ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଷ୍ଟ୍ରୀୟ ବାଳ ପୁରସ୍କାର ପାଇଥିବା ଶିଶୁଙ୍କସହ ପ୍ରଧାନମନ୍ତ୍ରୀଙ୍କ ଆଳାପ

Posted On: 25 JAN 2021 2:26PM by PIB Bhubaneshwar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ବାଳ ପୁରସ୍କାର ପାଇଥିବା ଶିଶୁମାନଙ୍କ ସହ ଆଜି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଳାପ ଆଳୋଚନା କରିଛନ୍ତି । ଏହି ଆଲୋଚନାରେ ମହିଳା ଏବଂ ଶିଶୁବିକାଶ ମନ୍ତ୍ରୀ ଶ୍ରୀମତୀ ସ୍ମୃତିଯୁବିନ୍ ଇରାନୀ ମଧ୍ୟ ଅଂଶଗ୍ରହଣ କରିଥିଲେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଛନ୍ତି ଯେ, ଚଳିତବର୍ଷ କରୋନା ଯୋଗୁଁ ଏକ କଷ୍ଟଦାୟକ ସମୟ ମଧ୍ୟରେ ଏଭଳି ପୁରସ୍କାର ବିଜେତାମାନେ ପୁରସ୍କାର ପାଇଥିବା ଯୋଗୁଁ ଏହାର ସ୍ୱାତନ୍ତ୍ର‌୍ୟ ରହିଛି । ଆଲୋଚନା ଅବସରରେ ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଅଭିଯାନରେ ଶିଶୁମାନେ ବ୍ୟବହାର ପରିବର୍ତ୍ତନ ପାଇଁ ପ୍ରଚାର ଅଭିଯାନ କରିଥିବାରୁ ସେମାନଙ୍କ ଶ୍ରମର ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, କରୋନା ସମୟରେ ହାତ ଧୋଇବା ଭଳି ଅଭିଯାନ ଶିଶୁମାନେ କରିଥିବା ଯୋଗୁଁ ଲୋକମାନେ ଏହାକୁ ଗ୍ରହଣ କରିଥିଲେ ଏବଂ ଏଥିରେ ସଫଳତା ମିଳିଥିଲା । ଚଳିତବର୍ଷ ବିଭିନ୍ନ ନୂଆ ନୂଆ କ୍ଷେତ୍ରରେ ଶିଶୁମାନଙ୍କୁ ପୁରସ୍କାର ଦିଆଯାଇଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ ଲକ୍ଷ୍ୟ କରିଥିଲେ ଯେ, ଛୋଟ ଛୋଟ ବିଚାରକୁ ଉପଯୁକ୍ତ କାର୍ଯ୍ୟ ପ୍ରଣାଳୀ ମାଧ୍ୟମରେ ସମର୍ଥନ ମିଳିଲେ ଫଳ ପ୍ରଭାବଶାଳୀ ହୁଏ । କାର୍ଯ୍ୟ ଉପରେ ବିଶ୍ୱାସ ରଖି ନିଜର ବିଚାରଧାରାକୁ କାର୍ଯ୍ୟକାରୀ କଲେ ବଡ ବଡ କାର୍ଯ୍ୟ ପାଇଁ ଲୋକମାନେ ପ୍ରେରଣା ପାଇଥାଆନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଅବିଶ୍ରାନ୍ତ ଭାବେ କ୍ରମାଗତ ପରିଶ୍ରମ ଦ୍ୱାରା ଜୀବନରେ ଭଲ ଫଳ ମିଳିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ତିନୋଟି କଥା ଉପରେ ତିନୋଟି ଶପଥ ‌ସର୍ବଦା ମନେ ରଖିବାକୁ ଶିଶୁମାନଙ୍କୁ ପରାମର୍ଶ ଦେଇଥିଲେ । ସେଗୁଡିକ ମଧ୍ୟରୁ ପ୍ରଥମଟି ହେଉଛି ଅବିଚଳିତ ରହିବାର ଶପଥ । ଏ କ୍ଷେତ୍ରରେ କୌଣସି ଆଳସ୍ୟକୁ ପ୍ରଶୟ ଦେବା ଅନୁଚିତ । ଦ୍ୱିତୀୟ ଶପଥଟି ଦେଶ ପାଇଁ । ଆମେ ପ୍ରତ୍ୟେକ କାର୍ଯ୍ୟକୁ ଦେଶ ପାଇଁ ଅଭିପ୍ରେତ ବୋଲି ଭାବିଲେ ପ୍ରତ୍ୟେକ କାର୍ଯ୍ୟ ମହାନ ହୋଇପାରିବ । ଆମେ ସ୍ୱାଧୀନତାର ୭୫ବର୍ଷରେ ପଦାର୍ପଣ କରୁଥିବା ସମୟରେ ଦେଶ ପାଇଁ କଣ କରିପାରିବା ସେ ବିଷୟରେ ଚିନ୍ତା କରିବା ଉଚିତ । ତୃତୀୟ ଶପଥ ହେଉଛି ନମ୍ରତାର ଶପଥ। ଏହା ଦ୍ୱାରା ପ୍ରତ୍ୟେକ ସଫଳତା ଆମକୁ ଅଧିକ ନମ୍ର ହେବା ପାଇଁ ପ୍ରେରଣା ଦେବା ସହ, ଅନ୍ୟମାନେ ଆମ ସହ ମିଶି ଆମ ସଫଳତାକୁ ଉପଭୋଗ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

            ସୃଜନଶୀତଳା, ବୃଦ୍ଧିମତା, କ୍ରୀଡା, କଳା ଓ ସଂସ୍କୃତି, ସମାଜସେବା ଓ ସାହସିକତା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳ ପୁରସ୍କାର କାର୍ଯ୍ୟକ୍ରମ ଅଧୀନରେ ଭାରତ ସରକାର ବାଳଶକ୍ତିପୁରସ୍କାର ଶିଶୁମାନଙ୍କୁ ପ୍ରଦାନ କରିଥାଆନ୍ତି ।  ଚଳିତବର୍ଷ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳପୁରସ୍କାର-2021 ଅଧୀନରେ ବାଳଶକ୍ତି ପୁରସ୍କାର ପାଇବାକୁ ଦେଶର ବିଭିନ୍ନ ସ୍ଥାନରୁ 32ଜଣ ଆବେଦନ କରିଥିଲେ । 

*******

SSD/ SLP      



(Release ID: 1692286) Visitor Counter : 218