ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାମନ୍ତ୍ରୀଙ୍କ ଦ୍ୱାରା କୋଏମ୍ବାଟୁରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ

ବନ୍ଦର ଭିତ୍ତିକ ବିକାଶ ପାଇଁ ଭାରତର ପ୍ରତିବଦ୍ଧତା ସାଗରମାଳା ଯୋଜନାରେ ପ୍ରତିଫଳିତ : ପ୍ରଧାନମନ୍ତ୍ରୀ

ଆଜି ଆରମ୍ଭ ହୋଇଥିବା ବିକାଶମୂଳକ କାର୍ଯ୍ୟ କୋଏମ୍ବାଟୁର ଏବଂ ସମଗ୍ର ତାମିଲନାଡୁକୁ ଉପକୃତ କରିବ

Posted On: 25 FEB 2021 5:59PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି 1000 ମେଗାୱାଟ ନେଭେଲି ନୂତନ ତାପଜ ବିଦ୍ୟୁତ୍‍ ପ୍ରକଳ୍ପ ଏବଂ NLCIL ର 709 ମେଗାୱାଟ ସୌର ଶକ୍ତି ପ୍ରକଳ୍ପକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି । ସେ ଭି.ଓ ଚିଦାମ୍ବରନାର ବନ୍ଦରରେ 5 ମେଗାୱାଟ ଗ୍ରୀଡ୍ ସଂଯୁକ୍ତ ଗ୍ରାଉଣ୍ଡ-ଆଧାରିତ ସୌର ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ଏବଂ ଲୋୟର ଭବାନୀ ପ୍ରକଳ୍ପ ପ୍ରଣାଳୀର ଡିଜାଇନ୍‌, ଯୋଗାଣ, ସ୍ଥାପନ ଏବଂ ବିସ୍ତାର, ନବୀକରଣ ଏବଂ ଆଧୁନିକୀକରଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । କୋଏମ୍ବାଟୁର, ମଦୁରାଇ, ସାଲେମ, ଥାଞ୍ଜାଭୁର, ଭେଲୋର, ତିରୁଚିରାପଲ୍ଲୀ, ତିରୁପୁର, ତିରୁନେଲଭେଲି ଏବଂ ଥୋଥୁକୁଡି ସମେତ ନଅଟି ସ୍ମାର୍ଟ ସହରରେ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟର (ICCC) ର ବିକାଶ ପାଇଁ ସେ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଭି.ଓ. ଚିଦାମ୍ବରନାର ବନ୍ଦରର ସେ 8 ଲେନ ବିଶିଷ୍ଟ କୋରାମପାଲମ୍ ସେତୁ ଏବଂ ରେଳ ଓଭର ବ୍ରିଜ୍ (ROB) ଏବଂ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ସହରୀ) ଅଧୀନରେ ର୍ନିମିତ ଘରଗୁଡ଼ିକର ଉଦଘାଟନ କରିଛନ୍ତି । ଏହି ଅବସରରେ ତାମିଲନାଡୁର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରହଲଦ ଯୋଶୀ ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୋଏମ୍ବାଟୁର ହେଉଛି ଶିଳ୍ପ ଏବଂ ନବସୃଜନର ସହର । ଆଜି ଆରମ୍ଭ ହୋଇଥିବା ବିକାଶ କାର୍ଯ୍ୟ କୋଏମ୍ବାଟୁର ଏବଂ ସମଗ୍ର ତାମିଲନାଡୁ ପାଇଁ ଲାଭଦାୟକ ହେବ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭବାନୀ ସାଗର ଡ୍ୟାମର ଆଧୁନିକୀକରଣ 2 ଲକ୍ଷ ଏକରରୁ ଅଧିକ ଜମିକୁ ଜଳସେଚିତ କରିବ ଏବଂ ଏହି ପ୍ରକଳ୍ପରୁ ଅନେକ ଜିଲ୍ଲାର କୃଷକମାନେ ଉପକୃତ ହେବେ । ଭାରତର ଶିଳ୍ପ ଅଭିବୃଦ୍ଧିରେ ଏକ ପ୍ରମୁଖ ଅବଦାନ ଦେଇଥିବାରୁ ସେ ତାମିଲନାଡୁକୁ ପ୍ରଶଂସା କରିଛନ୍ତି । ଅନେକ ପ୍ରମୁଖ ବିଦ୍ୟୁତ୍‍ ପ୍ରକଳ୍ପର ଉଦ୍‍ଘାଟନ କରି ସେ ଖୁସିବ୍ୟକ୍ତ କରିଛନ୍ତି ଯାହା କି ଶିଳ୍ପ ଅଭିବୃଦ୍ଧିର ଏକ ମୌଳିକ ଆବଶ୍ୟକତା ହେଉଛି ନିରନ୍ତର ବିଦ୍ୟୁତ୍‍ ଯୋଗାଣ । ସେ କହିଛନ୍ତି ଯେ 709 ମେଗାୱାଟ ସୌର ଶକ୍ତି ପ୍ରକଳ୍ପ ସ୍ୱଦେଶୀ ଭାବେ ବିକଶିତ ହୋଇଛି ଏବଂ ଏହି ପ୍ରକଳ୍ପର ମୂଲ୍ୟ 3000 କୋଟି ଟଙ୍କାରୁ ଅଧିକ ଅଟେ । ସେ ଆହୁରି ମଧ୍ୟ କହିଛନ୍ତି ଯେ 7800 କୋଟି ଟଙ୍କା ବ୍ୟୟରେ ର୍ନିମିତ ଆଉ ଏକ 1000 ମେଗାୱାଟ ତାପଜ ବିଦ୍ୟୁତ୍‍ ପ୍ରକଳ୍ପ ତାମିଲନାଡୁ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଉତ୍ପାଦିତ ଶକ୍ତିର 65% ରୁ ଅଧିକ ତାମିଲନାଡୁକୁ ଦିଆଯିବ ।

 

ଯେହେତୁ ପ୍ରଧାନମନ୍ତ୍ରୀ ଭି.ଓ ଚିଦାମ୍ବରନାର ବନ୍ଦର, ଥୁଥୁକୁଡରେ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି, ସେ କହିଛନ୍ତି ଯେ ସମୁଦ୍ର ବାଣିଜ୍ୟ ଏବଂ ବନ୍ଦର ଭିତ୍ତିକ ବିକାଶରେ ତାମିଲନାଡୁର ଏକ ଗୌରବମୟ ଇତିହାସ ରହିଛି । ଆଜି ଆରମ୍ଭ ହୋଇଥିବା ପ୍ରକଳ୍ପଗୁଡ଼ିକ ବନ୍ଦରର ମାଲ ପରିବହନ କ୍ଷମତାକୁ ମଝବୁତ କରିବ ଏବଂ ସବୁଜ ବନ୍ଦର ପଦକ୍ଷେପକୁ ସମର୍ଥନ କରିବ । ସେ ଉଲ୍ଲେଖ କରିଛନ୍ତି ଯେ ଦକ୍ଷ ବନ୍ଦରଗୁଡ଼ିକ ଭାରତକୁ ଆତ୍ମନିର୍ଭର ଏବଂ ବାଣିଜ୍ୟ ତଥା ମାଲ ପରିବହନ ପାଇଁ ଏକ ବିଶ୍ୱସ୍ତରୀୟ ହବ୍ ଭାବରେ ଯୋଗଦାନ କରିଥାଏ । ମହାନ ସ୍ୱାଧୀନତା ସଂଗ୍ରାମୀ ଭିଓସିଙ୍କୁ ଶ୍ରୀ ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ଜାହାଜ ଶିଳ୍ପ ଏବଂ ସାମୁଦ୍ରିକ ବିକାଶ ପାଇଁ ତାଙ୍କର ଦୂରଦୃଷ୍ଟି ଆମକୁ ବହୁତ ପ୍ରେରଣା ଯୋଗାଉଛି । ସେ ଖୁସି ବ୍ୟକ୍ତ କରିଛନ୍ତି ଯେ ଭିଓସି ବନ୍ଦର 20 କୋଟି ଟଙ୍କା ବ୍ୟୟରେ ଗ୍ରୀଡ୍ ସଂଯୁକ୍ତ 5 ମେଗାୱାଟ ଗ୍ରାଉଣ୍ଡ ଆଧାରିତ ସୌର ବିଦ୍ୟୁତ କେନ୍ଦ୍ର ସ୍ଥାପନ କରିଛି ଏବଂ ଛାତ ଉପରେ 140 କିଲୋୱାଟ ସୌର ପ୍ରକଳ୍ପ ସ୍ଥାପନ କାର୍ଯ୍ୟ ଚାଲିଛି । ସେ ଏହାକୁ ଉର୍ଜା ଆତ୍ମନିର୍ଭରତାର ଏକ ଉଦାହରଣ ବୋଲି କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବନ୍ଦର ଭିତ୍ତିକ ବିକାଶ ପାଇଁ ଭାରତ ସରକାରଙ୍କ ପ୍ରତିବଦ୍ଧତା ସାଗରମାଳା ଯୋଜନା ମାଧ୍ୟମରେ ପ୍ରତିଫଳିତ ହେଉଛି । 2015-2035 ଅବଧି ମଧ୍ୟରେ ମୋଟ ଛଅ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ପ୍ରାୟ 575 ଟି ପ୍ରକଳ୍ପ ଚିହ୍ନଟ କରାଯାଇଛି । ଏହି କାର୍ଯ୍ୟଗୁଡିକ ବନ୍ଦର ଆଧୁନିକୀକରଣ, ନୂତନ ବନ୍ଦର ବିକାଶ, ବନ୍ଦର ସଂଯୋଗୀକରଣ ବୃଦ୍ଧି, ବନ୍ଦର ସଂଯୁକ୍ତ ଶିଳ୍ପାୟନ ଏବଂ ଉପକୂଳ ସମ୍ପ୍ରଦାୟର ବିକାଶ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ସେ ସୂଚନା ଦେଇଛନ୍ତି ଯେ ଚେନ୍ନାଇର ଶ୍ରୀପେରୁମ୍ବୁଦୁର ନିକଟ ମାପେଦୁରେ ଖୁବ ଶୀଘ୍ର ଏକ ନୂତନ ମଲ୍ଟି-ମୋଡାଲ୍ ଲଜିଷ୍ଟିକ୍ ପାର୍କ ଉନ୍ମୋଚନ ହେବାକୁ ଯାଉଛି । ଏହି ପ୍ରକଳ୍ପ ବନ୍ଦରରୁ ଯାତାୟାତରେ ଟ୍ରାଫିକ ମୁକ୍ତ ଗମନାଗମନକୁ ସୁଗମ କରିବ । ଏହା ମଧ୍ୟ ମାଲ ପରିବହନ ଟ୍ରକ୍ ଗୁଡ଼ିକର ସମୟ ହ୍ରାସ କରିବ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ବିକାଶର ମୂଳରେ ପ୍ରତ୍ୟେକ ବ୍ୟକ୍ତିଙ୍କ ସମ୍ମାନ ନିଶ୍ଚିତ ହୋଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି । ସମ୍ମାନ ସୁନିଶ୍ଚିତ କରିବାର ଏକ ମୌଳିକ ଉପାୟ ହେଉଛି ସମସ୍ତଙ୍କ ପାଇଁ ଆଶ୍ରୟସ୍ଥଳ ଯୋଗାଇଦେବା । ସେ କହିଛନ୍ତି ଯେ ଆମ ଲୋକଙ୍କ ସ୍ୱପ୍ନ ଏବଂ ଆକାଂକ୍ଷାରେ ଡେଣା ଲଗାଇବା ପାଇଁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଆରମ୍ଭ କରାଯାଇଛି । ବିଭିନ୍ନ ଅଞ୍ଚଳରେ ର୍ନିମିତ 4144 ଟି ଗୃହର ଉଦଘାଟନ କରିବା ଏବଂ ତାମିଲନାଡୁର ସ୍ମାର୍ଟ ସିଟିରେ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଏବଂ କଣ୍ଟ୍ରୋଲ୍ ସେଣ୍ଟର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରି ସେ ଖୁସି ବ୍ୟକ୍ତ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଏହି ପ୍ରକଳ୍ପର ମୂଲ୍ୟ 332 କୋଟି ଟଙ୍କା ଏବଂ ଏହି ଘରଗୁଡିକ ସ୍ୱାଧୀନତାର 70 ବର୍ଷ ପରେ ମଧ୍ୟ ଭୂମିହୀନମାନଙ୍କୁ ହସ୍ତାନ୍ତର କରାଯିବ । ସେ କହିଛନ୍ତି ଯେ ଏହି ସହରଗୁଡ଼ିକରେ ବିଭିନ୍ନ ସେବା ପରିଚାଳନା ପାଇଁ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟର ଏକ ବୁଦ୍ଧିମାନ ଏବଂ ସମନ୍ୱିତ ଆଇଟି ସମାଧାନ ପ୍ରଦାନ କରିବ ।

 

HS



(Release ID: 1701134) Visitor Counter : 245