ତଥା ଜୀବନଶୈଳୀରେ ଉନ୍ନତି ଆଣିବରେ ପ୍ରଶଂସା କରାଯାଇଛି

ଗତ ପାଞ୍ଚଞ୍ଚ ବର୍ଷ ମଧ୍ୟରେ ପ୍ରାୟ 10,000 ଗ୍ରାମୀଣ ମହିଳା ଏହି ଯୋଜନାରେ ଉପକୃତ ହୋଇଛନ୍ତି ଏପର୍ଯ୍ୟନ୍ତ 28 ଟି WTP ସଫଳତାର ସହିତ ସମାପ୍ତ ହୋଇଛି ଏବଂ ସେମାନଙ୍କ ମଧ୍ୟରୁ କେତେକ ନିଜକୁ ବଞ୍ଚାଇ ରଖିଛନ୍ତି ଏବଂ ଦେଶର ବିଭିନ୍ନ ସ୍ଥାନରେ 12 ଟି ପାର୍କ କାର୍ଯ୍ୟ କରୁଛି ଭବିଷ୍ୟତରେ ଏହିପରି ଅଧିକ ପାର୍କ ପାଇଁ ଯୋଜନା ଥିବାବେଳେ  WTP ଗୁଡିକ ଗୋଷ୍ଠି ସ୍ତରରେ ଆତ୍ମନିର୍ଭର ଭାରତ ସୃଷ୍ଟି ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିବ

******

HS

 



(Release ID: 1703302) Visitor Counter : 172