ଅର୍ଥ ମନ୍ତ୍ରଣାଳୟ
ଷ୍ଟାର୍ଟ ଅପ୍ ଇଣ୍ଡିଆ ଯୋଜନା ଅଧୀନରେ ୮୧ ପ୍ରତିଶତରୁ ଅଧିକ ଜମାଖାତାଧାରୀ ହେଉଛନ୍ତି ମହିଳା
ମୁଦ୍ରା ଯୋଜନା: ୬୮ ପ୍ରତିଶତ ଋଣ ଖାତା ମହିଳା ଉଦ୍ଦ୍ୟୋଗୀଙ୍କ ସହିତ ସମ୍ପର୍କିତ
ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା: ୪୧.୯୩ କୋଟି ଜମାଖାତା ମଧ୍ୟରୁ ୨୩.୨୧ କୋଟି ମହିଳା ଖାତାଧାରୀ
Posted On:
08 MAR 2021 9:06AM by PIB Bhubaneshwar
କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ବିଗତ ୭ ବର୍ଷ ମଧ୍ୟରେ ଅନେକ ଯୋଜନା ଆରମ୍ଭ କରିଛନ୍ତି ଯାହା ମଧ୍ୟରେ ମହିଳା ସଶକ୍ତିକରଣ ନିମନ୍ତେ ବିଶେଷ ଭାବେ ପ୍ରାବଧାନ କରାଯାଇଛି । ସେହିସବୁ ଯୋଜନାଗୁଡ଼ିକ ମହିଳାମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ନିମନ୍ତେ ଅଭିପ୍ରେତ ଯଦ୍ୱାରା ସେମାନେ ଉତ୍ତମ ଜୀବନ ବଞ୍ଚିପାରିବେ ଏବଂ ଉଦ୍ୟୋଗୀ ଭାବେ ନିଜକୁ ସୁପ୍ରତିଷ୍ଠିତ କରିବା ସହ ନିଜ ସ୍ୱପ୍ନକୁ ମଧ୍ୟ ସାକାର କରିପାରିବେ । ଆଜି ଆମେ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ପାଳନ କରୁଛୁ ଏବଂ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ମହିଳାମାନଙ୍କ ନିମନ୍ତେ ଆରମ୍ଭ କରାଯାଇଥିବା ବିଭିନ୍ନ ଯୋଜନାମାନଙ୍କ ଆସନ୍ତୁ, ନଜର ପକାଇବା:
ଷ୍ଟାର୍ଟ ଅପ୍ ଇଣ୍ଡିଆ ଯୋଜନା: ଏହି ଯୋଜନା ୨୦୧୬ ମସିହା ଏପ୍ରିଲ ୫ ତାରିଖ ଦିନ ଶୁଭାରମ୍ଭ କରାଯାଇଥିଲା ଏବଂ ଏହାର ଉଦ୍ଦେଶ୍ୟ ହେଉଛି ଗ୍ରାମୀଣ କ୍ଷେତ୍ରରେ ସର୍ବନିମ୍ନ ସ୍ତରରେ ବସବାସ କରୁଥିବା ମହିଳାମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ଏବଂ ସେମାନଙ୍କ ନିମନ୍ତେ ରୋଜଗାର ସୃଷ୍ଟି ନିମନ୍ତେ ଉଦ୍ୟମିତାକୁ ପ୍ରୋତ୍ସାହନ ପ୍ରଦାନ ଯୋଗାଇବା । ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ସଂସ୍ଥାଗତ ଋଣର ସୁଫଳ ଏଭଳି ବର୍ଗଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା, ଯେଉଁଠାରେ ଇତି ପୂର୍ବରୁ ସେମାନେ ପହଞ୍ଚି ପାରିନଥିଲେ ଏବଂ ସେମାନଙ୍କ ମଧ୍ୟରେ ଅନୁସୂଚୀତ ଜାତି, ଅନୁସୂଚୀତ ଜନଜାତି ଏବଂ ମହିଳା ଉଦ୍ୟୋଗୀ ସାମିଲ । ଏହା ଫଳରେ ସେମାନଙ୍କର ଆର୍ଥିକ ପ୍ରଗତି ନିମନ୍ତେ ସେମାନେ ଆବଶ୍ୟକ କରୁଥିବା ସମସ୍ତ ପ୍ରକାର ଅବସର ସେମାନଙ୍କୁ ଉପଲବ୍ଧ ହୋଇପାରିବ । ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ୧୦ ଲକ୍ଷ ଟଙ୍କାରୁ ନେଇ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଅନୁସୂଚୀତ ବାଣିଜ୍ୟିକ ବ୍ୟାଙ୍କ (ଏସସିବି)ମାନଙ୍କର ପ୍ରତ୍ୟେକ ଶାଖାରୁ ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତିର ସର୍ବନିମ୍ନ ଜଣେ ସଦସ୍ୟ ଏବଂ ଅତି କମ୍ରେ ଜଣେ ମହିଳା ଉଦ୍ଦ୍ୟୋଗୀଙ୍କୁ ଋଣ ସୁବିଧା ପ୍ରଦାନ କରିବା । ଏହା ଫଳରେ ଦେଶର ପ୍ରତ୍ୟେକ କ୍ଷେତ୍ରରେ ଏହିଭଳି ଉଦ୍ୟୋଗ ସ୍ଥାପନ କରାଯାଇପାରିବ।
