ରାଷ୍ଟ୍ରପତିଙ୍କ ସଚିବାଳୟ
ଫେବୃଆରୀ 12ରେ ରାଷ୍ଟ୍ରପତି ଭବନର ବାର୍ଷିକ “ଉଦ୍ୟାନୋତ୍ସବ”ର ଶୁଭାରମ୍ଭ କରିବେ ରାଷ୍ଟ୍ରପତି
ଫେବୃଆରୀ 13ରୁ ଜନସାଧାରଣଙ୍କ ପାଇଁ ଖୋଲାଯିବ ମୋଗଲ ଉଦ୍ୟାନ
କେବଳ ଅଗ୍ରୀମ ଅନଲାଇନ ବୁକିଂ ମାଧ୍ୟମରେ ହେବ ପ୍ରବେଶ
ପୋଷ୍ଟ କରାଯିବା ଦିନାଙ୍କ:
11 FEB 2021 6:27PM by PIB Bhubaneswar
ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଫେବୃଆରୀ 12, 2021ରେ ରାଷ୍ଟ୍ରପତି ଭବନର “ଉଦ୍ୟାନୋତ୍ସବ”ର ଶୁଭାରମ୍ଭ କରିବେ ।
ଫେବୃଆରୀ 13, 2021ରୁ ମାର୍ଚ୍ଚ 21, 2021 ମଧ୍ୟରେ ସକାଳ 10.00 ଘଟିକାରୁ ସନ୍ଧ୍ୟା 05.00 ଘଟିକା ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ମୋଗଲ ଉଦ୍ୟାନ ଖୋଲା ରହିବ (ସୋମବାର ରକ୍ଷଣା ବେକ୍ଷଣ ଦିବସଗୁଡିକ ବ୍ୟତୀତ)।
ସତର୍କତାମୂଳକ ପଦକ୍ଷେପ ଭାବରେ, ଏହି ବର୍ଷ ୱାକ-ଇନ୍ ପ୍ରବେଶ ଉପଲବ୍ଧ ହେବ ନାହିଁ । ଭ୍ରମଣକାରୀଙ୍କୁ କେବଳ ଅଗ୍ରୀମ ଅନଲାଇନ ବୁକିଂ ମାଧ୍ୟମରେ ଉଦ୍ୟାନ ବୁଲି ଦେଖିବାକୁ ଅନୁମତି ଦିଆଯିବ । https://rashtrapatisachivalaya.gov.in କିମ୍ବା https://rb.nic.in/rbvisit/visit_plan.aspxରେ ବୁକିଂ କରାଯାଇପାରିବ ।
ସକାଳ 10.00 ଘଣ୍ଟାରୁ ସନ୍ଧ୍ୟା 05.00 ଘଣ୍ଟା ମଧ୍ୟରେ 7ଟି ପ୍ରି-ବୁକ ଘଣ୍ଟିକିଆ ସ୍ଲଟଗୁଡିକ ଉପଲବ୍ଧ ହେବ । ଅପରାହ୍ନ 04.00 ଘଣ୍ଟା ସମୟରେ ଶେଷ ପ୍ରବେଶ ପାଇଁ ଅନୁମତି ମିଳିବ । ପ୍ରତ୍ୟେକ ସ୍ଲଟରେ ସର୍ବାଧିକ 100 ଜଣ ବ୍ୟକ୍ତିଙ୍କୁ ସ୍ଥାନିତ କରାଯିବ । ଭ୍ରମଣ ସମୟରେ ଦର୍ଶକମାନଙ୍କୁ କୋଭିଡ ନିୟମାବଳିଗୁଡିକୁ ମାଣିବାକୁ ପଡିବ, ଯେପରିକି ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ଵ ବଜାୟ ରଖିବା ଇତ୍ୟାଦି । ପ୍ରବେଶ ଦ୍ଵାରରେ ସେମାନଙ୍କୁ ଥର୍ମାଲ ସ୍କ୍ରିନିଂ କରିବାକୁ ପଡିବ । କୋଭିଡ-19 ସଂକ୍ରମିତ ବ୍ୟକ୍ତିମାନେ ଏହି ଭ୍ରମଣ ପାଇଁ ନିରାଶ ହେବାକୁ ପଡିବ ।
ସମସ୍ତ ଭ୍ରମଣକାରୀଙ୍କ ପାଇଁ ପ୍ରବେଶ ଏବଂ ପ୍ରସ୍ଥାନ ରାଷ୍ଟ୍ରପତିଙ୍କ ଇଷ୍ଟେଟ ଗେଟ ନମ୍ବର 35 ରୁ ହେବ, ଯେଉଁଠାରେ ଉତ୍ତର ଆଭେନ୍ୟୁ ରାଷ୍ଟ୍ରପତି ଭବନକୁ ସଂଯୋଗ ହୋଇଛି ।
ପାଣି ବୋତଲ, ଛୋଟ ବାକ୍ସ, ହ୍ୟାଣ୍ଡବ୍ୟାଗ/ମହିଳା ପର୍ସ, କେମେରା, ରେଡିଓ/ଟ୍ରାଞ୍ଜିଷ୍ଟର, ବାକ୍ସ, ଛତା, ଖାଦ୍ୟପଦାର୍ଥ ଇତ୍ୟାଦି ନଆଣିବା ପାଇଁ ଭ୍ରମଣକାରୀଙ୍କୁ ଅନୁରୋଧ କରାଯାଉଛି । ସର୍ବସାଧାରଣ ମାର୍ଗର ବିଭିନ୍ନ ସ୍ଥାନରେ ହ୍ୟାଣ୍ଡ ସାନିଟାଇଜର, ପାନୀୟ ଜଳ, ଶୌଚାଳୟ, ପ୍ରାଥମିକ ଚିକିତ୍ସା/ମେଡିକାଲ ସୁବିଧା ଇତ୍ୟାଦି ଯୋଗାଇ ଦିଆଯାଉଛି ।
ବାର୍ଷିକ ମୋଗଲ ଉଦ୍ୟାନ ଦେଖିବା ସହିତ ଲୋକମାନେ ରାଷ୍ଟ୍ରପତି ଭବନ ଏବଂ ରାଷ୍ଟ୍ରପତି ଭବନ ସଂଗ୍ରହାଳୟ ଏବଂ ଅଭିବାଦନ ସମାରୋହର ପରିବର୍ତ୍ତନ କାର୍ଯ୍ୟକ୍ରମକୁ ମଧ୍ୟ ଦେଖିପାରିବେ । ଅଧିକ ବିବରଣୀ http://rashtrapatisachivalaya.gov.in/rbtour/ ରୁ ପାଇପାରିବେ ।
**********
TRP/
(ରିଲିଜ ଆଡି: 1697249)
ପରିଦର୍ଶକ କାଉଣ୍ଟର : 223