ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବଜେଟରେ ଭାରତର ଆତ୍ମବିଶ୍ୱାସ ପ୍ରତିଫଳିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି
ବଜେଟରେ ନିର୍ହିତ ଅଛି ଆତ୍ମନିର୍ଭର ଭାରତରେ ଦୃଷ୍ଟିଭଙ୍ଗୀ ଓ ପ୍ରତ୍ୟେକ ନାଗରିକର ଆଶା ଆକାଂକ୍ଷା -ପ୍ରଧାନମନ୍ତ୍ରୀ
ପ୍ରତ୍ୟେକ ବ୍ୟକ୍ତି, ନିବେଶକ, ଶିଳ୍ପ ଏବଂ ଭିତ୍ତିଭୂମି କ୍ଷେତ୍ରରେ ବଜେଟ ଆଣିବ ସକାରାତ୍ମକ ପରିବର୍ତ୍ତନ-ପ୍ରଧାନମନ୍ତ୍ରୀ
ଗ୍ରାମ ଓ ଆମର ଚାଷୀ ହେଉଛନ୍ତି ବଜେଟର ଆତ୍ମା-ପ୍ରଧାନମନ୍ତ୍ରୀ
Posted On:
01 FEB 2021 4:08PM by PIB Bhubaneshwar
ଚଳିତ ବଜେଟ ଦେଶର ଆତ୍ମବିଶ୍ୱାସକୁ ପ୍ରତିଫଳିତ କରୁଥିବାବେଳେ ଏହା ବାସ୍ତବତା ଓ ବିକାଶର ଆସ୍ଥାକୁ ପ୍ରକଟ କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ବର୍ତ୍ତମାନର କଷ୍ଟକର ସମୟରେ ଏହା ବିଶ୍ୱର ଆସ୍ଥାଭାଜନ ହେବ ବୋଲି ସେ ମଧ୍ୟ ସେ କହିଛନ୍ତି ।
ଲୋକସଭାରେ କେନ୍ଦ୍ରୀୟ ବଜେଟ ଉପସ୍ଥାପିତ ହେବା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବଜେଟରେ ଆତ୍ମନିର୍ଭର ଭାରତ ଓ ସମାଜର ପ୍ରତ୍ୟେକ ନାଗରିକ ଓ ସମସ୍ତ ଶ୍ରେଣୀର ଲୋକଙ୍କ ପ୍ରତିଛବି ପ୍ରତିଫଳିତ ହୋଇଛି । ଅଭିବୃଦ୍ଧି ଓ ଯୁବଗୋଷ୍ଠୀ ପାଇଁ ନୂତନ ସମ୍ଭାବନା, ମାନବସମ୍ବଳ, ଭିତ୍ତିଭୂମି ନୂତନ କ୍ଷେତ୍ରରେ ବିକାଶ ପାଇଁ ବଜେଟରେ ସମସ୍ତ ବ୍ୟବସ୍ଥା ଅଛି ବୋଲି ଶ୍ରୀ ମୋଦି କହିଛନ୍ତି ।
ବିଭିନ୍ନ ନିୟମ ଓ ବ୍ୟବସ୍ଥାର ସରଳୀକରଣ ଯୋଗୁଁ ବଜେଟରେ ସାଧାରଣ ଲୋକ ପାଇଁ ଜୀବନ ଧାରଣ ସୁଗମତାରେ ଉନ୍ନତି ଘଟିବ । ବଜେଟ ଜନସାଧାରଣ, ବିନିଯୋଗକାରୀ, ଶିଳ୍ପ ଓ ଭିତ୍ତିଭୂମି କ୍ଷେତ୍ରରେ ସରକାରତ୍ମକ ପରିବର୍ତ୍ତନ ଆଣିବ ।
ବଜେଟ ଉପସ୍ଥାପନର ମାତ୍ର ଘଣ୍ଟାକ ମଧ୍ୟରେ ଏଥିପ୍ରତି ସକରାତ୍ମକ ପ୍ରତିକ୍ରିୟା ଆସିଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ବଜେଟ୍ର କଳେବର ବୃଦ୍ଧି କରି ସରକାର ନିରନ୍ତର ଆର୍ଥିକ ବିକାଶ ନେଇ ତାଙ୍କର ଦାୟିତ୍ୱ ତୁଲାଇଛନ୍ତି । ବଜେଟରେ ନିର୍ହିତ ସ୍ୱଚ୍ଚତା ବିଷୟକୁ ବିଶେଜ୍ଞମାନେ ସ୍ୱୀକାର କରିଥିବାରୁ ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକଟ କରିଥିଲେ ।
“କରୋନା ବୈଶ୍ୱିକ ମହାମାରୀ ହେଉ ବା ଆତ୍ମନିର୍ଭର ଭାରତ ଅଭିଯାନ ସରକାର ସବୁବେଳେ ଗଠନମୂଳକ ଦୃଷ୍ଟିଭଙ୍ଗୀ ଦେଖାଇ ଆସିଛନ୍ତି । ବଜେଟରେ ତିଳେମାତ୍ର ପ୍ରତିକ୍ରିୟାଶୀଳ ଭାବ ନାହିଁ । “ଆମେ ସବୁବେଳେ ଗଠନମୂଳକ ଓ ସକରାତ୍ମକ ଭାବନା ବଜେଟରେ ରଖୁଛୁ”ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ବଜେଟରେ ଆମୂଳଚୂଳ ବିକାଶର ଗୁରୁତ୍ୱକୁ ପ୍ରଶଂସା କରି