ଷ୍ଟାର୍ଟ ଅପ୍ ଇଣ୍ଡିଆ ଯୋଜନା ଅଧୀନରେ ୨୬.୦୨.୨୦୨୧ ତାରିଖ ପର୍ଯ୍ୟନ୍ତ ୮୧ ପ୍ରତିଶତରୁ ଅଧିକ ଅର୍ଥାତ୍ ୯୧.୧୦୯ଟି ଜମାଖାତାରେ ମହିଳା ଉଦ୍ଦ୍ୟୋଗୀମାନଙ୍କ ନିମନ୍ତେ ୨୦,୭୪୯ କୋଟି ଟଙ୍କାର ରାଶିକୁ ମଞ୍ଜୁରୀ ପ୍ରଦାନ କରାଯାଇଛି ।
ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମଏମୱାଇ): ଏହି ଯୋଜନା ୨୦୧୫ ମସିହା ଏପ୍ରିଲ ୮ ତାରିଖ ଦିନ ଆରମ୍ଭ କରାଯାଇଥିଲା ଏବଂ ଅଣ କର୍ପୋରେଟ, ଅଣ- କୃଷି ଲଘୁ/ସୂକ୍ଷ୍ମ ଉଦ୍ୟୋଗୀ ନିମନ୍ତେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ରାଶି ଉପଲବ୍ଧ କରାଇବା ନିମନ୍ତେ ସରକାର ବ୍ୟବସ୍ଥା ଗ୍ରହଣ କରିଥିଲେ । ଏହି ଋଣକୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅଥୀନରେ ମୁଦ୍ରା ଋଣ ଭାବେ ବର୍ଗୀକୃତ କରାଯାଇଛି ଏବଂ ଏହି ଋଣ ବ୍ୟବସାୟିକ ବ୍ୟାଙ୍କମାନଙ୍କରୁ, କ୍ଷେତ୍ରୀୟ ଗ୍ରାମୀଣ ବ୍ୟଙ୍କମାନଙ୍କରୁ, ଲଘୁ ଆର୍ଥିକ ବ୍ୟାଙ୍କ, ସୂକ୍ଷ୍ମ ବିତ୍ତୀୟ ସଂସ୍ଥାନ ଏବଂ ଅଣ- ବ୍ୟାଙ୍କିଙ୍ଗ୍ ଆର୍ଥିକ ନିଗମମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥାଏ । ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅଧୀନରେ ମୁଦ୍ରା ଋଣକୁ ଶିଶୁ, କିଶୋର ଏବଂ ତରୁଣ ଭାବେ ବର୍ଗୀକୃତ କରାଯାଇଛି ଯଦ୍ୱାରା ଏହାର ଲାଭାର୍ଥୀ ସୂକ୍ଷ୍ମ ୟୁନିଟ୍/ ଉଦ୍ୟୋଗୀଙ୍କ ଅଭିବୃଦ୍ଧି ପର୍ଯ୍ୟାୟ- ବିକାଶ ଏବଂ ବିତ୍ତିୟ ଆବଶ୍ୟକତାଗୁଡ଼ିକ ଚିହ୍ନଟ କରାଯାଇପାରିବ ଏବଂ ସେମାନଙ୍କର ବିକାଶର ବିଭିନ୍ନ ଚରଣ ନିମନ୍ତେ ସେମାନେ ଆର୍ଥିକ ଦୃଷ୍ଟିରୁ ସମର୍ଥ ହୋଇପାରିବେ ।
ମୁଦ୍ରା ଯୋଜନା ଆରମ୍ଭ ହେବା ଦିନଠାରୁ ୨୬.୦୨.୨୦୨୧ ତାରିଖ ପର୍ଯ୍ୟନ୍ତ ମହିଳା ଉଦ୍ୟୋଗୀମାନଙ୍କୁ ୬୮ ପ୍ରତିଶତ ଅର୍ଥାତ୍ ୧୯.୦୪ କୋଟି ଖାତା ଭିତରୁ ୬.୩୬ ଲକ୍ଷ କୋଟି ଟଙ୍କାର ରାଶି ମଞ୍ଜୁରୀ ପ୍ରଦାନ କରାଯାଇସାରିଛି ।
ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (ପିଏମଜେଡିୱାଇ): ଏହି ଯୋଜନା ୨୦୧୪ ମସିହା ଅଗଷ୍ଟ ୨୮ ତାରିଖ ଦିନ ଆରମ୍ଭ କରାଯାଇଥିଲ ଏବଂ ଏହାର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ପରିବାରକୁ ଅତି କମ୍ରେ ଗୋଟିଏ ବ୍ୟାଙ୍କ୍ ଜମାଖାତା ଉପଲବ୍ଧ ସୁବିଧା ପ୍ରଦାନ କରିବା । ସେହିଭଳି ସେମାନଙ୍କୁ ବିତ୍ତୀୟ ସାକ୍ଷରତା, ଋଣ ପର୍ଯ୍ୟନ୍ତ ପହଞ୍ଚ, ବୀମା ଓ ପେନସନ୍ ସୁବିଧା ଉପଲବ୍ଧ କରାଇବା ମଧ୍ୟ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ ।
ଏହି ଯୋଜନା ଅଧୀନରେ ୨୪.୦୨.୨୦୨୧ ତାରିଖ ସୁଦ୍ଧା ମୋଟ ୪୧.୯୩ କୋଟି ଜମାଖାତା ଖୋଲା ଯାଇସାରିଛି ଏବଂ ସେଥି ମଧ୍ୟରୁ ୨୩.୨୧ କୋଟି ଜମାଖାତା ମହିଳାମାନଙ୍କର ବୋଲି ଜଣାପଡ଼ିଛି ।

*****
ss
(Release ID: 1703297)