ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଫେବ୍ରୁଆରୀ ୧୮ରେ ପ୍ରଧାନମନ୍ତ୍ରୀ ଆସାମରେ ‘ମହାବାହୁ-ବ୍ରହ୍ମପୁତ୍ର’ର ଶୁଭାରମ୍ଭ କରିବେ ଏବଂ ଦୁଇଟି ସେତୁର ଆଧାରଶିଳା ରଖିବେ

Posted On: 16 FEB 2021 8:30PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଙ୍ଗ ଜରିଆରେ ୨୦୨୧ ଫେବ୍ରୁଆରୀ ୧୮ରେ ଆସାମରେ ‘ମହାବାହୁ-ବ୍ରହ୍ମପୁତ୍ର’ର ଶୁଭାରମ୍ଭ କରିବେ, ଧୁବରୀ ଫୁଲବାଡ଼ି ସେତୁର ଆଧାରଶିଳା ରଖିବେ ଏବଂ ମଜୁଲି ସେତୁର ନିର୍ମାଣ ନିମନ୍ତେ ଅପରାହ୍ନ ୧୨ଟାରେ ଭୂମିପୂଜା କରିବେ । ଏହି ଅବସରରେ କେନ୍ଦ୍ର ସଡ଼କ ପରିବହନ ତଥା ରାଜପଥ ମନ୍ତ୍ରୀ, ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଏବଂ ଆସାମ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ।

ମହାବାହୁ-ବ୍ରହ୍ମପୁତ୍ର

ମହାବାହୁ-ବ୍ରହ୍ମପୁତ୍ରର ଶୁଭାରମ୍ଭ ସହିତ ନିମାଟି-ମୁଜଲି ଦ୍ୱୀପ, ଉତ୍ତର ଗୌହାଟୀ-ଦକ୍ଷିଣ ଗୌହାଟୀ ଏବଂ ଧୁବରୀ-ହାଟସିଙ୍ଗିମାରୀ ମଧ୍ୟରେ ରୋ-ପ୍ୟାକ୍ସ ଭେସେଲ ପରିଚାଳନାର ଉଦଘାଟନ କରାଯିବ; ଯୋଗୀଘୋପାରେ ଅନ୍ତର୍ଦେଶୀୟ ଜଳ ପରିବହନ (ଆଇଡବ୍ଲୁ୍ୟଟି) ଟର୍ମିନଲର ଶିଳାନ୍ୟାସ ଓ ବ୍ରହ୍ମପୁତ୍ର ନଦୀ ଉପରେ ବିଭିନ୍ନ ପର୍ଯ୍ୟଟକ ଜେଟି ଓ ଇଜ ଅଫ ଡୁଇଙ୍ଗ-ବିଜନେସ ନିମନ୍ତେ ଡିଜିଟାଲ ସମାଧାନର ଶୁଭାରମ୍ଭ କରାଯିବ । ଭାରତର ପୂର୍ବାଞ୍ଚଳରେ ବାଧାରହିତ କନେକ୍ଟିଭିଟି ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ଉଦେ୍ଦଶ୍ୟ ଏବଂ ଏଥିରେ ବ୍ରହ୍ମପୁତ୍ର ଓ ବରାକ ନଦୀ ନିକଟରେ ରହୁଥିବା ଲୋକମାନଙ୍କ ଲାଗି ବିଭିନ୍ନ ବିକାଶ ଗତିବିଧି ସାମିଲ ରହିଛି ।

ରୋ-ପ୍ୟାକ୍ସ ସେବା ତଟଗୁଡ଼ିକ ମଧ୍ୟରେ ସମ୍ପର୍କ ପ୍ରଦାନ କରି ଯାତ୍ରା ସମୟକୁ କମ କରିବାରେ ସହାୟକ ହେବ ଏବଂ ଏହି ପ୍ରକାର ସଡ଼କ ମାର୍ଗ ଦ୍ୱାରା ଯାତ୍ରା ଦୂରତା ହ୍ରାସ ହୋଇପାରିବ । ନିମାଟି ଓ ମଜୁଲି ମଧ୍ୟରେ ରୋ-ପ୍ୟାକ୍ସ ପରିଚାଳନା ଦ୍ୱାରା ବର୍ତ୍ତମାନ ବାହନଗୁଡ଼ିକ ଦ୍ୱାରା ଧାର୍ଯ୍ୟ ହେଉଥିବା ୪୨୦ କିଲୋମିଟରର ମୋଟ ଦୂରତା ହ୍ରାସ ପାଇ କେବଳ ୧୨ କିଲୋମିଟର ମଧ୍ୟରେ ସୀମିତ ରହିଯିବ । ଏହାର ପରିଣାମସ୍ୱରୂପ କ୍ଷେତ୍ରର ଲଘୁ ଉଦ୍ୟୋଗର ଲଜିଷ୍ଟିକ୍ସ ଉପରେ ଯଥେଷ୍ଟ ପ୍ରଭାବ ପଡ଼ିବ । ଦୁଇଟି ସ୍ୱଦେଶୀ ରୋ-ପ୍ୟାକ୍ସ ଜାହାଜ, ଏମ.ଭି. ରାଣୀ ଗାଇଦିନଲିଉ ଓ ଏମ.ଭି. ସଚିନ ଦେବ ବର୍ମନ, ଆରମ୍ଭ ହେବ । ରୋ-ପ୍ୟାକ୍ସ ଜାହାଜ ଏମ.ଭି.  ଜେ.ଏଫ.ଆର. ଜ୍ୟାକବ ଆରମ୍ଭ ହେବା ଦ୍ୱାରା ଉତ୍ତର ଓ ଦକ୍ଷିଣ ଗୌହାଟୀ ମଧ୍ୟରେ ପାଖାପାଖି ୪୦ କିଲୋମିଟର ଦୂରତା କେବଳ ୩ କିଲୋମିଟରକୁ ହ୍ରାସ ପାଇବ । ଧୁବରୀ ଓ ହାଟସିଙ୍ଗିମାରୀ ମଧ୍ୟରେ ଏମ.ଭି. ବବ ଖଟିଙ୍ଗ ୨୨୦ କିଲୋମିଟର ଯାତ୍ରା ଦୂରତାକୁ କମ କରି ୨୮ କିଲୋମିଟରକୁ ହ୍ରାସ କରିବ । ଏହି ପ୍ରକାର ଯାତ୍ରା ଦୂରତା ଧାର୍ଯ୍ୟ କରିବାରେ ଯଥେଷ୍ଟ ସମୟ ସଞ୍ଚୟ ହୋଇପାରିବ ।

କାର୍ଯ୍ୟକ୍ରମରେ ୪ଟି ସ୍ଥାନ ନିମାଟି, ବିଶ୍ୱନାଥ ଘାଟ, ପାଣ୍ଡୁ ଏବଂ ଯୋଗୀଘାଟରେ ପର୍ଯ୍ୟଟନ ମନ୍ତ୍ରଣାଳୟର ୯.୪୧ କୋଟି ଟଙ୍କାର ସହାୟତାରେ ପର୍ଯ୍ୟଟନ ଜେଟି ନିର୍ମାଣ ପାଇଁ ଶିଳାନ୍ୟାସ ମଧ୍ୟ ସାମିଲ ରହିଛି । ଏହି ଜେଟି ରିଭର କ୍ରୁଜ ଟୁରିଜମକୁ ପ୍ରୋତ୍ସାହନ ଦେବ, ସ୍ଥାନୀୟ ରୋଜଗାର ସୃଷ୍ଟି କରିବ ଏବଂ ସ୍ଥାନୀୟ ବ୍ୟବସାୟରେ ସମୃଦ୍ଧି ଆଣିବ ।

କାର୍ଯ୍ୟକ୍ରମ ଅଧୀନରେ ଯୋଗୀଘାଟରେ ଏକ ସ୍ଥାୟୀ ଅନ୍ତର୍ଦେଶୀୟ ଜଳ ପରିବହନ ଟର୍ମିନଲ ମଧ୍ୟ ନିର୍ମାଣ କରାଯିବ, ଯାହା ଯୋଗୀଘାଟରେ ଆସିବାକୁ ଥିବା ମଲଟି ମୋଡାଲ ଲଜିଷ୍ଟିକ ପାର୍କ ସହ ମଧ୍ୟ ଯୋଡ଼ିହେବ । ଏହି ଟର୍ମିନଲ କୋଲକାତା ଓ ହଳଦିଆ ଅଭିମୁଖେ ସିଲିଗୁଡ଼ି କରିଡରରେ ଯାତାୟାତକୁ କମ କରିବାରେ ସହାୟକ ହେବ । ଏହି ବିଭିନ୍ନ ପୂର୍ବୋତ୍ତର ରାଜ୍ୟ ଯଥା ମେଘାଳୟ ଓ ତ୍ରିପୁରା ଏବଂ ଭୁଟାନ ଓ ବାଂଲାଦେଶ ନିମନ୍ତେ ବନ୍ୟା ସମୟରେ ମଧ୍ୟ ନିରନ୍ତର କାର୍ଗୋ ପରିବହନ ପାଇଁ ସୁବିଧା ପ୍ରଦାନ କରିବ ।

ପ୍ରଧାନମନ୍ତ୍ରୀ ଇଜ ଅଫ ଡୁଇଙ୍ଗ ବିଜନେସକୁ ଆଗକୁ ବଢ଼ାଇବା ପାଇଁ ଦୁଇଟି ଇ-ପୋର୍ଟାଲ ମଧ୍ୟ ଶୁଭାରମ୍ଭ କରିବେ । କାର-ଡି (କାର୍ଗୋ ଡାଟା) ପୋର୍ଟାଲ ବାସ୍ତବିକ ସମୟ ଆଧାରରେ କାର୍ଗୋ ଓ କ୍ରୁଜ ଡାଟା ମଧ୍ୟରେ ତାଳମେଳ ରଖିବ । ପିଏଏନଆଇ (ପୋର୍ଟାଲ ଫର ଆସେଟ ଆଣ୍ଡ ନାଭିଗେସନ ଇନଫର୍ମେସନ) ନଦୀ ଜଳ ପର୍ଯ୍ୟଟନ ଓ ଭିତ୍ତିଭୂମି ଢାଞ୍ଚା ବାବଦରେ ସୂଚନା ଦେବା ଲାଗି ଗୋଟିଏ ହିଁ ସ୍ଥାନରେ ସମାଧାନ ପ୍ରଦାନ ରୂପରେ କାର୍ଯ୍ୟ କରିବ ।

ଧୁବରୀ ଫୁଲବାଡ଼ି ସେତୁ

ପ୍ରଧାନମନ୍ତ୍ରୀ ଧୁବରୀ (ଉତ୍ତର ତଟ) ଓ ଫୁଲବାଡ଼ି (ଦକ୍ଷିଣ ତଟ) ମଧ୍ୟରେ ବ୍ରହ୍ମପୁତ୍ର ଉପରେ ୪ ଲେନବିଶିଷ୍ଟ ସେତୁ ପାଇଁ ଆଧାରଶିଳା ରଖିବେ । ପ୍ରସ୍ତାବିତ ସେତୁ ଏନଏଚ-୧୨୭ବି ଉପରେ ରହିବ, ଯାହା ଏନଏଚ-୨୭ (ଇଷ୍ଟ-ୱେଷ୍ଟ କରିଡର) ଉପରେ ଶ୍ରୀରାମପୁରରୁ ବାହାରିଛି, ଏବଂ ମେଘାଳୟ ରାଜ୍ୟରେ ଏନଏଚ-୧୬ ଉପରେ ନୋଙ୍ଗଷ୍ଟୋଇନରେ ସମାପ୍ତ ହୋଇଥାଏ । ଏହା ଆସାମରେ ଧୁବରୀକୁ ମେଘାଳୟର ଫୁଲବାଡ଼ି, ତୁରା, ରୋଙ୍ଗ୍ରାମ ଓ ରୋଙ୍ଗଜେଙ୍ଗ ସହ ଯୋଡ଼ିହେବ ।

ପାଖାପାଖି ୪୯୯୭ କୋଟି ଟଙ୍କାର ନିବେଶରେ ନିର୍ମାଣ ହେବାକୁ ଥିବା ଏହି ସେତୁ ଆସାମ ଓ ମେଘାଳୟର ଲୋକମାନଙ୍କ ଦ୍ୱାରା ହୋଇଆସୁଥିବା ଦାବିକୁ ପୂରଣ କରିବ, ଯେଉଁମାନେ ନଦୀର ଉଭୟ କୂଳ ମଧ୍ୟରେ ଯାତ୍ରା କରିବା ପାଇଁ ନୌସେବା ଉପରେ ନିର୍ଭର କରିଥାନ୍ତି । ଏହି ସଡ଼କ ଦ୍ୱାରା ୨୦୫ କିଲୋମିଟର ଦୂରତା ହ୍ରାସ ପାଇ ୧୯ କିଲୋମିଟରକୁ କମାଇ ଦେବ, ଯାହା ସେତୁର ମୋଟ ଦୈର୍ଘ୍ୟ ।

ମଜୁଲୀ ସେତୁ

ପ୍ରଧାନମନ୍ତ୍ରୀ ମଜୁଲୀ (ଉତ୍ତର ତଟ) ଏବଂ ଜୋରହାଟ (ଦକ୍ଷିଣ ତଟ) ମଧ୍ୟରେ ବ୍ରହ୍ମପୁତ୍ର ଉପରେ ଦୁଇଲେନ ବିଶିଷ୍ଟ ସେତୁ ନିର୍ମାଣ ଲାଗି ଭୂମିପୂଜା କରିବେ ।

ସେତୁ ଏନଏଚ-୭୧୫କେ ଉପରେ ରହିବ ଏବଂ ନିମତିଘାଟ (ଜୋରହାଟ ପଟେ) ଓ କମଲାବାରି (ମଜୁଲୀ ପଟେ)କୁ ଯୋଡ଼ିବ । ଏହି ସେତୁ ନିର୍ମାଣ ପାଇଁ ମଜୁଲୀର ଲୋକମାନେ ଦୀର୍ଘ ଦିନ ହେବ ଦାବି କରିଆସୁଥିଲେ, ଯେଉଁମାନେ ପିଢ଼ି ପିଢ଼ି ଧରି ଆସାମର ମୁଖ୍ୟ ଭୂମି ସହ ଯୋଡ଼ିବା ପାଇଁ ନୌସେବା ଉପରେ ନିର୍ଭରଶୀଳ ।

 

************

SR



(Release ID: 1698672) Visitor Counter : 218