ଶ୍ରୀ ମୋଦି କହିଛନ୍ତି, ଏଥିରେ ସମ୍ପଦ ଓ ସୁଧାର, ଏମଏସଏମଇ ଏବଂ ଭିତ୍ତିଭୂମି ଉପରେ ପ୍ରାଧାନ୍ୟ ଦିଆଯାଇଛି । ସ୍ୱାସ୍ଥ୍ୟ ସୁଧାର ଉପରେ ଦିଆଯାଇଥିବା ବିଷୟରେ ସେ ଉଲ୍ଲେଖ କରିଛନ୍ତି । ବଜେଟ୍ରେ ଦକ୍ଷିଣ ଭାରତୀୟ ରାଜ୍ୟ ସମୂହ, ଉତ୍ତର-ପୂର୍ବାଞ୍ଚଳ ଏବଂ ଲେହ୍ ଲଦାଖ ବିକାଶ ଉପରେ ଧ୍ୟାନ ଦିଆଯାଇଥିବାରୁ ସେ ଖୁସି ପ୍ରକଟ କରିଛନ୍ତି । ବ୍ୟବସାୟର ଶକ୍ତି କେନ୍ଦ୍ରଭାବେ ଉପକୂଳବର୍ତ୍ତୀ ରାଜ୍ୟ ତାମିଲନାଡୁ, କେରଳ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟର ବିକାଶ ପାଇଁ ଏଥିରେ ବିଶେଷ ପଦକ୍ଷେପ ନିଆଯାଇଛି । ଆସାମ ଭଳି ଉତ୍ତର-ପୂର୍ବାଞ୍ଚଳ ଏବଂ ଲେହ୍ ଲଦାଖ ବିକାଶ ଉପରେ ଧ୍ୟାନ ଦିଆଯାଇଥିବାରୁ ସେ ଖୁସି ପ୍ରକଟ କରିଛନ୍ତି । ବ୍ୟବସାୟର ଶକ୍ତିକେନ୍ଦ୍ରଭାବେ ଉପକୂଳବର୍ତ୍ତୀ ରାଜ୍ୟ ତାମିଲନାଡୁ, କେରଳ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟର ବିକାଶ ପାଇଁ ଏଥିରେ ବିଶେଷ ପଦକ୍ଷେପ ନିଆଯାଇଛି । ଆସାମ ଭଳି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟର ଅବ୍ୟବହୃତ ସମ୍ପଦର ବିନିଯୋଗ ପାଇଁ ବଜେଟ୍ ବେଶ୍ ସହାୟକ ହେବ ।
ସମାଜର ବିଭିନ୍ନ କ୍ଷେତ୍ର ଉପରେ ପ୍ରଭାବ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗବେଷଣା ଓ ଉଦ୍ଭାବନ ଉପରେ ଦିଆଯାଇଥିବା ପ୍ରାଧାନ୍ୟ ଯୁବଗୋଷ୍ଠୀ ନିମନ୍ତେ ବିଶେଷ ଲାଭପ୍ରଦ ହେବ । ସ୍ୱାସ୍ଥ୍ୟ, ସ୍ୱଚ୍ଛତା, ପୌଷ୍ଟିକତା, ସ୍ୱଚ୍ଛଜଳ ଓ ସମାନ ସୁଯୋଗ ଦୃଷ୍ଟିରୁ ପୁରୁଷ ଓ ମହିଳା ନିର୍ବିଶେଷରେ ଜନସାଧାରଣ ଉପକୃତ ହେବେ । ଭିତ୍ତିଭୂମି ଓ ଢାଞ୍ଚାଗତ ସଂସ୍କାର ଦିଗରେ ଅଧିକ ବ୍ୟୟବରାଦ ଯୋଗୁଁ ନିଯୁକ୍ତି ଓ ଅଭିବୃଦ୍ଧିର ସମ୍ଭାବନା ସୃଷ୍ଟି ହେବ ।
ବଜେଟରେ କୃଷିକ୍ଷେତ୍ରର ବିକାଶ ସହ କୃଷକମାନଙ୍କ ବ୍ୟୟ ବୃଦ୍ଧି ପାଇଁ ଅନେକ ପଦକ୍ଷେପ ନିଆଯାଇଛି। କୃଷକମାନେ ସହଜରେ ଅଧିକ ଋଣ ପାଇପାରିବେ । “ଏଥିରୁ ବଜେଟରେ ଗ୍ରାମ ଓ କୃଷକଙ୍କ ଅନ୍ତରାତ୍ମାର ଅଭିଳାଷ ପ୍ରକଟ ହୋଇଛି’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ନିମନ୍ତେ ବଜେଟ୍ରେ ଏମଏସଏମଇ କ୍ଷେତ୍ରରେ ବ୍ୟୟବରାଦ ଦ୍ୱିଗୁଣିତ କରାଯାଇଥିବା ଶ୍ରୀ ମୋଦି ଦର୍ଶାଇଛନ୍ତି। ବଜେଟ୍ ଏକ ନୂତନ ଦଶନ୍ଧି ପାଇଁ ମଜବୁତ ନିଅଁ ସ୍ଥାପନ କରିବ ଓ ଆତ୍ମନିର୍ଭର ଭାରତ ବଜେଟ ପାଇଁ ଦେଶବାସୀଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି ।
******
SM/SLP
(Release ID: 1694293)
Visitor Counter : 212
Read this release in:
Urdu
,
English
,
Marathi
,
Hindi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam