ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପଶ୍ଚିମବଙ୍ଗ ଖଡଗପୁର ଆଇଆଇଟିର 66ତମ ସମାବର୍ତନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

Posted On: 23 FEB 2021 3:23PM by PIB Bhubaneshwar

ନମସ୍କାର ଆଜ୍ଞା,

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ରମେଶ ପୋଖରୀୟାଲ ନିଶଙ୍କ ମହାଶୟ, ଶ୍ରୀ ସଞ୍ଜୟ ଧୋତ୍ରେ ମହାଶୟ, ଆଇଆଇଟି ଖଡଗପୁରର ଅଧ୍ୟକ୍ଷ ଶ୍ରୀ ସଞ୍ଜୀବ ଗେୟଙ୍କା ମହାଶୟ, ନର୍ଦ୍ଦେଶକ ଶ୍ରୀ ବି.କେ ତିୱାରୀ ମହାଶୟ, ଅନ୍ୟ ଅଧ୍ୟାପନା ସଦସ୍ୟଗଣ, ସମସ୍ତ କର୍ମଚାରୀ ବନ୍ଧୁ, ଅଭିଭାବକ ଏବଂ ମୋର ଯୁବ ସାଥୀଗଣ!! ଆଜିର ଦିନ ଆଇଆଇଟି ଖଡଗପୁରର କେବଳ ସେହି ଛାତ୍ର ମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଯେଉଁମାନଙ୍କୁ ଡିଗ୍ରୀ ମିଳୁଛି। ଆଜିର ଦିନ ନୂତନ ଭାରତର ନିର୍ମାଣ ପାଇଁ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଆପଣ ସମସ୍ତଙ୍କ ସହିତ କେବଳ ଆପଣଙ୍କ ଅଭିଭାବକ ଏବଂ ଆପଣଙ୍କ ପ୍ରଫେସରମାନଙ୍କର ଆଶା ଭରସା ଯୋଡି ହୋଇ ନାହିଁ ବରଂ 130 କୋଟି ଭାରତବାସୀଙ୍କର ଆକାଂକ୍ଷା ଗୁଡିକର ମଧ୍ୟ ଆପଣ ହେଉଛନ୍ତି ପ୍ରତିନିଧି। ଏଥିପାଇଁ, ଏହି ସଂସ୍ଥାନରୁ ଦେଶକୁ ଏକବିଂଶ ଶତାବ୍ଦୀର ଆତ୍ମନିର୍ଭର ଭାରତରେ ସୃଷ୍ଟି ହେଉଥିବା ନୂତନ ଇକୋସିଷ୍ଟମ ପାଇଁ ନୂତନ ନେତୃତ୍ୱର ମଧ୍ୟ ଆଶା ଭରସା ରହିଛି। ନୂତନ ଇକୋସିଷ୍ଟମ, ଆମ ଷ୍ଟାଟଅପ୍‍ ଗୁଡିକର ଦୁନିଆରେ, ନୂତନ ଇକୋସିଷ୍ଟମ, ଆମର ନବସୃଜନ ଗବେଷଣା ଦୁନିଆରେ, ନୂତନ ଇକୋସିଷ୍ଟମ, ଆମର କର୍ପୋରେଟ ଜଗତରେ ଏବଂ ନୂତନ ଇକୋସିଷ୍ଟମ, ଦେଶର ପ୍ରଶାସନିକ ବ୍ୟବସ୍ଥାରେ, ଏହି କ୍ୟାମ୍ପସରୁ ବାହାରି ଆପଣଙ୍କୁ କେବଳ ନିଜର ନୂଆ ଜୀବନ ହିଁ ଆରମ୍ଭ କରିବାର ନାହିଁ, ବରଂ ଆପଣମାନଙ୍କୁ ଦେଶର କୋଟି କୋଟି ଲୋକଙ୍କ ଜୀବନରେ ପରିବର୍ତନ ଆଣିବା ପାଇଁ ସ୍ୱୟଂ ନିଜ ଭିତରେ ଏକ ଷ୍ଟାର୍ଟ ଅପ୍‍ ମଧ୍ୟ ହେବାକୁ ପଡ଼ିବ। ଏଥିପାଇଁ ଯେଉଁ ଡିଗ୍ରୀ, ଯେଉଁ ପଦକ ଆପଣଙ୍କ ହାତରେ ଅଛି, ତାହା ଗୋଟିଏ ପଟେ କୋଟି କୋଟି ଆଶାର ଆକାଂକ୍ଷାର ହେଉଛି ପତ୍ର, ଯାହାକୁ ଆପଣମାନଙ୍କୁ ପୂରଣ କରିବାର ଅଛି। ଆପଣ ବର୍ତମାନ ଉପରେ ଦୃଷ୍ଟି ରଖି ଭବିଷ୍ୟତକୁ ମଧ୍ୟ ଅନୁମାନ କରନ୍ତୁ। ଆମର ବର୍ତମାନର ଆବଶ୍ୟକତା ଅଛି ଏବଂ 10 ବର୍ଷ ପରେ ଆବଶ୍ୟକତା ହେବାକୁ ଯାଉଛି, ସେମାନଙ୍କ ପାଇଁ ଆଜି କାମ କରିବେ ତେବେ, ଆସନ୍ତାକାଲି ପାଇଁ ଆଜି ଭାରତ ନବସୃଜନ କରିବ।

ସାଥୀଗଣ,

ଇଂଜିନିୟର ହେବା ଯୋଗୁଁ ଆପଣଙ୍କ ମଧ୍ୟରେ ସହଜରେ ଏକ କ୍ଷମତା ବିକଶିତ ହୋଇଥାଏ ଏବଂ ତାହା ହେଉଛି ଜିନିଷକୁ ନମୁନାରୁ ପେଟେଂଟ ପର୍ଯ୍ୟନ୍ତ ନେଇ ଯିବାର କ୍ଷମତା। ଅର୍ଥାତ ଗୋଟିଏ ପକ୍ଷରେ ଆପଣଙ୍କ ପାଖରେ ବିଷୟ ଗୁଡିକୁ ଅଧିକ ବିସ୍ତୃତ ଭାବରେ ଦେଖିବାର, ଏକ ନୂତନ ଦୃଷ୍ଟିରେ ଦେଖିବାର, ଆପଣଙ୍କ ପାଖରେ କ୍ଷମତା ଥାଏ। ଏଥିପାଇଁ ଆଜି ଆମର ଆଖ ପାଖରେ ସୂଚନାର ଯେଉଁ ଭଣ୍ଡାର ଅଛି ସେଥିରୁ ସମସ୍ୟା ଏବଂ ତାହାର ପ୍ୟାଟର୍ଣ୍ଣକୁ ଆପଣମାନେ ବହୁତ ସୁକ୍ଷ୍ମ ଭାବରେ ଦେଖି ପାରନ୍ତି। ପ୍ରତ୍ୟେକ ସମସ୍ୟା ସହିତ ନମୁନା ଯୋଡି ହୋଇଥାଏ। ସମସ୍ୟାଗୁଡିକର ନମୁନାକୁ ବୁଝି ଆମକୁ ଦୀର୍ଘ ସୂତ୍ରୀ ସମାଧାନ ଆଡକୁ ନେଇ ଯିବାର ଅଛି। ଏହି ବୁଝିବାର ଜ୍ଞାନ ଭବିଷ୍ୟତରେ ନୂତନ ଆବିସ୍କାର, ନୂତନ ସଫଳତାର ଆଧାର ପାଲଟି ଯାଇଥାଏ। ଆପଣ ଚିନ୍ତା କରନ୍ତୁ, ଆପଣ କେତେଗୁଡିଏ ଜୀବନରେ ପରିବର୍ତନ ଆଣି ପାରିବେ, କେତେ ଜୀବନ ବଞ୍ଚାଇ ପରିବେ, ଦେଶର ସଂସାଧନକୁ ବଞ୍ଚାଇ ପାରିବେ, ଯଦି ଆପଣ ନମୁନାକୁ ବୁଝି ପାରିବେ ଏବଂ ତାକୁ ବୁଝି ସମାଧାନ ବହାର କରନ୍ତୁ। ଆଉ ଏହି କଥାର ମଧ୍ୟ ସଂମ୍ପୂର୍ଣ୍ଣ ସମ୍ଭାବନା ରହିଛି ଯେ ଭବିଷ୍ୟତରେ ଏହି ସମାଧାନ ଆପଣଙ୍କୁ ବ୍ୟବସାୟିକ ସଫଳତା ମଧ୍ୟ ଦେବ।

ସାଥୀଗଣ,

ଜୀବନରେ ଯେଉଁ ପଥରେ ଆପଣ ଏବେ ଆଗକୁ ଅଗ୍ରସର ହେଉଛନ୍ତି, ସେଥିରେ ନିଶ୍ଚିତ ପକ୍ଷେ ଆପଣଙ୍କ ସାମ୍ନାରେ ଅନେକ ପ୍ରଶ୍ନ ମଧ୍ୟ ଆସିବ। ଏହି ପଥ ଠିକ୍‍ ଅଛି, ଅବା ଭୁଲ ଅଛି, କ୍ଷତି ହୋଇଯିବ ନାହିଁ ’, ସମୟ ନଷ୍ଟ ହୋଇ ଯିବ ନାହିଁ? ଏଭଳି ବହୁତ ଗୁଡିଏ ପ୍ରଶ୍ନ ମନ ମସ୍ତିଷ୍କକୁ ଜାବୁଡି ଧରିବ। ଏହି ପ୍ରଶ୍ନଗୁଡିକର ଉତର ହେଉଛି- ସେଲ୍‌ଫ ଥ୍ରୀ, ମୁଁ ସେଲ୍‌ଫି ବୋଲି କହୁ ନାହିଁ, ସେଲ୍‌ଫ ଥ୍ରୀ, ଅର୍ଥାତ ଆତ୍ମ-ସଚେତନତା, ଆତ୍ମ-ବିଶ୍ୱାସ, ଆଉ ଯାହା ହେଉଛି ସବୁଠାରୁ ବଡ଼ ଶକ୍ତି ତାହା ହେଉଛି ନିସ୍ୱାର୍ଥପରତା। ଆପଣ ନିଜର ସାମର୍ଥ୍ୟକୁ ଚିହ୍ନି ଆଗକୁ ବଢନ୍ତୁ, ସଂମ୍ପୂର୍ଣ୍ଣ ଆତ୍ମବିଶା୍ୱସର ସହିତ ଆଗକୁ ବଢନ୍ତୁ ଏବଂ ନିଃ:ସ୍ୱାର୍ଥପର ଭାବରେ ଆଗକୁ ବଢନ୍ତୁ। ଆମର ଏଠାରେ କୁହାଯାଇଛି- ଶନୈ: ପନ୍ଥା: ଶନୈ: କନ୍ଥା ଶନୈ: ପର୍ବତ ଲଂଘନମ୍‍। ଶନୈର୍ବିଦ୍ୟା ଶନୈର୍ବିତଂ ପଞ୍ଚତାନି ଶନୈ: ଶନୈ:।। ଅର୍ଥାତ ଯେତେବେଳେ ପଥ ଦୀର୍ଘ ହୋଇଥାଏ, ଚାଦରର ସିଲେଇ ହେଉ, ପାହାଡ ଚଢିବା ହେଉ, ପାଠ ପଢିବା ହେଉ ଅବା ଜୀବନ ପାଇଁ ରୋଜଗାର କରିବାର ହେଉ, ଏହି ସମସ୍ତ ପାଇଁ ଧୈର୍ଯ୍ୟ ଦେଖାଇବାକୁ ପଡ଼ିଥାଏ, ଧୈର୍ଯ୍ୟ ରଖିବାକୁ ପଡ଼ିଥାଏ। ବିଜ୍ଞାନ, ଶହ ଶହ ବର୍ଷ ପୂର୍ବର ଏହି ସମସ୍ୟା ଗୁଡିକୁ ଆଜି ବହୁତ ସରଳ କରି ଦେଇଛି। କିନ୍ତୁ ଜ୍ଞାନ ଏବଂ ବିଜ୍ଞାନର ପ୍ରୟୋଗ, ଏହାକୁ ନେଇ ଏହି ଆପ୍ତବାକ୍ୟ ଧୀରେ-ଧୀରେ ଧୈର୍ଯ୍ୟର ସହିତ, ଏହି ଆପ୍ତବାକ୍ୟ ଆଜି ମଧ୍ୟ ହେଉଛି ସେତିକି ସଶକ୍ତ। ଆପଣ ସମସ୍ତେ, ବିଜ୍ଞାନ, ବୈଷୟିକ ଜ୍ଞାନ ଏବଂ ନବସୃଜନର ଯେଉଁ ମାର୍ଗରେ ଚାଲୁଛନ୍ତି, ସେଠାରେ ଚଞ୍ଚଳତା ପାଇଁ କୌଣସି ସ୍ଥାନ ନାହିଁ। ଆପଣମାନେ ଯାହା ଚିନ୍ତା କରିଛନ୍ତି, ଆପଣ ଯେଉଁ ନବସୃଜନ ଉପରେ କାର୍ଯ୍ୟ କରୁଛନ୍ତି, ସମ୍ଭବତଃ ସେଥିରେ ଆପଣଙ୍କୁ ସଂମ୍ପୂର୍ଣ୍ଣ ସଫଳତା ମଧ୍ୟ ମିଳି ପାରେ। କିନ୍ତୁ ଆପଣଙ୍କର ସେହି ବିଫଳତାକୁ ମଧ୍ୟ ସଫଳତା ଭାବେ ଗ୍ରହଣ କରାଯିବ, କାରଣ ଆପଣ ସେଥିରୁ ମଧ୍ୟ କିଛି ଶିଖିବେ। ଆପଣଙ୍କୁ ମନେ ରଖିବାକୁ ହେବ ଯେ, ପ୍ରତ୍ୟେକ ବୈଜ୍ଞାନିକ ଏବଂ ବୈଷୟିକ ଅସଫଳତାରୁ ଏକ ନୂତନ ପଥ ଉନ୍ମୁକ୍ତ ହୋଇଥାଏ, ମୁଁ ଆପଣମାନଙ୍କୁ ସଫଳତା ପଥରେ ଯାଉଥିବା ଦେଖିବାକୁ ଚାହୁଁଛି। ଏହି ବିଫଳତା ହିଁ ଆପଣଙ୍କ ସଫଳତାର ରାସ୍ତା ହୋଇପାରେ।

ସାଥୀଗଣ,

ଏକବିଂଶ ଶତାବ୍ଦୀର ସ୍ଥିତି ମଧ୍ୟ ବଦଳି ଯାଇଛି, ଆବଶ୍ୟକତା ମଧ୍ୟ ବଦଳି ଯାଇଛି ଏବଂ ଆକାଂକ୍ଷା ମଧ୍ୟ ବଦଳିଯାଇଛି। ଏବେ ଆଇଆଇଟି ଗୁଡିକୁ ଭାରତୀୟ ପ୍ରେଦ୍ୟୋଗିକ ପ୍ରତିଷ୍ଠାନ ନୁହେଁ, ଭାରତୀୟ ସ୍ୱଦେଶୀ ଟେକ୍ନୋଲୋଜି ପ୍ରତିଷ୍ଠାନ ଭାବେ ପରବର୍ତୀ ସ୍ତରକୁ ନେଇ ଯିବାର ଆବଶ୍ୟକତା ଅଛି। ଆମର ଆଇଆଇଟି ଗୁଡିକ ଯେତେ ଅଧିକ ଭାରତର ଆହ୍ୱାନ ଗୁଡିକୁ ଦୂର କରିବା ପାଇଁ ଗବେଷଣା କରି. ଭାରତ ପାଇଁ ସମାଧାନ ପ୍ରସ୍ତୁତ କରିବ, ତାହା ସେତେ ଅଧିକ ବିଶ୍ୱ ସ୍ତରୀୟ ପ୍ରୟୋଗର ମାଧ୍ୟମ ପାଲଟିବ। ଆମର ଏତେ ବଡ଼ ଜନସଂଖ୍ୟା ମଧ୍ୟରେ ଆପଣଙ୍କର ଯେଉଁ ପରୀକ୍ଷଣ ସଫଳ ହୋଇ ବାହାରିବ, ତାହା ବିଶ୍ୱରେ କେଉଁଠାରେ ମଧ୍ୟ ଅସଫଳ ହେବ ନାହିଁ।

ସାଥୀଗଣ,

ଆପଣମାନେ ଏହା ଜାଣନ୍ତି ଯେ ଏଭଳି ସମୟରେ ଯେତେବେଳେ ବିଶ୍ୱ ଜଳବାୟୁ ପରିବର୍ତନର ଆହ୍ୱାନ ସହିତ ମୁକାବିଲା କରୁଛି, ଭାରତ ଆନ୍ତର୍ଜାତୀୟ ସୌର ମେଣ୍ଟ- ଆଇଏସଏର ଚିନ୍ତାଧାରା ବିଶ୍ୱ ସାମ୍ନାରେ ରଖିଲା ଏବଂ ଏହାକୁ ସାକାର ରୂପ ଦେଲା। ଆଜି ବିଶ୍ୱର ଅନେକ ଦେଶ, ଭାରତ ଦ୍ୱାରା ଆରମ୍ଭ ଆରମ୍ଭ କରାଯାଇଥିବା ଅଭିଯାନ ସହିତ ସାମିଲ ହେଉଛନ୍ତି। ଏବେ ଆମ ଉପରେ ଦାୟିତ୍ୱ ରହିଛି ଯେ ଆମେ ଏହି ଅଭିଯାନକୁ ଆହୁରି ଆଗକୁ ନେଇଯିବା। ଆମେ ବିଶ୍ୱକୁ ଶସ୍ତା, ସୁଲଭ, ପରିବେଶ ଅନୁକୂଳ ଟେକ୍ନୋଲୋଜି ଦେଇପାରିବା ଯାହା ଭାରତର ଏହି ସଫଳତାକୁ ଆହୁରି ଆଗକୁ ନେଇଯିବ, ଭାରତର ପରିଚୟକୁ ଆହୁରି ସୁଦୃଢ କରିବ। ଆଜି ଭାରତ ସେହି ଦେଶ ଗୁଡିକ ମଧ୍ୟରୁ ହେଉଛି ଗୋଟିଏ ଯେଉଁଠାରେ ସୌର ଶକ୍ତିର ମୂଲ୍ୟ ହେଉଛି ୟୁନିଟ୍‍ ପିଛା ବହୁତ କମ୍‍। କିନ୍ତୁ ପ୍ରତ୍ୟେକ ଘର ପର୍ଯ୍ୟନ୍ତ ସୌର ଶକ୍ତି ପହଞ୍ଚାଇବା ଏବେ ମଧ୍ୟ ହେଉଛି ବହୁତ ଆହ୍ୱାନପୂର୍ଣ୍ଣ। ମୁଁ ମଧ୍ୟ ଥରେ କହିଥିଲି, ମୁଁ ଆଇଆଇଟି ଛାତ୍ରମାନଙ୍କ ସାମ୍ନାରେ ନିଶ୍ଚୟ କହିବି ଯେ ଧରି ନିଅନ୍ତୁ ଆମେ ସ୍ୱଚ୍ଛ ରୋଷେଇ ଅଭିଯାନ ଚଲାଇବା ଆଉ ସୌର ଆଧାରିତ ଚୂଲା ହିଁ ଘରେ ଜଳାଇବା ଏବଂ ସୌର ଶକ୍ତି ଆଧାରିତ ଘର ପାଇଁ ଆବଶ୍ୟକ ଶକ୍ତି ସଂରକ୍ଷିତ କରି ରଖୁଥିବା ବ୍ୟାଟେରୀ ବ୍ୟବସ୍ଥା ଆମେ ନିର୍ମାଣ କରିପାରିବା। ଆପଣ ଦେଖନ୍ତୁ ହିନ୍ଦୁସ୍ତାନରେ 25 କୋଟି ଚୁଲା ଅଛି। 25 କୋଟି ଘରେ ଚୁଲା ଅଛି। 25 କୋଟିର ବଜାର ଅଛି। ଯଦି ଆମକୁ ସଫଳତା ମିଳିଗଲା ତେବେ ଯେଉଁ ଇଲୋକଟ୍ରୋନିକ ଯାନ ପାଇଁ ଶସ୍ତା ବ୍ୟାଟେରୀ ପାଇଁ ଯାହା ଖୋଜା ଚାଲିଛି ଏହା ତାହାକୁ ବହୁତ ରିହାତି ଯୋଗ୍ୟ କରିଦେବ। ଏବେ ଏହି କାର୍ଯ୍ୟ ଆଇଆଇଟିର ଯୁବକମାନଙ୍କ ବ୍ୟତୀତ ଆଉ କିଏ କରିପାରିବ। ଭାରତକୁ ଏଭଳି ଟେକ୍ନୋଲୋଜି ଆବଶ୍ୟକ ଯାହା ପରିବେଶକୁ ଅତି କମ୍‍ କ୍ଷତି ପହଞ୍ଚାଇବ, ସ୍ଥାୟୀ ହେବ ଏବଂ ଲୋକ ଅତି ସହଜରେ ଏହାର ବ୍ୟବହାର କରି ପାରନ୍ତୁ।

ସାଥୀଗଣ,

ବିପର୍ଯ୍ୟୟ ପରିଚାଳନା ମଧ୍ୟ ହେଉଛି ଏପରି ଏକ ବିଷୟ ଯାହା ଉପରେ ଭାରତ ବିଶ୍ୱର ଧ୍ୟାନ ଆକର୍ଷଣ କରିଛି। ବଡ଼ ବିପର୍ଯ୍ୟୟ ମଧ୍ୟ ଜୀବନ ସହିତ ସବୁଠାରୁ ଅଧିକ ଭିତିଭୂମିକୁ କ୍ଷତି ପହଞ୍ଚାଇ ଥାଏ। ଏହାକୁ ହୃଦୟଙ୍ଗମ କରି ଭାରତ ଦୁଇ ବର୍ଷ ପୂର୍ବେ, ମିଳିତ ଜାତିସଂଘରେ ବିପର୍ଯ୍ୟୟ ସହଣୀ ଭିତିଭୂମି ସହଯୋଗ-ସିଡିଆରଆଇ ସଂପର୍କରେ ଆହ୍ୱାନ ଦେଇଥିଲା। ବିଶ୍ୱର ଅନେକ ଦେଶ ମଧ୍ୟ ଏହା ସହିତ ସାମିଲ ହେଉଛନ୍ତି, ବିପର୍ଯ୍ୟୟ ପରିଚାଳନାକୁ ନେଇ ଭାରତର ଚିନ୍ତା, ଭାରତର ପଦକ୍ଷେପକୁ ବୁଝୁଛନ୍ତି, ଆଜି ବିଶ୍ୱ ଏହାକୁ ସ୍ୱାଗତ କରୁଛି। ଏଭଳି ସମୟରେ ଭାରତର ଟେକ୍ନୋଲୋଜି ବିଶେଷଜ୍ଞଙ୍କ ଉପରେ ମଧ୍ୟ ସ୍ୱଭାବିକ ଭାବରେ ଦୃଷ୍ଟି ରହିଛି, କାରଣ ବିପର୍ଯ୍ୟୟ ସହଣୀ ଭିତିଭୂମି ସହଯୋଗ ନିର୍ମାଣ ଦ୍ୱାରା ବିଶ୍ୱକୁ କି ସମାଧାନ ଦେଇ ପାରିବେ। ଦେଶରେ ଆଜି ଯେଉଁ ଛୋଟ-ବଡ଼ ଘରର ନିର୍ମାଣ ହେଉଛି, କୋଠା ନିର୍ମାଣ ହେଉଛି, ତାହାକୁ ଆମେ ଟେକ୍ନୋଲୋଜିର ସହାୟତାରେ ବିପର୍ଯ୍ୟୟ ନିରୋଧୀ କରି ପାରିବା, ବିଷୟରେ ଆମକୁ ଚିନ୍ତା କରିବାକୁ ପଡ଼ିବ। ବଡ଼-ବଡ଼ ସେତୁ ନିର୍ମାଣ ହେଉଛି। ଗୋଟିଏ ଝଡ ଆସିଯିବ, ତେବେ ସବୁ କିଛି ନଷ୍ଟଭ୍ରଷ୍ଟ ହୋଇଯାଇଥାଏ। ଆମେ ଏବେ ଦେଖିଲେ ଉତରାଖଣ୍ଡରେ ହେଲା। ଆମେ ଏପରି ବ୍ୟବସ୍ଥା କିପରି ବିକଶିତ କରିବା।

ସାଥୀଗଣ,

ଗୁରୁଦେବ ଟାଗୋର କହିଥିଲେ-... “ଦେଶ ପାଇଁ ତୁମର ଶୁଭେଚ୍ଛା ଅର୍ଥାତ ତୁମ ହୃଦୟକୁ ବିସ୍ତୃତ ଭାବେ ଅନୁଭବ କରିବା, ଯେତେବେଳେ ଆମେ ଚିନ୍ତା, କାଯ୍ୟ ସେବା ମାଧ୍ୟମରେ ରାଷ୍ଟ୍ରର ପୁନଃନିର୍ମାଣ କରିବା, ସେବେଳେ ହିଁ ଆମେ ନିଜର ଆତ୍ମାକୁ ଦେଶ ମଧ୍ୟରେ ଦେଖି ପାରିବା ଆଜି ଖଡଗପୁର ସହିତ ଦେଶର ସମସ୍ତ ଆଇଆଇଟି ନେଟୱାର୍କରୁ ଦେଶ ଏହି ଆଶା ରଖିଛି ଯେ ସେମାନେ ନିଜର ଭୂମିକାର ସମ୍ପ୍ରସାରଣ କରନ୍ତୁ। ଆପଣଙ୍କର ଏଠାରେ ପୂର୍ବରୁ ଏଥିପାଇଁ ଏକ ସମୃଦ୍ଧ ଇକେସିଷ୍ଟମ ରହିଛି ଉଦ୍ୟୋଗ 4.0 ପାଇଁ ମଧ୍ୟ ଏଠାରେ ମହତ୍ୱପୂର୍ଣ୍ଣ ନବସୃଜନ ଉପରେ ଅଧିକ ଗୁରୁତ୍ୱ ଦିଆଯଉଛି। ଏଆଇ ସହିତ ଜଡିତ ଶୈଖିକ ଗବେଷଣାକୁ ଔଦ୍ୟୋଗିକ ସ୍ତରରେ ପରିବର୍ତନ କରିବା ପାଇଁ ଆପଣ ବହୁତ ପ୍ରୟାସ କରୁଛନ୍ତି। ଇଂଟରନେଟ ଅଫ୍‍ ଧିଙ୍ଗସ୍‍ ହେଉ ଅବା ପୁଣି ଆଧୁନିକ ନିର୍ମାଣ ଟେକ୍ନୋଲୋଜି, ଆଇଆଇଟି ଖଡଗପୁର ପ୍ରଶଂସନୀୟ କାର୍ଯ୍ୟ କରୁଛି। କରୋନା ବିରୋଧରେ ଲଢେଇରେ ମଧ୍ୟ ଆପଣଙ୍କ ସଫ୍ଟଓୟାର ସମାଧାନ ଦେଶର କାର୍ଯ୍ୟରେ ଆସୁଛି। ଏବେ ଆପଣମାନଙ୍କୁ ସ୍ୱାସ୍ଥ୍ୟ ସେବାର ଭବିଷ୍ୟତର ସମାଧାନକୁ ନେଇ ମଧ୍ୟ ଦ୍ରୁତ ଗତିରେ କାର୍ଯ୍ୟ କରିବାର ଅଛି। ଯେତେବେଳେ ସ୍ୱାସ୍ଥ୍ୟ ଟେକ୍ନୋଲୋଜି କଥା କହୁଛି ତେବେ ତାହା କେବଳ ଡାଟା, ସଫ୍ଟଓୟାର ଏବଂ ହାର୍ଡଓୟାର ଅର୍ଥାତ ଗ୍ୟାଜେଟସର କଥା କହୁନାହିଁ, ବରଂ ଏକ ଇକୋସିଷ୍ଟମକ କଥା କହୁଛି। ପ୍ରତିଷେଧକଠାରୁ ନେଇ ଆରୋଗ୍ୟ ପର୍ଯ୍ୟନ୍ତ ଆମକୁ ଆଧୁନିକ ସମାଧାନ ଦେଶକୁ ଦେବାର ଅଛି। କରୋନାର ଏହି ସମୟରେ ଆମେ ଦେଖିଛୁ ଯେ କିଭଳି ବ୍ୟକ୍ତିଗତ ସ୍ୱାସ୍ଥ୍ୟସେବା ଉପକରଣର ଏକ ବହୁତ ବଡ଼ ବଜାର ହୋଇ ବିକଶିତ ହୋଇଛି। ଲୋକ ପ୍ରଥମେ ଥର୍ମୋମିଟର ଏବଂ ଜରୁରୀ ଔଷଧ ଘରେ ରଖୁଥିଲେ, କିନ୍ତୁ ଏବେ ରକ୍ତଚାପ ମାପିବା ପାଇଁ, ଶର୍କରା(ସୁଗାର) ମାପିବା ପାଇଁ, ବ୍ଲଡ ଅକ୍ସିଜେନ ମାପିବା ପାଇଁ ଉପକରଣ ଘରେ ରଖୁଛନ୍ତି। ସୁସ୍ଥ ଏବଂ ଫିଟନେସ୍‍ ସହିତ ଜଡିତ ଉପକରଣ ମଧ୍ୟ ଘରେ ବୃଦ୍ଧି ପାଉଛି। ଭାରତରେ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ସେବା ଉପକରଣ, ସୁଲଭ ହେଉ, ସଠିକ୍‍ ସୂଚନା ଦେବା ଭଳି ହେଉ, ଏଥିପାଇଁ ମଧ୍ୟ ଆମକୁ ଟେକ୍ନୋଲୋଜିର ସହାୟତା ଦ୍ୱାରା ନୂତନ ସମାଧାନ ବିକଶିତ କରିବାର ଅଛି।

ସାଥୀଗଣ,

କରୋନା ପରେ ସୃଷ୍ଟି ହୋଇଥିବା ବୈଶ୍ୱିକ ପରିସ୍ଥିତି ଗୁଡିକରେ ବିଜ୍ଞାନ, ବୈଷୟିକ ଜ୍ଞାନ, ଗବେଷଣା ଏବଂ ନବସୃଜନରେ ଭାରତ ଏକ ବଡ଼ ବିଶ୍ୱସ୍ତରର ଖେଳାଳୀ ହୋଇ ପାରିବ। ଏହି ଚିନ୍ତାଧାରା ସହିତ ଚଳିତ ବର୍ଷ ବିଜ୍ଞାନ ଏବଂ ଗବେଷଣା ପାଇଁ ବଜେଟରେ ମଧ୍ୟ ବହୁତ ବୃଦ୍ଧି କରାଯାଇଛି। ପିଏମ୍‍ ଗବେଷଣା ଫେଲୋ ସ୍କିମ ମାଧ୍ୟମରେ ଆପଣଙ୍କ ଭଳି ପ୍ରତିଭାବାନ ସାଥୀମାନଙ୍କ ପାଇଁ ମଧ୍ୟ ଗବେଷଣାର ନୂତନ ମାଧ୍ୟମ ଉପଲବ୍ଧ ହୋଇଛି। ଆପଣମାନଙ୍କର ଚିନ୍ତାଧାରା ଉନ୍ମେଷନ ପାଇଁ ଷ୍ଟାର୍ଟ ଅପ୍‍ ଇଣ୍ଡିଆ ମିଶନରୁ ମଧ୍ୟ ଆପଣମାନଙ୍କୁ ସହାୟତା ମିଳିବ। କିଛି ଦିନ ପୂର୍ବେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନୀତିରେ ସଂସ୍କାର କରାଯାଇଛି, ଯାହା ବିଷୟରେ ବିଶେଷ ଭାବେ ଆପଣମାନଙ୍କୁ ଜଣାଇବାକୁ ଚାହୁଁଛି। ସରକାର ନକ୍ସା ଏବଂ ଭୌଗୋଳିକ ତଥ୍ୟକୁ ନିୟନ୍ତ୍ରଣ ମୁକ୍ତ କରି ଦେଇଛନ୍ତି। ଏହି ପଦକ୍ଷେପ ଯୋଗୁଁ ଟେକ୍‍ ଷ୍ଟାର୍ଟ ଅପ୍‍ ଇକୋ ସିଷ୍ଟମକୁ ବହୁତ ଦୃଢତା ମିଳିବ। ଏହି ପଦକ୍ଷେପ ଦ୍ୱାରା ଆତ୍ମନିର୍ଭର ଭାରତର ଅଭିଯାନ ମଧ୍ୟ ଆହୁରି ଗତିଶୀଳ ହେବ। ଏହି ପଦକ୍ଷେପ ଦ୍ୱାରା ଦେଶର ଯୁବକମାନଙ୍କ ଷ୍ଟର୍ଟ ଅପସ୍‍ ଏବଂ ନବସୃଜନକୁ ନୂତନ ସ୍ୱାଧୀନତା ମିଳିବ।

ସାଥୀଗଣ,

ମୋତେ ଅବଗତ କରାଯାଇଛି ଯେ, ଜିମଖାନାରେ ଆପଣମାନେ ଅନେକ ସାମାଜିକ, ସାଂସ୍କୃତିକ, କ୍ରୀଡା ଏବଂ ଅନ୍ୟନ୍ୟ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରୁଛନ୍ତି। ଏହା ହେଉଛି ବହୁତ ଆବଶ୍ୟକ। ଆମର ଧ୍ୟାନ କେବଳ ନିଜର ବିଷେଶଜ୍ଞତା ପର୍ଯ୍ୟନ୍ତ ସୀମିତ ରହିବା ଉଚିତ ନୁହେଁ। ଆମର ଜ୍ଞାନ ଏବଂ ଦୃଷ୍ଟିକୋଣର ବ୍ୟାପକ ବିସ୍ତାର ହେବା ଉଚିତ। ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତିରେ ମଧ୍ୟ ଏଥିପାଇଁ ବହୁମୁଖୀ ଅନୁଶାସନ ଅଭିବ୍ୟକ୍ତିର ଦୃଷ୍ଟିଭଙ୍ଗୀ ରଖାଯାଇଛି। ମୁଁ ଖୁସି ଯେ, ଆଇଆଇଟି ଖଡଗପୁର ଏଦିଗରେ ପ୍ରଥମରୁ ହିଁ ଉନ୍ନତ କାର୍ଯ୍ୟ କରୁଛି। ମୁଁ ଆଇଆଇଟି ଖଡଗପୁରକୁ ଆଉ ଏକ କଥା ପାଇଁ ମଧ୍ୟ ଶୁଭେଚ୍ଛା ଜଣାଇବି। ଆପଣ ନିଜର ଅତୀତକୁ, ନିଜର ପୁରାତନ ଜ୍ଞାନ-ବିଜ୍ଞାନକୁ ଯେଉଁଭଳି ଭାବେ ଭବିଷ୍ୟତ ପାଇଁ ନିଜର ନବସୃଜନକୁ ଶକ୍ତି ଭାବେ ବ୍ୟବହାର କରୁଛନ୍ତି, ତାହା ବାସ୍ତବରେ ହେଉଛି ପ୍ରଂଶସନୀୟ। ନିଜର ବେଦ ଠାରୁ ନେଇ ଉପନିଷଦ ଏବଂ ଅନ୍ୟାନ୍ୟ ସଂହିତାମାନଙ୍କରେ ଯେଉଁ ଜ୍ଞାନର ଭଣ୍ଡାର ରହିଛି, ତାହା ଉପରେ ଆପଣ ପରୀକ୍ଷାମୂଳକ ଅଧ୍ୟୟନକୁ ମଧ୍ୟ ପ୍ରୋତ୍ସାହିତ କରୁଛନ୍ତି। ମୁଁ ଏହାକୁ ବହୁତ ପ୍ରଶଂସା କରୁଛି।

ସାଥୀଗଣ,

ଚଳିତ ବର୍ଷ ଭାରତ ସ୍ୱାଧୀନତାର 75 ବର୍ଷରେ ପ୍ରବେଶ କରିବାକୁ ଯାଉଛି। ଆଇଆଇଟି ଖଡଗପୁର ପାଇଁ ବର୍ଷ ଏଥିପାଇଁ ମଧ୍ୟ ସ୍ୱତନ୍ତ୍ର କାରଣ ଏହି ସ୍ଥାନ, ଯେଉଁଠାରେ ଆପଣ ସାଧନା କରୁଛନ୍ତି ଯେଉଁଠାରେ ଆପଣଙ୍କ ଜୀବନକୁ ନୂଆ ସ୍ୱରୁପ ଦେଉଛନ୍ତି। ଏହି ସ୍ଥାନ ସ୍ୱାଧୀନତା ଆନ୍ଦୋଳନର ମହାନ ଅତୀତ ସହିତ ଜଡିତ ରହିଛି। ଏହି ଭୂମି ଆନ୍ଦୋଳନର ଯୁବ ଶହୀଦ ମାନଙ୍କର, ଟାଗୋର ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନୈତିକତାର ସାକ୍ଷୀ ରହିଛି। ମୋର ଆପଣମାନଙ୍କୁ ଅନୁରୋଧ ଯେ ବିଗତ ବର୍ଷମାନଙ୍କରେ ଯେଉଁ 75ଟି ବଡ଼ ନବସୃଜନ, ବଡ଼ ସମାଧାନ ଆଇଆଇଟି ଖଡଗପୁରରୁ ବାହାରିଛି, ତାହାର ସଂକଳନ କରନ୍ତୁ। ତାହାକୁ ଦେଶ ଏବଂ ବିଦେଶ ପର୍ଯ୍ୟନ୍ତ ପହଞ୍ଚାନ୍ତୁ। ଅତୀତର ଏହି ପ୍ରେରଣା ଗୁଡିକରୁ ଆଗାମୀ ବର୍ଷ ପାଇଁ, ଦେଶକୁ ନୂତନ ପ୍ରେତ୍ସୋହନ ମିଳିବ, ଯୁବକମାନଙ୍କୁ ନୂତନ ଆତ୍ମବିଶ୍ୱାସ ମିଳିବ। ଆପଣମାନେ ଆତ୍ମବିଶ୍ୱାସର ସହିତ ଆଗକୁ ବଢି ଚାଲିବେ, ଦେଶର ଆଶା ଆକାଂକ୍ଷାକୁ କେବେ ଭୁଲିବେ ନାହିଁ। ଦେଶର ଆଶା ଆକାଂକ୍ଷା ହେଉଛି ଆପଣଙ୍କର ପେରଣା ପତ୍ର। ଏହି ପ୍ରେରଣା ପତ୍ର ପ୍ରାଚୀରରେ ଲଗାଇବା ପାଇଁ ଅବା କ୍ୟାରିୟର ପାଇଁ କେବଳ ପଠାଇବା ନିମନ୍ତେ ନୁହେଁ। ଯେଉଁ ପ୍ରମାଣ ପତ୍ର ଆଜି ଆପଣମାନଙ୍କୁ ମିଳୁଛି। ତାହା ଏକ ପ୍ରକାରରେ ହେଉଛି 130 କୋଟି ଦେଶବାସୀଙ୍କର ଆଶା ଆକାଂକ୍ଷାର ଦାବି ପତ୍ର, ହେଉଛି ବିଶ୍ୱାସ ପତ୍ର। ମୁଁ ଆଜି ଆପଣମାନଙ୍କୁ ଏହି ଶୁଭ ଅବସରରେ ଅନେକ ଅନେକ ଶୁଭକାମନା ଜଣାଉଛି। ଆପଣଙ୍କ ମାତା-ପିତାଙ୍କର ଆପଣଙ୍କଠାରୁ ଯେଉଁ ଆଶା ଆକାଂକ୍ଷା ରହିଛି, ଆପଣଙ୍କର ଅଧ୍ୟାପକମାନେ ଆପଣଙ୍କ ପାଇଁ ଯେଉଁ ପରିଶ୍ରମ କରିଛନ୍ତି। ସେହି ସବୁ କିଛି ଆପଣଙ୍କ ପୁରୁଷାର୍ଥ ଦ୍ୱାରା, ଆପଣଙ୍କ ସ୍ୱପ୍ନ ଦ୍ୱାରା, ଆପଣଙ୍କ ସଂକଳ୍ପ ଦ୍ୱାରା, ଆପଣଙ୍କ ଯାତ୍ରା ଦ୍ୱାରା ସନ୍ତୋଷ ପ୍ରାପ୍ତ କରିବ। ଏହି ଆଶା ଆକାଂକ୍ଷା ସହିତ ବହୁତ-ବହୁତ ଶୁଭକାମନା, ବହୁତ-ବହୁତ ଧନ୍ୟବାଦ!!

*****

AH



(Release ID: 1700347) Visitor Counter : 141